ପ୍ରବଳ ଥଣ୍ଡାରେ ଥରୁଛି ଜାମ୍ମୁ ଓ କାଶ୍ମୀର। ଲଗାତାର ଭାବରେ ଜାମ୍ମୁ ଓ କାଶ୍ମୀରରେ ଥଣ୍ଡାର ପ୍ରକୋପ ଜାରି ରହିଛି। ପ୍ରବଳ ଥଣ୍ଡା ଯୋଗୁଁ ଡାଲ୍ ହ୍ରଦର ପାଣି ବରଫ ପାଲଟି ଯାଇଛି। ଶ୍ରୀନଗରରେ ତାପମାତ୍ରା ମାଇନସ୍ ୬.୪ ଡିଗ୍ରୀ ସେଲସିଅସକୁ ଖସି ଆସିଥିବାବେଳେ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ପାରଦ ମାଇନସ ତଳକୁ ଖସିଥିବା ରେକର୍ଡ କରାଯାଇଛି।
ପରୀ ପାଇଁ ପଦଯାତ୍ରା କରିବ ବିଜେପି। ନୟାଗଡ଼ ଜିଲ୍ଲାର କୁନି ଝିଅ ପରୀକୁ ନ୍ୟାୟ ଦେବାକୁ ପଦଯାତ୍ରା କରିବ ରାଜ୍ୟ ବିଜେପି ଆସନ୍ତାକାଲିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବ ରାଜ୍ୟ ବିଜେପିର ଏହି ପଦଯାତ୍ରା। ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରୁ ବାହାରିବ ଏହି ପଦଯାତ୍ରା।
ଭାରତୀୟ ସେନାକୁ ମଳିବ ଅତ୍ୟାଧୁନିକ ଆର୍ଟିଲେରୀ ଗନ୍। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଏହି ଆର୍ଟିଲେରି ଗନର ପରୀକ୍ଷଣ ହୋଇଛି। ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରରୁ ଏହାର ବ୍ୟବହାରିକ ପରୀକ୍ଷଣ ହୋଇଛି। ଏହାସହ ଏହାର ଶକ୍ତି ଓ ସାମର୍ଥର ପ୍ରଦର୍ଶନ କରାଯାଇଛି। ATAGS ଶ୍ରେଣୀରେ ନିର୍ମାଣ ହୋଇଛି ଏହି ଗନ୍।
ଆମେରିକାରେ ମଡର୍ଣ୍ଣା ଟିକାକୁ ଅନୁମତି। ଜରୁରୀ ପ୍ରୟୋଗ ଲାଗି ମଡର୍ଣ୍ଣା ଟିକାକୁ ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ଅନୁମତି ପ୍ରଦାନ କରିଛି। ଅତି ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଟିକା ପ୍ରୟୋଗ ଲାଗି ଅନୁମତି ଦିଆଯାଇଛି। ଏହାସହ ଆମେରିକା ପ୍ରଥମ ଦେଶ ଭାବେ ମଡର୍ଣ୍ଣା ଟିକାକୁ ସବୁଜ ସଂକେତ ଦେଇଥିବା କୁହାଯାଇଛି।
ବଲିଉଡ୍ ଡ୍ରଗ୍ସ ଲିଙ୍କ ଘଟଣାରେ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ପଞ୍ଝା କଷିବାରେ ଲାଗିଛି। ଡ୍ରଗ୍ସ ମାମଲାରେ ସାମିଲ ଅଭିଯୋଗରେ ଅନେକ ସେଲିବ୍ରିଟିଙ୍କୁ ଜେରା ପରେ ଏବେ ପ୍ରଖ୍ୟାତ ପ୍ରଯୋଜକ କରନ ଜୋହରଙ୍କୁ ଜେରା କରିଛି ଏନସିବି।
ବିଶାଖାପାଟଣା ଷ୍ଟିଲ୍ ପ୍ଳାଣ୍ଟରେ ବଡ଼ ଧରଣର ଅଘଟଣ। ଷ୍ଟିଲ ପ୍ଳାଣ୍ଟର SMS-2 ବିଭାଗରେ ଏହି ଅଘଟଣ ଘଟିଛି। ମିଳିଥିବା ସୂଚନା ଅନୁସାରେ, ୨୦ ଟନ୍ ତରଳ ପଦାର୍ଥ ନେଉଥିବା ବେଳେ କ୍ରେନ୍ ତାର ଛିଡ଼ି ଥିବାରୁ ଦୁର୍ଘଟଣା ଘଟିଛି। ସେହି ତରଳ ପଦାର୍ଥ ପଡ଼ିବା ପରେ ପ୍ଲାଣ୍ଟ ପରିସରରେ ନିଆଁ ଲାଗି ଯାଇଥିଲା।
ଉତ୍ତରପ୍ରଦେଶ ପ୍ରୟାଗରାଜରେ ନିଆରା ବାହାଘର। ହସ୍ପିଟାଲ ବେଡ ଉପରେ ପଡିଲା ହାତଗଣ୍ଠି। ଷ୍ଟ୍ରେଚର ଉପରେ ନବବଧୂଙ୍କୁ ସିନ୍ଦୁର ପିନ୍ଧାଇଲେ ଭାବୀ ବର। ବାହାଘର ପାଇଁ ଧୁମଧାମରେ ଆୟୋଜନ ବେଳେ ଛାତ ଉପରୁ ଖସିପଡିଥିଲେ କନ୍ୟା। କିନ୍ତୁ ବାହାଘର ଭାଙ୍ଗିନଥିଲା। ଉଭୟ ବର କନ୍ୟା ବିବାହ କରିବାକୁ ସ୍ଥିର କରି ଡାକ୍ତରଙ୍କ ପରାମର୍ଶ ପରେ ଷ୍ଟ୍ରେଚରରେ ସିନ୍ଦୁର ପିନ୍ଧାଇଥିଲେ
ଆତଙ୍କବାଦୀଙ୍କୁ କଡା ଜବାବ ଦେବାକୁ ତୟାର ଭାରତୀୟ ସେନା। ପାକ୍ ସୀମାନ୍ତ ପୁଂଚ୍ ସେରରେ ଚାଲିଛି ସୁରକ୍ଷାକର୍ମୀଙ୍କ ଜୋରଦାର ଅପରେସନ। ଶତ୍ରୁକୁ ମାତ୍ ଦେବାକୁ ଜାଗ୍ରତ ଆମର ବୀର ଯବାନ। ଗତକାଲି ପୁଂଚ୍, ମେଣ୍ଢାର ଓ ରାଜୌରି ଅଂଚଳରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ଲାଗି ପ୍ରୟାସ କରିଥିଲା ପାକିସ୍ତାନ
ଏମିତିକି ସର୍ଜିକାଲ୍ ଷ୍ଟ୍ରାଇକ୍ ପାଇଁ ଭାରତ ନିଜ ଘନିଷ୍ଠ ସହଯୋଗୀଙ୍କଠାରୁ ଅନୁମୋଦନ ନେବାକୁ ବି ଚେଷ୍ଟା ଜାରି ରଖିଥିବା ନେଇ ତାଙ୍କ ପାଖରେ ପକ୍କା ଗୁଇନ୍ଦା ସୂଚନା ରହିଥିବା କହିଛନ୍ତି ସେ କହିଛନ୍ତି।
ଅସନ୍ତୁଷ୍ଟ ନେତାଙ୍କୁ ଭେଟିବେ ସୋନିଆ ଗାନ୍ଧୀ। ମିଳିଥିବା ସୂଚନା ଅନୁସାରେ, କଂଗ୍ରେସରେ ଦେଖା ଦେଇଥିବା ବିଦ୍ରୋହକୁ ପ୍ରଶମିତ କରିବା ଲାଗି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପ୍ରୟାସ ଦଳରେ ସାଂଗଠନିକ ସ୍ଥିତିରେ ପରିବର୍ତ୍ତନ ଆଣିବା ଲାଗି ଗତ ଅଗଷ୍ଟ ମାସରେ ଚିଠି ଲେଖିଥିବା ୨୩ ଜଣ ନେତାଙ୍କ ମଧ୍ୟରୁ କିଛି ନେତାଙ୍କୁ ଆଜି ସାକ୍ଷାତ କରିବେ ସୋନିଆ।
ବିଜେପିର ବଙ୍ଗ ଦଖଲ ପାଇଁ ସଜବାଜ। ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଗତ ବିଳମ୍ବିତ ରାତିରେ ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ଆଜି ପୂର୍ବାହ୍ନରେ ଦଳୀୟ ନେତାଙ୍କ ସହ ବୈଠକ କରି ପ୍ରସ୍ତୁତ କରିବେ ରଣନୀତି। ଏହାସହ ରାଜ୍ୟର ଚାଷୀ ମାନଙ୍କୁ ଭେଟି ଆଲୋଚନା କରିବାର ମଧ୍ୟ ରହିଛି କାର୍ଯ୍ୟକ୍ରମ।
କରୋନା ଟିକା ନେବା ଇଚ୍ଛାଧୀନ ବ୍ୟାପାର। ଦେଶରେ କରୋନା ଟିକା ଉପଲବ୍ଧ ହେବା ପରେ ଯେଉଁ ବ୍ୟକ୍ତି ନିଜ ତରଫରୁ ଚାହିଁବେ, ସେମାନେ ନେଇ ପାରିବେ। ଏବଂ ଏହା ବାଧ୍ୟତାମୂଳକ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର
ବହୁଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ। ହାଥରସ କୋର୍ଟରେ ପହଞ୍ଚି ଚାର୍ଜସିଟ୍ ଦାଖଲ କରିଛନ୍ତି ସିବିଆଇ ଅଧିକାରୀ। ମିଳିଥିବା ସୂଚନା ଅନୁସାରେ ଏସସି/ଏସଟି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟକୁ କୋର୍ଟ ଗ୍ରହଣ କରିଥିବା ମଧ୍ୟ ଜଣାଯାଇଛି
କାମ କରିବା ଲାଗି ମନା କପିଦେବାରୁ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ। ଜାଳିବା ପୂର୍ବରୁ ଯୁବକଙ୍କୁ ମାଡ ମର।ଯାଇଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ତେବେ ଏହି ଘଟଣାରୁ ଆପଣ ଜାଣିପାରିବେ ଯେ, ମଣିଷ କେତେ ନିଷ୍ଠୁର ହୋଇପାରେ।
ଶୀତର ସ୍ପର୍ଶରେ ପୁଲକିତ ଓ ଅପରୂପ ସୌନ୍ଦର୍ଯ୍ୟରେ ଭରା କୋରାପୁଟ । ପ୍ରକୃତି ଏଠାରେ ନିଆରା ।କୋରାପୁଟ ରେ ଶୀତ ଆସିଲେ ହୁଏ ସୁଲୁସୁଲିଆ ପବନ ସାଙ୍ଗକୁ କୁହୁଡିର ଆସ୍ତରଣ। ଶୀତର ସ୍ପର୍ଶରେ ପୁଲକିତ ଓ ଅପରୂପ ସୌନ୍ଦର୍ଯ୍ୟରେ ଭରା କୋରାପୁଟ
ମଧ୍ୟପ୍ରଦେଶ କୃଷକ କଲ୍ୟାଣ କାର୍ଯ୍ୟକ୍ରମରେ ଚାଷୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାର୍ଯ୍ୟକ୍ରମରେ କଂଗ୍ରେସ ଉପରେ ଜୋରଦାର ବର୍ଷିଲେ। କହିଲେ, ଚାଷୀଙ୍କ ପାଇଁ ଆସିଥିବା ଆଇନ, ପ୍ରଥମେ ସେମାନେ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇପାରିନଥିଲେ।
ବିକ୍ରି ହେବ ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କାର୍ଯ୍ୟାଳୟ। ବାରଣାସୀ ଗୁରୁଧାମ କଲୋନୀରେ ଥିବା ମୋଦିଙ୍କ କାର୍ଯ୍ୟାଳୟ ବିକ୍ରି ହେବା ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା। ତେବେ କାର୍ଯ୍ୟାଳୟ ବିକ୍ରି ହେବା ନେଇ ଓଏଲଏକ୍ସରେ ବିଜ୍ଞାପନ ଦିଆଯାଇଛି।
ମାଆ ହେବେ ନେହା କକ୍କର। ଏହି ଖବର ସୋସିଆଲ ମିଡିଆରେ ଏବେ ଜୋରଦାର ଭାଇରାଲ ହେଲବାରେ ଲାଗିଛି। ତେବେ ଏହି ଘଟଣା ଜଣାପଡିବା ପରେ ପ୍ରଶଂସକମାନେ ମଂଧ୍ୟ ଆଶ୍ଚର୍ଯ୍ୟ ହୋଅଯାଇଛନ୍ତି। କାରଣ ବିବାହର ଏତେ କମ ଦିନ ମଧ୍ୟରେ ଏମିତି ଖୁସି ଖବର ନେହା ଦେବେ ବୋଲି କେହି ବିଶ୍ୱାସ କରିନଥିଲେ।