ନୂଆଦିଲ୍ଲୀ: ଆଫ୍ରିକାର ସାହାରା ମରୁଭୂମିରୁ ଏକ ଉଲ୍କାପିଣ୍ଡ ଠାବ କରାଯାଇଛି। ଗବେଷଙ୍କ କହିବା ଅନୁଯାୟୀ, ଏହି ଉଲକାପିଣ୍ଡ ପୃଥିବୀ ସୃଷ୍ଟି ହେବାର ପୂର୍ବରୁ ତିଆରି ହୋଇଛି। ଏହି ଉଲ୍କାପିଣ୍ଡରୁ ସୌରମଣ୍ଡଳରେ ଗ୍ରହ ନିର୍ମାଣର ପ୍ରକ୍ରିୟା ସମ୍ପର୍କରେ ଜଣାପଡ଼ିବାର ସମ୍ଭାବନା ରହିଛି। ଯେତେବେଳେ ଆମ ସୌରମଣ୍ଡଳରେ ପୃଥିବୀ ପରି ଗ୍ରହର ନିର୍ମାଣ ହେଉଥିଲା,ଉଲ୍କାପିଣ୍ଡସବୁ ସେହି ସମୟର ସୃଷ୍ଟି ବୋଲି ଗବେଷକମାନେ କହନ୍ତି। ହେଲେ ଆଫ୍ରିକାର ସାହାରା ମରୁଭୂମିରୁ ଉଲ୍କାପିଣ୍ଡର ଯେଉଁ ଟୁକୁଡା ମିଳିଛି ତାହା ପୃଥିବୀଠାରୁ ପୁରାତନ ବୋଲି […]
ନୂଆଦିଲ୍ଲୀ: ଶିଳ୍ପପତି ମୁକେଶ ଅମ୍ବାନୀ ଘର ବାହାରେ ମିଳିଥିବା ବିସ୍ଫୋଟକ ଭର୍ତ୍ତି କାର ମିଳିବା ଏବଂ ଜୈଶ ଉଲ ହିନ୍ଦର ଧମକ ଘଟଣାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଗୁରୁବାର ତିହାର ଜେଲରେ ଚଢାଉ କରିଥିଲା। ମିଳିଥିବା ସୂତ୍ର ଅନୁଯାୟୀ, ଚଢାଉ ପରେ ପୋଲିସ ହାତରେ ଅନେକ ତଥ୍ୟ ଲାଗିଛି। ଇଣ୍ଡିଆନ ମୁଜାହିଦିନର ଜଣେ ଆତଙ୍କୀ ପାଖରୁ ଏକ ମୋବାଲଇ ଫୋନ ସିଜ କରାଯାଇଥିଲା। ଏହା ପରେ ଜେଲର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ହାଇ ସିକ୍ୟୁରିଟି […]
କୋଲକାତା: ଆକ୍ରମଣ ଯୋଗୁଁ ଅସୁସ୍ଥ ଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ନିର୍ବାଚନ ପ୍ରଚାର ବାତିଲ କରିଛନ୍ତି। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ରାଲି ଓ ନିର୍ବାଚନୀ କାର୍ଯ୍ୟକ୍ରମକୁ ମମତା ବାତିଲ କରିଛନ୍ତି । ଗତକାଲି ପୂର୍ବ ମେଦିନିପୁର ଜିଲ୍ଲାର ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀ ଅଧିନ ବିରୁଲିଆ ବଜାରରେ ମମତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା ଏଥିରେ ତାଙ୍କ ପାଦରେ ଆଘାତ ଲାଗିଥିବାରୁ ସେ SSKM ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଡାକ୍ତର […]
ୱାଶିଂଟନ: ଟିଭିରେ ଚାଲିଥିଲା ଲାଇଭ ସୋ। ଏକ ଆଲୋଚନା ପାଇଁ ମଞ୍ଚ ଉପରେ ବସିଥାନ୍ତି ଅତିଥି। ଆଙ୍କର ଆଙ୍କରିଂ କରୁଛନ୍ତି। ହଠାତ୍ ଷ୍ଟୁଡିଓର ସେଟ ତାଙ୍କ ଉପରେ ପଡିଗଲା। ଆଙ୍କର ଜଣକ ମୁହଁ ମାଡି ତଳେ ପଡି ଯାଇଥିଲେ। ଏମିତି ଏକ ଘଟଣା ଘଟିଛି କଲମ୍ବିଆରେ। ଏହାର ଭିଡିଓ ସୋଶିଆଲ ମିଡିଆରେ ସେୟାର ହେବା ପରେ ଖୁବ୍ ଭାଇରାଲ ହୋଇଛି। ଆଙ୍କରଙ୍କ ନାଁ କାର୍ଲୋସ ଅର୍ଡୁଜ। କଲମ୍ବିଆ ESPNରେ ଏକ ବିତର୍କ ଚାଲିଥିବାବେଳେ ପ୍ୟାନେଲରେ ବସିଥିଲେ ସେ। […]
କାଠମାଣ୍ଡୁ: ମହିଳାମାନେ ପୁରୁଷଙ୍କଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି । ସବୁ କ୍ଷେତ୍ରରେ ପୁରୁଷଙ୍କ ସହ ମହିଳା ସମକକ୍ଷ ହୋଇପାରିବେ । ଆଉ ଏହି କଥାକୁ ପ୍ରମାଣିତ କରିବା ପାଇଁ ଏଠି ମହିଳା ସ୍ୱାମୀଙ୍କୁ କାନ୍ଧରେ ପକାଇ ଦୌଡୁଛନ୍ତି। ଏହି ଦୃଶ୍ୟ ବେଶ ଭାଇରାଲ ହୋଇଛି ସେମାନେ ଦୌଡୁଛନ୍ତି, ହେଲେ ଝୁଣ୍ଟି ପଡ଼ୁ ନାହାନ୍ତି କିମ୍ବା ନିଜ ଉପରୁ ନିୟନ୍ତ୍ରଣ ହରାଉନାହାନ୍ତି। ଘଟଣା ଘଟିଛି ନେପାଳରେ। ଲିଙ୍ଗଗତ ବୈଷମ୍ୟ ଦୂର କରିବା ଉଦ୍ଦେଶ୍ୟରେ ନେପାଳ ତାନାହନ୍ ଅଞ୍ଚଳରେ […]
ଭୋପାଳ: ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଗିରଫ ହୋଇଥିବା ସୂଚନା ମିଳିଛି। ମଧ୍ୟପ୍ରଦେଶ ଉଜୈନରୁ ବିକାଶ ଦୁବେ ଗିରଫ ହୋଇଥିବା ଜଣାପଡ଼ିଛି। ବିକାଶ ଦୁବେ ଉଜୈନର ମହାକାଳ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା। ୟୁପି ମୁଖ୍ୟ ସଚିବ ଅବିନାଶ ଅବସ୍ଥିଙ୍କ କହିବା ଅନୁଯାୟୀ, ମହାକାଳ ମନ୍ଦିର ଥାନାରେ ଆତ୍ମସମର୍ପଣ କରିଛି ବିକା। ତାଙ୍କୁ ସେଠାରୁ ଏକ ଅଜଣା ସ୍ଥାନକୁ ନିଆ ଯାଇଛି। ଆସନ୍ତାକାଲି ସୁଦ୍ଧା ବିକାଶକୁ ଏସ୍ଟିଏଫ୍ ରିମାଣ୍ଡରେ ନେବ […]
କୋଲକାତା: ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଇଥିବାବେଳେ ଆହତ ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚିକିତ୍ସା କୋଲକାତା SSKM ହସ୍ପିଟାଲରେ ଚାଲିଛି। ଏକ ଡାକ୍ତରୀ ଟିମ୍ ମମତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଛନ୍ତି। ମମତାଙ୍କ ଗୋଡ଼ ଓ ବେକରେ ଆଘାତ ଲାଗିଛି। ପଶ୍ଚିମବଙ୍ଗ ରାଜ୍ୟପାଳ ଗତକାଲି ହସ୍ପିଟାଲ୍କୁ ଯାଇ ତାଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଅନ୍ୟପଟେ ମମତାଙ୍କ ଆହତ ହେବା ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ମମତାଙ୍କ ଆହତ ହେବା ଘଟଣାକୁ ନାଟକବାଜୀ […]
ହରିଦ୍ୱାର: ଆରମ୍ଭ ହୋଇଛି ପ୍ରସିଦ୍ଧ ହରିଦ୍ୱାର କୁମ୍ଭ ମେଳା। ଦୀର୍ଘ ୧୧ ବର୍ଷ ପରେ ଆରମ୍ଭ ହୋଇଛି ପବିତ୍ର ବୁଡ଼। ଆଜି ଭୋର୍ ୪ଟାରୁ ସାହି ସ୍ନାନ ଆରମ୍ଭ ହୋଇଛି। ସକାଳ ୮ଟା ପରେ ସାଧାରଣ ଶ୍ରଦ୍ଧାଳୁ ସ୍ନାନ କରିପାରିବେ। ହର କି ପୌରୀ ଘାଟରେ ଗଙ୍ଗା ଆଳତି କରିବା ପରେ ଶହ ଶହ ସାଧୁ ସନ୍ଥ ସାହି ସ୍ନାନରେ ଭାଗ ନେଇଥିଲେ। ମହାଦେବଙ୍କ ମନ୍ତ୍ର୍ରୋଚ୍ଚାରଣ ସହ ବୁଡ଼ ପକାଇଛନ୍ତି। ସାଧୁମାନେ ଜୁନ୍ନା ଅଖାଡା, ଆହ୍ୱାନ ଅଖାଡା, […]
ବ୍ୟାଙ୍କକ୍: ମିଡିଆ ସହ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁତ ଚାନ ଓଚାଙ୍କ ସମ୍ପର୍କ ଟିକିଏ ଅଲଗା। ମିଡିଆ ସହ ସେ ବେଶ ମଜାଳିଆ ଅନ୍ଦାଜରେ ମିଶିବାକୁ ନେଇ ସେ ଜଣାଶୁଣା । ହେଲେ ଏଥର ମିଡିଆ ସହ ଯେମିତି ବ୍ୟବହାର କଲେ ତାହା ମିଡିଆର ମୁଖ୍ୟ ଖବର ପାଲଟି ଯାଇଛି। ସାଧାରଣତଃ ନେତା ଓ ସେଲେବ୍ରିଟିମାନେ ମିଡିଆଠାରୁ ଦୂରରେ ରହିବା ପାଇଁ ଚେଷ୍ଟା କରିଥାନ୍ତି। ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରକୁ ଯଥାସମ୍ଭବ ଏଡ଼ାଇ ଦେଇଥାନ୍ତି। ହେଲେ ମିଡିଆକୁ ସବୁବେଳେ ସାମ୍ନା […]
କାନପୁର:୧୩ ବର୍ଷର ଶିଶୁକନ୍ୟା ଗଣଦୁଷ୍କର୍ମର ଶିକାର ହୋଇଥିଲା। ଏ ନେଇ ବାପା ଥାନାରେ ମାମଲା ଦାଏର କରିଥିଲେ। ହେଲେ ମାମଲା ଦାଏର କରିବାର ଦୁଇ ଦିନ ପରେ ଅର୍ଥାତ୍ ବୁଧବାର ସକାଳେ ଡାକ୍ତରଖାନା ବାହାରେ ପୀଡିତାଙ୍କ ବାପାଙ୍କର ସଡ଼କ ଦୁର୍ଘଟଣାରେ ପ଼୍ରାଣ ଚାଲିଗଲା। ଘଟଣା ଘଟିଛି ଉତ୍ତର ପ୍ରଦେଶର କାନପୁର ଅଞ୍ଚଳରେ। ଏହି ଘଟଣାରେ ଗାଁର ତିନି ଜଣ ଯୁବକଙ୍କ ନାଁରେ ଅଭିଯୋଗ ଆଣିଥିଲେ ପୀଡିତାଙ୍କ ବାପା। ଝିଅର ଡାକ୍ତରୀ ମାଇନା କରିବାକୁ ଆସିଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ […]
ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ଶକ୍ତି ବୃଦ୍ଧି କରିବ INS କରଞ୍ଜ୍। ସାଇଲେଣ୍ଟ କିଲର ଭାବେ ଜଣାଶୁଣା ଏହି ସ୍କର୍ପିନ କ୍ଲାସ ସବମରିନ ମୁମ୍ବାଇସ୍ଥିତ ନାଭାଲ ଡକୟାଡରେ ଜଳାବତରଣ କରିଛି। ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂଙ୍କ ଉପସ୍ଥିତିରେ ଏହାକୁ ନୌସେନାରେ ସାମିଲ କରାଯାଇଛି । ଶତ୍ରୁ ପକ୍ଷକୁ ମାତ୍ ଦେବାକୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଓ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କରଞ୍ଜର ଏହା ଦ୍ୱିତୀୟ ଶ୍ରେଣୀର ବୁଡାଜାହାଜ। ସ୍କର୍ପିନ ସବମରିନ୍ ରେଞ୍ଜର ଏହା ସବୁଠୁ ଉନ୍ନତ ଓ ଶକ୍ତିଶାଳୀ। […]
ନୂଆଦିଲ୍ଲୀ: ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ମହାମାରୀ କରୋନା ଭାଇରସ୍କୁ ନେଇ ଏକ ତଥ୍ୟ ସାମ୍ନାକୁ ଆସିଛି। ଯାହାକୁ ନେଇ ଏବେ ଚିନ୍ତା ଆହୁରି ବଢ଼ି ଯାଇଛି। ବାୟୁ ଦ୍ୱାରା ମଧ୍ୟ ବ୍ୟାପିପାରେ କରୋନା ଭାଇରସ୍। ଏହି ଆଶଙ୍କାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ମଧ୍ୟ ଖଣ୍ଡନ କରି ପାରିନାହିଁ। ଅତ୍ୟଧିକ ଭିଡ଼ ଥିବା ସ୍ଥାନରେ ଭାଇରସ୍ ବାୟୁ ଦ୍ୱାରା ମଧ୍ୟ ବ୍ୟାପିପାରେ ବୋଲି WHO କହିଛି। ବାୟୁ ଦ୍ୱାରା ଭାଇରସ୍ ବ୍ୟାପୁଥିବା ଖବର ପ୍ରଚାର […]
ଡେରାଡୁନ୍: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ତ୍ରିବେନ୍ଦ୍ର ସିଂ ରାୱତ ଇସ୍ତଫା ଦେବାର ଗୋଟିଏ ଦିନ ପରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରାଯାଇଛି। ବରିଷ୍ଠ ବିଜେପି ନେତା ତିରଥ ସିଂ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଆଜି ଉତ୍ତରାଖଣ୍ଡ ବିଜେପି ବିଧାୟକ ଦଳ ବୈଠକ ପରେ ଏ ନେଇ ଘୋଷଣା କରାଯାଇଛି । ଆଜି ଅପରାହ୍ନ ୪ଟାରେ ଶପଥ ନେବେ ୫୬ବର୍ଷ ବୟସ୍କ ତିରଥ ସିଂ। ଅନେକ ପୁରୁଖା ନେତାଙ୍କୁ ପଛରେ ପକାଇ ବିଧାୟକ ଦଳ ବୈଠକରେ […]
ନୂଆଦିଲ୍ଲୀ: ବିଜେପିର ଲୋକସଭା ସାଂସଦ ଲକେଟ ଚାଟାର୍ଜ ମଙ୍ଗଳବାର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଏକ ପ୍ରେସ ମିଟ୍ରେ ଟିଏମ୍ସିର ଜଣଷ ସାଂସଦ ଦଳୀୟ ମହିଳା ବିଧାୟକଙ୍କ ଗାଲ ଚିପି ଦେଇଛନ୍ତି। ବିଜେପି ସାଂସଦ ଏହି ଭିଡିଓକୁ ଟ୍ୱିଟ କରିବା ସହ ଟିଏମସିର ଏହି ସାଂସଦ ଜଣକ କଲ୍ୟାଣ ବାନାର୍ଜୀ ବୋଲି କହିଛନ୍ତି। ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜେପି। ବିଜେପି ସାସଂଦ ଲକେଟ ଚାଟାର୍ଜୀ ମଧ୍ୟ ଟ୍ୱିଟ କରି ବର୍ଷିଛନ୍ତି। […]