ନୂଆଦିଲ୍ଲୀ: ଶାରଜାହ(ୟୁନାଇଟେଡ୍ ଆରବ୍ ଏମିରେଟ୍ସ)ରୁ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ପାକିସ୍ତାନର କରାଚିରେ ମେଡିକାଲ୍ ଏର୍ମଜେନ୍ସି ଲ୍ୟାଣ୍ଡିଂ କରାଯାଇଛି। ଇଣ୍ଡିଗୋର ଫ୍ଲାଇଟ୍ 6E 1412କୁ ଆଜି କରାଚିରେ ଏର୍ମଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା। ସୂଚନା ଅନୁସାରେ, ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହୋଇପଡ଼ିବା ଯୋଗୁ ବିମାନକୁ କରାଚିରେ ଏର୍ମଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡ଼ିଥିଲା। ଏହାପରେ ଯାତ୍ରୀଙ୍କ ଚିକିତ୍ସା କରିବା ପାଇଁ ପ୍ରୟାସ କରାଯାଇଥିଲା। ହେଲେ ତାଙ୍କୁ ବଞ୍ଚା ଯାଇ ପାରିନଥିଲା। ଏୟାରପୋର୍ଟ ମେଡିକାଲ୍ […]
ଯୋଦ୍ଧପୁର : ମଦୁଆ ସ୍ୱାମୀର ନାରକୀୟ କାଣ୍ଡ। ମଦ ପିଇବା ପାଇଁ ଟଙ୍କା ନମିଳିବାରୁ ଶୋଇଥିବା ସମୟରେ ସ୍ତ୍ରୀର ନାକ ଓ ଓଠ କାଟିଦେଲା । ଯୋଦ୍ଧପୁର ପ୍ରତାପନଗର ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି। ତେବେ ଓଠ ଓ ନାକ କାଟିବା ପରେ ମହିଳା ଜଣକ ଯନ୍ତ୍ରଣାରେ ଚିତ୍କାର କରିଥିଲେ। ପାଟି ଶୁଣି ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ମହାତ୍ମା ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅଭିଯୁକ୍ତ ଜଣକ […]
ମୁମ୍ବାଇ: ଗତବର୍ଷ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହେବା ପଛରେ ଚୀନ୍ ହ୍ୟାକରଙ୍କ ହାତ ଥିବା ନେଇ ରିପୋର୍ଟ ସାମ୍ନାକୁ ଆସିଛି। ଚୀନ୍ର ରେଡ୍ ଇକୋ ନାମକ ଏକ ସଂସ୍ଥା ପକ୍ଷରୁ ଭାରତର ପାଓ୍ୱାର୍ ପ୍ଲାଣ୍ଟ୍ ଗୁଡ଼ିକରେ malware ଛଡ଼ା ଯାଇଥାଇପାରେ ବୋଲି ଆମେରିକୀୟ କମ୍ପାନୀ ରେକର୍ଡେଡ୍ ଫ୍ୟୁଚରର ଅନୁଧ୍ୟାନକୁ ଉଦ୍ଧାର କରି ନ୍ୟୁୟର୍କ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି। କେବଳ ସେତିକି ନୁହେଁ, ଚୀନ୍ର ହ୍ୟାକରମାନେ ଭାରତର ଅନେକ ସମ୍ବେଦନଶୀଳ […]
୨୨ ବର୍ଷୀୟ ସୌରଭ ମୌର୍ଯ୍ୟ ବର୍ତ୍ତମାନ IIT BHUରେ ତୃତୀୟ ବର୍ଷର ଛାତ୍ର, ପ୍ରଥମ ବର୍ଷରେ ଥିବାବେଳେ ସେ ଏକ ଷ୍ଟାର୍ଟଅପ୍ ଆରମ୍ଭ କରିଥିଲେ। ବାପାଙ୍କ ଠାରୁ ଲୁଚାଇ ୫ ହଜାର ଟଙ୍କା ଦେଇଥିଲେ ମା’, ଆଉ ସେହି ଟଙ୍କାରେ ସେକେଣ୍ଡ ହ୍ୟାଣ୍ଡ ମୋବାଇଲ କିଣିଥିଲେ ଏବଂ ସେଥିରେ IIT-JEE ଛାତ୍ରମାନଙ୍କ ପାଇଁ ଭିଡିଓ ତିଆରି କରୁଥିଲେ । ବାରାଣାସୀ : ଅଭାବ ଅନଟନ ଭିତରେ ସଫଳ ହେଲେ ଗରିବ ବାପାର ପୁଅ । ପିଲାବେଳେ ମୋବାଇଲ […]
କୋଲକାତା: ଗେରୁଆ ରଙ୍ଗରେ ରଙ୍ଗେଇ ହେଲେ”ରାମ’ । ଲୋକପ୍ରିୟ ଟେଲିଭିଜନ ଧାରାବାହିକରେ ଭଗବାନ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଆରମ୍ଭ କଲେ ରାଜନୈତିକ ଜୀବନ। ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିରେ ଯୋଗଦେଲେ ଅରୁଣ ଗୋଭିଲ । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ସେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ସେ ବଙ୍ଗ ନିର୍ବାଚନରେ ବିଜେପି ପକ୍ଷରୁ ଜୋରଦାର ନିର୍ବାଚନ ପ୍ରଗାର କରିବେ ବୋଲି ସୂଚନା ମିଳିଛି । ବିଜେପିରେ ସାମିଲ୍ ହେବାପରେ […]
ଇନ୍ଦୋର: ଶବଗୃହରେ ରାସଲୀଳା । କାମନା ନିଆଁରେ ଅନ୍ଧ ସ୍ଥାନ କାଳ ପାତ୍ର ଦେଖିଲେନି । ବଡ଼ ମେଡ଼ିକାଲରେ ଅର୍ଦ୍ଧନଗ୍ନ ଅବସ୍ଥାରେ ଧରାପଡ଼ିଲେ ଯୁବତୀ ଓ ଦୁଇ ଯୁବକ। ତେବେ ଯୁବକ ଦୁଇ ଜଣ ମେଡ଼ିକାଲକୁ ଠିକାରେ ନେଇଥିବା କମ୍ପାନୀର କର୍ମଚାରୀ ବୋଲି ଜଣାପଡ଼ିଛି । ମଧ୍ୟପ୍ରଦେଶର ଇନ୍ଦୋରର ମହାରାଜା ଯଶବନ୍ତରାଓ (MY) ହସ୍ପିଟାଲରେ ଏପରି ଲଜ୍ଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି। ମେଡ଼ିକାଲ ଭିତରର କିଛି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଯେଉଁଥିଲେ ଅସଂଯତ […]
ନୂଆଦିଲ୍ଲୀ : ଶେଷ ହେବ ଟୋଲ ଯୁଗ । ଲୋକସଭାରେ ବଡ଼ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ରାସ୍ତାରୁ ହଟିବ ସବୁ ଟୋଲ ଗେଟ୍, ହାଇୱେରେ ଲାଗିବ ଜିପିଏସ୍ ଟ୍ରାକର। ସରକାର ଆଗାମୀ ଏକ ବର୍ଷ ମଧ୍ୟରେ ସମସ୍ତ ଟୋଲ ପ୍ଲାଜା ହଟାଇବାର ଯୋଜନା କରିଛିନ୍ତି। ଫଳରେ ଏଣିକି ରାସ୍ତାରେ ଯିବା ବେଳେ ଆଉ ଗାଡି ଚାଳକଙ୍କୁ ଲମ୍ବା ଲାଇନ୍ ପଡିବ ନାହିଁ କି ବାରମ୍ବାର ଟୋଲ ଦେବାକୁ ପଡ଼ିବ ନାହିଁ । ରାସ୍ତାରେ […]
ମୁମ୍ବାଇ: କାର୍ଯ୍ୟରେ ଅବହେଳା ଯୋଗୁଁ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଆଣ୍ଟିଲିଆ ମାମଲାର ବଢ଼ୁଥିବା ଯାଂଚ ଭିତରେ ଉଦ୍ଧବ ସରକାରଙ୍କ ବଡ଼ ନିଷ୍ପତ୍ତି। ମୁମ୍ବାଇ ପୋଲିସ କମିସନର ପରମବୀର ସିଂହଙ୍କର ବଦଳି କରି ଦିଆଯାଇଛି । ସଚିନ ଭାଜେଙ୍କ ଗିରଫଦାରୀ ପରେ ବିଦାହେଲେ ପରମବୀର। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସୁରକ୍ଷା ସହ ଜଡିତ ଘଟଣାରେ ଅବହେଳା ପାଇଁ ତାଙ୍କୁ ବଦଳି କରି ଦିଆଯାଇଛି। ଏବେ ତାଙ୍କ ସ୍ଥାନରେ ହେମନ୍ତ ନାଗରାଲରେ ମୁମ୍ବାଇର ନୂଆ ପୋଲିସ କମିସନର ପଦ […]
ଲକ୍ଷ୍ନୌ : ବଡ଼ବାବୁଙ୍କର ବହପ ଦେଖ । ଏତେ କାର୍ଯ୍ୟବ୍ୟସ୍ତ ଯେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଯାଉଥିବା ଫୋନ ଉଠାଇବାକୁ ବି ସମୟ ନାହିଁ। ଉତ୍ତରପ୍ରଦେଶ ସରକାରଙ୍କ ଅନେକ କଡ଼ା ନିର୍ଦ୍ଦେଶ ସତ୍ୱେ ସରକାରୀ ଫୋନ ଉଠାଉ ନଥିବା ଆଇଏଏସ୍ ଅଫିସର ଓ କମିସନରଙ୍କୁ ନୋଟିସ ପଠାଇ ଜବାବ ସୁଆଲ କରାଯାଇଛି । ତିନି ଦିନରେ ଜବାବ ଦାଖଲ କରିବାକୁ ସଂପୃକ୍ତ ଅଧିକାରୀ ମାନଙ୍କୁ ତାଗିଦା କରାଯାଇଛି । ଯେଉଁ ମାନଙ୍କୁ ଜବାବ ମଗାଯାଇଛି, ସେମାନଙ୍କ ମଧ୍ୟରେ ଜିଲ୍ଲାଧୀକାରି, […]
ନୂଆଦିଲ୍ଲୀ : ମା’ର ମମତା ଅତୁଳନୀୟ । ମହୋଦଧି ପରି ହୃଦୟ। ମା’ ନୁହେଁ ତ ସାକ୍ଷାତ ଦେବୀଟିଏ । ମା’ ଦୁନିଆର ସବୁଠୁ ମଧୁର ଶବ୍ଦ । ହତାଦର ନକରି ପିଲାର ସବୁ ଅଳିଅର୍ଦ୍ଦଳୀ ନୀରବରେ ସହିନିଏ । ତାର ପାଦ ଦେଲେ ଛୁଇଁଲେ ସବୁ ଦୁଃଖ କଷ୍ଟ ଯାଏ ବହୁ ଦୂରେ ହୋଇଯାଏ। ନିତି ଜଳି ଜଳି ସନ୍ତାନର ଜୀବନକୁ ଆଲୋକିତ କରୁଥାଏ। ହେଲେ ଏପରି ମଣିଷର ସ୍ନେହବୋଳା ପଣତକାନିକୁ ଭୁଲିଗଲା ପୁଅ। ଜୀବନ୍ତ […]
ଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀ। ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀ ସବୁଠାରୁ ଅଧିକ ପ୍ରଦୂଷିତ ସହରରେ ପରିଣତ ହୋଇଛି। ସ୍ୱିଜରଲାଣ୍ଡ ସଂସ୍ଥା IQAir ର ରେଟିଂ ଅନୁସାରେ ଦିଲ୍ଲୀ ବିଶ୍ୱର ୫୦ ରାଜଧାନୀ ମଧ୍ୟରୁ ସବୁଠାରୁ ଅଧିକ ପ୍ରଦୂଷିତ ରାଜଧାନୀରେ ପରିଣତ ହୋଇଛି। ଏଠାରେ PM ୨.୫ରେ ପହଞ୍ଚିଯାଇଛି।, ଯାହା ହୃଦଘାତ ସମ୍ବନ୍ଧୀୟ ସମସ୍ୟା ଆଦିକୁ ବଢ଼ାଇଦିଏ । IQAir ଅନୁସାରେ ଦିଲ୍ଲୀ ସରକାରଙ୍କ ଲଗାତାର ପ୍ରୟାସ ଓ ତାବଲାବନ୍ଦ […]