ମୁମ୍ବାଇ: ଜୀବନ ବଞ୍ଚାଇ ଦେଲା ଫେସବୁକ୍। ମୁମ୍ବାଇରେ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଯୁବକ। ଫେସବୁକ୍ରେ ଜାଣିପାରିଲେ ଆର୍ୟଲାଣ୍ଡର ଜଣେ ବ୍ୟକ୍ତି। ସେଠାରୁ ଖବର ଆସିଲା ମୁମ୍ବାଇ ପୋଲିସ ପାଖକୁ । ଘଟଣାସ୍ଥଳରେ ମୁମ୍ବାଇ ପୋଲିସ ପହଞ୍ଚି ଉଦ୍ଧାର କରିଛି ଉକ୍ତ ଯୁବକଙ୍କୁ। ଏହି ଘଟଣା ଜଣାପଡ଼ିବା ପରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା, ‘ଯାହା ହେଉ, ଫେସ୍ବୁକ୍ ଥିଲା ବୋଲି…।’ ପୂରା ଘଟଣା ଥିଲା ଏମିତି। ଘଟଣା ଥିଲା ଗତ ରବିବାର ରାତିର। ରାତି ପ୍ରାୟ ୮ଟା […]
ବିଶାଖାପାଟଣା: ଯେଉଁ ଝିଅ ମୁଣ୍ଡ ଲଗାଇ ତାଙ୍କୁ ପ୍ରଣାମ କରୁଥିଲା, ଯେଉଁ ଝିଅକୁ ଅନ୍ତରରୁ ଆଶୀର୍ବାଦ ଅଜାଡି ଦେଉଥିଲେ ସେଇ ଝିଅକୁ ସାଲ୍ୟୁଟ ମାରିଲେ ବାପା। ହେଲେ ବାପାଙ୍କ ମନରେ ନ ଥିଲା ଦୁଃଖ କି ଅନୁଶୋଚନା। ବରଂ ସେ ହସୁଥିଲେ। ଭାବୁଥିଲେ, ଏଇ ହାତରେ ଦିନେ ଝିଅର ହାତ ଧରି ଚାଲି ଶିଖାଇଥିଲି, ଏଇ ହାତରେ ମାଡ଼ ଦେଇ ଶାସନ କରିଥିଲି। ଆଜି ଏଇ ହାତରେ ସାଲ୍ୟୁଟ ମାରୁଛି..ଏହା ଭାଗ୍ୟ ନୁହେଁ ତ ଆଉ କ’ଣ। […]
ମୁମ୍ବଇ: ଡ. ନେହା ଶାହ ହେଲେ ୪ର୍ଥ କୋଟିପତି। ଏହି ଖବର ଯେତେବେଳେ ଘୋଷଣା କରାଗଲା ପ୍ରଥମେ ତ ନିଜ କାନକୁ ବିଶ୍ୱାସ କରିପାରି ନ ଥିଲେ। ହେଲେ ପରେ ଖୁସିରେ ପାଗଳ ହୋଇଯାଇଥିଲେ । ଡା.ନେହା ଶାହ ଟିଭି ଜଗତର ବହୁ ଚର୍ଚ୍ଚିତ ରିୟଲିଟି ଶୋ କୌନ ବନେଗା କରୋଡପତି ୧୨ ଶେଷ ସିଜନର ୪ର୍ଥ କୋଟିପତି ହୋଇଛନ୍ତି। ନେହା କୋଟିଏ ପ୍ରଶ୍ନର ଉତ୍ତର ଦେଇ ଏହି ସିଜନର ୪ର୍ଥ କୋଟିପତି ମହିଳା ହୋଇଛନ୍ତି। ଚାନେଲ […]
ଟାଙ୍ଗୀ: ପୋଲିସର ପାରିବା ପଣିଆ ଉପରେ ଲାଗିଛି ପ୍ରଶ୍ନବାଚୀ। ନ୍ୟାୟ ଆଶାରେ ଥାନାକୁ ଦୌଡ଼ି ଦୌଡ଼ି ହତାଶ ହେବା ପରେ ଶେଷରେ ନେଇଛନ୍ତି ଚରମ ନିଷ୍ପତ୍ତି। ଟାଙ୍ଗୀ ଥାନା ପରିସରରେ ଜଣେ କିରୋସିନ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଘଟଣା ମୁତାବକ, ସ୍ଥାନୀୟ କୋଟସହି ପଞ୍ଚାୟତ ବନ୍ଦାଳ ଗ୍ରାମର ଅନିଲ ମହାନ୍ତିଙ୍କ ସ୍ତ୍ରୀ ପ୍ରତିମା ବାଡ଼ିରେ କାଠ ହାଣୁଥିବା ସମୟରେ ତାଙ୍କର ଶ୍ୱଶୁର ବିଚିତ୍ର ଚନ୍ଦ୍ର, ବଡ ଶ୍ୱଶୁର ଭାରତ ଚନ୍ଦ୍ର, ଓ ଦେଢ଼ଶୁର ଅମରେନ୍ଦ୍ର […]
ଗାଜିଆବାଦ: ଆଉ କେତେଦିନ ଥଣ୍ଡାରେ ବସିବୁ ? ସରକାର ତ ଶୁଣୁ ନାହାନ୍ତି। ତେଣୁ ଜୀବନ ହାରିବା ପାଇଁ ନିଷ୍ପତି ନେଇଛି। ହୁଏତ ଏହା ପରେ ସରକାର ତରଳିବେ। ସମସ୍ୟାର ସମାଧାନ କରିବେ…ଏମିତି କୋହଭରା ଚିଠି ଲେଖି ଝୁଲ ପଡ଼ିଛନ୍ତି ଦିଲ୍ଲୀ ସୀମାରେ ଧାରଣାରେ ବସିଥିବା ଜଣେ ଚାଷୀ। କେନ୍ଦ୍ର କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ଚାଲିଛି। ଏତେ ଥଣ୍ଡାରେ ବି ଚାଷୀମାନେ ଏହି ଆଇନ ପ୍ରତ୍ୟାହାର କରିବା ପାଇଁ ଦାବିରେ […]
ବୁଲନ୍ଦସର: ୟୁପିର ବୁଲନ୍ଦସରରେ ନୂଆବର୍ଷ ପୂର୍ବଦିନ ଜଣେ ମହିଳା ପୋଲିସ ଅଫିସର ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମହିଳା ସବ୍ ଇନ୍ସପେକ୍ଟରଙ୍କ ପାଖରେ ଏକ ସୁଇସାଇଡ ନୋଟ ପୋଲିସ ଉଦ୍ଧାର କରିଛି। ଏହି ନୋଟରେ ମହିଳା ପୋଲିସ ଅଫିସର ନିଜ ମୃତ୍ୟୁ ପାଇଁ କାହାରିକୁ ଦାୟୀ କରିନାହାନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୁରା ଘଟଣାସ୍ଥଳର ଫଟୋଗ୍ରାଫି ନେଇଛି। ଫୋରେନ୍ସିକ ଟିମ ପହଞ୍ଚି ନମୂନା ଯାଞ୍ଚ କରୁଛି। ମିଳିଥିବା ସୂଚନା ଅନୁସାରେ, ଅନୁପସର ଥାନାର ମହିଳା ପୋଲିସ ସବ୍ […]
ନୂଆଦିଲ୍ଲୀ: ଦିଲ୍ଲୀରେ ୧୫ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ । ଦେଶର ରାଜଧାନୀରେ ଆଜି ତାପମାତ୍ରା ରହିଛି ୧ ଦଶମିକ ୧ ଡିଗ୍ରୀ ସେଲସିୟସ। ଯାହା ୧୫ ବର୍ଷରେ ସବୁଠାରୁ କମ୍ ବୋଲି କୁହାଯାଉଛି। ଗତ ବର୍ଷ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୨.୪ ଡିଗ୍ରୀ ସେଣ୍ଟିଗ୍ରେଡ ରେକର୍ଡ କରାଯାଇଥିଲା। ଏହା ଆଗରୁ ୨୦୦୬ ଜାନୁଆରୀ ୮ ତାରିଖରେ ଦିଲ୍ଲୀର ତାପମାତ୍ରା ସବୁଠୁ କମ୍ ଶୂନ ଦଶମିକ ୨ ଡିଗ୍ରୀି ସେଲ୍ସିୟସ ରେକର୍ଡ କରାଯାଇଥିଲା । ଉତ୍ତର ଭାରତରେ […]
ଭୁବନେଶ୍ୱର: ରାଜ୍ୟରେ ଗତକାଲି ତୁଳନାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଗତକାଲି ୩୧୫ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୨୪୫ କରୋନା ପଜିଟିଭ। ୨୪ ଜିଲ୍ଲାରୁ ଏହି କରୋନା ରୋଗୀମାନେ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୩୯ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୦୬ ଲୋକାଲ କେସ ଥିବା ଜଣାଯାଇଛି। ସେହିପରି ରାଜ୍ୟରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ […]
ନୂଆଦିଲ୍ଲୀ: ବିଦାୟ ନେଇଛି ଅଭିଶପ୍ତ ବର୍ଷ ୨୦୨୦। ଅନେକ ଆଶା, ସମ୍ଭାବନାକୁ ନେଇ ଆସିଛି ୨୦୨୧। ନିରାଡମ୍ବର ହେଲେ ବି ଆଗ୍ରହ ଓ ଉଚ୍ଛାହର ସହ ସମସ୍ତା ସ୍ୱାଗତ କରିଛନ୍ତି ୨୦୨୧କୁ । ହେଲେ ଆପଣ ଜାଣିଛନ୍ତି, ଏମିତି ଏକ ଦେଶ ଅଛି ଯାହା ୭ ବର୍ଷ ପଛରେ ଚାଲିଛି। ଅର୍ଥାତ୍ ଏହି ଦେଶରେ ଏବେ ବି ୨୦୧୪ ଚାଲିଛି। ଆଫ୍ରିକାର ଇଥିଓପିୟା କ୍ୟାଲେଣ୍ଡର ପୃଥିବୀର ଅନ୍ୟ କ୍ୟାଲଣ୍ଡରଠାରୁ ୭ ରୁ ୮ ବର୍ଷ ପଛରେ ଚାଲିଛି। […]