ଭୁବନେଶ୍ୱର: ବଢିଲା ଆକାଶ ପାଠକଙ୍କ ଅଡୁଆ। ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଏ ନେଇ ପୂର୍ବରୁ କ୍ରାଇମ ବ୍ରାଞ୍ଚ ଭୁବନେଶ୍ୱର SDJM କୋର୍ଟଙ୍କ ଅନୁମତି ମାଗିଥିଲା। ଆକାଶଙ୍କ ୫ ଦିନିଆ ରିମାଣ୍ଡକୁ ଅନୁମତି ଦେଇଛନ୍ତି ଭୁବନେଶ୍ୱର SDJM କୋର୍ଟ। କାଲିଠାରୁ ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ଯିବେ। ଠକେଇ ଅଭିଯୋଗକୁ ନେଇ ବିଭିନ୍ନ ଦିଗରୁ ତାଙ୍କୁ କ୍ରାଇମବ୍ରାଞ୍ଜ ଜେରା କରିବ ବୋଲି ଅନୁମାନ କରାଯାଉଛି। ସୂଚନାଥାଉ କି, ନିଲମ୍ବିତ IFS ଅଧିକାରୀ ଅଭୟକାନ୍ତ […]
ନୂଆଦିଲ୍ଲୀ:କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କର ଆଜି ୭୩ ତମ ଜନ୍ମଦିନ। ଇଟାଲିର ଏକ ଛୋଟ ଗାଁରେ ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିବା ସୋନିଆ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘରକୁ ବୋହୂ ହୋଇ ଆସିବା ଏବଂ ପ୍ରଧାନମନ୍ତ୍ରୀଙ୍କ ପତ୍ନୀର ମାନ୍ୟତା ପାଇବା ତଥା କଂଗ୍ରେସ ପରି ଏକ ଜାତୀୟ ଦଳ ମୁଖ୍ୟ ହେବା….ଯେମିତି ପରୀ ରାଇଜର କାହାଣୀ। ସୋନିଆଙ୍କର ଭାରତ ସହ ସମ୍ପର୍କ ଏକ ସାଧାରଣ ପ୍ରେମ କାହାଣୀରୁ ଆରମ୍ଭ ହୋଇଥିଲା। ତିନି ଭଉଣୀଙ୍କ ମଧ୍ୟରେ […]
ଊନା:ହିମାଚଳ ପ୍ରଦେଶର ସୋଲାନ ଜିଲ୍ଲାରେ କାଠା ଗାଁରେ ଥିବା ଏକ ପଙ୍ଖା ତିଆରି କାରଖାନାରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ ଜୋରରେ ଜଳୁଛି ଯେ ଏହାକୁ ଆୟତ୍ତ କରିବା କଷ୍ଟକର ହୋଇ ପଡ଼ିଥିଲା। ପ୍ରାୟ ୩୦ ଘଣ୍ଟା ପରିଶ୍ରମ କରିବା ପରେ ଦମକଳ ବାହିନୀ ନିଆଁ ଲିଭାଇବାରେ ସଫଳ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ଏବଂ ଦମକଳବାହିନୀ ଉପସ୍ଥିତ ରହି ଯାଞ୍ଚ କରୁଛନ୍ତି। ଯାଞ୍ଚ ପରେ ମଙ୍ଗଳବାର ପୋଲିସ କାରଖାନା ଭିତରୁ ଆଉ ୨ ଜଣ […]
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଚାଷୀ ନେତାଙ୍କ ଆଲୋଚନା ପରେ ବି ବାହାରି ପାରିଲାନି କୌଣସି ସମାଧାନ।ଗତକାଲି ରାତିରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ବସିଥିବା ବୈଠକରେ ଫଳାଫଳ ବାହାରିନି। କେନ୍ଦ୍ର ସରକାର କୃଷି ଆଇନକୁ ଉଚ୍ଛେଦ କରିବେନି ବୋଲି ଗତକାଲି ବୈଠକ ପରେ ସୂଚନା ଦେଇଛନ୍ତି ଅଖିଳ ଭାରତୀୟ କିଷାନ ସଭାର ସମ୍ପାଦକ ହନନ୍ ମୌଲା। ତେବେ କେନ୍ଦ୍ର ଗୃହ ମନ୍ତ୍ରୀ କିଛି ପ୍ରସ୍ତାବ ରଖିଛନ୍ତି ଯାହା ଉପରେ ଚାଷୀ ନେତା ମିଳିତ ଭାବେ […]
ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶର ଏଲୁରୁରେ ଦେଖା ଦେଇଥିବା ରହସ୍ୟମୟ ରୋଗ (Mystery Disease) ସମସ୍ତଙ୍କ ନିଦ ହଜାଇ ଦେଇଛି। କାହିଁକି ହେଉଛି ଏହି ରୋଗ ? କ’ଣ ଏହାର କାରଣ ଏ ନେଇ ଚିକିତ୍ସା ବିଜ୍ଞାନୀଙ୍କ ଚିନ୍ତା ବଢି ଯାଇଥିଲା। ଏବେ ରୋଗର କାରଣ ଜଣା ପଡ଼ିଛି। ହେଲେ ଏହି କାରଣ ଚିକିତ୍ସକଙ୍କ ଚିନ୍ତା ଆହୁରି ବଢାଇ ଦେଇଛି। ସୂଚନା ଥାଉ କି, ଏହି ରୋଗ ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଳ୫୫୦ ଜଣ ଆକ୍ରାନ୍ତ […]
ୱାଶିଂଟନ: ଭାରତରେ ଦେଖା ଦେଇଥିବା ଚାଷୀ ଆନ୍ଦୋଳକୁ ଆମେରିକାରେ ମିଳୁଛି ସମର୍ଥନ। ଏପରିକି ନୂଆ କୃଷି ନୀତିକୁ ବିରୋଧ କରି ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଆମରିକାର କେତେକ ସାଂସଦ ସମର୍ଥନ କରୁଛନ୍ତି। ଏପରିକି ଶାନ୍ତପୂର୍ଣ୍ଣ ଉପାୟରେ ଆନ୍ଦୋଳନ କରିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି। ତେବେ ଚାଷୀ ଆନ୍ଦୋଳନକୁ ନେଇ ବିଦେଶୀ ନେତାଙ୍କ ଏପରି ବୟାନକୁ ଭାରତ ଭ୍ରମାତ୍ମକ ଏବଂ ଅନୁଚିତ ବୋଲି କହିଛି। ଏକ ଗଣତାନ୍ତ୍ରିକ ଦେଶର ଏହା ଆଭ୍ୟନ୍ତରୀଣ ମାମଲା ବୋଲି […]
ମ୍ୟାମାର: ସାପକୁ କିଏ ବା ଭୟ ନ କରେ ? ସମସ୍ତେ ସର୍ପ ପରି ବିଷଧର ଜନ୍ତୁଠାରୁ ଦୂରରେ ରହିବା ପାଇଁ ଚାହିଁଥାନ୍ତି। ହେଲେ ସାପକୁ ପୋଷା ମନାଇ ଘରେ ପାଳିବାର କାହାକୁ ଦେଖିଛନ୍ତି ? ମ୍ୟାମାଁର ଜଣେ ବୌଦ୍ଧ ଭିକ୍ଷୁ ନିଜ ଆଶ୍ରମକୁ ସାପଙ୍କ ନିବାସସ୍ଥଳୀ କରି ଦେଇଛନ୍ତି। ମ୍ୟାଁମାରର ଏହି ଭିକ୍ଷୁଙ୍କ ନାଁ ହେଉଛି ଭଲିଥା। ଭଲିଥା ସାପମାନଙ୍କୁ ଖୁବ୍ ଭଲ ପାଆନ୍ତି। ସାପମାନଙ୍କୁ ନିଜ ଘର ସଦସ୍ୟ ପରି ପାଳିଥାନ୍ତି। ଭଲିଥା ବର୍ତ୍ତମାନ […]
ନୂଆଦିଲ୍ଲୀ: ଛୋଟ ଛୋଟ ଦୁଇ ଭଉଣୀ। ବୁଲୁ ବୁଲୁ ଭୁଲ୍ରେ ସୀମା ପାର ହୋଇ ଚାଲି ଅସିଥିଲେ ଭାରତକୁ। ସେମାନଙ୍କୁ ଧରି ନେଇ ଯାଇଥିଲେ ଭାରତୀୟ ଯବାନ। ନିଜ ଭୁଲ ବୁଝି ପାରିଲେ ପିଲା ଦୁଇଟି। ଭାବି ନେଇଥିଲେ ବୋଧହୁଏ ଆଉ ପାକିସ୍ତାନ ଫେରି ଯାଇ ପାରିବେନି। କିନ୍ତୁ ସେମାନେ ହସିହସି ଫେରିଥିଲେ ପାକିସ୍ତାନ । ଖାଲି ହାତରେ ନୁହେଁ, ମିଠା ପ୍ୟାକେଟ ଆଉ ଉପହାର ନେଇ ଯାଇଥିଲେ। ଏମିତି ସହୃଦୟତା ଦେଖାଇଥିଲେ ଆମ ଭାରତୀୟ ଯବାନମାନେ। […]
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଦେଖିବାକୁ ମିଳୁଛି, ଏକ ଭାରୀ ଟ୍ରକ୍ ରାସ୍ତାରେ ଜଣେ ମହିଳାଙ୍କ ଉପରେ ଚଢି ଯାଉଛି। ଭୟରେ ଲୋକଙ୍କ ଆଖି ବୁଜି ହୋଇ ଯାଉଛି । ହେଲେ କେଇ ସେକେଣ୍ଡ ପରେ ଯାହା ଘଟିଲା, ତାହା ଥିଲା ଆଶ୍ଚର୍ଯ୍ୟରୁ ଆଶ୍ଚର୍ଯ୍ୟ… ଭିଡିଓଟି ତାମିଲନାଡୁର ବୋଲି କୁହାଯାଉଛି। ହେଲେ ଭିଡିଓକୁ ଚୀନ୍ ମିଡିଆ ପୋର୍ଟାଲ ସିଜିଟିଏନ ଟ୍ୱିଟରରେ ଶେୟାର […]
ନୂଆଦିଲ୍ଲୀ: ମୋଷ୍ଟ୍ ୱାଣ୍ଟେଡ୍ ଅଣ୍ଡର୍ ୱାର୍ଲଡ୍ ଡନ୍ ଦାଉଦ୍ ଇବ୍ରାହିମ୍ର ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। କରୋନାରେ ଆକ୍ରାନ୍ତ ହୋଇ ଦାଉଦ୍ର ମୃତ୍ୟୁ ଘଟିଥିବା ସୋସିଆଲ୍ ମିଡିଆରେ ପ୍ରଚାର ହେଉଛି। ହେଲେ ବର୍ତ୍ତମାନ ସୁଦ୍ଧା ଏହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି। କିନ୍ତୁ ସୋସିଆଲ୍ ମିଡିଆରେ ଦାଉଦ୍ର ମୃତ୍ୟୁ ଖବର ବେଶ୍ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଖବରରେ କେତେ ସତ୍ୟତା ଅଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିବ ନାହିଁ। ଦାଉଦ […]
ନୂଆଦିଲ୍ଲୀ: କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ମା’ ଚନ୍ଦ୍ରକାନ୍ତା ଗୋୟଲଙ୍କ ଆଜି ସକାଳେ ପରଲୋକ ହୋଇଛି। କେନ୍ଦ୍ରମନ୍ତ୍ରୀ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଟ୍ୱିଟ୍ରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ୍ ତାଙ୍କ ମା’ଙ୍କ ଏକ ଫଟୋ ଶେଆର୍ କରି ଲେଖିଛନ୍ତି, ‘ସ୍ନେହ ଓ ଭଲ ପାଇବା ମାଧ୍ୟମରେ ସବୁବେଳେ ବାଟ ଦେଖାଉଥିବା ମୋର ପୂଜ୍ୟ ମା’ଙ୍କ ଆଜି ସକାଳେ ସ୍ୱର୍ଗବାସୀ ହୋଇଛି। ସାରା ଜୀବନ ସେ ସେବାରେ ବିତାଇଛନ୍ତି। ଆମ୍ଭମାନଙ୍କୁ ମଧ୍ୟ ସେବା ମନୋଭାବ […]