ଲକ୍ଷ୍ନୌ : କରୋନା ସଂକ୍ରମଣ ରୋକିବାକୁ ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି । ରାଜ୍ୟରେ କରୋନା ଚେନ୍ ଭାଙ୍ଗିବା ପାଇଁ ଅଭିଯାନ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଗାଁ ତଥା ସହରାଞ୍ଚଳ ୱାର୍ଡରେ ‘ମୋ ଗାଁ, କରୋନା ମୁକ୍ତ ଗାଁ’ ଏବଂ ‘ମୋ ୱାର୍ଡ କରୋନା ମୁକ୍ତ ୱାର୍ଡ’ ଅଭିଯାନ କରିବାକୁ ସେ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଜିଲ୍ଲାରେ ସର୍ବୋତ୍ତମ କାର୍ଯ୍ୟ କରୁଥିବା ତିନୋଟି ଗାଁ ଏବଂ ତିନୋଟି ୱାର୍ଡକୁ […]
ନୂଆଦିଲ୍ଲୀ : ପ୍ରଖ୍ୟାତ ରେସଲର ସୁଶୀଲ କୁମାର ଗିରଫ । ମେ ୪ ଛତ୍ରଶାଲ ଷ୍ଟାଡିୟମ ଧସ୍ତାଧସ୍ତି ଘଟଣାରେ ଜଣେ ପୂର୍ବତନ ରେସଲରଙ୍କ ମୃତ୍ୟୁ ମାମଲାରେ ସୁଶୀଲଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଦୀର୍ଘ ୧୫ ଦିନର ଖୋଜାଖାଜି ପରେ ପଞ୍ଜାବର ଜଳନ୍ଧର ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି । ସୁଶୀଲଙ୍କ ସହ ତାଙ୍କ ସହଯୋଗୀ ଅଜୟ କୁମାରଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ମେ ୪ ତାରିଖ ଦିନ ଛତ୍ରଶାଲ […]
ଡେରାଡ଼ୁନ : କରୋନା କାଳରେ ଅନାଥ ହୋଇଥିବା ପିଲାଙ୍କ ଦାୟିତ୍ୱ ନେବେ ସରକାର । ଉତ୍ତରାଖଣ୍ଡରେ ସଂକ୍ରମଣରେ ବାପାମା’ଙ୍କ ମୃତ୍ୟୁ ପରେ ଅନାଥ ପିଲାମାନଙ୍କ ପାଇଁ ରାଜ୍ୟ ସରକାର ‘ମୁଖମନ୍ତ୍ରୀ ବାତ୍ସଲ୍ୟ ଯୋଜନା’ ଆରମ୍ଭ କରିଛନ୍ତି। ୨୧ ବର୍ଷ ବୟସ ପର୍ଯ୍ୟନ୍ତ ଅନାଥ ପିଲାଙ୍କ ପଢାଖର୍ଚ୍ଚ ବହନ କରିବା ସହ ମାସକୁ ୩ ହଜାର ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି ତୀରଥ ସରକାର । ତୀରଥ ସିଂ ରାୱତ କହିଛନ୍ତି, କରୋନାରେ ନିଜ ବାପାମା’ଙ୍କୁ […]
ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ଟିକା ଅଭାବ । ସଂକ୍ରମଣ ସମୟରେ ଟିକା ଉପଲବ୍ଧ କରାଇବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। କରୋନା ବିରୋଧରେ ଟିକା ହେଉଛି ସବୁଠାରୁ ବଡ ଅସ୍ତ୍ର । ଦିଲ୍ଲୀକୁ ଟିକା ପ୍ରଦାନ କଲେ ପୁଣି ଥରେ ଟିକାକରଣ ଆରମ୍ଭ ହୋଇପାରିବ । ଏଥିସହ ଦିଲ୍ଲୀରେ ଟିକା କୋଟା ମଧ୍ୟ ବୃଦ୍ଧି କରାଯିବା ଉଚିତ ବୋଲି କହିଛନ୍ତି କେଜ୍ରିୱାଲ । ଦିଲ୍ଲୀରେ ପ୍ରତି […]
ସଂକ୍ରମଣରେ ଜୀବନ ହାରିଲା ମା’ ୧୮ ଦିନର ଛୁଆ ଠାରୁ ହାରିଲା ଅଦୃଶ୍ୟ ଭାଇରସ୍ ସ୍ତ୍ରୀ ନାମରେ ଝିଅର ନାଁ ରଖିଲେ ବାପା ଭୋପାଳ : କୁନି ଯୋଦ୍ଧା କରୋନାକୁ ହରାଇଲା । ୧୮ ଦିନର କୁନି ଝିଅ ଠାରୁ ହାରିଗଲା ମହାମାରୀ । ହେଲେ ସବୁଦିନ ପାଇଁ ମା’ ଡାକ ଲିଭିଗଲା । ଗର୍ଭାବସ୍ଥାରେ ସଂକ୍ରମିତ ହୋଇଥିବା ମହିଳା ଶିଶୁର ଜନ୍ମ ପରେ କରୋନାରେ ଜୀବନ ହାରିଲେ । ଉଭୟଙ୍କୁ ବଞ୍ଚାଇବା ପାଇଁ ଡାକ୍ତରଙ୍କ […]
ଗୋରଖପୁର : ମାଙ୍କଡ଼ ପଲର ହଲ୍ଲା ବୋଲ୍ । କବାଟ ବନ୍ଦ କରୁଥିବା ବେଳେ ଭୁଲରେ ହନୁର ହାତକୁ ଚାପିଦେଲେ ଯୁବତୀ, ପ୍ରଚଣ୍ଡ ଶବ୍ଦ କରି ଚାରିଆଡ଼େ ଯୁବତୀଙ୍କ ଘରକୁ ଘେରିଗଲେ ମାଙ୍କଡ଼ ପଲ । ଗୋରଖପୁର ଦିବ୍ୟନଗର କଲୋନୀରେ ଏପରି ଅଭାବନୀୟ ଘଟଣା ଘଟିଛି । ସବୁଦିନ ପରି ଘଟଣା ଦିନ ଅଚାନକ ପହଞ୍ଚି ଯାଇଥିଲେ ମାଙ୍କଡ଼ ପଲ । ଆଉ ମାଙ୍କଡ଼ ପଲକୁ ଦେଖି ଭୟରେ ଭିତର ପଟୁ କବାଟ ଦେଲାବେଳେ ଏପରି ଘଟଣା […]
ସୁଖର ସଂସାର ଚୁନା କରିଦେଲା କରୋନା ସଂକ୍ରମିତ ହୋଇ ସ୍ୱାମୀ ଓ ଶାଶୁଙ୍କର ଜୀବନ ଚାଲିଗଲା ବୋହୂକୁ ଘରୁ ତଡିଦେଲେ ଶ୍ୱଶୁର ଏବେ ବାରଦ୍ୱାର ହେଉଛନ୍ତି ମହିଳା କାନପୁର : ଜନ୍ମ ଜନ୍ମର ସାଥୀକୁ ନେଇ ଗଲା କରୋନା । ମା’ ପରି ଶାଶୁକୁ ବି ଛାଡ଼ିଲାନି ମହାମାରୀ । କରୋନାରେ ସ୍ୱାମୀ ଓ ଶାଶୁଙ୍କ ମୃତ୍ୟୁ ପରେ ମହିଳାଙ୍କୁ ଘରୁ ତଡ଼ିଦେଲେ ଶଶୁର । ଅଦୃଶ୍ୟ ଆତଙ୍କରେ ଲୋକେ ଗୃହବନ୍ଦୀ ଥିବା ବେଳେ ମାନବିକତାରେ […]
ନିୟମ ଉଲ୍ଲଂଘନ କରି ବାହାରେ ବୁଲୁଥିଲେ ଯୁବକ ଚାଲାଣ କାଟିବାରୁ ଏସଡିଏମଙ୍କ ଉପରେ ଗାଡ଼ି ଚଢ଼ାଇ ଦେବାକୁ ଉଦ୍ୟମ କଲେ ଅଟକାଇବା ବେଳେ ଯୁବକଙ୍କ ଗାଡ଼ିର କାଚ ଭାଙ୍ଗିଗଲା ଭଙ୍ଗା ସ୍କୁଟିକୁ ଦେଖି ରାଗରେ ଚପଲ ଧରି ଏସଡିମଏଙ୍କ କାର୍ଯ୍ୟାଳୟରେ ପହଞ୍ଚିଗଲେ ସ୍ତ୍ରୀ ଅଶୋକନଗର : ସ୍ୱାମୀ ଭାଙ୍ଗିଲେ ନିୟମ, ହଙ୍ଗାମା କଲେ ସ୍ତ୍ରୀ । କରୋନା ନିୟମ ଉଲ୍ଲଂଘନ କରିଥିବାରୁ ସ୍ୱାମୀର ସ୍କୁଟି ଭାଙ୍ଗିଦେଲେ, ରାଗରେ ଜର ଜର ହୋଇ ଏସଡିଏମଙ୍କୁ ଚପଲରେ ମାଡ଼ ମାରିବାକୁ […]