ଭୁବନେଶ୍ୱର : ରାଜ୍ୟରେ କରୋନା ପ୍ରଭାବ କମୁଥିଲେ ବି ଭୟ କମିନି। ଏବେ ବି ଦୈନିକ ୩୦୦ରୁ ଅଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୩୪୯ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୯୮ ଏବଂ ଲୋକାଲ କେସ ୧୫୧ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ଆକ୍ରାନ୍ତଙ୍କ ତାଲିକାରେ ଉପରେ ରହିଛି ସୁନ୍ଦରଗଡ। ଏଠାରୁ ସର୍ବାଧିକ ୪୬ କରୋନା […]
ନୂଆଦିଲ୍ଲୀ: ଦିଲ୍ଲୀରୁ ଧରା ପଡ଼ିଛନ୍ତି ୫ ସନ୍ଦିଗ୍ଧ ଆତଙ୍କବାଦୀ । ସୋମବାର ଦିଲ୍ଲୀ ଶକରପୁର ଅଞ୍ଚଳରୁ ୫ ଜଣ ଅପରାଧୀଙ୍କୁ ଧରିଛି ଦିଲ୍ଲୀ ପୋଲିସ। ସେମାନଙ୍କ ପାଖରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ଅପରାଧ ଘଟାଇବା ଭଳି ସାମଗ୍ରୀ ଜବତ କରାଯାଇଛି । ଚାଷୀ ଆନ୍ଦୋଳନ ଏବଂ ଭାରତ ବନ୍ଦ ଡାକରା ସମୟରେ ଆତଙ୍କବାଦୀ ଗିରଫ ଘଟଣା ଏକ ବଡ ସଫଳତା ବୋଲି କୁହାଯାଉଛି। ଧରାପଡ଼ିଥିବା ସନ୍ଦିଗ୍ଧ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣ ପଞ୍ଜାବର ହୋଇଥିବାବେଳେ ୩ […]
ନୂଆଦିଲ୍ଲୀ: ପାର୍ଲାମେଣ୍ଟ ଭବନ ପାଖରେ ନୂଆ କୋଠା ବା ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମ କୋର୍ଟ। ପୁରୁଣା ସଂସଦ ଭବନର ନବୀକରଣ ନେଇ ମାମଲା ବିଚାରାଧିନ ଥିବାବେଳେ ନୂଆ କୋଠା ନିର୍ମାଣ ପ୍ରସ୍ତାବ ଉପରେ କୋର୍ଟ ଅସନ୍ତୋଷ ଜାହିର କରିଛନ୍ତି । ଏହାସହ ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣ ନ କରିବା ଲାଗି ସରକାର ଦୃଢ଼ ଜବାବ ଦିଅନ୍ତୁ ବୋଲି ସଲିସିଟର ଜେନେରାଲ୍ ତୁଷାର ମେହେଟାଙ୍କୁ ସୁପ୍ରିମକୋର୍ଟ କହିଛନ୍ତି। ଆଜି ଏନେଇ ମାମଲାର […]
ନୈନିତାଲ:ରାସ୍ତାଘାଟର ସୁବିଧା ନ ଥିଲେ କି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ତାହା ରୋଗୀ ବିଶେଷକରି ଗର୍ଭବତୀ ମହିଳା ଓ ସେମାନଙ୍କ ପରିବାର ଲୋକେ ହିଁ କହିପାରିବେ। ରାସ୍ତା ଅବ୍ୟବସ୍ଥା ଯୋଗୁ ଆମ୍ବୁଲାନ୍ସ ଆସି ନ ପାରିବା, ରୋଗିଙ୍କୁ ଭାରରେ ବୋହି ନେବା…ଏସବୁ ଓଡ଼ିଶାରେ ସାଧାରଣ କଥା। ଏପରିକି ଗର୍ଭବତୀ ମହିଳାଙ୍କୁ ଭାରରେ ନେବା ବାଟରେ ସନ୍ତାନ ପ୍ରସବ ଦେବା, ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚି ନ ପାରିବାରୁ ମା’ କିମ୍ବା ଶିଶୁଙ୍କର ମୃତ୍ୟୁ ଘଟିବା […]
ନୂଆଦିଲ୍ଲୀ: କେନ୍ଦ୍ର ଲାଗୁ କରିଥିବା ନୂଆ କୃଷି ଆଇନକୁ ବିରୋଧ କରି କୃଷକମାନେ ଡିସେମ୍ବର ୮ ତାରିଖ ଭାରତ ବନ୍ଦ ଡାକରା ଦେଇଛନ୍ତି। କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ ୧୧ ଦିନ ଧରି ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି। ଆଲୋଚନା ପରେ ବି କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଡିସେମ୍ବର ୯ ତାରିଖ ପୁଣି କେନ୍ଦ୍ର ସରକାର- ଚାଷୀ ସଂଗଠନ ମଧ୍ୟରେ ଆଲୋଚନା ହେବ। ଏହା ପୂର୍ବରୁ ଚାଷୀ ସଂଗଠନ ଭାରତ ବନ୍ଦ […]
ନୂଆଦିଲ୍ଲୀ: କ୍ରମାଗତ ଭାବେ ବଢି ଚାଲିଛି ପେଟ୍ରୋଲ, ଡିଜେଲ ଦର। ସୋମବାର ୬ଷ୍ଠ ଦିନରେ ପେଟ୍ରୋଲ ଦର ୩୦ ପଇସା ଏବଂ ଡିଜେଲ ଦର ୨୬ ପଇସା ବୃଦ୍ଧି ପାଇଛି। ରବିବାର ପ୍ରେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆମେରିକା ରାଷ୍ଟ୍ରପତି ନିର୍ବାଚନ ଏବଂ ଅନ୍ୟ କେତେକ ଦେଶରେ ଆଭ୍ୟନ୍ତରୀଣ ସମସ୍ୟା ଯୋଗୁ ଅନ୍ତରାଷ୍ଟ୍ରୀୟ ବଜାରରେ କଞ୍ଚା ତେଲର ଦାମରେ ବୃଦ୍ଧି ଘଟିଛି। ତୈଳଦର ବୃଦ୍ଧି ପରେ ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା […]
ନୂଆଦିଲ୍ଲୀ: ଆଜି ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ। ଏହା ଏକ ଉପଛାୟା ଚନ୍ଦ୍ର ଗ୍ରହଣ, ଯାହାକି ରାତି ୧୧ଟା ୧୫ ମିନିଟ୍ରେ ଆରମ୍ଭ ହୋଇ ରାତି ୨ଟା ୩୪ ମିନିଟ୍ରେ ଶେଷ ହେବ। ଏସିଆ, ୟୁରୋପ, ଆଫ୍ରିକା, ଅଷ୍ଟ୍ରେଲିଆ, ଭାରତ ମହାସାଗର,ଆଣ୍ଟାର୍ଟିକା ଓ ଦକ୍ଷିଣ ଆମେରିକାର ଅଧିକାଂଶ ଅଞ୍ଚଳରେ ଏହି ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ। ଚଳିତ ବର୍ଷ ଜାନୁଆରୀ ୧୦ରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହୋଇଥିଲା। ଆଜି ପରେ ତୃତୀୟ ଗ୍ରହଣ ଜୁଲାଇ […]
ଝାରସୁଗୁଡ଼ା: ଘରର ଜଣେ ପୁଅର ମୃତ୍ୟୁ ପରେ ଦୁଃଖରେ ମ୍ରିୟମାଣ ହୋଇ ମା’ଙ୍କ ସମେତ ୫ ଭାଇଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଏହି ଘଟଣାରେ ପୂର୍ବରୁ ପରିବାରର ୩ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ପରିବାରର ଜଣେ ପୁଅର ମୃତ୍ୟୁ ପରେ ପ୍ରଥମେ ଘରର ଆଉ ଜଣେ ପୁଅ, ତା’ପରେ ମା’ ଓ ଜଣେ ଭଉଣୀଙ୍କ ମୃତ୍ୟୁ ଘଟିଥିଲା। ଆଜି ସକାଳେ ଆଉ ଜଣକ […]