Advertisment

Cancer Survivors: କ୍ୟାନସର-କେମୋ-କଷ୍ଟ; ଜୀବନ ଯୁଦ୍ଧରେ ଲଢି ହେଲେ ସର୍ଭାଇଭର୍

ଏ କ୍ୟାନସର ସହ ସଂଘର୍ଷ ଯେ କେତେ କଠିନ ତାହା ସାମନା କରିଥିବା ଲୋକ ହିଁ କହିପାରିବ। । ବିଶ୍ଵ କର୍କଟ ଦିବସରେ ସେମିତି ଦୁଇ ଜଣ କ୍ୟାନସର ବିଜୟୀଙ୍କ କାହାଣୀ ଆପଣଙ୍କୁ ବି ପ୍ରେରଣା ଯୋଗାଇବ ନିଶ୍ଚୟ।

author-image
Sonali Ojha
ଅଦ୍ୟତନ ହୋଇଛି
Cancer Survivor

Cancer Survivor

ବିଶ୍ୱରେ କାୟା ବିସ୍ତାର କରିଛି କ୍ୟାନସର। ୨୦୨୨ ରିପୋର୍ଟ ଅନୁଯାୟୀ, ଦେଶରେ ପ୍ରାୟ ୧୫ ଲକ୍ଷ କ୍ୟାନସର ରୋଗୀ ଅଛନ୍ତି। ତେବେ ଚଳିତବର୍ଷ ଏହି ସଂଖ୍ୟା ୧୨ପ୍ରତିଶତ ବଢିବା ନେଇ ଆକଳନ କରାଯାଇଛି। ଏହି ଅସାଧ୍ୟ ରୋଗରେ ଜୀବନ ଦୁର୍ବିସହ ହୋଇପଡିଛି। କିଛି ଲୋକ ଜୀବନ ଯୁଦ୍ଧରେ ହାରି ଯାଉଥିବା ବେଳେ ଅନ୍ୟ କିଛି ସାହସର ସହ ସାମନା କରୁଛନ୍ତି। ହେଲେ ଏ କ୍ୟାନସର ସହ ସଂଘର୍ଷ ଯେ କେତେ କଠିନ ତାହା ସାମନା କରିଥିବା ଲୋକ ହିଁ କହିପାରିବ। । ବିଶ୍ଵ କର୍କଟ ଦିବସରେ ସେମିତି ଦୁଇ ଜଣ କ୍ୟାନସର ବିଜୟୀଙ୍କ କାହାଣୀ ଆପଣଙ୍କୁ ବି ପ୍ରେରଣା ଯୋଗାଇବ ନିଶ୍ଚୟ।

Advertisment

କ୍ୟାନସର ସହ ଲଢି ଜିତିଛନ୍ତି ବାଲେଶ୍ୱର ମୋତିଗଞ୍ଜ ଅଞ୍ଚଳର ଅବଦୁଲ ସାମ୍ ସୁଲ୍ ଖାନ୍। ପିଲେ ତାଙ୍କୁ ରାଜୁ ଅଙ୍କଲ ନାଁରେ ଜାଣନ୍ତି। ୧୦ ବର୍ଷ ତଳେ ପାନ ମସଲା ଓ ଗୁଟଖା ଖାଇ ମୁଁହ ଭିତରେ ଘା ହୋଇଥିଲା। ଆଉ ଡାକ୍ତର ଦେଖାଇବା ପରେ ତାଙ୍କୁ ମୁଖ ଗହ୍ଵର କ୍ୟାନସର ହୋଇଥିବା ଜଣାପଡିଥିଲା। ଏହା ଶୁଣି ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ହେଲେ ସେ ହାର୍ ମାନି ନଥିଲେ । ଚିକିତ୍ସା କରାଇବା ସହ ଦୃଢ ଆତ୍ମବିଶ୍ବାସ ଓ ଧୈର୍ଯ୍ୟ ତାଙ୍କୁ ଦେଇଥିଲା ନୂଆ ଜୀବନ। ଅସାଧ୍ୟ ରୋଗ ସହ ଲଢେଇ କରି ସେ ଶେଷରେ ବିଜୟୀ ହୋଇଥିଲେ । ଏହା ତାଙ୍କର ଦ୍ୱିତୀୟ ଜନ୍ମ ବୋଲି କହିବା ସହ ଏବେ କ୍ୟାନସର ଦୂରୀକରଣ ପାଇଁ ଅଣ୍ଟା ଭିଡିଛନ୍ତି। ବୁଲି ବୁଲି ଲୋକଙ୍କୁ ନିଶା ଦ୍ରବ୍ୟଠୁ ଦୂରରେ ରହିବା ନେଇ ସଚେତନ କରୁଛନ୍ତି। ଏ ଦିଗରେ ନିରନ୍ତର ପ୍ରୟାସ ଜାରି ରହିଛି।

ସେହିଭଳି ଆଉଜଣେ ସର୍ଭାଇଭର୍ ହେଲେ ଫକୀର ମୋହନ ଗୋଲେଇ ଅଞ୍ଚଳର ଜୟନ୍ତୀ ପତି। ଲଙ୍ଗସ୍ ଓ ଲିଭର୍ କ୍ୟାନସର ସହ ଦୀର୍ଘ ୬ ବର୍ଷ ଧରି ଲଢେଇ କରିଚାଲିଛନ୍ତି। ଜୀବନରେ କେତେ କେମୋ ନେଇ ସାରିଲେଣି ତାର କିଛି ହିସାବ ନାହିଁ। ତଥାପି ସେ ହାରି ନାହାନ୍ତି। କ୍ୟାନସର ସହିତ ଲଢେଇ କରି ଜୀବନ ଯୁଦ୍ଧରେ ଆଗକୁ ଆଗକୁ ବଢ଼ିଚାଲିଛନ୍ତି। ରୋଗକୁ ଡରି ଘରେ ବସି ନାହାନ୍ତି। ତାଙ୍କ ମନରେ ଏତେ ଆତ୍ମ ବିଶ୍ୱାସ ଯେ, ସେ ଘରେ ରହି କ୍ଲାଉଡ୍ କିଚେନ୍ ଚଳାଉଛନ୍ତି। ବିଭିନ୍ନ ଖାଇବା ଆଇଟମ୍ କରି ଅର୍ଡର ମୁତାବକ ଗ୍ରାହକଙ୍କୁ ଦେଉଛନ୍ତି। ଆଉ ସେ ରୋଷେଇ ବାସ ଭିଡିଓକୁ ଅପଲୋଡ୍ କରିବା ପାଇଁ ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ ବି କରିଛନ୍ତି। ଜୟନ୍ତୀଙ୍କ ଏ କାହାଣୀ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି।

Advertisment

ଅଧିକ ପଢ଼ନ୍ତୁ: କିପରି ଜାଣିବେ ସ୍ତନ କର୍କଟର ପ୍ରାରମ୍ଭିକ ଲକ୍ଷଣ; କେଉଁମାନଙ୍କ ପାଇଁ ହୁଏ ସାଙ୍ଘାତିକ…

Cancer Patients World Cancer Day Cancer Survivor
Advertisment
Advertisment