ଇନ୍ଦୋର: ବିଚ୍ ରାସ୍ତାରେ ବାପା ଉପରେ ବର୍ଷୁଥିଲା ବିଧା, ଗୋଇଠା । ପୋଷାକ ଫାଡ଼ି ନୃଂସଶ ଭାବେ ଜଣେ ଅସହାୟ ଲୋକକୁ ମାରି ଚାଲିଥିଲେ ଖାକି ବର୍ଦ୍ଦିଧାରୀ ପୋଲିସ ବାବୁ । ଆଉ ଏସବୁ ଘଟୁଥିଲା କୁନି ପୁଅର ଆଖି ସାମ୍ନାରେ । କାନ୍ଦ କାନ୍ଦ ହୋଇ ମୋ ବାପାଙ୍କୁ ଛାଡ଼ିଦିଅ ଛାଡ଼ିଦିଅ କହି ନେହୁରା ହେଉଥିଲା, କିନ୍ତୁ ପୋଲିସ ବାବୁ ମାରିଚାଲିଥିଲେ । ପୋଲିସ ଠାରୁ ବାପାଙ୍କୁ ଛଡ଼ାଇବାକୁ ସବୁ ଚେଷ୍ଟା ବିଫଳ ହୋଇଥିଲା । […]
ଗ୍ୱାଲିଅର: ମଧ୍ୟପ୍ରଦେଶର ଗ୍ୱାଲିଅର ଜିଲ୍ଲାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍-ଅଟୋ ମୁହାଁମୁହିଁ ଧକ୍କା ହେବା ଯୋଗୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ୧୦ ଜଣ ମହିଳା ଓ ଅଟୋ ରିକ୍ସା ଡ୍ରାଇଭର ଅଛନ୍ତି। ଗ୍ୱାଲିଅରର ପୁରାନୀ ଛୱାନୀରେ ଏହି ଦୁର୍ଘଟଣା ଘଟିଛି। ବସ୍ଟି ମୋରେନା ଅଭିମୁଖେ ଯାଉଥିବା ବେଳେ ଅଟୋ ସହ ମୁହାଁମୁହିଁ ଧକ୍କା […]
ବୟସ ଅଧିକ ସତ୍ତ୍ୱେ ଦୁହେଁ ବେଶ ଚଳଚଂଚଳ ବୃଦ୍ଧ ଦମ୍ପତି ବାଣ୍ଟୁଛନ୍ତି ଦାମ୍ପତ୍ୟ ଜୀବନର ସଫଳତାର ସୂତ୍ର କହୁଛନ୍ତି କେମିତି ଅତୁଟ ରହିବ ସମ୍ପର୍କ ପ୍ରେମ ଦେଖେନି ବୟସ । ମନରେ ରହି ମନକୁ ଚୋରାଉଥିବା ମଣିଷ ପାଇଁ ହୃଦସ୍ପନ୍ଦନ ବାରମ୍ବାର ବଢ଼ୁଥାଏ । ପ୍ରେମ କରିବାରେ କୌଣସି ବୟସ ଦେଖାଯାଏନି । ବୟସ ବଢ଼ିବା ସଙ୍ଗେ ସଙ୍ଗେ ପ୍ରେମର ଦୃଷ୍ଟିକୋଣ ସିନା ବଦଳିଯାଏ ହେଲେ ପ୍ରେମରେ ମଳିନତା ପଡ଼େନି । ଅଙ୍କାବଙ୍କା ରାସ୍ତାରେ ସାଥୀ ହୋଇ ଜୀବନର ଶେଷ ମୁହୂର୍ତ୍ତରେ ଦୁନିଆକୁ […]
ନୂଆଦିଲ୍ଲୀ : ଏବେ ଚାଲିଛି ଇଲେକ୍ଟ୍ରିକ ସ୍କୁଟର ଜମାନା । ତେଲ ଦର ହୁ ହୁ ହୋଇ ବଢ଼ୁଥିବା ବେଳେ ଗାଡ଼ିରେ ତେଲ ପକାଇବା କଷ୍ଟକର ହୋଇପଡ଼ୁଛି । ଫଳରେ ଇଲେକ୍ଟ୍ରିକ ସ୍କୁଟର ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି ଲୋକେ । ଭାରତରେ ବଢ଼ୁଥିବା ଇଲେକ୍ଟ୍ରିକ ସ୍କୁଟରର ଚାହିଦାକୁ ଦୃଷ୍ଟିରେ ରଖି ଅଟୋମୋବାଇଲ କମ୍ପାନୀଗୁଡ଼ିକ ଭିନ୍ନ ଭିନ୍ନ ଇଲେକ୍ଟ୍ରିକ ସ୍କୁଟର ଲଂଚ କରୁଛନ୍ତି । ଭାରତରେ ଉପଲବ୍ଧ ହେଉଥବା ସ୍କୁଟଟରେ ଦୁଇ ପ୍ରକାର ବ୍ୟାଟରୀ ଦିଆଯାଉଛି […]
ଦିଲ୍ଲୀ: ସ୍ତ୍ରୀର ଦାୟିତ୍ୱ ନେବା ସ୍ୱାମୀର କର୍ତ୍ତବ୍ୟ । ସ୍ତ୍ରୀର ଖର୍ଚ୍ଚ ଉଠାଇବା ସହ ପିଲାଙ୍କୁ ଆର୍ଥିକ ସହାୟତା ଯୋଗାଇବା ସ୍ୱାମୀର ଦାୟିତ୍ୱ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ ଶୁଣାଇଛନ୍ତି । କେବଳ ଏତିକି ନୁହେଁ ପତ୍ନୀର ଭରଣପୋଷଣ ଏବଂ ପିଲାମାନଙ୍କର ଯତ୍ନ ନେବା ଦାୟିତ୍ୱରୁ ସ୍ୱାମୀ ଓହରି ପାରିବେ ନାହିଁ ବୋଲି ଶୁଣାଣି ହୋଇଛି । ଜଷ୍ଟିସ୍ ସୁବ୍ରମଣ୍ୟମ୍ ପ୍ରସାଦ ତଳ ଅଦାଲତର ଏପରି ନିର୍ଦ୍ଦେଶନାମାକୁ କାଏମ ରଖିଛନ୍ତି । ଜଣେ ବ୍ୟକ୍ତି ତାଙ୍କଠାରୁ ଅଲଗା […]
ରାୟପୁର: ଭାରତ ମାତର ସୁଯୋଗ୍ୟ ପୁତ୍ର । ମାଓ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଛି । ମାଓବାଦୀଙ୍କ ମୃତ୍ୟୁର ମାୟାଜାଲ ଛିଣ୍ଡାଇ ଫେରିଛନ୍ତି କହିଲେ ଚଳେ । ଆଖିରେ ଦେଖିଛନ୍ତି ରକ୍ତ ଜର୍ଜରିତ ସାଥି ଯବାନଙ୍କ ଅବଶ ଶରୀର । ହେଲେ ମୁହଁରେ ତିଳେମାତ୍ର ଭୟର ଚିହ୍ନ ନାହିଁ । ହସ ହସ ମୁହଁ ସ୍ପଷ୍ଟ ବୟାନ କରୁଛି ସେ ଏବେ ବି ଯୁଦ୍ଧ ପାଇଁ ପ୍ରସ୍ତୁତ । […]
ଜଷ୍ଟିସ୍ ଏନ୍.ଭି ରମନା ହେବେ ଦେଶର ପରବର୍ତ୍ତୀ CJI କଲେଜିୟମଙ୍କ ସୁପାରିସକୁ ରାଷ୍ଟ୍ରପତିଙ୍କ ମୋହର ଆସନ୍ତା ୨୪ରୁ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ୍ ଏନ୍.ଭି ରମନା ନୂଆଦିଲ୍ଲୀ : ଜଷ୍ଟିସ୍ ଏନ୍.ଭି ରମନା ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି । କଲେଜିୟମଙ୍କ ସୁପାରିସକୁ ରାଷ୍ଟ୍ରପତି ମୋହର ମାରିଛନ୍ତି । ଆସନ୍ତା ୨୪ରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ସେ ଦାୟିତ୍ୱ ଗ୍ରହଣ କରିବେ । ଜଷ୍ଟିସ ଏନ୍.ଭି ରମନାଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି କରିବା ପାଇଁ […]
ମାଓବାଦୀଙ୍କ ନରସଂହାରରେ ସମଗ୍ର ଦେଶବାସୀ ସ୍ତବ୍ଧ । ୩ ପଟୁ ଘେରିଥିବା ମାଓବାଦୀଙ୍କ ଆକ୍ରମଣରେ ଜୀବନ ହାରିଲେ ୨୨ ବୀର ଯବାନ । ବିଜାପୁର ମାଷ୍ଟରମାଇଣ୍ଡ ବିଛାଇଥିଲା ମୃତ୍ୟୁର ଜାଲ । ଆଉ ପିପୁଲ ଲିବରେଶନ ଅଫ ଗରିଲା ଆର୍ମିର ମୁଖ୍ୟ କମାଣ୍ଡର ହିଡ଼ମା ଚକ୍ରବ୍ୟୁହରେ ଫସିଗଲେ ବୀର ଯବାନ । ୪ ଶହ ମାଓବାଦୀ ଏବଂ ୨୦୦ରୁ ଅଧିକ ସ୍ଥାନୀୟ ସମର୍ଥକଙ୍କୁ ଧରି ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲା ହିଡ଼ମା । ଆଗରୁ ଘଟିଥିବା ଏକାଧିକ ମାଓ […]
ଜେସଲମେର : ମରୁଭୂମିରେ ଅଙ୍କୁରିତ ହୋଇଥିଲା ପ୍ରେମର ବୀଜ । ବିଦେଶୀନିଙ୍କ ପ୍ରେମରେ ପଡ଼ିଯାଇଥିଲେ ଦେଶୀ ଯୁବକ । ସବୁ ଆଶା ଆକାଂକ୍ଷାକୁ ପୂରଣ କରି ଦରିଆ ସେପାରିରୁ ଚିଠି ଆସିଛି । ଆଉ ପହିଲି ପ୍ରେମକୁ ଫେରି ପାଇଛନ୍ତି ୮୨ ବର୍ଷ ବୟସ୍କ ବୃଦ୍ଧ । ୫୦ ବର୍ଷ ପୁରଣା ଭଲପାଇବାରେ ପୁଣି ଡେଣା ଲାଗି ଯାଇଛି । ପ୍ରେମିକାର ସନ୍ଧାନ ପାଇ ରାଜସ୍ଥାନର ଜେସଲମେର ନିକଟ କୁଳଧରା ଗ୍ରାମର ୮୨ ବର୍ଷ ବୟସ୍କ ବୃଦ୍ଧ […]
ସାସାରାମ : କୋଚିଂ ସେଣ୍ଟର ବନ୍ଦ କରିବାରୁ ଛାତ୍ରଛାତ୍ରୀଙ୍କ ହଙ୍ଗାମା। ବିହାରରେ କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି କୋଚିଂ ସେଣ୍ଟର ବନ୍ଦ କରିବା ପରେ ଛାତ୍ରଛାତ୍ରୀ ନାରାଜ । ଆଜି ସକାଳେ ସାସାରାମରେ ଛାତ୍ରଛାତ୍ରୀମାନେ ହଙ୍ଗମା କରିବା ସହ ଭଙ୍ଗାରୁଜା କରିଛିନ୍ତି । ଘଟଣାସ୍ଥଳରେ ଉତ୍ୟକ୍ତ ଛାତ୍ର ପୋଡ଼ାଜଳା ମଧ୍ୟ କରାଯାଇଛି । ତେବେ ଏହି ମାମଲାରେ ପୋଲିସ୍ ୯ ଜଣ ଛାତ୍ରକୁ ଗିରଫ କରିଛି । ସାସାରାମର ପୋଷ୍ଟ ଅଫିସି ଛକ ଓ ଗୌରକ୍ଷଣୀ ବଜାରରେ […]
ଇସଲାମାବାଦ: କରୋନା ଟିକା ନେବାର ୨ ଦିନ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଇମ୍ରାନ୍ ଖାନ୍ କରୋନା ଆକ୍ରାନ୍ତ ନେଇ ପାକିସ୍ତାନ ସ୍ୱାସ୍ଥ୍ୟ ସେବାର ପ୍ରମୁଖ ଅଧିକାରୀ ଫୈଜଲ ସୁଲ୍ତାନ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ ସେ ହୋମ୍ ଆଇସୋଲେସନ୍ରେ ଅଛନ୍ତି। PM Imran Khan has tested positive for Covid-19 and is self isolating at home — Faisal Sultan (@fslsltn) March […]
ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ଭର୍ତ୍ତି କାର୍ ମିଳିବା ଓ ପରେ ଏହି ଘଟଣାରେ ମୁମ୍ବାଇ ପୋଲିସ୍ ଅଧିକାରୀ ସଚିନ ଓ୍ୱାଜେ NIA(National Investigation Agency) ଦ୍ୱାରା ଗିରଫ ହେବା ଘଟଣାରେ ନୂଆ ମୋଡ଼ ନେଇଛି। ମୁମ୍ବାଇର ପୂର୍ବତନ ପୋଲିସ୍ କମିଶନର ପରମବୀର ସିଂଙ୍କ ଚିଠିକୁ ନେଇ ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ନିକଟରେ ପୋଲିସ୍ କମିଶନର ପଦରୁ ବିଦା ହୋଇଥିବା ପରମବୀର ସିଂ, ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ […]