ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ବିଧବା ମହିଳା ନିଜ ଅଂଶ ସମ୍ପତ୍ତି ବାପଘରକୁ ଦେଇପାରିବେ ବାପଘର ପକ୍ଷ ଲୋକଙ୍କୁ ଅପରିଚିତ କୁହାଯାଇ ପାରିବ ନାହିଁ ବାପଘର ପକ୍ଷର ଲୋକଙ୍କୁ ମହିଳାଙ୍କ ପରିବାରର ଏକ ଅଂଶ ବୋଲି କୁହାଯାଇ ପାରିବ ନୂଆଦିଲ୍ଲୀ: ମହିଳାଙ୍କ ସମ୍ପତ୍ତିକୁ ନେଇ ସୁପ୍ରମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଅଦାଲତ କହିଛନ୍ତି, ଜଣେ ବିଧବା ମହିଳା ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ସମ୍ପତ୍ତି ବାପଘର ପକ୍ଷକୁ ଦେଇ ପାରବେ। କୋର୍ଟଙ୍କ କହିବା ଅନୁଯାୟୀ, ହିନ୍ଦୁ ସକ୍ସେସନ ଆକ୍ଟ […]
ମୁମ୍ବାଇ: ମହାମାରୀ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏବେ ମାସ୍କ ଲଗାଇବା ଅତ୍ୟନ୍ତ ଜରୁରୀ। ଛୋଟରୁ ବଡ଼ ଯାଏ ସମସ୍ତେ ଏବେ ମାସ୍କ ପିନ୍ଧି ନିଜକୁ ସୁରକ୍ଷିତ ରଖିବା ପାଇଁ ଉଦ୍ୟମ କରୁଛନ୍ତି। କରୋନା ପାଇଁ ମାସ୍କର ଚାହିଦା ବୃଦ୍ଧି ପାଉଥିବାରୁ ବିଭିନ୍ନ ପ୍ରକାରର ମାସ୍କ ଏବେ ମାର୍କେଟ୍ରେ ଉପଲ୍ଲବ୍ଧ ହେଉଛି। ଏଭଳି ସମୟରେ ମହାରାଷ୍ଟ୍ର ପୁଣେ ଜିଲ୍ଲାର ପିଂମ୍ପରୀ-ଚିଞ୍ଚଓ୍ୱାଡା ନିବାସୀ ଶଙ୍କର କୁରାଡେ ନାମକ ଜଣେ ବ୍ୟକ୍ତି ସୁନାର ମାସ୍କ ପିନ୍ଧି ଏବେ ଚର୍ଚ୍ଚାରେ। […]
କୋଲ୍ଲମ: ସମୁଦ୍ର ଭିତରେ ରାହୁଲ ଗାନ୍ଧି ! ପୁଣି ମତ୍ସ୍ୟଜୀବୀଙ୍କ ଗହଣରେ ! ହଁ, କଂଗ୍ରେସ ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମୁଦ୍ର ଭିତରେ ପହଁରୁଥିବା ଦେଖିବାକୁ ମିଳିଛି । ପ୍ରକୃତ କଥା ହେଲା, ମତ୍ସ୍ୟଜୀବୀଙ୍କ ଜୀବନଶୈଳୀକୁ ଅତି ନିକଟରୁ ଦେଖିବା ପାଇଁ ରାହୁଲ ମତ୍ସ୍ୟଜୀବୀଙ୍କ ସହ ମିଶି ସମୁଦ୍ରକୁ ଯାଇଥିଲେ, ମାଛ ଧରିଥିଲେ ଏବଂ ତାଙ୍କ ସହ ମିଶି ଜଳକ୍ରୀଡା ମଧ୍ୟ କରିଥିଲେ। କେରଳ ଗସ୍ତରେ ଯାଇଥିବା ରାହୁଲ ଗାନ୍ଧି ପ୍ରଥମେ ନୌକାରେ କେରଳର କୋଲ୍ଲମ […]
ଭୁବନେଶ୍ୱର: ଦ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI) ରେ ଚାକିରି କରିବା ପାଇଁ ଆଶା ରଖିଥିବା ପ୍ରାର୍ଥୀଙ୍କ ଲାଗି ସୁବର୍ଣ୍ଣ ସୁଯୋଗ ! RBI ପକ୍ଷରୁ ଖାଲି ପଡ଼ିଥିବା ଏକାଧିକ ପଦବୀ ପାଇଁ ଆବେଦନପତ୍ର ଆହ୍ୱାନ କରାଯାଇଛି। ଆଗ୍ରହୀ ଯୋଗ୍ୟ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ। ଆରବିଆଇରେ ଆସିଷ୍ଟାଣ୍ଟ ମ୍ୟାନେଜର, ଲିଗାଲ ଅଫିସର, ମ୍ୟାନେଜର ଟେକ୍ନିକାଲ ସିଭିଲ, ଆସିଷ୍ଟାଣ୍ଟ ମ୍ୟାନେଜର ପ୍ରୋଟୋକଲ ଏବଂ ସିକ୍ୟୁରିଟି ଅଫିସ ପଦ ଖାଲି ପଡ଼ିଛି। ଏହି ପଦବୀ ପାଇଁ ଆବଶ୍ୟକ […]
ଗୌହାଟି: ଆସାମ ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜ୍ୟ ସରକାର ବୁଧବାର ଦେଶକୁ ପୁଣି ଅଶାନ୍ତ କ୍ଷେତ୍ର (disturbed area) ଘୋଷଣା କରିଛନ୍ତି। ରାଜ୍ୟପାଳ ଜଗଦୀଶ ମୁଖୀ Armed Forces Special Powers Act ବା (AFSPA) ଅନୁସାରେ ପୁରା ରାଜ୍ୟକୁ ୬ ମାସ ପାଇଁ ଅଶାନ୍ତ କ୍ଷେତ୍ର ବୋଲି ଘୋଷଣା କରିଛନ୍ତି। ଫେବ୍ରୁଆରୀ ୨୭ରୁ ଆଗାମୀ ୬ ମାସ ପାଇଁ ଏହି ଘୋଷଣା ବଳବତ୍ତର ରହିବ। ତେବେ ରାଜ୍ୟପାଳ ଚାହିଁଲେ ଏହି ଅବଧି ସରିବା ପୂର୍ବରୁ ଏହାକୁ […]
ନୂଆଦିଲ୍ଲୀ: ୟୁପିଏସ୍ସି ସିଭିଲ ସର୍ଭିସ ପ୍ରିଲିମ୍ସ ୨୦୨୧ ପାଇଁ ଶେଷ ସୁଯୋଗକୁ ଅପେକ୍ଷା କରିଥିବା ପରୀକ୍ଷାର୍ଥୀଙ୍କୁ ନିରାଶ କରିଛନ୍ତି ସୁପ୍ରିମକୋର୍ଟ। ୟୁପିଏସ୍ସି ସିଭିଲ ସର୍ଭିସ ପ୍ରିଲିମ୍ସ ପାଇଁ ବୟସସୀମା ଅତିକ୍ରମ କରି ସାରିଥିବା ପରୀକ୍ଷାର୍ଥୀଙ୍କୁ ଆଉ ଗୋଟିଏ ସୁଯୋଗ ଦେବାକୁ ମନା କରି ଦେଇଛନ୍ତି ସୁପ୍ରିମ୍ କୋର୍ଟ। ସର୍ବୋଚ୍ଚ ଅଦାଲତଙ୍କର ଏପରି ନିଷ୍ପତ୍ତି ୨୦୦୦ରୁ ଅଧିକ ଆଶାୟୀ ପରୀକ୍ଷାର୍ଥୀଙ୍କୁ ଏକ ବଡ ଝଟକା ଦେଇଛି। ୨୦୨୦ କରୋନା ବର୍ଷ ଏହି ପ୍ରାର୍ଥୀମାନଙ୍କ ପାଇଁ ଶେଷ ବର୍ଷ ଥିଲା। […]
ମଥୁରା: ମଙ୍ଗଳବାର ବିଳମ୍ବିତ ରାତିରେ ଯମୁନା ଏକ୍ସପ୍ରେସ ୱେରେ ଭୟଙ୍କର ଦୁର୍ଘଟଣା ଘଟିଯାଇଛି । ଡିଜେଲ ନେଇ ଯାଉଥିବା ଏକ ଟ୍ୟାଙ୍କର ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇଯାଇଛି। ଫଳରେ ଡିଭାଇଡର ଭାଙ୍ଗି ଯାଇ ଟ୍ୟାଙ୍କରଟି ଆଗ୍ରା ଆଡକୁ ଯାଉଥିବା ଏକ ଇନୋଭା ଉପରେ ଚଢି ଯାଇଛି। ଇନୋଭାରେ ଥିବା ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ଖବର ପାଇ ଡିଏମ ନବନୀତ ଚହଲ ଏବଂ ଏସ୍ଏସ୍ପି ଗୌରବ ଗ୍ରୋଭର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ […]
ନୂଆଦିଲ୍ଲୀ: ପାକିସ୍ତାନ ପ୍ରତି ପୁଣି ଉଦାର ମନୋଭାବର ପରିଚୟ ଦେଲା ଭାରତ। ଭାରତୀୟ ବାୟୁସୀମାରେ ପାକିସ୍ତାନ ବିମାନକୁ ଉଡ଼ାଣ ଲାଗି ଅନୁମତି ଦେଲେ କେନ୍ଦ୍ର ସରକାର । ଯାହାଫଳରେ ଆଜି ଭାରତୀୟ ବାୟୁସୀମା ଦେଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିମାନ ଉଡ଼ି ପାରିବ। ସୂଚନାଥାଉ କି, ଆଜି ଇମ୍ରାନ ଖାଁଙ୍କ ଶ୍ରୀଲଙ୍କା ଗସ୍ତ କାର୍ଯ୍ୟକ୍ରମ ଥିଲା। ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପ୍ରଥମ ଥର ଲାଗି ଶ୍ରୀଲଙ୍କା ଗସ୍ତରେ ଯାଉଛନ୍ତି। ତେଣୁ ଭାରତୀୟ ବାୟୁସୀମା ଦେଇ […]
ଭୁବନେଶ୍ୱର: ତୈଳଦର ୨ ଦିନ ସ୍ଥିର ରହିବା ପରେ ଆଜି ପୁଣି ବଢିଛି। ତୈଳ କମ୍ପାନୀ ମଙ୍ଗଳବାର ପେଟ୍ରୋଲ ଦର ଲିଟର ପିଛା ୩୫ ପଇସା ବୃଦ୍ଧି କରିଥିବାବେଳେ ଡିଜେଲ ୩୮ ପଇସା ବୃଦ୍ଧି କରିଛନ୍ତି। ଗୋଟିଏ ପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ବି ଡିଜେଲ, ପେଟ୍ରୋଲ ଉପରେ ଟିକସ ହ୍ରାସ କରୁ ନାହାନ୍ତି। ଦେଶର ସବୁ ସହରରେ ସହରରେ ପେଟ୍ରୋଲ ଦର ଲିଟର ପିଛା ୯୦ ଟଙ୍କା ଉପରେ […]