ଜମ୍ମୁ: ଦାମ୍ପତ୍ୟ କଳହ କେତେ ଭୟଙ୍କର ହୋଇପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜମ୍ମୁକାଶ୍ମୀରରେ। ଜଣେ ପୋଲିସ କର୍ମଚାରୀ ପତ୍ନୀଙ୍କ ସହ ଝଗଡ଼ା କରି ନିଜର ପତ୍ନୀଙ୍କ ସହ ଶାଶୂ ଓ ଶ୍ୱଶୁରଙ୍କୁ ହତ୍ୟା କରିଛନ୍ତି। ମଙ୍ଗଳବାର ରାତିରେ ଏଭଳି ଭୟଙ୍କର କାଣ୍ଡ ଘଟିଛି । ଇଣ୍ଡିଆନ ରିଜର୍ଭ ପୋଲିସ (IRP) କର୍ମଚାରୀ ରାଜେନ୍ଦ୍ର କୁମାର ହଠାତ୍ ତାଙ୍କ ଶାଶୂଙ୍କ ଘରରେ ପହଞ୍ଚିଲେ। ତାଙ୍କ ଘର ଭିତରକୁ ପଶି ପତ୍ନୀଙ୍କ ସହ ଝଗଡ଼ା କରିଥିଲେ। […]
ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ ଗାଡ଼ି ରଖିବା ଘଟଣାର ପର୍ଦ୍ଦାଫାଶ ହୋଇଛି। ସିସିଟିଭି କ୍ୟାମେରାରେ ଧରାପଡ଼ିଛି ଦୁର୍ବୃତ୍ତ। ଦୁର୍ବୃତ୍ତ ଜଣକ ପିପିଇ କିଟ୍ ପିନ୍ଧି ବିସ୍ଫୋରକ ଗାଡ଼ି ଅମ୍ବାନୀଙ୍କ ଘର ପାଖରେ ପାର୍କିଂ କରି ଯାଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ସୂଚନାଥାଉ କି, ବୋମା ନିଷ୍କ୍ରିୟ ଟିମ୍ ଏହା ମଧ୍ୟରୁ ୨୦ଟି ଜିଲୋଟିନ ଓ ଅନ୍ୟାନ୍ୟ ବିସ୍ଫୋରକ ଠାବ କରିଥିଲା। ଜିଲୋଟିନ୍ ଗୁଡ଼ିକର ଓଜନ ପ୍ରାୟ ୨.୫ କେଜି ହେବ। ଏବେ […]
ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ । ଇଞ୍ଜିନିୟରିଂରେ ବ୍ୟାଚେଲର ଓ ବିଟେକ୍ ଲାଗି ଗତ ଫେବ୍ରୁଆରୀ ୨୪ରୁ ୨୬ ତାରିଖ ମଧ୍ୟରେ ଅନୁଷ୍ଠିତ ଜେଇଇ ମେନ୍ ପରୀକ୍ଷାର ଫଳ ପ୍ରକାଶ କରିଛି ଏନଟିଏ। ଉଭୟ ଶ୍ରେଣୀର କେବଳ ପେପର ଓ୍ୱାନ ଲାଗି ସାରା ଦେଶରୁ ମୋଟ ୬ ଲକ୍ଷ ୫୨ ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ । ପରୀକ୍ଷାରେ ୬ ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶନ ନମ୍ବର ରଖିଛନ୍ତି। ଓଡ଼ିଶାର ଗୌତମ ଦାସ ସର୍ବାଧିକ […]
ଭୁବନେଶ୍ୱର: ରହସ୍ୟ ଘେରରେ ମୋଟିଭେସ୍ନାଲ୍ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ। କାହିଁକି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ତାକୁ ନେଇ ସସ୍ପେନ୍ସ ଲାଗି ରହି ଥିବାବେଳେ ରେଲ୍ୱେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ଆଦିତ୍ୟଙ୍କ ମୃତ୍ୟୁ ଘଟଣାକୁ ନେଇ ‘ଭଦ୍ରକ ସୋସିଆଲ୍ ସର୍ଭିସ୍’ ସ୍ୱେଚ୍ଛାସେବୀ ସଂଗଠନ ପୁଲିସ୍ ନିକଟରେ ଅଭିଯୋଗ କରିଛନ୍ତି। ଏହାସହ ଏହି ଘଟଣାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ଉଚ୍ଚ ସ୍ତରୀୟ ଓଡ଼ିଶା କ୍ରାଇମ୍ବ୍ରାଞ୍ଚ […]
କୋଲକାତା: ପଶ୍ଚିମବଙ୍ଗର କୋଲକାତାରେ ଗତକାଲି ସନ୍ଧ୍ୟାରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ୯ ଜଣଙ୍କର ମୃତ୍ୟୁ ଘଟିଛି। ଷ୍ଟ୍ରେଣ୍ଡ ରୋଡ୍ ସ୍ଥିତ ରେଳବାଇର ନ୍ୟୁ କୋଏଲାଘାଟ ବିଲ୍ଡିଂର ୧୩ ମହଲାରେ ନିଆଁ ଲାଗିବାରୁ ୯ଜଣଙ୍କ ଶୋଚନୀୟ ମୃୁତ୍ୟୁ ଘଟିଛି। ୯ ମୃତକଙ୍କ ମଧ୍ୟରେ ଅଛନ୍ତି ୪ ଜଣ ଅଗ୍ନିଶମ କର୍ମଚାରୀ, ୨ ଆରପିଏଫ ଓ ଜଣେ ଏଏସ୍ଆଇ। ସେହିପରି ୨ ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଗତକାଲି ସନ୍ଧ୍ୟା ସମୟରେ ରେଳବାଇର ହାଉସ ଅଫିସ ଭାବେ […]
ଓରିଗାନ:କରୋନା ଭାଇରସକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ଶୁଣିବାକୁ ମିଳୁଛି । ଏବେ ଆମେରିକାରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଆମେରିକାର ଅରିଗାନ୍ରେ ବ୍ରିଟେନ୍ ଭାଇରସ୍ର ଏକ ନୂଆ ରୂପ ଦେଖିବାକୁ ମିଳିଛି ଯାହା ଆହୁରି ବେଶି ଭୟଙ୍କର ବୋଲି ବିଶେଷଜ୍ଞମାନେ କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କରୋନାର ଏହି ରୂପ ଏକ ନୂଆ ମ୍ୟୁଟେଶନ ସହ ମିଳିଛି। ଏହି ନୂଆ ମ୍ୟୁଟେଶନରେ ଭାକ୍ସିନର ପ୍ରଭାବ କମ ରହିବାର ଆଶଙ୍କା ରହିଛି। ଏ […]
ଭୁବନେଶ୍ୱର: ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ୨୪ ଘଣ୍ଟା ଯାଏ ରାଜଧାନୀ ଭୁବନେଶ୍ୱର ଏବଂ କଟକ ସହରର ଆକାଶ ମେଘାଚ୍ଛନ୍ନ ରହିବ। ଟ୍ୱିନ୍ ସିଟିରେ ସ୍ୱଳ୍ପ ଧରଣର ବର୍ଷା ହେବ ବୋଲି ମଧ୍ୟ ଆଞ୍ଚଳିକ ପଣିପାଗ କେନ୍ଦ୍ର ଆକଳନ […]
ପ୍ୟାରିସ୍: ଫ୍ରାନ୍ସର କୋଟିପତିମାନଙ୍କ ମଧ୍ୟରୁ ଅନ୍ୟତମ ଅଲିଭର ଦସାଁ (Olivier Dassault)ଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ଖାଲି କୋଟିପତି ଭାବେ ପରିଚିତ ନୁହେଁ, ଚର୍ଚ୍ଚାରେ ଥିବା ରାଫେଲ ଫାଇଟର ଜେଟ ତିଆରି କରୁଥିବା କମ୍ପାନୀର ମାଲିକ ହେଉଛନ୍ତି ଅଲିଭର ଦସାଁ। ଦସାଁ ଫ୍ରାନ୍ସ ସଂସଦର ସଦସ୍ୟ ମଧ୍ୟ ଅଛନ୍ତି। ଅଲିଭର ଦସାଁ ଛୁଟି କଟାଇବାକୁ ବାହାରକୁ ଯାଇଥିଲେ। ଏହି ସମୟରେ ତାଙ୍କର ନିଜ ହେଲିକପ୍ଟର ନାର୍ମଡି ଦୁର୍ଘଟଣାଗ୍ରସ୍ତ ହୋଇ ଯାଇଥିଲା। ଦସାଁଙ୍କ ମୃତ୍ୟୁରେ ଫ୍ରାନ୍ସର […]
ପ୍ରୟାଗରାଜ: ଅର୍ଥ ପାଇଁ କେତେ ନିଷ୍ଠୁର ହୋଇପାରେ ମଣିଷ ତାହାର ଏକ ଜ୍ୱଳନ୍ତ ଉଦାହରଣ । ଏମାନଙ୍କ ହାତରେ ରହିଛି ସ୍ୱାସ୍ଥ୍ୟସେବା ଦାୟିତ୍ୱ। ହେଲେ ସ୍ୱାସ୍ଥ୍ୟସେବା ନାଁରେ ଏମାନେ ମଣିଷଙ୍କ ରକ୍ତ ଶୋଷୁଛନ୍ତି। ମାନବୀୟ ସମ୍ପର୍କ ଏମାନଙ୍କୁ ଭାବପ୍ରବଣ କରିପାରୁନି। କାହାର ବିକଳ କାନ୍ଦଣା ଏମାନଙ୍କ ନିଷ୍ଠୁର ହୃଦୟକୁ ତରଳାଇ ପାରୁନି। ଏମାନଙ୍କ ଆଖିରେ ଗୋଟିଏ ଜିନିଷ ନାଚୁଥାଏ, ତାହା ହେଉଛି ଟଙ୍କା। ସେଥିପାଇଁ ତ ଯନ୍ତ୍ରଣାରେ ଜର୍ଜରିତ କଅଁଳ ଶିଶୁର ବିକଳ କାନ୍ଦ ଏମାନଙ୍କ ହୃଦୟକୁ […]
କୋଲକାତା: ବଲିଉଡ ଅଭିନେତା ତଥା ଟିଏମ୍ସିର ପୂର୍ବତନ ରାଜ୍ୟସଭା ସାଂସଦ ମିଥୁନ୍ ଚକ୍ରବର୍ତ୍ତୀ ବିଜେପିରେ ମିଶିବେ କି ? ଏ ନେଇ ଚାଲିଛି କଳ୍ପନାଜଳ୍ପନା। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କୋଲକାତା ବ୍ରିଗେଡ ପରେଡ ଗ୍ରାଉଣ୍ଡ ମଞ୍ଚରେ ମିଥୁନ୍ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ କି ନାହିଁ ସେ ନେଇ ଯଦିଓ ମିଥୁନ୍ ଚକ୍ରବର୍ତ୍ତୀ ସ୍ପଷ୍ଟ କରି ନାହାନ୍ତି, ତେବେ ମୋଦିଙ୍କ ମଞ୍ଚରେ ତାଙ୍କର […]