• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

petrol pump
୫ଦିନ ଧରି ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ୍‌ ଦର

ନୂଆଦିଲ୍ଲୀ: କ୍ରମାଗତ ୫ଦିନ ଧରି ପେଟ୍ରୋଲ ଓ ଡିଜେଲ୍‌ ଦର ବୃଦ୍ଧି ପାଇଛି। ଆଜି ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହୋଇଛି। ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ୍‌ ଦର ଲିଟର ପ୍ରତି ୬୦ ପଇସା ବୃଦ୍ଧି ପାଇଛି। ବର୍ଦ୍ଧିତ ଦର ଘୋଷଣା ପରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୪ଟଙ୍କା ହୋଇଥିବାବେଳେ ଡିଜେଲ ଲିଟର ପିଛା ୭୨ଟଙ୍କା ୨୨ପଇସା ହୋଇଛି। କୋଲକାତାରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୭୫ଟଙ୍କା […]

  • Tuesday, 13 July 2021
gst-1
ପାନ ଦୋକାନୀଙ୍କୁ ୧୦୦ କୋଟିର GST ଠକେଇ ନୋଟିସ

ରାଉରକେଲା: ରାଉରକେଲାରେ ପୁଣି GST ଠକେଇ ଅଭିଯୋଗ। ଏବେ ଜଣେ ପାନ ଦୋକାନୀଙ୍କୁ GST ଠକେଇ ନେଇ ନୋଟିସ କରାଯାଇଛି । କୋଏଲନଗରର ଏଇ ପାନ ଦୋକାନୀଙ୍କ ନାଁ କାର୍ତ୍ତିକ କମିଲା। ଏତେ ଟଙ୍କାର GST ନୋଟିସ ପାଇବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି କାର୍ତ୍ତିକ। ଲକ୍ଷେ ବା ଦୁଇ ଲକ୍ଷ ନୁହେଁ,  ୧୦୦ କୋଟି ୯ ଲକ୍ଷ ଟଙ୍କା ଠକିବା ନେଇ ଦୋକାନୀଙ୍କୁ GST ନୋଟିସ ଦେଇଛି । ଦୋକାନୀଙ୍କ ନାଁରେ ଚାଲିଥିବା ଫେକ୍ କମ୍ପାନୀ ଲିଙ୍ଗରାଜ […]

  • Tuesday, 13 July 2021
missing
ପର୍ତ୍ତୁଗାଲ୍‌ରେ କଟକ ଝିଅ ନିଖୋଜ !

କଟକ: ପର୍ତ୍ତୁଗାଲ୍‌ରେ ନିଖୋଜ ଓଡ଼ିଆ ଛାତ୍ରୀ। କଟକ ପୁରୀଘାଟ ଥାନା ଅଞ୍ଚଳର ଜଣେ ଯୁବତୀ ପର୍ତ୍ତୁଗାଲ୍‌ରେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ସଂମ୍ପୃକ୍ତ ଯୁବତୀଙ୍କ ପରିବାର ଲୋକେ ପୁଲିସ୍‌ରେ ଲିଖିତ ଅଭିଯୋଗ କରିବା ପରେ ଘଟଣାର ଛାନ୍‌ଭିନ୍‌ ଆରମ୍ଭ ହୋଇଛି। ଏଥିସହ ପର୍ତ୍ତୁଗାଲ୍ ଦୂତାବାସ, ପୁଲିସ୍‌ ସହ ଯୋଗାଯୋଗ ମଧ୍ୟ କରାଯାଇଛି। ନିଖୋଜ ଯୁବତୀଙ୍କ ପରିବାର ଲୋକଙ୍କ ସୂଚନା ମୁତାବକ, ଉଚ୍ଚଶିକ୍ଷା ଲାଗି ଯୁବତୀ ଜଣକ ସ୍ପେନର ବାର୍ସିଲୋନା ଯାଇଥିଲେ। ସେଠାରେ MSC ପାଠ୍ୟକ୍ରମ […]

  • Tuesday, 13 July 2021
kalia
ଆଜି ଧନୁ ସଂକ୍ରାନ୍ତି; ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହୋଇଛି ୨୩ ପ୍ରକାରର ପିଠା

ପୁରୀ: ଶ୍ରୀମନ୍ଦିରରେ ବାର ମାସରେ ତେର ପର୍ବ। କରୋନା ଲକ୍‌ଡାଉନ, ସଟ୍‌ଡାଉନ ସତ୍ତ୍ୱେ ଏହି ନୀତି ଶୃଙ୍ଖଳିତ ଭାବେ ଚାଲିଛି।  ଆଜି ଧନୁ ସଂକ୍ରାନ୍ତି।  ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ । କୁଆ କା କହିବା ପୂର୍ବରୁ ମହାପ୍ରଭୁଙ୍କ ପାଖରେ ଲାଗି ହୋଇଛି ପହିଲି ଭୋଗ । ମାସେ ବ୍ୟାପି ଏହି ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ।  ମହାଲକ୍ଷ୍ମୀ ତାଙ୍କ ପିତ୍ରାଳୟକୁ ଯାଇଥିବାରୁ ମହାପ୍ରଭୁଙ୍କ ମା’ ନିଜେ ହାତରେ ପ୍ରସ୍ତୁତ କରିଥାନ୍ତି ୨୩ ପ୍ରକାରର ପିଠା […]

  • Tuesday, 13 July 2021
7am-nurse
ରାସ୍ତାକୁ ଓହ୍ଲାଇଲେ ଏମ୍ସ ନର୍ସ

ନୂଆଦିଲ୍ଲୀ: ଦୀର୍ଘଦିନର ଦାବି ପୂରଣ ନେଇ ଦିଲ୍ଲୀ ଏମ୍ସର ନର୍ସମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଠିକା ନିଯୁକ୍ତି ବ୍ୟବସ୍ଥାକୁ ସ୍ଥାୟୀ ନିଯୁକ୍ତି କରିବା ଓ ଷଷ୍ଠ ବେତନ କମିଶନ ସୁପାରିଶ ଲାଗୁ ଦାବିରେ ଅନିର୍ଦ୍ଦିଷ୍ଟ କାଳ ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି ନର୍ସ । ଫଳରେ ଏମ୍ସରେ ଜରୁରୀ ସେବା ଓ କ୍ରିଟିକାଲ୍ କେୟାର ଚିକିତ୍ସା ବାଧାପ୍ରାପ୍ତ ହୋଇଛି । ଗତକାଲି ଅପରାହ୍ଣରୁ ହସ୍ପିଟାଲର ପ୍ରାୟ ୫୦୦୦ ନର୍ସ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି । […]

  • Tuesday, 13 July 2021
gold
ପୁଣି ବଢ଼ିଲା ସୁନା ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ସୁନା ଦର। ଆଜି ପୁଣିଥରେ ସୁନା ଦରରେ ବୃଦ୍ଧି ଘଟିଛି। India Bullion and Jewellers Association Ltd.ର ସୂଚନା (IBJA) ଅନୁସାରେ, ସୁନା ଦର ପ୍ରତି ୧୦ ଗ୍ରାମକୁ ୫୧୫ଟଙ୍କା ବୃଦ୍ଧି ପାଇ ୪୬,୯୯୪ଟଙ୍କାରେ ପହଞ୍ଚିଛି। ଯଦିଓ ଦେଶରେ କରୋନା ଲକ୍‌ଡାଉନ୍‌ ଜାରି ରହିଛି ତେବେ ଲକ୍‌ଡାଉନ୍‌ କଟକଣାକୁ ମାନି ଅନେକ ବିବାହ କାର୍ଯ୍ୟକ୍ରମ ହେଉଛି। ଏହି ସମୟରେ ୧୮ କ୍ୟାରେଟ୍‌ ସୁନାଠୁ ଆରମ୍ଭ କରି ୨୪ କ୍ୟାରେଟ୍ ପର୍ଯ୍ୟନ୍ତ ସୁନା […]

  • Tuesday, 13 July 2021
china-3
ଅଦୃଶ୍ୟ ହୋଇ ଚୀନ ସହ ଲଢିବେ ଭାରତୀୟ ସେନା !

ନୂଆଦିଲ୍ଲୀ:ପୂର୍ବ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା (LAC) ରେ ପ୍ରାୟ ୮ ମାସ ହେଲା ମୁହାଁମୁହିଁ ହୋଇ ଅଛନ୍ତି ଭାରତ-ଚୀନ ସେନା। ଚୀନ ଭାରତ ସୀମାରେ ତା’ର କାୟା ବିସ୍ତାର କରବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲେ ହେଁ ଭାରତୀୟ ସେନା ସେମାନଙ୍କ ଉଦ୍ଦେଶ୍ୟକୁ ସଫଳ ହେବାକୁ ଦେଉ ନାହାନ୍ତି। ଏବେ ଚୀନ ନିଜ ସେନାକୁ ଶକ୍ତିଶାଳୀ କରିବା ପାଇଁ ଟେକ୍‌ନିକ୍‌କୁ ଆପଣେଇଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ମଧ୍ୟ ନିଜକୁ ପ୍ରସ୍ତୁତ କରୁଛି। ଭାରତ […]

  • Tuesday, 13 July 2021
murder
ଲୁହାରଡ୍‌ରେ ସାଙ୍ଗକୁ ପିଟି ଚାଲିଥିଲେ, ଆଉ ତା’ ପରେ.....

ନୂଆଦିଲ୍ଲୀ: କ୍ରୁରତାର ସୀମା ଟପିଗଲା କି ମଣିଷ ? ସୁରଟରେ ଘଟିଥିବା ଏକ ଘଟଣାକୁ ଦେଖିଲେ ଏମିତି ପ୍ରଶ୍ନ ଉଠେ ମନରେ।  ସାମାନ୍ୟ ବଚସାକୁ ନେଇ ଦୁଇ ସାଙ୍ଗ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଶେଷରେ  ନିଜ ସାଙ୍ଗକୁ ଲୁହାରଡ଼ରେ ପିଟି ପିଟି ହତ୍ୟା କଲା। ତା’ ପୁଣି ଅତି ନୃଶଂସ ଭାବେ। ଗୋଟିଏ ମିନଟରେ ଲଗାତର ୩୩ଥର ଲୁହାରଡ଼ରେ ପିଟିପିଟି ହତ୍ୟା କରିଛି ସାଙ୍ଗ। ଗୁଜରାଟ ସୁରତର ପୁଣା ଅଂଚଳରେ ଘଟିଛି ଏଭଳି ଜଘନ୍ୟ କାଣ୍ଡ । […]

  • Tuesday, 13 July 2021
dmk mla
କରୋନାରେ ଚାଲିଗଲା ଡିଏମ୍‌କେ ବିଧାୟକଙ୍କ ଜୀବନ

ଚେନ୍ନାଇ: କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ ତାମିଲନାଡୁର ଡିଏମ୍‌କେ ବିଧାୟକ ଜେ ଅନ୍‌ବଝଗନ୍। ଆଜି ସକାଳେ ଚେନ୍ନାଇର ଏକ ହସ୍ପିଟାଲ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଜୁନ୍‌ ୨ରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେହି ସମୟରେ ତାଙ୍କର କରୋନା ଟେଷ୍ଟ୍‌ କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍‌ ଆସିଥିଲା। ନିଶ୍ୱାସପ୍ରଶ୍ୱାସ ନେବାରେ ଆହୁରି ଅଧିକ କଷ୍ଟ ଅନୁଭବ […]

  • Tuesday, 13 July 2021
money
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ DFO

ବଲାଙ୍ଗିର: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ Divisional Forest Officer(DFO)। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ କେନ୍ଦୁଲିଫ୍ DFO ପ୍ରଣବ କୁମାର ମହାନ୍ତି ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବିଭାଗୀୟ ରେଞ୍ଜରଙ୍କ ଠାରୁ ପ୍ରଣବ ୧ ଲକ୍ଷ ୬୬ ହଜାର ଟଙ୍କା ପିସି ନେବାବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

  • Tuesday, 13 July 2021