ବିଧାନସଭା ପରିସରରେ ଥିବା ଡିସ୍ପେନ୍ସେରୀରେ ବିଧାୟକଙ୍କୁ କରାଯାଉଛି ଟିକାକରଣ। ବର୍ତ୍ତମାନର ବିଧାୟକ, ପୂର୍ବତନ ବିଧାୟକ, ବିଧାନସଭାର କର୍ମଚାରୀଙ୍କୁ ଏଠାରେ କୋଭିଡ୍ ଟିକାକରଣ କରାଯାଉଛି
ଦେଶରେ ଆରମ୍ଭ ହେଲା କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ। ଆଉ ଆଜି ଦିଲ୍ଲୀ ଏମ୍ସରେ କୋଭାକ୍ସିନ୍ ନେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏପଟେ ଭୁବନେଶ୍ୱରରେ ଟିକା ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଗତ ୨୪ ଘଣ୍ଟା ମଧ୍ୟରେ ୧୫,୫୧୦ ଜଣ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୧୧.୧୧ ଅତିକ୍ରମ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସୋମବାର ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୫,୫୧୦ କରୋନା ଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୧୦୬ ମୃତ୍ୟୁ ରେକର୍ଡ କରାଯାଇଛି
ଐତିହ୍ୟକୁ ଧ୍ୱଂସ କରି ଐତିହ୍ୟ ରକ୍ଷା କରାଯାଉଛି? ଲିଙ୍ଗରାଜ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଖନନକୁ ନେଇ ଏଭଳି ପ୍ରଶ୍ନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଆଜି ସ୍ଥାନ ପରିଦର୍ଶନ ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ପ୍ରଶ୍ନ ଉଠାଇଛନ୍ତି
ଆଜିଠୁ ୪ ନିୟମରେ ବଡ଼ ପରିବର୍ତ୍ତନ କଲେ ସରକାର ଏହି ବ୍ୟାଙ୍କର IFSC କୋଡ ଆଉ କରିବ ନାହିଁ କାମ ନୂଆଦିଲ୍ଲୀ: ଆମେ ଏବେ ଏମିତି ଏକ ସୂଚନା ଦେବାକୁ ଯାଉଛୁ ଯାହା ଜାଣିବା ଆପଣଙ୍କ ଲାଗି ଜାଣିବା ନିହାତି ଦରକାର। କାରଣ ମାର୍ଚ୍ଚ ପହିଲାରୁ ଦେଶରେ ୪ଟି ବଡ଼ ପରିବର୍ତ୍ତନ ହେବାକୁ ନିଷ୍ପତ୍ତି ନିଆଯାଇଛି। ଆଉ ଯେଉଁ ନିୟମ ସବୁ ପରିବର୍ତ୍ତନ ହୋଇଛି ତାହା ଆପଣଙ୍କ ଉପରେ ନିଶ୍ଚିତ ଭାବରେ ପ୍ରଭାବ ପକାଇବ। ତେବେ ଏହି […]
ରାଜ୍ୟରେ ଅନେକ ସ୍ଥାନରେ ଚାଲିଛି କରୋନା ଟିକାକରଣ। ଆଜି ବୟସ୍କ ଲୋକଙ୍କୁ ଦିଆଯାଉଛି କରୋନା ଟିକା।ତେବେ ବାଲେଶ୍ୱରରେ ମଧ୍ୟ ଚାଲିଛି ବୟସ୍କଙ୍କ ଟିକାକରଣ। ଷାଠିଏ ବର୍ଷରୁ ଅଧିକ ବ୍ୟକ୍ତି ଏବଂ ବିଭିନ୍ନ ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଟିକାକରଣ ନେଇ ପଂଜୀକରଣ ମଧ୍ୟ ଚାଲିଛି
ଜଳ ଅମୃତଠାରୁ ବି ମହତ୍ତ୍ୱପୂର୍ଣ୍ଣ ଅଟେ। ଏହା ଆମ ମାନଙ୍କ ପାଇଁ ଜୀବନ ଓ ଆସ୍ଥା। ତେଣୁ ବର୍ଷା ଜଳର ସଂରକ୍ଷଣ ଅତ୍ୟନ୍ତ ଜରୁରୀ ବୋଲି ଆଜି ୭୪ତମ ମନ୍-କୀ-ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଆସନ୍ତାକାଲିଠାରୁ କ୍ଷୀର ଲିଟର ପିଛା ୧୦୦ ଟଙ୍କାରେ ହେବ ବିକ୍ରି। ହୁଏତ ଏହି ଖବର ଶୁଣିବା ପରେ ଆପଣ ବ୍ୟତିବ୍ୟସ୍ତ ହୋଇଯାଇଥିବେ। କାରଣ ବର୍ତ୍ତମାନ ସମୟରେ ପ୍ରତ୍ୟେକ ସାମଗ୍ରୀର ମୂଲ୍ୟ ଯେପରି ଭାବରେ ବଢୁଛି ତାହାକୁ ନେଇ ଚିନ୍ତାରେ ଅଛନ୍ତି ଖାଉଟି
ଦେଶରେ ପୁଣି ଥରେ କରୋନ କାୟା ବିସ୍ତାର କରିବାରେ ଲାଗିଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୬,୭୫୨ ଜଣ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ୧୧୩ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି।
ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ -ISRO କୁ ଆଉ ଏକ ବଡ଼ ଉପଲବ୍ଧି ମିଳିଛି। ଏକା ସାଙ୍ଗରେ ୧୯ଟି ଉପଗ୍ରହ ପଠାଇ ଇତିହାସକୁ ଦୋହରାଇଛି ଇସ୍ରୋ। ଯେଉଁଥିରେ ରହିଛି ବ୍ରାଜିଲର ବାଣିଜ୍ୟକ ଉପଗ୍ରହ ଆମାଜୋନିଆ-୧। ତା ସହ ୫ ଭାରତୀୟ ଉପଗ୍ରହ ସମେତ ଅନ୍ୟ ୧୮ଟି ସାଟେଲାଇଟକୁ ଏକାସାଙ୍ଗରେ ନେଇ ମହାକାଶ ଯାତ୍ରା କରିଛି PSLV-C51।
୪ଟି ରାଜ୍ୟ ଓ କେନ୍ଦ୍ରିଶାସିତ ଅଞ୍ଚଳ ପୁଡିଚେରୀ ବିଧାନସଭା ନିର୍ବାଚନ ଲାଗି ଘୋଷଣା ହୋଇଛି ତାରିଖ। କେରଳ, ତାମିଲନାଡ଼ୁ ଓ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ଏପ୍ରିଲ ୬ରେ ନିର୍ବାଚନ ହେବାକୁ ଥିବା ବେଳେ, ଆସାମରେ ୩ଟି ପର୍ଯ୍ୟାୟ ଓ ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘରେ ବିଶେଷ ପୂଜାର୍ଚ୍ଚନା। ମମତାଙ୍କ ଘରେ ପୂଜାର୍ଚ୍ଚନା କଲେ ପ୍ରଭୁ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓରଫ ଜଗୁନି। ଜଗୁନି ପୂଜାର୍ଚ୍ଚନା କରୁଥିବା ନେଇ ଭିଡିଓ ପୋଷ୍ଟ କରିଛନ୍ତି ମମତା।
୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ନିର୍ବାଚନ ତାରିଖ। ପ୍ରେସମିଟ୍ କରି ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନ। କେରଳ, ତାମିଲନାଡୁ, ପୁଡୁଚେରି, ପଶ୍ଚିମବଙ୍ଗ ଓ ଆସାମ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି।
୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହେବ। ଆଜି ଅପରାହ୍ନରେ ଏକ ପ୍ରେସମିଟ୍ କରି ନିର୍ବାଚନ କମିଶନ ତାରିଖ ଘୋଷଣା କରିବେ ବୋଲି ଜଣାଯାଇଛି। ଏହି ୫ଟି ରାଜ୍ୟ ହେଲା- କେରଳ, ତାମିଲନାଡୁ, ପୁଡୁଚେରି, ପଶ୍ଚିମବଙ୍ଗ ଓ ଆସାମ।
ଅଯୋଧ୍ୟାରେ ନିର୍ମାଣ ଚାଲିଛି ଭବ୍ୟ ରାମ ମନ୍ଦିର। ଆଉ ଏହି ମନ୍ଦିର ନିର୍ମାଣ ଲାଗି ଦେଶର କୋଣ ଅନୁକୋଣରୁ ଆସୁଛି ଭକ୍ତଙ୍କ ଦାନ ଅର୍ଥ। ତେବେ ମନ୍ଦିର ନିର୍ମାଣ ଲାଗି ଆବଶ୍ୟକ ହେଉଥିବା ଟଙ୍କା ଆଦାୟ କରିବାରେ ଲାଗିଥିଲେ ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟ।
ପାକିସ୍ତାନ ଭୁଲିବନି ୨୬ ଫେବୃଆରୀର ରାତି। ଦୁଇ ବର୍ଷ ପରେ ବି ଛାତିରେ ଛନକା ସୃଷ୍ଟି କରୁଥିବ ବାଲାକୋର୍ଟ ଏୟାରଷ୍ଟ୍ରାଇକ୍ ଶବ୍ଦ । ରକ୍ତର ହୋଲି ଖେଳିଥିବା ଆତଙ୍କୀଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ଭାରତ କରିଥିଲା ଏୟାର ଷ୍ଟ୍ରାଇକ୍
ବାଲାକୋଟ୍ ଏୟାର ଷ୍ଟ୍ରାଇକକୁ ଆଜି ପୂରିଛି ୨ ବର୍ଷ। ୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ଭାରତୀୟ CRPF ଯୱାନଙ୍କ ଉପରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣର ଆଜିର ଦିନରେ ପ୍ରତିଶୋଧ ନେଇଥିଲା ଭାରତ
ଆମେ ସମସ୍ତେ ବର୍ତ୍ତମାନ ସମୟରେ ନିଜର ଲାଇଫ୍ ଇନସ୍ୟୁରାନ୍ସ କରୁଛନ୍ତି। କାରଣ ନିଜ ଫ୍ୟାମିଲିର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଲାଇଫ୍ ଇନସ୍ୟୁରାନ୍ସ ନେବା ବର୍ତ୍ତମାନ ସମୟରେ ବହୁତ ଜରୁରୀ ହୋଇପଡ଼ିଛି
ଆମେ ସମସ୍ତେ ପ୍ରତିଦିନ ଏବେ ଅନଲାଇନରେ ଖାଇବା ମଗାଉଛନ୍ତି। କାରଣ ବର୍ତ୍ତମାନ ସମୟରେ ଅନେକ ଲୋକ ଘରେ ରୋଷେଇ କରିବାକୁ ଇଚ୍ଛା କରୁନାହାନ୍ତି ଆଉ କାହା କାହା ପାଖରେ ସମୟ ବି ନାହିଁ। ଏହାସହ ଘରୁ ବାହାରି ବାହାରେ ଖାଇବା
କରୋନା ମହାମାରୀ। ଏହି ନାଁ ଶୁଣିଲେ ଏବେ ବି ଲୋକଙ୍କ ମନରେ ଥିବା ଭୟ ଦୂର ହୋଇନାହିଁ। କାରଣ ଏବେ ବି ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି କରୋନା ଭୂତାଣୁ। ତେବେ କରୋନା ମହାମାରୀରେ ଶିକାର ହୋଇଥିବା ଜଣେ ମାଆଙ୍କ ସହ ଏମିତି କିଛି ଘଟଣା ଘଟିଛି ଯାହାକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି।
ଭାରତ ଅପେକ୍ଷା ନେପାଳରେ ତେଲ ଶସ୍ତାରେ ମିଳୁଥିବାରୁ, କେବଳ ସୀମାବର୍ତ୍ତୀ ଅଞ୍ଚଳ ବାସିନ୍ଦା ନୁହଁନ୍ତି, ଦୂରଦୂରାନ୍ତରୁ ସୀମା ସେପଟକୁ ଯାଉଥିବା ଟ୍ରକ୍ ଓ ଅନ୍ୟ ମାଲହାବୀ ଗାଡ଼ିଗୁଡ଼ିକ ମଧ୍ୟ ଟାଙ୍କି ଫୁଲ୍ କରି ଦେଶକୁ ବାହୁଡ଼ୁଛନ୍ତି
ଆସିବ କି କରୋନାର ଦ୍ୱିତୀୟ ଲହରୀ? ଉଗ୍ରରୂପ ନେବ କି ନୂଆ ଷ୍ଟ୍ରେନ୍? ମହାରାଷ୍ଟ୍ରରେ ବଢୁଥିବା ସଂକ୍ରମଣ ଏବେ ବଢାଇ ଦେଇଛି ଏମିତି କିଛି ଆଶଙ୍କା।ସଂକ୍ରମଣ ଦ୍ରୁତ ହାରରେ ବଢୁଥିବାରୁ ମହାରାଷ୍ଟ୍ରର ଏକାଧିକ ଜିଲ୍ଲାରେ ଲକଡାଉନ ଓ କର୍ଫ୍ୟୁ ଭଳି ପଦକ୍ଷେପ ନେଲେଣି ସେଠାକାର ସରକାର
ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ୨୨ ବର୍ଷ ପରେ କମିଶନରେଟ୍ ପୋଲିସ୍ ଧରି ଆଣିବା ପରେ ଏବେ ସମସ୍ତଙ୍କ ନଜର ସିବିଆଇ ଉପରେ ରହିଛି। କେମିତି ତାକୁ ଦୋଷୀ ସାବ୍ୟସ୍ତ କରୁଛି ଏବଂ ଅଞ୍ଜନାଙ୍କ ଷଡ଼ଯନ୍ତ୍ର ଥିଓରି ଉପରୁ ରହସ୍ୟ ଉନ୍ମୋଚନ କରୁଛି?
ଗୁଜୁରାଟରେ ପୁଣି ବିଜେପିକୁ ମିଳିଲା ବଡ଼ ସଫଳତା। ନଗର ନିଗମ ନିର୍ବାଚନରେ ବିଜେପିକୁ ବଡ ସଫଳତା ମିଳିଛି। ୬ଟି ଯାକ ନଗର ନିଗମକୁ କବ୍ଜା କରି ନେଇଛି ଭାରତୀୟ ଜନତା ପାର୍ଟି ବିଜେପି। ଯାହାକୁ ନେଇ ବେଶ୍ ଖୁସୀ ଅଛନ୍ତି ସ୍ଥାନୀୟ ନେତା।
ଦେଶରେ ବଢିବାରେ ଲାଗିଛି କରୋନା ସଂକ୍ରମଣ। ଗତ କିଛି ଦିନ ମଧ୍ୟରେ ଦେଶର ଅନେକ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହାକୁ ନେଇ ସମ୍ପୃକ୍ତି ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି