• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Ratan Tata
’ମୋ ପାଇଁ ମାଗନ୍ତୁ ନାହିଁ ଭାରତ ରତ୍ନ’! କ୍ୟାମ୍ପେନ୍ ରୋକିବାକୁ ବିନମ୍ରତା ସହ ଅପିଲ କଲେ ବିଶିଷ୍ଟ ଉଦ୍ୟୋଗପତି ରତନ୍ ଟାଟା

ନୂଆଦିଲ୍ଲୀ: ’ମୋ ପାଇଁ ମାଗନ୍ତୁ ନାହିଁ ଭାରତ ରତ୍ନ’। ମୋତେ କୌଣସି ବ୍ୟକ୍ତିଗତ ସମ୍ମାନ କିମ୍ବା ପୁରସ୍କାର ଦରକାର ନାହିଁ। ହୃଦୟବାନ୍ ମଣିଷର ଆବେଗଭରା ଅନୁରୋଧ। ସୋସିଆଲ ମିଡ଼ିଆରେ ଜୋରସୋରରେ ଚାଲିଥିବା କ୍ୟାମ୍ପେନକୁ ରୋକିବାକୁ ଅନୁରୋଧ କଲେ ଦେଶର ବିଶିଷ୍ଟ ଉଦ୍ୟୋଗପତି ରତନ୍ ଟାଟା । ଲୋକଙ୍କ ଭାବାବେଗକୁ ପ୍ରଶଂସା କରି ଟ୍ୱିଟରରେ ଚାଲିଥିବା ଅଭିଯାନ ବନ୍ଦ କରିବା ପାଇଁ ବିନମ୍ରତା ସହ ଅପିଲ କରିଛନ୍ତି। ବହୁ ସଂଖ୍ୟାରେ ଟ୍ୱିଟର ବ୍ୟବହାରକାରୀ ଚଳାଇଥିବା ଅଭିଯାନର ଅବସାନ ଘଟିବା ଆବଶ୍ୟକ […]

  • Tuesday, 13 July 2021
patra-8am
ସବୁଜ ପତ୍ର ଉପରେ ସୁନ୍ଦର ସୁନ୍ଦର ଚିତ୍ରକଳା! ରାଜସ୍ଥାନର ଜଣେ ଛାତ୍ରୀଙ୍କ ଚିତ୍ରକଳାରେ ବିମୋହିତ ଦେଖଣାହାରୀ

ବିକାନେର : ପତ୍ର ଉପରେ ସୁନ୍ଦର ସୁନ୍ଦର ଚିତ୍ରକଳା। ଗଛରୁ ପତ୍ର ଝଡ଼ିଗଲା ପରେ ତା’ର କୌଣସି ଅସ୍ତିତ୍ୱ ରହେନାହିଁ। ଭୂମିରେ ପଡ଼ିବା ପରେ କିଛି ଦିନ ପରେ ମାଟିରେ ମିଶିଯାଏ। ହେଲେ ନିଜ କାରିଗରୀର ଯାଦୁରେ ପତ୍ରକୁ ନୂଆ ଦେଉଛନ୍ତି ରାଜସ୍ଥାନ ବିକାନେରର ଛାତ୍ରୀ।  ଦେବାଦେବୀଠାରୁ ଆରମ୍ଭ କରି ସେଲିବ୍ରିଟି ଏଭଳି ଅନେକ ଆକର୍ଷଣୀୟ ଭଳିକି କଳି ଚିତ୍ର। ଯେ କେହି ଦେଖିଲେ ଘଡିଏ ନ ଅନାଇ ରହିପାରିବନି। ଏମିତି ଚିତ୍ର କଳା କରିବାରେ ମାହିର […]

  • Tuesday, 13 July 2021
train
ଚଳନ୍ତା ଟ୍ରେନ୍‌ ଓ ପ୍ଲାଟ୍‌ଫର୍ମ ମଝିରେ ଫସିଗଲେ ଯାତ୍ରୀ, ଆଉ ତା’ପରେ...

ଠାଣେ: ଚଳନ୍ତା ଟ୍ରେନ୍‌ରେ ଚଢ଼ୁଥିଲେ ସାବଧାନ। ଆପଣଙ୍କର ଟିକିଏ ଅସାବଧାନତା ଆପଣଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଇପାରେ। ସୌଭାଗ୍ୟବଶତଃ ଜଣେ ଯାତ୍ରୀ, ଏଭଳି ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଯେଉଁଠି ନିଶ୍ଚିତ ମୃତ୍ୟୁ ବୋଲି ସମସ୍ତେ ଭାବି ନେଇଥିଲେ କିନ୍ତୁ ଦେବଦୂତ ସାଜି ଦୁଇ ଜଣ ଆରପିଏଫ୍ ଯବାନ ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କ ଜୀବନ ବଞ୍ଚାଇଛନ୍ତି। ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଗତ ଶୁକ୍ରବାର ରାତି ସାଢ଼େ ୮ଟାରେ ମହାରାଷ୍ଟ୍ର ଠାଣେ ଜିଲ୍ଲାରେ […]

  • Tuesday, 13 July 2021
modi
୫ କୋଟି ବଦଳରେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ! ଫେସବୁକରେ ପୋଷ୍ଟ କରିଥିବା ଅଭିଯୁକ୍ତ ଗିରଫ

ପୁଡ଼ୁଚେରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦେବା ମହଙ୍ଗା ପଡ଼ିଲା। ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍। ୫ କୋଟି ଟଙ୍କା ବଦଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ବୋଲି ଜଣେ ବ୍ୟକ୍ତି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। ଆଉ ସେହି ପୋଷ୍ଟ ତୀବ୍ର ବେଗରେ ଭାଇରାଲ୍ ମଧ୍ୟ ହୋଇଥିଲା। ଅଭିଯୁକ୍ତଙ୍କ ଫେସବୁକ ପୋଷ୍ଟ ବିଷୟରେ ସୂଚନା ପାଇବା ପରେ ପୁଡୁଚେରୀରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ସତ୍ୟାନନ୍ଦମ୍ ପୁଡ଼ୁଚେରୀର ଆର୍ଯ୍ୟନକୁପ୍ପମ୍ ଗାଁର […]

  • Tuesday, 13 July 2021
gas cylinder
ଉପଭୋକ୍ତାଙ୍କୁ ଝଟ୍‌କା ! ବଜେଟ୍ ପରେ ପୁଣି ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍

ନୂଆଦିଲ୍ଲୀ: ରୋଷେଇ ଘରେ ମହଙ୍ଗା ମାଡ଼। ବଜେଟ୍ ପରେ ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍। ପୁଣି ଥରେ ବୃଦ୍ଧି ପାଇଲା ଘରୋଇ ଗ୍ୟାସ (ଏଲପିଜି ସିଲିଣ୍ଡର) ଦର। ଦେଶର ସବୁଠାରୁ ବଡ଼ ତୈଳ କମ୍ପାନୀ ଇଣ୍ଡିଆନ୍‌ ଅଏଲ କର୍ପୋରେସନ ଲିମିଟେଡ୍‌ ଏଲ୍‌ପିଜି ବିତରଣ କମ୍ପାନୀ ଏହି ଦାମ୍‌ ବୃଦ୍ଧି କରିଛି । ସିଲିଣ୍ଡର ପିଛା ଦାମ୍ ୨୫ ଟଙ୍କା ବଢ଼ିଛି। କିନ୍ତୁ ବାଣିଜ୍ୟିକ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ରେ ୬ଟଙ୍କା ହ୍ରାସ ପାଇଛି । ଏହାପୂର୍ବରୁ ବ୍ୟବସାୟିକ ଏଲପିଜି […]

  • Tuesday, 13 July 2021
Imran Khan
ଆତଙ୍କୀଙ୍କ ପାଇଁ ଚିନ୍ତାରେ ଇମ୍ରାନ୍ ଖାନ୍ : ଟିକା ଲୁଟି ନେବା ଭୟରେ ଶୋଇ ପାରୁନାହାନ୍ତି

ନୂଆଦିଲ୍ଲୀ: କରୋନା ଟିକା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ନିଦ ହେଉନି। ଦେଶରେ ଟିକାକରଣର ଚାଲିଥିବା ବେଳେ ଶାନ୍ତିରେ ଶୋଇପାରୁ ନାହାନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଆତଙ୍କର ଭୂସ୍ୱର୍ଗ କହୁଥିବା ପଡ଼ୋଶୀ ଦେଶର ପ୍ରଧାନମନ୍ତ୍ରୀ ଭୟରେ ଜଡ଼ସଡ଼ ହେଉଛନ୍ତି। ଋଣରେ ମୁଣ୍ଡରୁ ତଳିପା ଯାଏ ବୁଡ଼ିଥିବା ପାକିସ୍ତାନ ପାଖରେ କରୋନା ମୁକାବିକଲା ପାଇଁ ଫୁଟି କଉଡ଼ି ଟିଏ ନାହିଁ। ଏପଟେ ଦେଶରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆତଙ୍କବାଦୀ ମାନେ ବନ୍ଧୁକ ମୁନରେ ଟିକା ଲୁଟି ନେବାର […]

୭
୨୦୨୦ର ଶବ୍ଦ ଭାବେ ଅକ୍ସଫୋର୍ଡ଼ ଡିକ୍ସିନାରୀରେ ସାମିଲ ହେଲା ’ଆତ୍ମନିର୍ଭର ଭାରତ’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଆତ୍ମନିର୍ଭରଶୀଳ ଭାରତ’ର ସ୍ୱପ୍ନ ଏବଂ ଚିନ୍ତାଧାରା ଉପରେ ମୋହର ଲଗାଇଲା ଅକ୍ସଫୋର୍ଡ ଭାଷା ବିଶ୍ୱବିଦ୍ୟାଳୟ। ‘ଆତ୍ମନିର୍ଭରଶୀଳ’ ଶବ୍ଦକୁ ୨୦୨୦ର ହିନ୍ଦୀ ଶବ୍ଦ ରୂପେ ଚୟନ କରିଛି ଅକ୍ସଫୋର୍ଡ ଲାଙ୍ଗୁଏଜ୍। ଭାଷା ବିଶେଷଜ୍ଞ କ୍ରିତିକା ଅଗ୍ରୱାଲ, ପୁନମ୍ ନିଗମ ସାହାୟ ଏବଂ ଇମୋଗାନ ପ୍ଲକ୍ସେସର ଏକ ପରାମର୍ଶଦାତା ପ୍ୟାନେଲ ଦ୍ୱାରା ଏହି ଶବ୍ଦ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ବିଗତ ବର୍ଷରେ ଲୋକଙ୍କ ମନୋବଳ ତଥା ମାନସିକ ସ୍ଥିତିକୁ ପ୍ରତିଫଳିତ କରିବା ସହ ଲମ୍ବା […]

  • Tuesday, 13 July 2021
Gold
ଶସ୍ତା ହେଲା ସୁନା-ରୂପା ଦର, ହ୍ରାସ ପାଇଲା କଷ୍ଟମ୍ ଡ୍ୟୁଟି

ନୂଆଦିଲ୍ଲୀ: ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଘୋଷଣା କରିଥିବା ବଜେଟ୍ ସାଧାରଣ ପରିବାରଙ୍କ ପାଇଁ ସୁହାଇଲା ଭଳି ହୋଇଛି ବୋଲି କୁହାଯାଇପାରେ। ବିବାହ ଋତୁ ଚାଲିଥିବା ବେଳେ ଚଳିତ ଆର୍ଥିକ ବଜେଟରେ ସୁନା ଓ ରୂପା ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ କରାଯାଇଛି। ଅର୍ଥମନ୍ତ୍ରୀଙ୍କ ସୂଚନା ଅନୁସାରେ, ଅକ୍ଟୋବର ୧, ୨୦୨୧ରୁ ଏକ ନୂତନ ସଂଶୋଧିତ କଷ୍ଟମ୍ ଡ୍ୟୁଟି ନୀତି ଲାଗୁ ହେବ। କରୋନା ମହାମାରୀ ମଧ୍ୟରେ ସୁନା-ରୂପାର ମୂଲ୍ୟ ଅହେତୁକ […]

EtH82FUW8AAaLEn
ବଜେଟ ୨୦୨୧ରେ କୃଷକଙ୍କ ପାଇଁ ବଡ଼ ଘୋଷଣା : ଏମଏସପି ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ,ପାରଦୀପରେ ଖୁବଶୀଘ୍ର ସ୍ଥାପନ ହେବ ଫିସେରୀ ହାର୍ବର

ନୂଆଦିଲ୍ଲୀ: କୃଷକଙ୍କ ପାଇଁ  ବଡ଼ ଘୋଷଣା। ଚାଷୀଙ୍କ ହିତରେ ପେଡ଼ି ଖୋଲିଦେଲେ।  ପ୍ରଥମ ଥର ପାଇଁ ଟ୍ୟାବରେ ବଜେଟ ଉପସ୍ଥାପନ କରିଛନ୍ତି ସୀତାରମଣ। ଭାରତ ଏକ କୃଷିଭିତ୍ତିକ ଦେଶ ହୋଇଥିବା ବେଳେ କୃଷକଙ୍କ ହିତରେ  ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ବଜେଟରେ ଚାଷୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚାଷୀଙ୍କୁ ୧୬.୫ ଲକ୍ଷ କୋଟି ଋଣ ଦେବାକୁ ଲକ୍ଷ୍ୟ ରଖାଯାଇଛି । କୃଷକଙ୍କ ପାଇଁ ପ୍ରତିଶ୍ରୁତିବଦ୍ଧ ମୋଦି ସରକାର। MSP ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରାଯିବ ବୋଲି କୁହାଯାଇଛି। […]

OTV-KHABAR-TANGARA-UP
ଦିନେ ଦୁବ କଅଁଳୁ ନଥିଲା,ଆଜି ସୁନା ଫଳୁଛି ! ଉଚ୍ଚଶିକ୍ଷିତ ସଫଳ ଚାଷୀ ପ୍ରସନ୍ନଙ୍କ କାହାଣୀ . . .

ଆଠଗଡ଼(ନୀଳକଣ୍ଠ ଡୋରା): କଥାରେ ଅଛି ଚାଷ କାମ ଯାହାର କି ଆନନ୍ଦ ତାହାର। ଆଉ ଏହି ଉକ୍ତିକୁ  ପ୍ରମାଣିତ କରି ଦେଖାଇଛନ୍ତି ଜଣେ ଶିକ୍ଷିତ ଯୁବକ। କଠିନ ପରିଶ୍ରମ କରି ଏକର ଏକର ଜମିରେ ଫଳାଉଛନ୍ତି ସୁନାର ଫସଲ। ବିଜ୍ଞାନରେ ସ୍ନାତକ ଶିକ୍ଷାଲାଭ କରିଥିବା ଏହି ଯୁବକ ଜଣକ ଭାଗଚାଷ ସୂତ୍ରରେ ୧୦ ଏକର ବଣବୁଦାରେ ଭର୍ତ୍ତି ପାହାଡ଼ିଆ ଜମିକୁ ସବୁଜ ବଣରେ ପରିଣତ କରିଦେଇଛନ୍ତି। ଦୁବ କଅଁଳୁ ନଥିବା ଟାଙ୍ଗରା ଭୂଇଁକୁ ସବୁଜିମାରେ ଭରିଦେବା ସହ […]

  • Tuesday, 13 July 2021
9
ବିରଳ ପ୍ରଭୁଭକ୍ତି, ରାମ ମନ୍ଦିର ନିର୍ମାଣ ପାଇଁ କନ୍ୟା ଦାନ କରିଦେଲେ ବିବାହରୁ ମିଳିଥିବା ଦେଢ଼ ଲକ୍ଷ ଟଙ୍କା

ସୁରଟ: ପ୍ରଭୁ ଶ୍ରୀରାମଙ୍କ କାମରେ ଲାଗିବ କନ୍ୟାଦାନ ଟଙ୍କା। ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ପାଇଁ ବିବାହରୁ ମିଳିଥିବା ଟଙ୍କା ଦାନ କରିଦେଲେ ନବବିବାହିତା। ବିବାହ ପରେ ଅତିଥି ଓ ପରିବାର ବର୍ଗଙ୍କ ତରଫରୁ ମିଳିଥିବା ପ୍ରାୟ ଦେଢ଼ ଲକ୍ଷ ଟଙ୍କାକୁ ରାମମନ୍ଦିର ପାଇଁ ଦାନ କରିଛନ୍ତି ସୁରଟରେ ରହୁଥିବା ହୀରା ବ୍ୟବସାୟୀଙ୍କ ଝିଅ। ରାମ ମନ୍ଦିର ପାଇଁ ଦେଶର କୋଣ ଅନୁକୋଣରୁ ଲୋକେ ଦାନ କରୁଥିବା ବେଳେ ବିବାହ ଟଙ୍କା ରାମ ମନ୍ଦିରକୁ […]

  • Tuesday, 13 July 2021
୬
ଟ୍ରାକ୍ଟର ରାଲିରେ ଚାଷୀ-ପୁଲିସ ମୁହାଁମୁହିଁ, ଲୁହବୁହା ଗ୍ୟାସ ପ୍ରୟୋଗ କଲା ପୁଲିସ

ନୂଆଦିଲ୍ଲୀ : ଲାଲକିଲ୍ଲା ଅଭିମୁଖେ ମାଡ଼ି ଯାଉଥିବା ବେଳେ ଦିଲ୍ଲୀରେ ମୁହାଁମୁହିଁ ହେଲେ ଚାଷୀ ଓ ଦିଲ୍ଲୀ ପୋଲିସ।  ପୋଲିସ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିବାରୁ ପୋଲିସ ଚାଷୀଙ୍କ ଟ୍ରାକ୍ଟର ରାଲିକୁ ଅଟକାଇଛି । କୃଷକମାନଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ଏହାସହ ପରିସ୍ଥିତି ଅଣାୟତ ହେବାରୁ ସିଂଘୁ ସୀମାନ୍ତରେ ଲାଠି ଚାଳନା ମଧ୍ୟ କରିଛି ପୋଲିସ।  ତେବେ ମୁହାଁମୁହିଁ ସ୍ଥିତି ପରେ ପୋଲିସ ବର୍ତ୍ତମାନ ଚାଷୀଙ୍କୁ ତଡ଼ିବାରେ ସଫଳ ହୋଇଛି । କିନ୍ତୁ କୃଷକମାନେ […]

money
ବଢ଼ିଲା ହାଉସ୍‌ ସର୍ଜନଙ୍କ ଷ୍ଟାଇପେଣ୍ଡ୍

ଭୁବନେଶ୍ୱର: ସରକାରୀ ମେଡିକାଲ କଲେଜ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ୍‌ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ମାସିକ ୨୦ ହଜାର ଟଙ୍କାରୁ ୨୮ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର। ୨୦୨୧ ଜାନୁଆରୀରୁ ୩ ବର୍ଷ ପାଇଁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ DMETଙ୍କୁ ଉପ ସଚିବ ଚିଠି ଲେଖିଛନ୍ତି। ସୂଚନାଥାଉ କି, ଷ୍ଟାଇପେଣ୍ଡ୍‌ ବୃଦ୍ଧି ଦାବିରେ ହାଉସ ସର୍ଜନ ଆନ୍ଦୋଳନ ଧମକ ଦେଇଥିଲେ। ତେବେ ଷ୍ଟାଇପେଣ୍ଡ୍ ବୃଦ୍ଧି ପରେ ଆନ୍ଦୋଳନ ନିଷ୍ପତ୍ତିରୁ ସଂଘ ଓହରି ଯାଇଛି।

  • Tuesday, 13 July 2021