କୌଣସି ବ୍ୟକ୍ତିକୁ କରୋନା ଭ୍ୟାକସିନ କୋଭିସିଲ୍ଡର ପ୍ରଥମ ଡୋଜ୍ ଦେବାର ୪ରୁ ୮ ସପ୍ତାହ ମଧ୍ୟରେ ତାଙ୍କୁ ଦ୍ୱିତୀୟ ଡୋଜ୍ ଦେବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏ ସଂପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖିଛନ୍ତି।
ଦେଶରେ କ୍ରମାଗତ ଭାବରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକୁ ଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା।୨୪ ଘଣ୍ଟାରେ ଦେଶରେ ୪୩ ହଜାର ୮୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଆକ୍ରାନ୍ତ ସଂଖ୍ୟା ୧ କୋଟି ୧୫ ଲକ୍ଷ ୯୯ ହଜାର ୧୩୦କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି
ସମୂହ ବିବାହ ଉତ୍ସବ ଗୋଟିଏ କି ଦୁଇଟି ନୂହେଁ ଏକା ଥରକେ ସାଢେ ୩ ହଜାର ଯୋଡ଼ିଙ୍କର ହେଲା ବାହାଘର। ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଆୟୋଜିତ ହୋଇଥିଲା ଏହି ଗଣବିବାହ ଉତ୍ସବ। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ନିଜେ ଉତ୍ସବରେ ଯୋଗ ଦେଇ ନବଦମ୍ପତ୍ତିଙ୍କୁ ଆଶୀର୍ବାଦ କରିଥିଲେ ସମସ୍ତ ପାରମ୍ପରିକ ରୀତିନୀତି ସହ ସମ୍ପନ୍ନ ହୋଇଥିଲା ବିବାହ।
ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ଡେପୁଟେସନ ଆଧାରରେ ଏକାଧିକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆମନ୍ତ୍ରଣ କରିଛି
ଶିକ୍ଷା କ୍ଷେତ୍ରରେ ପ୍ରମୁଖ ଗଠନମୂଳକ ସଂସ୍କାର, ବିଶେଷକରି ଭାରତର ଉଚ୍ଚଶିକ୍ଷା ଆୟୋଗ (HECI) ଗଠନ ପାଇଁ ନିୟାମକଙ୍କ ମିଶ୍ରଣ ଚଳିତ ବର୍ଷ ହେବ ବୋଲି ଏଆଇସିଟି ଅଧ୍ୟକ୍ଷ ଅନିଲ ସାହସ୍ରାବୁଧେ ଗୁରୁବାର ଏଠାରେ କହିଛନ୍ତି।
ଷ୍ଟାଫ ସିଲେକସନ କମିଶନ (OSSC) ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଶାରୀରିକ ଶିକ୍ଷା ବିଭାଗର ଶିକ୍ଷକ (ପି ଇ ଟି) ପଦବୀ ପୂରଣ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆମନ୍ତ୍ରଣ କରିଛି
ଦେଶରେ ୪୦ ହଜାର ଡେଇଁଲା ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୦ ହଜାର ୯୫୩ ନୂଆ ଆକ୍ରାନ୍ତ। ଏଥିସହ ୧୮୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଲଗାତର ୨ ଦିନ ହେଲା ନୂଆ ସଂକ୍ରମଣ ୩୫ ହଜାର ଉପରେ ରହୁଥିଲା
ନିର୍ବାଚନ ପାଖେଇବା ସହ, ବଙ୍ଗରେ କେବଳ ପ୍ରଚାର ଲଢ଼େଇ ଦେଖିବାକୁ ମିଳୁନି, ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସୁଛି ରାଜନୈତିକ ହିଂସାର ଚିନ୍ତାଜନକ ଖବର। ଗତରାତିରେ ଉତ୍ତର ୨୪ ପ୍ରଗଣାରେ ବିଜେପି ସାଂସଦଙ୍କ ଘର ପାଖରେ ସିରିଜ ବୋମାମାଡ଼ ହୋଇଥିବା ବେଳେ, ଆଜି ନନ୍ଦିଗ୍ରାମରେ ବିଜେପି କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି।
କଡ଼ ଲେଉଟାଇଲା କରୋନା? ଦେଶରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି। ଗତ ୭ ଦିନ ହେଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ୨୦ ହଜାର ଉପରେ ରହୁଥିଲା। ହେଲେ ଆଜି ଏହି ସଂଖ୍ୟା ୩୫ ହଜାର ଡେଇଁଛି।
ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ଦ୍ୱିତୀୟ ପର୍ଯ୍ୟାୟରେ ଆଜି ମୋଟ ୧୪୮ ଜଣଙ୍କ ନାଁ ଘୋଷଣା କରାଯାଇଛି। ଘୋଷିତ ପ୍ରାର୍ଥୀ ତାଲିକାରେ ପ୍ରମୁଖ ଚେହେରା ରହିଛନ୍ତି ମୁକୁଲ ରାୟ। ସେ କ୍ରିଷ୍ଣାନଗର ଆସନରୁ ନିର୍ବାଚନ ଲଢିବେ ବୋଲି ସୂଚନା ରହିଛି
ପ୍ରଧାନମନ୍ତ୍ରୀ ମୋଦିଙ୍କ ମାରାଥନ ନିର୍ବାଚନ ପ୍ରଚାର ଚାଲିଛି। ପଶ୍ଚିମବଙ୍ଗ ପୁରୁଲିଆ ଓ ଆସାମ କରିମଗଞ୍ଜରେ ସାଧାରଣ ସଭାରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ। ପୁରୁଲିଆରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଥିବା ବେଳେ ଆସାମରେ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦି। ସେପଟେ ଖଡଗପୁର ନିର୍ବାଚନ ରାଲିରେ ମୋଦିଙ୍କୁ ଜବାବ ଦେଇଛନ୍ତି ଦିଦି।
ପୁଣି କାୟା ମେଲାଉଛି କରୋନା। ମହାରାଷ୍ଟ୍ରରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରେ ଲାଗିଛି। ଗୋଟିଏ ଦିନରେ ଏଠାରେ ୨୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଉଦବେଗ ପ୍ରକାଶ ପାଇଛି। ସେପଟେ ମୁମ୍ବାଇ ସମେତ ସୁରତ ଓ ଅନ୍ୟ ସହରରେ ସଂକ୍ରମଣ ବଢୁଥିବାରୁ ଓଡ଼ିଶାରେ ବି ସତର୍କତା ବଢିଛି
IGNOU ଆଡମିଶନ ପାଇଁ ସମୟସୀମା କୁ ଘୁଞ୍ଚାଇ ଦିଆଯାଇଛି , ବିବରଣୀ ଯାଞ୍ଚ କରନ୍ତୁ … ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ୍ ୟୁନିଭରସିଟି (IGNOU) ଜାନୁଆରୀ ୨୦୨୧ ସେସନ ପାଇଁ ଆବେଦନ ଦାଖଲ ସମୟସୀମାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଦୁଇ-ତିନି ବର୍ଷର ଅବଧିରେ ସ୍ନାତକୋତ୍ତର / ସ୍ନାତକୋତ୍ତର / ସେମିଷ୍ଟାର-ଆଧାରିତ କାର୍ଯ୍ୟକ୍ରମରେ ପଞ୍ଜୀକୃତ / ନାମଲେଖା ହୋଇଥିବା ପ୍ରାର୍ଥୀମାନେ ପୂର୍ବ ସେମିଷ୍ଟାରର ଟର୍ମ-ଏଣ୍ଡ ପରୀକ୍ଷାରେ ଉପସ୍ଥିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ବର୍ଷ / ସେମିଷ୍ଟାର […]
NCR ଭାରତୀୟ ରେଳ ନିଯୁକ୍ତି ୨୦୨୧ ପାଇଁ ଯୋଗ୍ୟତା…. ବୟସ ସୀମା: ପ୍ରାର୍ଥୀ ନିଶ୍ଚିତ ଭାବରେ ୧୫ ବର୍ଷ ପୂରଣ କରିଥିବେ ଏବଂ ୧୭ ମାର୍ଚ୍ଚ ୨୦୨୧ ସୁଦ୍ଧା ୨୪ ବର୍ଷରୁ ଅଧିକ ହୋଇ ନଥିବ । SC / ST ପ୍ରାର୍ଥୀଙ୍କ କ୍ଷେତ୍ରରେ ଉପର ବୟସ ସୀମା ପାଞ୍ଚ ବର୍ଷ ଏବଂ OBC ପ୍ରାର୍ଥୀଙ୍କ କ୍ଷେତ୍ରରେ ତିନି ବର୍ଷ କୋହଳ ହୋଇପାରେ। ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ, ବୟସ ସୀମା ୧୦ ବର୍ଷ ପର୍ଯ୍ୟନ୍ତ କୋହଳ […]
ପଶ୍ଟିମବଙ୍ଗବାସୀଙ୍କୁ ଭୋଟ୍ ମାଗିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତାକାଲି ପୁରୁଲିଆରେ ବିଶାଳ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ବୋଲି ସୂଚନା ମିଳିଛି। ମୋଦିଙ୍କ ଗସ୍ତକୁ ନେଇ ପଶ୍ଟିମବଙ୍ଗ ବିଜେପି ଶିବିରରେ ବଡ ଧରଣର ପ୍ରସ୍ତୁତି ଚାଲିଛି
କରୋନାର ପୁନଃ କୋପକୁ ନେଇ ପ୍ରଧାନମନ୍ତ୍ରୀ ଦେଇଛନ୍ତି ବଡ଼ ଚେତାବନୀ। ଯଦି ଏ ଲହରୀକୁ ରୋକାନଯାଏ ତାହାଲେ ସାରା ଦେଶକୁ ବ୍ୟାପି ପାରେ କରୋନା। ବେପରୁଆ ନ ହୋଇ କି ଲୋକଙ୍କୁ ନଡରାଇ ପୁଣି କରୋନା ସହ ଲଢେଇ କରିବା ସହ ଶାସନ ଲାଗି ପରୀକ୍ଷାର ସମୟ ବୋଲି ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ପୁଣି ଫେରିଲା ନାଇଟ୍ କର୍ଫ୍ୟୁ। ଗୁଜରାଟର ୪ ସହରରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ ବୋଲି ସୂଚନା ମିଳିଛି। କରୋନା ସଂକ୍ରମଣ ବଢ଼ିବା ପରେ ଗୁଜରାଟ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଅହମ୍ମଦାବାଦ, ବଡ଼ୋଦରା, ସୁରତ,ଏବଂ ରାଜକୋଟରେ ନାଇଟ୍ କର୍ଫ୍ୟୁ ଲାଗୁ ପାଇଁ ଗୁଜରାଟ ସରକାର ନିର୍ଦ୍ଦେଶ ଦେଇଛନ୍ତି
ଦେଶରେ କାୟା ବିସ୍ତାର କରୁଛି କରୋନା। ୨୪ ଘଣ୍ଟାରେ ଦେଶରେ ମୋଟ୍ ୨୪,୪୯୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦେଇଛି। ଏହାସହ ୨୪ ଘଣ୍ଟାରେ ୨୦,୧୯୧ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ୧୩୧ ଜଣଙ୍କ ଜୀବନ ନେଇଛି କରୋନା।
ସରକାରୀ ପଦ ପଦବୀ ନିଯୁକ୍ତି ପାଇଁ କମନ ଏଲିଯିବିଲିଟି ଟେଷ୍ଟ (CET) ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଶନିବାର କହିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟର ଅନୁମୋଦନ କ୍ରମେ CET ପରିଚାଳନା ପାଇଁ ଜାତୀୟ ନିଯୁକ୍ତି ଏଜେନ୍ସି (ଏନଆରଏ) ଗଠନ କରାଯାଇଛି।
ମାର୍ଚ୍ଚ ୧୫ ଅର୍ଥାତ ଆଜି ଠାରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅନଲାଇନ୍ ପରୀକ୍ଷା ଆରମ୍ଭ ହେଉଛି। ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ଅପେକ୍ଷା ଡାଉନଲୋଡ୍, ଅପଲୋଡ୍, ପାସୱାର୍ଡ, ଇଣ୍ଟରନେଟ୍ ନେଟୱାର୍କ ଭଳି ବୈଷୟିକ ଜିନିଷ ଯତ୍ନବାନ ହେବାକୁ କୁହାଯାଇଛି
ଦେଶରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦୈନିକ କରୋନା ସଂକ୍ରମଣ ପୁଣି ୨୫ ହଜାର ଟପିଥିବା ନେଇ ସୂଚନା ମିଳିଛି। ୨୪ ଘଣ୍ଟାରେ ୨୫ ହଜାର ୩୨୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ୫୯ ହଜାର ୪୮କୁ ଏହାରି ମଧ୍ୟରେ ବୃଦ୍ଧି ପାଇଛି
୫ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ଆଜି ବିଜେପି ପ୍ରାର୍ଥୀ ଘୋଷଣା କରିପାରେ। ଗତକାଲି ବିଜେପିର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ଅନେକ ବିଚାର ବିମର୍ଷ କରାଯାଇଛି। ଏହାସହ ବିଳମ୍ବିତ ରାତିରେ ବୈଠକ ଶେଷ ହୋଇଛି।
ତାଇଓ୍ୱାନରେ ସପୁରୀ ବିପ୍ଳବ। ଚୀନର ଦମନମୂଳକ ନୀତି ବିରୁଦ୍ଧରେ ସପୁରୀକୁ ଅସ୍ତ୍ର କରିଛନ୍ତି ତାଇଓ୍ୱାନବାସୀ। ଫଳରେ ଫସର ଫାଟିଛି ତାଇଓ୍ୱାନ ଅର୍ଥନୀତିକୁ ଦୁର୍ବଳ କରିଦେବା ଲାଗି ଚୀନ୍ କମ୍ୟୁନିଷ୍ଟ ଶାସକଙ୍କ ଷଡ଼ଯନ୍ତ୍ର। ତାଇଓ୍ୱାନକୁ ଚୀନ୍ ନିଜର ଏକ ପ୍ରଦେଶ ଭାବେ ବିବେଚନା କରୁଛି କିନ୍ତୁ ତାଇଓ୍ୱାନ ସ୍ୱତନ୍ତ୍ର ଦେଶ ଭାବେ ରହିବାକୁ ଚାହୁଁଛି
ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ହେଲେ ଏଥିରୁ ସୁଫଳ ପାଇ ପାରୁନାହାନ୍ତି ସାଧାରଣ ରୋଗୀ। କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଏହାର ଏକ ଜ୍ୱଳନ୍ତ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ
ଟ୍ରାକ୍ ଉପରେ ଜଳିଗଲା ଶତାବ୍ଦୀ ଏକ୍ପପ୍ରେସ। ହୁତୁ ହୁତୁ ହୋଇ ଜଳିଗଲା ଟ୍ରେନର ଗୋଟିଏ କମ୍ପାର୍ଟମେଣ୍ଟ୍। ଦିଲ୍ଲୀ-ଡେରାଡୁନ ଶତାବ୍ଦୀ ଏକପ୍ରେସରେ ଆଜି ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଉତ୍ତରାଖଣ୍ଡର କଂସରୋ ନିକଟରେ ଏହି ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି।