ଏନସିପି ନେତା ଶରଦ ପାୱାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ରୁଦ୍ଧଦ୍ୱାର ବୈଠକ। ୨ ନେତାଙ୍କ ଆଲୋଚନା ସମୟରେ ବିରୋଧୀ ଶାସିତ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସରକାର କିଭଳି ଭାବେ ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି ତାହା ଉପରେ ଆଲୋଚନା ହୋଇଛି
ନୂଆଦିଲ୍ଲୀର ସୀମାରେ ଚାଷୀମାନେ ଆଜିଠାରୁ ଆନ୍ଦୋଳନକୁ ଆହୁରି ତୀବ୍ରକରିଛନ୍ତି। ଆଜି ସଂପୂର୍ଣ୍ଣ ଭାବେ ଉପବାସୀ ରହି ପ୍ରତୀକାତ୍ମକ ଅନଶନ କରିବେ ଚାଷୀ। ଦିଲ୍ଲୀର ଚାରିପଟେ ଆନ୍ଦୋଳନରତ କୃଷକମାନେ ଉପବାସ ରହିବେ ବୋଲି ଗତକାଲିଠାରୁ ଘୋଷଣା କରିଛନ୍ତି।
୪୦୦ ବର୍ଷ ପରେ ଆଜି ହେବ ବୃହସ୍ପତି ଓ ଶନି ଗ୍ରହର ମହାମିଳନ। ଆଜି ସନ୍ଧ୍ୟା ୬ଟାରେ ଦେଖିବାକୁ ମିଳିବ ଏହି ବିରଳ ମହାଜାଗତିକ ଦୃଶ୍ୟ। ଲୋକେ ଏହାକୁ ଖାଲି ଆଖିରେ ଦେଖିପାରିବେ। ଆକାଶରେ ବୃହସ୍ପତି ଓ ଶନି ଗ୍ରହ ପରସ୍ପରର ଅତି ନିକଟତର ।ହେବେ ଶେଷଥର ପାଇଁ ୧୬ ଜୁଲାଇ ୧୬୨୩ ମସିହାରେ ଏହି ଦୁଇ ଗ୍ରହର ଏଭଳି ମହାମିଳନ ଘଟିଥିଲା।
ଦେଶରେ ତିଆରି ହେଉଥିବା ପ୍ରଥମ କରୋନା ଟିକାର ପରୀକ୍ଷଣ ପାଇଁ ସରକାର ଅନୁମତି ଦେବାକୁ ନିଷ୍ପତ୍ତି ନେଇଥିବା ଦୁଇ ଦିନ ତଳେ ସୂଚନା ଦେଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବଦ୍ଧନ।
ୟୁକେରେ ଆତଙ୍କ ସୃଷ୍ଟି କରିଛି କରୋନାର ନୂଆ ଷ୍ଟ୍ରେନ୍। ଏହା ବେକାବୁ ହୋଇଥିବା ନେଇ ଲୋକଙ୍କୁ ଚେତାଇବା ସହ ଲୋକଙ୍କୁ ଘରୁ ନବାହାରିବାକୁ ଲକଡାଉନ କଟକଣା ଜାରି କରିଛନ୍ତି ବ୍ରିଟେନ୍ ସରକାର। ବଡ଼ଦିନ ପାଇଁ ସଂପର୍କୀୟଙ୍କୁ ଏକାଠି ହେବା ଉପରେ ମଧ୍ୟ କଟକଣା ଲଗାଯାଇଛି।
ହାତୀକୁ ଧକ୍କା ଦେବା ଫଳରେ ପୁରୀରୁ ସୁରତ ଯାଉଥିବା 02827 ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନର ଇଂଜିନ୍ ଲାଇନଚ୍ୟୁତ ହୋଇଛି। ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ସମ୍ବଲପୁର ଡିଭିଜନର ହାତୀବାରି ଓ ମାନେଶ୍ୱର ରେଳ ଷ୍ଟେସନ ମଧ୍ୟରେ ଭବାନୀପାଲି ନିକଟରେ ଟ୍ରେନଟି ଏକ ହାତୀକୁ ଧକ୍କା ଦେଇଥିଲା।
ପ୍ରବଳ ଥଣ୍ଡାରେ ଥରୁଛି ଜାମ୍ମୁ ଓ କାଶ୍ମୀର। ଲଗାତାର ଭାବରେ ଜାମ୍ମୁ ଓ କାଶ୍ମୀରରେ ଥଣ୍ଡାର ପ୍ରକୋପ ଜାରି ରହିଛି। ପ୍ରବଳ ଥଣ୍ଡା ଯୋଗୁଁ ଡାଲ୍ ହ୍ରଦର ପାଣି ବରଫ ପାଲଟି ଯାଇଛି। ଶ୍ରୀନଗରରେ ତାପମାତ୍ରା ମାଇନସ୍ ୬.୪ ଡିଗ୍ରୀ ସେଲସିଅସକୁ ଖସି ଆସିଥିବାବେଳେ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ପାରଦ ମାଇନସ ତଳକୁ ଖସିଥିବା ରେକର୍ଡ କରାଯାଇଛି।
ପରୀ ପାଇଁ ପଦଯାତ୍ରା କରିବ ବିଜେପି। ନୟାଗଡ଼ ଜିଲ୍ଲାର କୁନି ଝିଅ ପରୀକୁ ନ୍ୟାୟ ଦେବାକୁ ପଦଯାତ୍ରା କରିବ ରାଜ୍ୟ ବିଜେପି ଆସନ୍ତାକାଲିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବ ରାଜ୍ୟ ବିଜେପିର ଏହି ପଦଯାତ୍ରା। ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରୁ ବାହାରିବ ଏହି ପଦଯାତ୍ରା।
ଭାରତୀୟ ସେନାକୁ ମଳିବ ଅତ୍ୟାଧୁନିକ ଆର୍ଟିଲେରୀ ଗନ୍। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଏହି ଆର୍ଟିଲେରି ଗନର ପରୀକ୍ଷଣ ହୋଇଛି। ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରରୁ ଏହାର ବ୍ୟବହାରିକ ପରୀକ୍ଷଣ ହୋଇଛି। ଏହାସହ ଏହାର ଶକ୍ତି ଓ ସାମର୍ଥର ପ୍ରଦର୍ଶନ କରାଯାଇଛି। ATAGS ଶ୍ରେଣୀରେ ନିର୍ମାଣ ହୋଇଛି ଏହି ଗନ୍।
ଆମେରିକାରେ ମଡର୍ଣ୍ଣା ଟିକାକୁ ଅନୁମତି। ଜରୁରୀ ପ୍ରୟୋଗ ଲାଗି ମଡର୍ଣ୍ଣା ଟିକାକୁ ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ଅନୁମତି ପ୍ରଦାନ କରିଛି। ଅତି ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଟିକା ପ୍ରୟୋଗ ଲାଗି ଅନୁମତି ଦିଆଯାଇଛି। ଏହାସହ ଆମେରିକା ପ୍ରଥମ ଦେଶ ଭାବେ ମଡର୍ଣ୍ଣା ଟିକାକୁ ସବୁଜ ସଂକେତ ଦେଇଥିବା କୁହାଯାଇଛି।
ବଲିଉଡ୍ ଡ୍ରଗ୍ସ ଲିଙ୍କ ଘଟଣାରେ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ପଞ୍ଝା କଷିବାରେ ଲାଗିଛି। ଡ୍ରଗ୍ସ ମାମଲାରେ ସାମିଲ ଅଭିଯୋଗରେ ଅନେକ ସେଲିବ୍ରିଟିଙ୍କୁ ଜେରା ପରେ ଏବେ ପ୍ରଖ୍ୟାତ ପ୍ରଯୋଜକ କରନ ଜୋହରଙ୍କୁ ଜେରା କରିଛି ଏନସିବି।
ବିଶାଖାପାଟଣା ଷ୍ଟିଲ୍ ପ୍ଳାଣ୍ଟରେ ବଡ଼ ଧରଣର ଅଘଟଣ। ଷ୍ଟିଲ ପ୍ଳାଣ୍ଟର SMS-2 ବିଭାଗରେ ଏହି ଅଘଟଣ ଘଟିଛି। ମିଳିଥିବା ସୂଚନା ଅନୁସାରେ, ୨୦ ଟନ୍ ତରଳ ପଦାର୍ଥ ନେଉଥିବା ବେଳେ କ୍ରେନ୍ ତାର ଛିଡ଼ି ଥିବାରୁ ଦୁର୍ଘଟଣା ଘଟିଛି। ସେହି ତରଳ ପଦାର୍ଥ ପଡ଼ିବା ପରେ ପ୍ଲାଣ୍ଟ ପରିସରରେ ନିଆଁ ଲାଗି ଯାଇଥିଲା।
ଉତ୍ତରପ୍ରଦେଶ ପ୍ରୟାଗରାଜରେ ନିଆରା ବାହାଘର। ହସ୍ପିଟାଲ ବେଡ ଉପରେ ପଡିଲା ହାତଗଣ୍ଠି। ଷ୍ଟ୍ରେଚର ଉପରେ ନବବଧୂଙ୍କୁ ସିନ୍ଦୁର ପିନ୍ଧାଇଲେ ଭାବୀ ବର। ବାହାଘର ପାଇଁ ଧୁମଧାମରେ ଆୟୋଜନ ବେଳେ ଛାତ ଉପରୁ ଖସିପଡିଥିଲେ କନ୍ୟା। କିନ୍ତୁ ବାହାଘର ଭାଙ୍ଗିନଥିଲା। ଉଭୟ ବର କନ୍ୟା ବିବାହ କରିବାକୁ ସ୍ଥିର କରି ଡାକ୍ତରଙ୍କ ପରାମର୍ଶ ପରେ ଷ୍ଟ୍ରେଚରରେ ସିନ୍ଦୁର ପିନ୍ଧାଇଥିଲେ
ଆତଙ୍କବାଦୀଙ୍କୁ କଡା ଜବାବ ଦେବାକୁ ତୟାର ଭାରତୀୟ ସେନା। ପାକ୍ ସୀମାନ୍ତ ପୁଂଚ୍ ସେରରେ ଚାଲିଛି ସୁରକ୍ଷାକର୍ମୀଙ୍କ ଜୋରଦାର ଅପରେସନ। ଶତ୍ରୁକୁ ମାତ୍ ଦେବାକୁ ଜାଗ୍ରତ ଆମର ବୀର ଯବାନ। ଗତକାଲି ପୁଂଚ୍, ମେଣ୍ଢାର ଓ ରାଜୌରି ଅଂଚଳରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ଲାଗି ପ୍ରୟାସ କରିଥିଲା ପାକିସ୍ତାନ