• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

OTV-PORTAL-asahaya-portal
ବିଛଣାରେ ପଡି ପଡ଼ି ନର୍କଯନ୍ତ୍ରଣା ଭୋଗୁଛି ଭେଣ୍ଡିଆ ପୁଅ : ପରିଣତ ବୟସରେ ଘାଣ୍ଟି ହେଉଛନ୍ତି ବିଧବା ମା'

ପୁଅ ନିଜେ ଖାଇପାରୁନି, ଚାଲି ପାରୁନି କି କଥା କହିପାରୁନି। ଭେଣ୍ଡିଆ ପୁଅର ଅବସ୍ଥା ଦେଖି ସହ୍ୟ କରିପାରିଲେନି ବାପା। ପୁଅ କଥା ଚିନ୍ତା କରି କରି ଆରପାରିକୁ ଚାଲିଗଲେ। ଏବେ  ସେମାନେ ସମ୍ପୂର୍ଣ୍ଣ ନିରାଶ୍ରୟ। ଏ ବୟସରେ ପୁଅର ଏପରି ଦଶା ଦେଖିବାର ଥିଲା କହି  ବିକଳ ହୋଇ କାନ୍ଦୁଛି ବିଧବା ମା’। ଗଜପତି(ଆଦର୍ଶ ଦାସ): ବିଛଣାରେ ପଡି ରହିଛି ଘରର ଭେଣ୍ଡିଆ ପୁଅ। ଜୀବନର ପ୍ରତିଟି ମୁହୂର୍ତ୍ତ ପାଲଟିଛି ଯନ୍ତ୍ରଣାମୟ। ଯେଉଁ ବୟସରେ ରୋଜଗାର […]

  • Tuesday, 13 July 2021
petrol price
ମହଙ୍ଗା ହେବ ନା ହେବନି ପେଟ୍ରୋଲ ଓ ଡିଜେଲ ଦର ?

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର କୃଷି ସେସ୍ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି।କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍‌ ପ୍ରସ୍ତାବ ଅନୁସାରେ, ଲିଟର ପ୍ରତି ପେଟ୍ରୋଲ ଉପରେ ଅଢ଼େଇ ଟଙ୍କାର କୃଷି ସେସ୍ ଲାଗିବ ଓ ଡିଜେଲ ଉପରେ ୪ ଟଙ୍କାର କୃଷି ସେସ୍ ଲାଗିବ। ଆସନ୍ତାକାଲିଠାରୁ ଏହି ନୂଆ ସେସ୍ ଲାଗୁ ହେବ। ତେବେ ଏହି ନୂଆ ସେସ୍ ଲାଗୁ ହେଲେ ଏହାର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବ ନାହିଁ। କାହିଁକି ନା […]

senior citizens
ବରିଷ୍ଠ ନାଗରିକଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ: ଆଜି ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବରିଷ୍ଠ ନାଗରିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ବରିଷ୍ଠ ନାଗରିକଙ୍କ ପାଇଁ ଟିକସ କ୍ଷେତ୍ରରେ ବଡ଼ ରିହାତି ଦିଆଯାଇଛି। ୭୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଆୟକର ରିଟର୍ଣ୍ଣ ଛାଡ୍‌ କରାଯାଇଛି। ଫଳରେ ଏଣିକି ପେନ୍‌ସନ୍‌ଭୋଗୀ ବରିଷ୍ଠ ନାଗରିକଙ୍କୁ‌ ଆଉ ଆୟକର ରିଟର୍ଣ୍ଣ ଦେବାକୁ ପଡ଼ିବନି।  

OTV-PORTAL-Modi
’MSP ଥିଲା, ଅଛି ଏବଂ ରହିବ’ : ଶୀତ କାକରରେ ବସି ରହିଥିବା ଚାଷୀଭାଇଙ୍କୁ ଆନ୍ଦୋଳନରୁ ଓହରିବାକୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନୂଆ କୃଷି ଆଇନ୍ ବିରୋଧରେ ଜାରି ରହିଥିବା ଆନ୍ଦଳନର ଭିତରେ ଆଜି ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ସମ୍ବୋଧନ କରିଛନ୍ତି। ଚାଷୀଙ୍କ ସମସ୍ୟା ପ୍ରସଙ୍ଗରେ ଗୃହରେ ମତ ରଖି ନରେନ୍ଦ୍ର ମୋଦି। ବିରୋଧୀଙ୍କୁ ଟାର୍ଗେଟ କରିବା ସହ, ଆନ୍ଦୋଳନରତ ଚାଷୀଭାଇଙ୍କୁ ଆନ୍ଦୋଳନରୁ ଓହରିବାକୁ ସ୍ୱତନ୍ତ୍ର ଅପିଲ କରିଛନ୍ତି। ଏମସପି, ଥିଲା, ଏମସପି ଅଛି, ଆଉ ଆଗକୁ ମଧ୍ୟ ଏମସପି ରହିବ। ଏଥିରେ କୌଣସି ସନ୍ଦିହାନ ନାହିଁ। ବର୍ତ୍ତମାନ କୃଷକମାନେ ଆନ୍ଦଳନ ଶେଷ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। […]

  • Tuesday, 13 July 2021
hospital fire
କଟକର ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ: କଟକ ବିଜୁ ପଟ୍ଟନାୟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଆଜି ଅପରାହ୍ଣରେ ‘ସନ୍‌ ହସ୍ପିଟାଲ୍‌’ରେ ନିଆଁ ଲାଗି ଯାଇଛି। ନିଆଁ ଲାଗିବାର କାରଣ ଜଣାପଡ଼ିନଥିବା ବେଳେ କୌଣସି କ୍ଷୟକ୍ଷତି ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଘଟଣାସ୍ଥଳରେ ୭ଟି ଅଗ୍ନିଶମ ଗାଡ଼ି ଓ ୫୦ ଜଣ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହସ୍ପିଟାଲ୍‌ରେ ଥିବା ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡ ସମୟରେ ହସ୍ପିଟାଲରେ ୧୧ […]

  • Tuesday, 13 July 2021
national highway
୨୦୨୨ ମାର୍ଚ୍ଚ ସୁଦ୍ଧା ତିଆରି ହେବ ଆଉ ୧୧ ହଜାର କି.ମି. NH କରିଡର୍‌

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଟ୍ୟାବ୍‌ରେ ବଜେଟ୍‌ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ଅବସରରେ ସେ କହିଛନ୍ତି, ବିତ୍ତୀୟ ଭରଣା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୨ଲକ୍ଷ କୋଟି ଟଙ୍କା ମିଳିବ। ୨୦୨୨ ମାର୍ଚ୍ଚ ସୁଦ୍ଧା ଆଉ ୧୧ ହଜାର କି.ମି. NH କରିଡର୍‌ ତିଆରି ହେବ। କେବଳ ପଶ୍ଚିମବଙ୍ଗରେ ଆଉ ୬୭୫ କି.ମି. NH କରିଡର୍‌ ହେବ। ସେ ଆହୁରି କହିଛନ୍ତି, ମାଲ୍‌ ପରିବହନ ସୁଗମ ପାଇଁ ରେଲ୍‌ୱେରେ […]

uttarakhand
ଉତ୍ତରାଖଣ୍ଡରେ ଖସିଲା ବରଫ ଅତଡ଼ା: ୧୫୦ରୁ ଅଧିକ ଭାସି ଯାଇ ନିଖୋଜ

ଚମୋଲି: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଭୟଙ୍କର ହିମସ୍ଖଳନ ଘଟି ଅଲକାନନ୍ଦା ଏବଂ ଧୌଳିଗଙ୍ଗା ନଦୀରେ ବନ୍ୟା ସ୍ଥିତିି ଦେଖାଦେଇଛି। ବରଫ ଅତଡ଼ା ଖସିବା ଯୋଗୁଁ ଜୋଶିମଠ ଅଞ୍ଚଳଠାରୁ ୨୬ କିଲୋମିଟର ଦୂରରେ ଥିବା ରେନି ଗ୍ରାମ ଧୋଇହୋଇ ଯାଇଥିବା ସୂଚନା ମିଳିଛି।  ରେନି ଏବଂ ଆଖପାଖ ଅଞ୍ଚଳରେ ଶହେରୁ ୧୫୦ ଲୋକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି। ଋଷିଗଙ୍ଗା ଜଳ ବିଦ୍ୟୁତ୍ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଅନେକ ଶ୍ରମିକ ନିଖୋଜ ଥିବା ଅଧିକାରୀ କହିଛନ୍ତି । ତେବେ […]

nirmala-sitharaman.
ଚଳିତ ବର୍ଷ ବି ରେକର୍ଡ ଭାଙ୍ଗିବେ ନିର୍ମଳା

ନୂଆଦିଲ୍ଲୀ: ସ୍ୱାଧୀନ ଭାରତରେ ପ୍ରଥମଥର ପାଇଁ ସଂସଦରେ ଉପସ୍ଥାପନ ହେବାକୁ ଯାଉଛି ପେପର୍‌ଲେସ୍‌ ବଜେଟ୍‌। ଚଳିତ ବର୍ଷ ପେପର୍‌ଲେସ୍‌ ବଜେଟ୍‌ ଉପସ୍ଥାପନ କରି ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଗତବର୍ଷ ମଧ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀ ବ୍ରିଫ୍‌କେସ୍‌ ବଦଳରେ ନାଲି ଫିତାରେ ବନ୍ଧା ‘ବହି-ଖାତା’ ଧରି ବଜେଟ୍ ଉପସ୍ଥାପନ କରି ରେକର୍ଡ ଭାଙ୍ଗିଥିଲେ। ୨୦୧୯ ଯାଏ ଦେଶର ଅର୍ଥମନ୍ତ୍ରୀମାନେ ବ୍ରିଫ୍‌କେସ୍‌ରେ ବଜେଟ୍ ବହି ଧରି ସଂସଦକୁ ଆସୁଥିଲେ। ଦୀର୍ଘ ୫୦ ବର୍ଷ ପରେ ଗତବର୍ଷ […]

GST
ବଜେଟ୍‌ ପୂର୍ବରୁ ଅର୍ଥ ମନ୍ତ୍ରାଳୟ ଦେଲା ଆଶ୍ୱସ୍ତିକର ଖବର

ନୂଆଦିଲ୍ଲୀ: କରୋନା ମହାମାରୀ ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସଂସଦରେ ଆଜି ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥରର ବଜେଟ୍ ସାଧାରଣ ଲୋକଙ୍କ ପକେଟ୍ ଉପରେ ଭାରି ପଡ଼ିବ କି ? ନା ଉଶ୍ୱାସ ଦେବ ? ଏହା ଉପରେ ରହିଛି ସମସ୍ତଙ୍କ ନଜର। ଏସବୁ ଭିତରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଦେଶରେ ଜିଏସ୍‌ଟି ଆଦାୟରେ ସର୍ବକାଳୀନ ରେକର୍ଡ ହୋଇଛି। ୨୦୨୧ ଜାନୁଆରୀ ମାସରେ ସର୍ବାଧିକ ୧.୧୯ […]

egg
ସାମାନ୍ୟ ୩ଟି ଅଣ୍ଡା ପାଇଁ . . . . ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭୟଙ୍କର ଝଗଡ଼ା

ଅଣ୍ଡା ପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମହାଭାରତ ଅଣ୍ଡା ଭାଗ ଲାଗି ଥାନାକୁ ପହଞ୍ଚିଗଲେ ଦମ୍ପତି ମୁଁ ଖାଇଥାଆନ୍ତି, ଝିଅକୁ କାହିଁକି ଦେଇଦେଲୁ କହି ଉତକ୍ଷିପ୍ତ ହେଲେ ସଂପୃକ୍ତ ବ୍ୟକ୍ତି ମୁମ୍ବାଇ : ସାମାନ୍ୟ ଅଣ୍ଡା ପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଛି।  ଝଗଡ଼ା ତ ଝଗଡ଼ା, ଏତେ ଭୟଙ୍କର ଝଗଡ଼ା ଯେ ମାମଲା କୋର୍ଟକଚେରୀ ଯାଏ ପହଞ୍ଚି ଯାଇଛି । ୩ଟି ଅଣ୍ଡାକୁ ନେଇ ଉଭୟଙ୍କ ମଧ୍ୟରେ  ଭାଗ ନଛିଡ଼ିବାରୁ ଥାନାରେ ପହଞ୍ଚିଗଲେ […]

  • Tuesday, 13 July 2021
142121965_1262619480806898_7978844173713411083_n
ରୋଜଗାର ଯୋଗାଉଛି ଗ୍ରୀନ୍ ଗୋଲ୍ଡ଼ : ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନା ଦ୍ୱାରା କୁଶଳୀ କର୍ମଜୀବୀଙ୍କୁ ମିଳୁଛି ପ୍ରୋତ୍ସାହନ

ଶ୍ରୀନଗର: ଗ୍ରୀନ ଗୋଲ୍ଡ ଭାବେ ପରିଚିତ ବାଉଁଶ ପୂର୍ବରୁ ବାଉଁଶରେ ଅନେକ ଘରକରଣା ସାମଗ୍ରୀ ପ୍ରସ୍ତୁତ କରିବା ସହ ବିଭିନ୍ନ କାମରେ ବ୍ୟବହାର ହେଉଥିଲା। ହେଲେ ପ୍ଲାଷ୍ଟିକର ବହୁଳ ବ୍ୟବହାର ଯୋଗୁଁ ବାଉଁଶ ନିର୍ମିତ ସାମଗ୍ରୀର ଚାହିଦା କମି ଯାଇଛି। ଅନେକ ସ୍ଥାନରେ ବାଉଁଶ କଳା ଲୋପ ପାଇସାରିଲାଣି। ଏହି ବାଉଁଶ କଳାକୁ ବଂଚେଇ ରଖିବାକୁ ଆରମ୍ଭ ହୋଇଛି ପ୍ରୟାସ। ସରକାରଙ୍କ ଆତ୍ମନିର୍ଭର ଭାରତ ଯୋଜନାରେ ବାଉଁଶ କାରିଗରଙ୍କୁ ରୋଜଗାର ସହ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି। ଜମ୍ମୁକାଶ୍ମୀର […]

  • Tuesday, 13 July 2021
CRPF women commandos
ଘଞ୍ଚ ଜଙ୍ଗଲରେ ନକ୍ସଲଙ୍କ ସହ ଲଢ଼ିବ ନାରୀଶକ୍ତି : ପ୍ରଥମ ଥର ପାଇଁ ସିଆରପିଏଫ୍ କୋବ୍ରା ୟୁନିଟରେ ସାମିଲ ହେଲେ ୩୪ ମହିଳା ଯବାନ୍

ପାଞ୍ଚ ବର୍ଷ ପୂର୍ବେ ଗଣତନ୍ତ୍ର ଦିବସ ପରେଡ଼ରେ କୋବ୍ରା କମାଣ୍ଡୋ ପ୍ରଥମ ଥର ପାଇଁ ନଜର ଆସିଥିଲେ। ଆମେରିକୀୟ କମାଣ୍ଡୋଙ୍କ ପରି ଏହି ସ୍ୱତନ୍ତ୍ର ୟୁନିଟର ଗଠନ କରାଯାଇଛି। ନୂଆଦିଲ୍ଲୀ :  ଘଞ୍ଚ ଜଙ୍ଗଲରେ ନକ୍ସଲ ବିରୋଧରେ ଲଢ଼ିବେ ନାରୀଶକ୍ତି। ପ୍ରଥମଥର ପାଇଁ ସିଆରପିଏଫ୍ କୋବ୍ରା ୟୁନିଟରେ ସାମିଲ ହେଲେ ମହିଳା କମାଣ୍ଡୋ। ମାଓବାଦୀ ବିରୋଧରେ କାର୍ଯ୍ୟ କରୁଥିବା ସ୍ୱତନ୍ତ୍ର ଫୋର୍ସ ‘କୋବ୍ରା’ରେ ମହିଳା ସୁରକ୍ଷା କର୍ମୀଙ୍କୁ ସାମିଲ କରିଛି ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ । […]

  • Tuesday, 13 July 2021