• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

doctor
ଡାକ୍ତରଙ୍କ ପାଇଁ କାଳ କରୋନା; ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ମୁକାବିଲାରେ ନିୟୋଜିତ ୯୦ରୁ ଅଧିକ ଡାକ୍ତରଙ୍କ ଜୀବନ ଗଲାଣି । ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଏହି ତଥ୍ୟ ପ୍ରକାଶିତ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ,  ଭାରତରେ କୋଭିଡ-୧୯ ଡ୍ୟୁଟି କରୁଥିବା ୯୩ ଜଣ ଡାକ୍ତରଙ୍କର ଇତି ମଧ୍ୟରେ ମୃତ୍ୟୁ ହୋଇସାରିଛି।  ୧ ହଜାର ୨୭୯ ଜଣ ଡାକ୍ତର ସଂକ୍ରମିତ ହୋଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ IMA ମୁଖ୍ୟ ଡାକ୍ତର ରାଜନ […]

  • Tuesday, 13 July 2021
rajnatha
ଲଦାଖରେ ଭାରତୀୟ ସେନାଙ୍କ ମନୋବଳ ବଢାଇଲେ ପ୍ରତିରକ୍ଷା ମନ୍ତ୍ରୀ

ଜମ୍ମୁକାଶ୍ମୀର: ଆଜିଠୁ ଦୁଇ ଦିନିଆ ଲଦାଖ ଗସ୍ତରେ ଯାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।  ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ୍ ଓ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍ଏମ୍ ନରଓ୍ୱାଣେ ମଧ୍ୟ ତାଙ୍କ ସହ ଏହି ଗସ୍ତରେ ସାମିଲ ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲେହର ଷ୍ଟୁକୋ ପହଞ୍ଚି ଯାଇଛନ୍ତି | ପାରା କମାଣ୍ଡୋମାନେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମ୍ମାନ ପ୍ରଦର୍ଶନ କରିବା ପରେ ପାଙ୍ଗୋଙ୍ଗ ହ୍ରଦ ନିକଟରେ ପାରା କମାଣ୍ଡୋମାନେ  ଯୁଦ୍ଧ ଅଭ୍ୟାସ […]

  • Tuesday, 13 July 2021
air
ଭାରତରୁ ଏଇ ଦୁଇ ଦେଶକୁ ଆଜିଠୁ ଉଡ଼ିବ ବିମାନ

ନୂଆଦିଲ୍ଲୀ: ପ୍ରାୟ ୯୦ ଦିନ ପରେ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଫ୍ରାନ୍ସ ଏବଂ ଆମେରିକା ସହିତ ଏକ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି | ଏହି ଅନୁଯାୟୀ, ବର୍ତ୍ତମାନ ଏହି ଦେଶଗୁଡିକ ଶୁକ୍ରବାର ଅର୍ଥାତ୍‌ ଆଜିଠାରୁ ଆନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରି ପାରିବେ।  ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ (ଭାରତର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଙ୍ଗ ପୁରୀ) ଏହି ସୂଚନା […]

  • Tuesday, 13 July 2021
aaaaa
କୁଲଗାମରେ ଏନକାଉଣ୍ଟର: ୨ ଆତଙ୍କୀ ନିପାତ

ଶ୍ରୀନଗର: ଜାମ୍ମୁ କାଶ୍ମୀରର କୁଲଗାମରେ ଭାରତୀୟ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ  ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କୀ ଆକ୍ରମଣରେ ୩ ଭାରତୀୟ ସେନା ଆହତ ହୋଇଛନ୍ତି। ଭାରତୀୟ ସୁରକ୍ଷା ବାହିନୀ ତଥାପି କିଛି ଆତଙ୍କବାଦୀଙ୍କୁ ଘେରି ରହିଛନ୍ତି। ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଜାରି ରହିଛି । ଆତଙ୍କବାଦୀଙ୍କ ସହ ହୋଇଥିବା ମୁକାବିଲାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକଙ୍କୁ ଘର ଭିତରେ ରହିବାକୁ ନିବେଦନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କୁଲଗାମ […]

  • Tuesday, 13 July 2021
bridge
ଭାସିଗଲା ୨୬୪ କୋଟି ଟଙ୍କାର ବ୍ରିଜ୍

ଛପରା: ବିହାରରେ ବର୍ଷା ବିତ୍ପାତ ନିଦ ହଜାଇ ଦେଇଛି। ହେଲେ ବନ୍ୟାକୁ ନେଇ ବିହାର ଯେତିକି ଚର୍ଚ୍ଚାକୁ ଆସିନି ତାଠାରୁ ବେଶୀ ଚର୍ଚ୍ଚାକୁ ଆସିଛି ଏହି ପୋଲ ପାଇଁ। ପ୍ରଳୟଙ୍କରୀ ବନ୍ୟାରେ ପୋଲଟିଏ ଭାସି ଯାଇଛି। ତେବେ ଚର୍ଚ୍ଚା ଏଥିପାଇଁ ଯେ, ୨୯ ଦିନର ଏହି ପୋଲଟି ପାଇଁ ଖର୍ଚ୍ଚ ହୋଇଥିଲା ୨୬୪ କୋଟି ଟଙ୍କା।  ୨୬୪ କୋଟି ଟଙ୍କା ବ୍ୟୟ ଅଟକଳରେ ତିଆରି ହୋଇଥିବା ଏହି ସତ୍ତରାଘାଟ ମହାସେତୁ ପ୍ରଳୟଙ୍କରୀ ବନ୍ୟାସ୍ରୋତରେ ଭାସି ଯାଇଛି। ଫଳରେ […]

  • Tuesday, 13 July 2021
cbse-1
ହ୍ୱିଲ ଚେୟାରରୁ ଉଠି ପାରନ୍ତିନି, ହେଲେ CBSE ଦଶମ ପରୀକ୍ଷାରେ ରଖିଲେ ୯୭.୮% ନମ୍ବର

ନୂଆଦିଲ୍ଲୀ: ସବୁବେଳେ ବସିଥାଏ ଝିଅଟି । ଦେଖୁଥାଏ ସାଙ୍ଗ ପିଲମାନେ ଖେଳୁଛନ୍ତି। ଦୌଡାଦୌଡି ହେଉଛନ୍ତି। ତା’ର ବି ଇଚ୍ଛାହୁଏ ଦୌଡି ଯିବା ପାଇଁ। ସାଙ୍ଗମାନଙ୍କ ସହ ମନ ଖୋଲି ଖେଳପଡ଼ିଆରେ ଗଡ଼ିଯିବା ପାଇଁ। ହେଲେ ପାରେନା। ବସିଥିବା ସ୍ଥାନରୁ ଉଠିପାରନ୍ତିନି। ଯୁଆଡେ ବି ଯାଏ ହ୍ୱିଲ ଚେୟାରର ଚକାକୁ ଗଡେଇ ଯିବାକୁ ପଡ଼ିଥାଏ। ହେଲେ ମାଟିକୁ ଛୁଇଁ ପାରିବାର କ୍ଷମତା ସିନା ହରାଇଛି,  କିନ୍ତୁ ସ୍ୱପ୍ନ ତାର ଆକାଶ ଛୁଇଁବା ପାଇଁ । ସେଇ ସ୍ୱପ୍ନ ତାର […]

  • Tuesday, 13 July 2021
10
ମାତ୍ର କେଇ ବର୍ଷ ମଧ୍ୟରେ ଖବରକାଗଜ ପେଷ୍ଟରରୁ ବନିଗଲେ ମାଲିକ....ଏମିତି ଥିଲା କଳା କାରନାମାର କାହାଣୀ

ଭୋପାଳ: ମଧ୍ୟପ୍ରଦେଶର ପ୍ୟାରେ ମିଆଁ ନାମକ ଜଣେ କୋଟିପତିଙ୍କ କଳା କାରନାମାର କାହାଣୀ ସାମ୍ନାକୁ ଆସିଛି। ଦିନ ଥିଲା ଏହି ମିଆଁ ଜଣକ ଖବରକାଗଜରେ ପେଷ୍ଟର ପରି ଏକ ମାମୁଲି ଚାକିରି କରିଥିଲେ। ହେଲେ ଏବେ  ଖବରକାଗଜର ମାଲିକ । କିଛି ବର୍ଷ ମଧ୍ୟରେ ସେ କଳା ଟଙ୍କା ରୋଜଗାର କରି କୋଟି କୋଟି ମୂଲ୍ୟର ସମ୍ପତ୍ତି କରି ପାରିଛନ୍ତି। ତେବେ ଏବେ ପ୍ରଶ୍ନ ଉଠୁଛି, ଏତେ କମ୍‌ ସମୟ ମଧ୍ୟରେ ଏତେ ଟଙ୍କାର ମାଲିକ କେମିତି […]

  • Tuesday, 13 July 2021
2
ଦଳିତ ଚାଷୀ ପରିବାରକୁ ନିର୍ଦ୍ଦୟ ଭାବେ ପିଟିଲା ପୋଲିସ, ସହି ନ ପାରି ବିଷ ପିଇଦେଲେ ଦମ୍ପତି

ଭୋପାଳ: ମଧ୍ୟ ପ୍ରଦେଶର ଗୁନା ଅଞ୍ଚଳରେ ପୋଲିସର ଏକ ବର୍ବର କାଣ୍ଡକୁ ନେଇ ସାରା ଦେଶରେ ଚର୍ଚ୍ଚା। ପୋଲିସର ଏଇ ବର୍ବରତାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବେ ଏହାକୁ ନେଇ ମଧ୍ୟପ୍ରଦେଶରେ ରାଜନୀତି ଆରମ୍ଭ ହୋଇଗଲାଣି। ଏହି ମାମଲାକୁ ନେଇ ବିରୋଧୀ ସରକାରକୁ ଘେରିବାକୁ ଆରମ୍ଭ କଲେଣି। ଅନ୍ୟପକ୍ଷରେ ଗୁନା ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ବଦଳି ଦାବି ମଧ୍ୟ ଜୋର ଧରିଛି। ଏଥିସହିତ ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି। […]

  • Tuesday, 13 July 2021
Bengal-Tiger
ଛେଳି ଗୁହାଳରେ ସାରା ରାତି ରହିଲା ମହାବଳ, ସକାଳୁ ମାଲିକାଣି କବାଟ ଖୋଲି ଦେଖିଲେ....

ଆସାମ: ଆସାମ ବନ୍ୟ ପରିସ୍ଥିତି ସଙ୍ଗୀନ ହୋଇଛି। କାଜିରଙ୍ଗା ଜାତୀୟ ଉଦ୍ୟାନର ୮୦ ପ୍ରତିଶତ ବନ୍ୟାଜଳ ଘେରରେ ବୁଡ଼ି ରହିଛି। ନାଶନାଲ ପାର୍କର ଡାଇରେକ୍ଟର ପି.ଶିବକୁମାରଙ୍କ କହିବା ଅନୁଯାୟୀ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ପାର୍କର ୬୬ ଜୀବଙ୍କର ମୃତ୍ୟୁ ଘଟିଲାଣି। ୧୭୦ ଜନ୍ତୁଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଆସାମରେ ଏବେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ଅନେକ ଧନ ଜୀବନ ନଷ୍ଟ ହେଲାଣି ଏହି ବନ୍ୟାରେ। ବର୍ତ୍ତମାନ ସୁଦ୍ଧା ଆସାମ ବନ୍ୟାରେ ପ୍ରାୟ ୮୫ ଲୋକଙ୍କ […]

  • Tuesday, 13 July 2021
099900
ଶାରୀରିକ ଅକ୍ଷମତା ସତ୍ତ୍ୱେ CBSE ଦ୍ୱାଦଶ ପରୀକ୍ଷାରେ ଟପ୍ପର ତାଲିକାରେ ଅଟୋ ଚାଳକଙ୍କ ପୁଅ

ନୂଆଦିଲ୍ଲୀ: ବାହାରି ସାରିଛି  CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଏଥରେ ଜଣେ ଅଟୋ ଡ୍ରାଇଭରଙ୍କ ପୁଅ ସଫଳତାକୁ ନେଇ ଚାରିଆଡେ ଚର୍ଚ୍ଚା। ଖାଲି ଅର୍ଥନୈତିକ ସମସ୍ୟା ନୁହେଁ, ସେ ଶାରୀରିକ ସମସ୍ୟା ସହ ପ୍ରତି ମୁହୂର୍ତ୍ତରେ ଲଢୁଥିଲେ। ତଥାପି ଲକ୍ଷ୍ୟଠୁ ଦୂରେଇ ଯାଇ ନଥିଲେ। ତାଙ୍କର ସେହି ନିଷ୍ଠା ଓ ଉଦ୍ୟମ ଯୋଗୁ ଆଜି ପାଇ ପାରିଛନ୍ତି ଏପରି ସଫଳତା। କେରଳର ଏହି ମେଧାବୀ ଛାତ୍ରଙ୍କ ନାଁ ଅଜୟ ଆର ରାଜ୍‌। ଅଜୟଙ୍କ ଦୃଷ୍ଟି ଶକ୍ତି […]

  • Tuesday, 13 July 2021
1221
ପାଇଲଟ୍‌ ଓ ତାଙ୍କ ସମର୍ଥକ ବିଧାୟକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କଲା କଂଗ୍ରେସ

ଜୟପୁରୱ : ରାଜସ୍ଥାନର ବିଧାୟକ ସଚିନ ପାଇଲଟ ଓ ତାଙ୍କର ୧୮ ସମର୍ଥକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କଂଗ୍ରେସ। ସେମାନଙ୍କର ବିଧାୟକ ପଦ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସେମାନଙ୍କର ବିଧାୟକ ପଦ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସମସ୍ତଙ୍କୁ ନୋଟିସ୍ ଜାରି କରିଛନ୍ତି ବାଚସ୍ପତି ସିପି ଯୋଶୀ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଡାକିଥିବା ବିଧାୟକ ଦଳ ବୈଠକରେ ଏମାନେ ଯୋଗ ଦେଇନଥିବାରୁ ଏହି ନୋଟିସ୍ ଜାରି […]

  • Tuesday, 13 July 2021
ssssssss
ସଚିନ ଦଳକୁ ଫେରିବା ନେଇ ଏମିତି ସର୍ତ୍ତ ରଖିଲା କଂଗ୍ରେସ

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସ ବିବାଦ ଘଟଣା ପୁଣି ଏବେ ରୋଚକ ମୋଡ ନେଇଛି। ଗତକାଲି ଦଳୀୟ ବୈଠକରେ ସଚିନ ପାଇଲଟ ଓ ଅନ୍ୟ କେତେକ ନେତାଙ୍କୁ ବିଦା କରିବା ପରେ କଡା ମନ୍ତବ୍ୟ ଦେଇଥିବା କଂଗ୍ରେସ ଆଜି ନରମ ଭାବ ପୋଷଣ କରିଛି। ସଚିନ୍‌ଙ୍କୁ ଦଳକୁ ଫେରାଇ ଆଣିବ ବୋଲି କହିଛି। କିନ୍ତୁ ରଖିଛି କିଛି ସର୍ତ୍ତ। କଂଗ୍ରେସ ମହାସଚିବ ତଥା ରାଜସ୍ଥାନ ପ୍ରଭାରୀ ଅବିନାଶ ପାଣ୍ଡେ ବୁଧବାର କହିଛନ୍ତି, ଯଦି ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ […]

  • Tuesday, 13 July 2021
454545
ଗଲୱାନ ଘଟଣାରେ ମୃତ ନିଜ ଯବାନଙ୍କୁ ସମ୍ମାନ ବଦଳରେ ଚୀନ ଦେଲା ଏମିତି ଧମକ

ୱାଶିଂଟନ/ବେଜିଂ:ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ସେନା ହିଂସାତ୍ମକ ଘଟଣାରେ ଦୁଇ ଦେଶର ଅନେକ ସେନା ମୃତ୍ୟୁ ମୁଖରେ ପଡ଼ିଥିଲେ। ଭାରତରେ ସହିଦ ହୋଇଥିବା ଯବାନଙ୍କ ପରିଚୟ ପ୍ରକାଶ କରାଯିବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସେମାନଙ୍କର ଶେଷକୃତ୍ୟ କରାଯାଇଥିଲା। ହେଲେ ଚୀନ ତାଣ ମୃତ ସୈନିକଙ୍କ ପରିଚୟ ପ୍ରକାଶ କରିବାକୁ ବି ମନା କରି ଦେଇଥିଲା। ଆହୁରି ଗୁରୁତ୍ୱପୂର୍ଣ୍ଣ ଖବର ହେଲା ଚୀନ ସରକାର ମୃତ ସୈନିକଙ୍କ ପରିବାର ଲୋକଙ୍କ ଉପରେ ବି ଚାପ ପକାଉଛନ୍ତି। […]

  • Tuesday, 13 July 2021
representational image
ଆଶ୍ଚର୍ଯ୍ୟ ! ଗର୍ଭ ନିୟନ୍ତ୍ରଣ ଡିଭାଇସ୍‌ ଧରି ଜନ୍ମ ନେଲା ଶିଶୁ

ତାଇପେଇ(Taiwan): ବେଳେବେଳେ ଏମିତି କିଛି ଘଟଣା ଜୀବନରେ ଘଟେ ଯାହାର ଉତ୍ତର ମିଳେନି।  ଦେଖିଲେ ଏତିକି ଅନୁଭବ ହୁଏ-ପ୍ରକୃତରେ ଏ ଦୁନିଆ କେଡେ ବିଚିତ୍ର । ଏମିତି ଏକ ବିଚିତ୍ର ଘଟଣା ପ୍ରସଙ୍ଗରେ କହିବାକୁ ଯାଉଛୁ। ତାଇବାନରେ ଘଟିଛି ଏଇ ବିଚିତ୍ର ଘଟଣା। ଏକ ଶିଶୁ ସନ୍ତାନ ଏଠି ଜନ୍ମ ନେଇଛି ଯାହାର ହାତରେ ରହିଛି ଆଣ୍ଟି ପ୍ରେଗ୍ନେନ୍ସି କଣ୍ଟ୍ରାସେପ୍ଟିଭ (IUD)।  ଗର୍ଭ ନିୟନ୍ତ୍ରଣ ପାଇଁ ମା’ ଏହାକୁ ବ୍ୟବହାର କରିଥିଲେ। ଏହି ଶିଶୁର ଫଟୋ ଏବେ […]

  • Tuesday, 13 July 2021
01
ବିଜେପିରେ ମିଶିବେ କି ନାହିଁ ସ୍ପଷ୍ଟ କଲେ ସଚିନ ପାଇଲଟ

ଜୟପୁର: ରାଜସ୍ଥାନ କଂଗ୍ରେସ କ୍ରାଇସିଜ୍ ଉପରେ ଏବେ ସମସ୍ତଙ୍କର ନଜର।  ଗତକାଲି ଗେହଲଟ ସରକାର ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା କରିଛନ୍ତି। ଦଳରୁ ବାହାରିବା ପରେ ସଚିନ୍‌ଙ୍କ ପରବର୍ତ୍ତୀ ପଦକ୍ଷେପ  କ’ଣ ହେବ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ସେ ବିଜେପିରେ ମିଶିବେ ନାହିଁ ବୋଲି ବାରମ୍ବାର କହି ଆସୁଛନ୍ତି। ଅନ୍ୟପକ୍ଷେ ରାଜସ୍ଥାନରେ କଂଗ୍ରେସର ସ୍ଥିତି ଦେଖିବା ପରେ ବସୁନ୍ଧରା ରାଜେ ଆଜି ଜୟପୁର ଆସିବାର କାର୍ଯ୍ୟକ୍ରମ ରହିଛି। ତେବେ ଆଜି ସଚିନ୍‌ ପାଇଲଟ୍‌  ବିଜେପିରେ […]

  • Tuesday, 13 July 2021