ଭୟଙ୍କର ହେବାରେ ଲାଗିଛି କରୋନା। ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମଣ। ଆଉ ଏହାରି ମଧ୍ୟରେ ଗୁଜୁରାଟ୍ରେ ସ୍ଥିତି ଅଣାୟତ୍ତ ରହିଛି
ରାଜ୍ୟରେ ଟିକାର ଅଭାବକୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶ ଗତକାଲି ଟିକାର ଅଭାବ ସମ୍ପର୍କରେ କହିଥିଲେ। କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ନୁହଁନ୍ତି, ଟିକା ଅଭାବର ଅଭିଯୋଗ ଆଣି କେନ୍ଦ୍ରକୁ ସ୍ୱାସ୍ଥ୍ୟମନ୍ତ୍ରୀ ବାରମ୍ବାର ଚିଠି ଲେଖୁଛନ୍ତି।
ବଙ୍ଗରେ ଥମିବାରେ ନା ନେଉନାହିଁ ମୋଦି-ଦିଦି ରାଜନୀତି। ପ୍ରତିଦିନ ଉଭୟ ଉଭୟଙ୍କୁ ସମାଲୋଚନା କରିବାରେ ବ୍ୟସ୍ତ ଅଛନ୍ତି। ତେବେ ଏହାରି ମଧ୍ୟରେ ମମତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲେ ନିର୍ବାଚନ କମିଶନ
ରାଜ୍ୟରେ ପୁଣି ବନ୍ଦ ହୋଇଯିବ କି ଧର୍ମାନୁଷ୍ଠାନ? ଭକ୍ତ ଓ ଭଗବାନଙ୍କ ଭିତରେ ପୁଣି ପାଚେରୀ ହୋଇ ଛିଡ଼ା ହେବ କି କରୋନାର ଦ୍ୱିତୀୟ ଲହରୀ? ସଂକ୍ରମଣ ବଢିବା ସହ ପ୍ରଶାସନର କଟକଣା ସେଇ ଆଡ଼କୁ ଇଙ୍ଗିତ କରୁନି ତ?
ଆସନ୍ତାକାଲିଠାରୁ ମହାରାଷ୍ଟ୍ରରେ ଲାଗିବ କର୍ଫ୍ୟୁ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏହି ସମୟରେ କେବଳ ଜରୁରୀ ସେବା ଓ ସାମଗ୍ରୀକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ। କେବଳ ଜରୁରୀ ସେବାରେ ଥିବା ଲୋକମାନେ ସାଧାରଣ ପରିବହନ ବ୍ୟବହାର କରିପାରିବେ ବୋଲି ସୂଚନା ମିଳିଛି।
ଆଉ ବୋଲ ମାନୁନାହିଁ କରୋନା। ଦେଶରେ ଲାଗାତାର ଭାବରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ମହାମାରୀ। ତେବେ ସଂକ୍ରମଣକୁ ରୋକିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଯେପରି ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ସରକାର
ନୂଆଦିଲ୍ଲୀ: ଆମେରିକାରେ କରୋନା ଟିକା ଜନସନ ଆଣ୍ଡ ଜନସନକୁ ସାମୟିକ ବନ୍ଦ କରାଯାଇଛି। ଟିକା ନେବା ପରେ ୬ ଜଣଙ୍କ ଠାରେ ରକ୍ତ ଜମାଟ ବାନ୍ଧିବାରୁ ଏମିତି ପଦକ୍ଷେପ ନେଇଛନ୍ତି ଆମେରିକା ସରକାର। ଆମେରିକା ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ ପକ୍ଷରୁ ଟିକା ବନ୍ଦ ସମ୍ପର୍କରେ ସୂଚନା ଦିଆଯାଇଛି। ଆମେରିକାରେ ଏଯାଏଁ ୬୮ ଲକ୍ଷ ଲୋକଙ୍କୁ ଜନସନ ଟିକା ଦିଆଯାଇଛି।ତେବେ ଟିକା ବନ୍ଦ ସମ୍ପର୍କରେ ଆମେରିକାର ଫୁଡ ଆଣ୍ଡ ଆଡମିଷ୍ଟ୍ରେସନ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। […]
ଆସିଲାଣି ଖରାଦିନ। ଏବେ ବଜାରରେ ଭଳିକି ଭଳି ଦେଖିବାକୁ ମିଳିବ ଆମ୍ବ। ଅବଶ୍ୟ ଏବେ ପ୍ରତିମାସରେ ବଜାରରେ ଆମ୍ବ ମିଳୁଛି। କିନ୍ତୁ ସୁଆଦିଆ ଦେଶୀ ଆମ୍ବ କେବଳ ଖରାଦିନରେ ସୁଲଭ ମୂଲ୍ୟରେ ବଜାରରେ ବିକ୍ରି ହୋଇଥାଏ। କହିବାକୁ ଗଲେ, ଆମ ସମସ୍ତଙ୍କ ବାଡ଼ିରେ ପ୍ରାୟ ଆମ୍ବ ଗଛ ରହିଛି
ଦେଶରେ ବଢିବାରେ ଲାଗିଛି କରୋନା। ସ୍ଥିତି ଏମିତି ହେଲାଣି, ଶତାଧିକ ଲୋକଙ୍କୁ ଜୀବନ ନେବାରେ ଲାଗିଛି କରୋନା। ତେବେ ଏହି ସମୟରେ ଦେଶରେ ଟିକାର ଅଭାବ ଥିବା ବି ଜଣାପଡ଼ିଛି
ହୃଦୟ ବିଦାରକ ଛାତି ଫାଟିଲା ଭଳି, ମନକୁ ବିଚଳିତ କରିବା ଭଳି ଚିତ୍ର ଦେଖିବାକୁ ମିଳିଛି ଛତିଶଗଡ଼ ଦୁର୍ଗର ଏକ ଶ୍ମଶାନର। ଏକା ସାଙ୍ଗରେ ଦାହ ହେଉଛି ବହୁ ସଂଖ୍ୟାରେ ମୃତଦେହ
ହାଇଦରର ଫେରାର ପଛରେ ଅଛନ୍ତି ତା ପରିବାର। ଘଟଣାଦିନ ଏସସିବିରେ ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା ନିଲମ୍ବିତ କନଷ୍ଟେବଳ ମହମ୍ମଦ ମୌସିମଙ୍କ ପକ୍ଷରୁ ଥାନାରେ ଦିଆଯାଇଥିବା ଏତଲାରୁ ଏହା ସ୍ପଷ୍ଟ ହେଉଛି। ହାଇଦରକୁ ଫେରାର କରିବାରେ ତା ପୁଅ, ଶଳା ଓ ପୁତୁରା ସୁଚିନ୍ତିତ ଷଡ଼ଯନ୍ତ୍ର ଥିବା ସେ ଦର୍ଶାଇଛନ୍ତି।
ମମତା ବାନାର୍ଜୀଙ୍କୁ ପ୍ରଚାର କରିବାକୁ ବ୍ୟାନ ଲଗାଇଲେ ଭାରତୀୟ ନିର୍ବାଚନ କମିଶନ। ଆଜି ରାତି ୮ଟାରୁ କାଲି ରାତି ୮ଟା ପର୍ଯ୍ୟନ୍ତ ବ୍ୟାନ କରିଛନ୍ତି କମିଶନ। ୨୪ ଘଂଟା ଲାଗି ବ୍ୟାନ କରିଛନ୍ତି ନିର୍ବାଚନ କମିଶନ। ତେବେ ଏହି ସମୟରେ ଦିଦି ପ୍ରଚାର ମୈଦାନକୁ ଓହ୍ଲାଇପାରିବେ ନାହିଁ ସୂଚନା ମିଳିଛି।
ଭୟଙ୍କର ହେଲାଣି କରୋନା। କହିବାକୁ ଗଲେ କରୋନା ମହାମାରୀକୁ ଆୟତ୍ତ କରିବା ଲାଗି ଆଉ କୌଣସି ପନ୍ଥା ବି କାମ କରୁନାହିଁ। ସ୍ଥିତି ଏମିତି ହେଲାଣି ଯେ, କେତେବେଳେ କାହାକୁ ଗ୍ରାସ କରୁଛି କରୋନା ତାହାର କୌଣସି ସୂଚନା କାହା ପାଖରେ ନାହିଁ
ମହାରାଷ୍ଟ୍ରରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସ୍ଥଗିତ କରାଯାଇଛି। ପରବର୍ତ୍ତୀ ନିର୍ଦେଶ ଯାଏ ପରୀକ୍ଷା ସ୍ଥଗିତ ରଖିଛନ୍ତି ସରକାର। କୋଭିଡ ସଂକ୍ରମଣ ବଢୁଥିବାରୁ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଏମିତି ନିଷ୍ପତ୍ତି ନେଇଛନ୍ତି ସରକାର। ତେବେ ପରୀକ୍ଷା ସମ୍ପର୍କରେ ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ବର୍ଷା ଗାଏକ୍ୱାଡା ସୂଚନା ଦେଇଛନ୍ତି
ଭାରତରେ ଋଷ ଟିକା ସ୍ପୁଟନିକ-ଭିକୁ ମିଳିଲା ମଞ୍ଜୁରି । ତୃତୀୟ କରୋନା ଟିକା ଭାବେ ଭାରତରେ ବ୍ୟବହାର ପାଇଁ ମିଳିଲା ଅନୁମତି। ପୂର୍ବରୁ କୋଭିସିଲ୍ଡ ଓ କୋଭାକ୍ସିନକୁ ଅନୁମତି ମିଳିସାରିଛି। ଦେଶରେ କରୋନାର ଦ୍ୱିତୀୟ ଲହର ତା’ର କାୟା ବିସ୍ତାର କରିବାରେ ଲାଗିଛି
ନୂଆଦିଲ୍ଲୀ: ଘୂର୍ଣ୍ଣିବାତ୍ୟା ନାଁ ଶୁଣିଲେ ସମସ୍ତଙ୍କ ମନରେ ଆତଙ୍କ ଖେଳିଯାଏ। କାରଣ ଏହା ଏମିତି ଏର ପ୍ରାକୃତିକ ବିପର୍ଯ୍ୟୟ ଯାହା ମାତ୍ର କେହି ମୁହୂର୍ତ୍ତରେ ସାରା ଦୁନିଆକୁ ଛାରଖାର କରିଦେଇଥାଏ। ତେବେ ଏହାରି ମଧ୍ୟରେ ପଶ୍ଚିମ ଅଷ୍ଟ୍ରେଲିଆରେ ଘୃର୍ଣ୍ଣିବାତ୍ୟା ନେଇ ସତର୍କ ଜାରି କରିଛନ୍ତି ପାଣିପାଗ ବିଭାଗ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏକାଥରେ ୨ଟି ସାମୁଦ୍ରିକ ବାତ୍ୟା ଅଷ୍ଟ୍ରେଲିଆରେ ସୃଷ୍ଟି ହୋଇଛି। ଏହି ଦୁଇଟି ସାମୁଦ୍ରିକ ବାତ୍ୟା ଅଲଗା ଅଲଗା ହୋଇଥିବାରୁ ଲୋକମାନଙ୍କୁ ସୁରକ୍ଷିତ ଜାଗାକୁ ଯିବା […]
ଫୁଟିଲା ଗୁଳି, ବୋହିଲା ରକ୍ତ। ବଙ୍ଗ ଲଢ଼େଇର ଚତୁର୍ଥ ଚରଣରେ ସୀମା ଟପିଲା ହିଂସା, ତାଣ୍ଡବ କଲା ମୃତ୍ୟୁ। କୋଚ୍ବିହାର ଜିଲ୍ଲା ସଂରକ୍ଷିତ ଆସନ ଶୀତଲକୁଚିରେ ଆଜି ପାଞ୍ଚ ଜଣଙ୍କ ଜୀବନ ଯାଇଛି।
କରୋନାର ଦ୍ୱିତୀୟ ଲହର ବଳ ଜୁଟାଇବା ପରେ ଆଉ ଥରେ ଉତ୍କଟ ଓ ଦୟନୀୟ ସ୍ଥିତି ଦେଖାଦେଇଛି। ଖାଲି ହସ୍ପିଟାଲ ନୁହେଁ, ଶ୍ମଶାନ ଘାଟରେ ବି ଅଣନିଶ୍ୱାସୀ ଓ ଆକାମାକ୍ତା ମଣିଷ।
କାମାକ୍ଷାନଗର(ବିଦ୍ୟାଧର ବରାଳ): ବିସ୍ମୟ ଭାଇ ଭଉଣୀ। ଆଖି ବନ୍ଦକରି କରୁଛନ୍ତି କରିସ୍ମା। ବନ୍ଦ ଆଖିରେ ପଢି ପାରୁଛନ୍ତି ବହି ଏବଂ ଏଟିଏମ କାର୍ଡ ନମ୍ବର। ଢ଼େଙ୍କାନାଳ ଭୁବନର ବିସ୍ମୟ ଭାଇ ଭଉଣୀ ରଶ୍ମିରଂଜନ ଓ ନିବେଦିତାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ଏହି ଦୁଇ ଜଣଙ୍କୁୁ ଦେଖିବା ପାଇଁ ଏବେ ଲୋକମାନେ ଲମ୍ବା ଲାଇନ୍ ଲଗାଇଛନ୍ତି। ଆଖିରେ ବନ୍ଧା ହୋଇଛି କପଡା ତଥାପି ବହି ପଢି ପାରୁଛନ୍ତି, ରଙ୍ଗ କହି ପାରୁଛନ୍ତି। ଏହି ଭାଇ ଉଭଣୀ […]
ବିଜେପି ସମର୍ଥନରେ ଲୋକଙ୍କ ଆକୁଣ୍ଠ ସମର୍ଥନ ଦେଖି ମମତା ଦିଦିଙ୍କ ଗୁଣ୍ଡା ମାନେ ଏପରି କରିଛନ୍ତି। ନିର୍ବାଚନ କମିଶନ ମାମଲାରେ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୋଦି ଦାବି କରିଛନ୍ତି। ଆଜି କୁଚବିହାରରେ ନିର୍ବାଚନରେ ବେଳେ ଗୁଳି ମାଡ଼ରେ ୪ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି
ଓଡ଼ିଶା ଇତିହାସର ହିନ୍ଦୀ ସଂସ୍କରଣ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ ପୁସ୍ତକ ଓଡ଼ିଶା ଇତିହାସ ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ଉପସ୍ଥିତ ଓଡ଼ିଶାର ବିବିଧତାଭରା ଇତିହାସ ଲୋକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ ବୋଲି କହିଲେ ମୋଦି ପୁସ୍ତକର ହିନ୍ଦୀ ଅନୁବାଦ ଦ୍ୱାରା ଲୋକଙ୍କ ପାଖରେ ପହଞ୍ଚିବା ସହଜ ହେବ ହରେକୃଷ୍ଣ ମହତାବଙ୍କ ପରି ବ୍ୟକ୍ତିତ୍ୱ ବିରଳ ବୋଲି କହିଲେ ମୋଦି ସାମାଜିକ ଭେଦଭାବ ବିରୋଧରେ ଲଢ଼େଇ କରିଥିଲେ ହରେକୃଷ୍ଣ ଓଡ଼ିଶାର […]
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମଣ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୩୧,୯୬୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କରୋନାରେ ୭୮୦ ଜଣଙ୍କ ଯାଇଛି ଜୀବନ। ଏହାସହ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୩୦,୬୦,୫୪୨ରେ ପହଞ୍ଚିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, କରୋନା ଭାଇରସ୍ ଜନିତ ମହାମାରୀ ବ୍ୟାପିବା ଦିନ […]
ପୁଣି ଥରେ ଶିକ୍ଷାନୁଷ୍ଠାନରେ ବ୍ୟାପିବାରେ ଲାଗିଲାଣି କରୋନା। କ୍ରମାଗତ ଭାବରେ କରୋନା ସଂକ୍ରମଣ ବଢୁଥିବାରୁ ଏବେ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ
କରୋନା ସଂକ୍ରମଣ ବଢୁଥିବାରୁ ଚିନ୍ତାରେ ସାରା ଦେଶ। ଆଉ ଏହାରି ମଧ୍ୟରେ ପରୀକ୍ଷା ବାତିଲ ହେବା ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି। ସୂଚନା ଅନୁସାରେ, କରୋନା ସଂକ୍ରମଣ ବଢ଼ୁଥିବାରୁ ସିବିଏସଇର ପ୍ରସ୍ତାବିତ ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିବା ପାଇଁ ଅନେକ ଶିକ୍ଷାର୍ଥୀ ଜୋରଦାର ଦାବି କରିଛନ୍ତି।
ଦେଶରେ ଧୀରେ ଧୀରେ ଭୟାନକ ହେବାରେ ଲାଗିଛି ସଂକ୍ରମଣ। କହିବାକୁ ଗଲେ କରୋନା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଆଉ ଏହାରି ମଧ୍ୟରେ କରୋନା ସ୍ଥିତି ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି