ନୂଆଦିଲ୍ଲୀ: ଦେଶରେ ଅମ୍ଳଜାନ ସଙ୍କଟକୁ ଦୂରକରିବା ପାଇଁ କେନ୍ଦ୍ରର ମୋଦୀ ସରକାର ଆଉ ଏକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। ପିଏମ କେୟାର ଫଣ୍ଡରୁ ଏକ ଲକ୍ଷ ପୋର୍ଟେବଲ୍ ଅମ୍ଳଜାନ କନସେଣ୍ଟରେଟର କ୍ରୟକୁ ସରକାର ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ କ୍ରୟ ପ୍ରକ୍ରିୟା ଶୀଘ୍ର ସମାପ୍ତ କରି ଅଧିକ ପ୍ରଭାବିତ ରାଜ୍ୟମାନକୁ ଅମ୍ଳଜାନ ପ୍ରଦାନ କରାଯିବା ଉଚିତ। ଏହି ସମୟରେ ପ୍ରତିରକ୍ଷା […]
ମୁମ୍ବାଇ: ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ ଟିକାକରଣ ପାଇଁ ରାଜ୍ୟରେ ଆବଶ୍ୟକ ଭିତ୍ତିଭୂମି ରହିଛି। ସେ କହିଛନ୍ତି ଯେ ଭିତ୍ତିଭୂମିର ଉପସ୍ଥିତି ଥାଇ ମଧ୍ୟ ଟିକାକରଣରେ ସମସ୍ୟା ରହିଛି କାରଣ ପର୍ଯ୍ୟାପ୍ତ ପରିମାଣର ଟିକା ଷ୍ଟକ୍ ନାହିଁ। ଏନେଇ ଟିକା କମ୍ପାନୀଗୁଡିକ ସହିତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଆଲୋଚନା ଚାଲିଛି। ଟୋପେ କହିଛନ୍ତି ଯେ ୧୮ ରୁ ୪୪ ବର୍ଷ ବୟସର ଲୋକଙ୍କ ପାଇଁ ଅଲଗା ଟିକାକରଣ କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଇପାରିବ। ଏହା […]
tନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ତରଙ୍ଗରେ ଦେଶ ଏବେ ସଂଘର୍ଷ କରୁଛି। ଅନେକ ଲୋକ ଏଥିରେ ସଂକ୍ରମିତ ହେଉଥିବା ବେଳେ ବହୁ ଲୋକ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ଏହି ସଂଗୀନ କାଳରେ ଦେଶର ଅନେକ ରାଜ୍ୟରେ ଅମ୍ଳଜାନ ସଙ୍କଟ ଦେଖିବାକୁ ମିଳିଛି। ଏହି ସଂଟକୁ ଦୂର କରିବାକ ପାଇଁ ସରକାର ଓ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଥହିବା ବେଳେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) କହିଛି ଯେ ସେ ୫୦୦ ମେଡିକାଲ ଅମ୍ଳଜାନ କାରଖାନା […]
ନୂଆଦିଲ୍ଲୀ: ଚୀନ୍ ସହ ତିକ୍ତତାର ସମାଧାନ ଲାଗି ମଧ୍ୟସ୍ଥତା କରିବାକୁ ଆମେରିକାର ପ୍ରସ୍ତାବ ଉପରେ ଭାରତର ପ୍ରତ୍ୟାଖ୍ୟାନ। ଭାରତ ନିଜେ ଏହାର ସମାଧାନ କରିବାକୁ ସକ୍ଷମ ଏବଂ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଅନ୍ୟ କାହାରି ହସ୍ତକ୍ଷେପ ଆବଶ୍ୟକ ନଥିବା କହିଛି। ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ, କୂଟନୈତିକ ସ୍ତରରେ ସମସ୍ୟାର ସମାଧାନ ଲାଗି ନୂଆଦିଲ୍ଲୀ ଏବଂ ବେଜିଂ ଉଦ୍ୟମ ଜାରି ରଖିଛନ୍ତି। ଉପୁଜିଥିବା ସ୍ଥିତିର ଶାନ୍ତିପୂର୍ଣ୍ଣ ସମାଧାନ […]
ଭୁବନେଶ୍ୱର: ରାଜ୍ୟରେ ଆଜି ବି ଭୟଙ୍କର ଗରମ। ଆଉ ଗୁଳୁଗୁଳିରେ ସନ୍ତୁଳି ହୋଇଛନ୍ତି ଲୋକେ। ଆଜି ୪୫.୨ ଡିଗ୍ରୀ ସହ ଟିଟିଲାଗଡ଼ର ତାପମାତ୍ରାରେ ସର୍ବାଧିକ ରହିଥିବାବେଳେ ୧୨ଟି ସହରରେ ପାରଦ ୪୦ ପାର୍ କରିଛି। ବଲାଙ୍ଗିରରେ ୪୩.୮, ଭବାନୀପାଟଣା ୪୩, ମାଲକାନଗିରି ୪୨.୫, ସମ୍ବଲପୁର ୪୨.୩, ସୋନପୁର ୪୨.୨, ବୌଦ୍ଧରେ ୪୨, ଝାରସୁଗୁଡ଼ାରେ ୪୧.୮, ହୀରାକୁଦରେ ୪୧.୧, ଫୁଲବାଣୀରେ ୪୦.୮, ସୁନ୍ଦରଗଡ଼ରେ ୪୦.୫ ଏବଂ ପାରଳାଖେମୁଣ୍ଡିରେ ୪୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ତେବେ କିଛି ଜିଲ୍ଲାରେ […]
ନୂଆଦିଲ୍ଲୀ: ଚୀନ୍ ସହ ପୁଣି ଉତ୍ତେଜନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଜରୁରୀ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନି ସେନା ମୁଖ୍ୟ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନରାଲ ବିପିନ ରାଓ୍ୱତଙ୍କ ଜରୁରୀ ବୈଠକରେ ଆଲୋଚନା କରିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଓ ବୈଦେଶିକ ବ୍ୟାପର ସଚିବଙ୍କ ଏକ ପୃଥକ ଆଲୋଚନାରେ ମଧ୍ୟ ଯୋଗ ଦେଇଥିଲେ। ସେହିଭଳି ପ୍ରଧାନମନ୍ତ୍ରୀଙ୍କ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ତିନି […]
ନୂଆଦିଲ୍ଲୀ: ରାଜସ୍ଥାନ ଚୁରୁରେ ରେକର୍ଡ ଭାଙ୍ଗିଲା ତାପାମାତ୍ରା। ଚୁରୁରେ ଆଜି ଦେଶର ସର୍ବାଧିକ ତାପାମାତ୍ରା ୫୦ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି। ସେହିଭଳି ଦ୍ୱିତୀୟରେ ରହିଛି ରାଜଧାନୀ ଦିଲ୍ଲୀର ପାଲମ ଅଞ୍ଚଳ। ଏଠାରେ ଆଜି ଦିନରେ ପାରଦ ରହିଥିଲା ୪୭.୬ ଡିଗ୍ରୀ ସେଲସିୟସ। ଏପଟେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମଧ୍ୟ ସୂର୍ଯ୍ୟଙ୍କ ପ୍ରକୋପ ଅନୁଭୂତ ହୋଇଛି। ରାଜ୍ୟର ୧୪ଟି ସହରରେ ୪୦ ଡିଗ୍ରୀ ଉପରେ ରହିଥିଲା। ପାରଦ ଟିଟିଲାଗଡ଼ରେ ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। […]
ଲକ୍ଷ୍ନୌ: ସମଗ୍ର ଦେଶରେ କରୋନା ଏକ ସଂକଟ ସୃଷ୍ଟି କରିଛି। ଦେଶର ସବୁଠୁ ବଡ ରାଜ୍ୟ ୟୁପି ମଧ୍ୟ ସାଙ୍ଘାତିକ ଭାବେ କରୋନାରେ ସହ ସଂଘର୍ଷ କରୁଛି। ଏହି ସଂକଟ ସମୟରେ ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନ ଓ ଶଯ୍ୟା ସଂକଟ ଦେଖାଦେଇଛି। ଅନେକ ସ୍ଥାନରେ ଅମ୍ଳଜାନର କଳାବଜାରୀ ହେଉଥିବା ବି ନଜରକୁ ଆସୁଛି। ଏନେଇ ଉତ୍ତରପ୍ରଦେଶରେ ଅମ୍ଳଜାନ ଯୋଗାଣ ଉପରେ ଯାଞ୍ଚ ଓ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଗୃହ ବିଭାଗରେ ଅମ୍ଳଜାନ ନିୟନ୍ତ୍ରଣ […]
ନୂଆଦିଲ୍ଲୀ: କରୋନା ସଂକ୍ରମିତ ଚିକିତ୍ସା ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ପୁଣିଥରେ ଦିଲ୍ଲୀ ସରକାରଙ୍କୁ ହଇରାଣ କରିଛନ୍ତି। ମଙ୍ଗଳବାର ହାଇକୋର୍ଟ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ସରକାରଙ୍କ ସମ୍ପୂର୍ଣ୍ଣ ବ୍ୟବସ୍ଥା ବିଫଳ ହୋଇଛି ଏବଂ ଅମ୍ଳଜାନ ସିଲିଣ୍ଡର ଏବଂ କୋଭିଡ-19 ରୋଗୀଙ୍କ ଚିକିତ୍ସା ପାଇଁ ପ୍ରମୁଖ ଔଷଧର କଳା ମାର୍କେଟିଂ କରାଯାଉଛି। ଜଷ୍ଟିସ୍ ଭିପିନ୍ ସାଙ୍ଗି ଏବଂ ଜଷ୍ଟିସ୍ ରେଖା ପଲ୍ଲୀଙ୍କ ବେଞ୍ଚ କହିଛନ୍ତି ଯେ ଏହା ଶାଗୁଣା ହେବାର ସମୟ ନୁହେଁ। ଯେଉଁମାନେ ଅମ୍ଳଜାନ ରିଫିଲ୍ […]
ନୂଆଦିଲ୍ଲୀ: ଭାରତ ଏବେ କରୋନା ଜୀବାଣୁ ସଂକ୍ରମଣର ଦ୍ୱିତୀୟ ତରଙ୍ଗ ସହ ଲଢୁଛି ଏବଂ କୋଭିଡ-୧୯ ମାମଲା ସଂଖ୍ୟାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ଅମ୍ଳଜାନ ଓ ଶଯ୍ୟା ଅଭାବର ଶିକାର ହେଉଛନ୍ତି। କୋଭିଡ-୧୯ ସଂକ୍ରମିତଙ୍କ ଚିକିତ୍ସାରେ ବହୁ ଆବଶ୍ୟକୀୟ ଅମ୍ଳଜାନ ବିତରଣକୁ ତ୍ୱରାନ୍ୱିତ କରିବା ପାଇଁ ଭାରତୀୟ ବାୟୁସେନା ଦେଶର ବିଭିନ୍ନ ଫିଲିଂ ଷ୍ଟେସନରେ ଖାଲି ଅମ୍ଳଜାନ ଟ୍ୟାଙ୍କର୍ ଓ କଣ୍ଟେନର୍ ଯୋଗାଉଛି। ଏହାସହ ବାୟୁସେନା ଦେଶର ବିଭିନ୍ନ ସ୍ଥାନରେ ନିର୍ମିତ କୋଭିଡ-୧୯ ଡାକ୍ତରଖାନା ପାଇଁ […]
ନୂଆଦିଲ୍ଲୀ: ଅମ୍ଳଜାନ ଅଭାବ ଓ କରୋନା ମହାମାରୀ ପରିଚାଳନା ସହ ଜଡିତ ଅନ୍ୟାନ୍ୟ ପ୍ରସଙ୍ଗରେ ସୁପ୍ରିମ୍କୋର୍ଟ ମଙ୍ଗଳବାର ଶୁଣାଣି କରିଥିଲେ। ଏହି ଅବସରରେ ଟିକା ମୂଲ୍ୟ, ଟିକା ଉପଲବ୍ଧତା, ଅମ୍ଳଜାନ ସମେତ କେତେକ ପ୍ରସଙ୍ଗରେ କୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଥିଲେ। ତିନିଜଣିଆ ଖଣ୍ଡପୀଠ କହିଛନ୍ତି ଯେ ୩୦ ଏପ୍ରିଲ ଶୁକ୍ରବାର ଦ୍ୱିପ୍ରହରରେ ଏହାର ଶୁଣାଣି ହେବ। ଶୁକ୍ରବାର ସୁଦ୍ଧା ସମସ୍ତ ପ୍ରସଙ୍ଗର ଜବାବ କେନ୍ଦ୍ର ସରକାର ଦେଇପାରିବ ବୋଲି କହିଛି। କରୋନା ସଙ୍କଟର ମୁକାବିଲା ପାଇଁ […]
ନୂଆଦିଲ୍ଲୀ: ଦେଶରେ କରୋନାର ଆତଙ୍କ ଉଗ୍ର ହେବାରେ ଲାଗିଛି। ଭାଇରସକୁ ଦେଇ ଦେଶସାରା ହାହାକାର ଖେଳିଯାଇଛି। ବହୁ ଲୋକ ଏଥିରେ ସଂକ୍ରମିତ ହେଉଥିବା ବେଳେ ଅନେକ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଶହଦାଯ ପାଇଁ ମଧ୍ୟ ମଶାଣିରେ ଜାଗା ଅଭାବ ହେଉଛି। ଏଭଳି ପରିସ୍ଥିତିରେ ଦେଶର ସଶସ୍ତ୍ର ବାହିନୀର ଡାକ୍ତରୀ କର୍ମଚାରୀମାନେ ମଧ୍ୟ କରୋନା ଜୀବାଣୁ ସଂକ୍ରମଣର ମୁକାବିଲା ପାଇଁ ଅଣ୍ଟା ଭିଡିଲେଣି। ସୁରକ୍ଷା ବାହିନୀ ଜେନେରାଲ୍ ବିପିନ ରାୱତ (ସିଡିଏସ୍) କହିଛନ୍ତି, […]
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡା ସୋମବାର ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିବୃତ୍ତିକୁ ଟାର୍ଗେଟ କରି କହିଛନ୍ତି। ସେ କହିଛନ୍ତି ଯେ ରାଜ୍ୟବାସୀ ମମତାଙ୍କ ବିବୃତ୍ତିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ସହିତ ନଡା ବିପରୀତ ପରିସ୍ଥିତିରେ କାମ କରିଥିବାରୁ ବିଜେପି କର୍ମୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। କୋଲକାତାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜେପି ନଡା କହିଛନ୍ତି, ‘ଏହି ନିର୍ବାଚନ ଅଦ୍ଭୁଦପୂର୍ବ ଓ ଅନନ୍ୟ, ଯେଉଁଠାରେ […]
ମୁମ୍ବାଇ: କରୋନା ମାମଲା ମଧ୍ୟରେ ଭାରତ ବର୍ତ୍ତମାନ ପୃଥିବୀର କେନ୍ଦ୍ର ପାଲଟିଛି। ବିଶ୍ଵରେ କରୋନା ଭାଇରସ ସବୁଠାରୁ ଅଧିକ ମାମଲା ଭାରତରେ ରିପୋର୍ଟ କରାଯାଉଛି। ଏଥି ସହିତ ଡାକ୍ତରଖାନାରେ ଅମ୍ଳଜାନ ଓ ଶଯ୍ୟା ଅଭାବକୁ ନେଇ ଚିନ୍ତା ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ରରେ କରୋନା ଭାଇରସ୍ କାରଣରୁ ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ହୋଇଛି। ପ୍ରତିଦିନ ବହୁ ସଂଖ୍ୟକ ନୂଆ କରୋନା ମାମଲା ସାମ୍ନାକୁ ଆସୁଥିବା ବେଳେ ଅନେକ ଲୋକ ମଧ୍ୟ ମରୁଛନ୍ତି। ଏସବୁ ମଧ୍ୟରେ ରାଜ୍ୟର ଡାକ୍ତରଖାନାଗୁଡ଼ିକରେ […]
ନୂଆଦିଲ୍ଲୀ: ୨୦୨୧ର ଓସ୍କାର ପୁରସ୍କାର ସମାରୋହରେ ବାଜି ମାରିଲା “ନୋମେଡଲ୍ୟାଣ୍ଡ” ଏକ ଗାଡି ଉପରେ ଜୀବନଯାପନ କରୁଥିବା ଜଣେ ଆମେରିକୀୟ ମହିଳାଙ୍କ ଉପରେ ଆଧାରିତ ଏହି ଫିଲ୍ମକୁ ମିଳିଛି ୩ଟି ପ୍ରମୁଖ ପୁରସ୍କାର। ଚଳିତ ବର୍ଷର ଏକାଡେମୀ ଆଓ୍ୱାର୍ଡରେ “ନୋମେଡଲ୍ୟାଣ୍ଡ” ଶ୍ରେଷ୍ଠ ଫିଲ୍ମ ଭାବେ ବିବେଚିତ ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଥିବା ୩୯ ବର୍ଷୀୟା କ୍ଲୋଇ ଚାଓଙ୍କୁ ମିଳିଛି ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର। ଓସ୍କାରର ୯୩ ବର୍ଷର ଇତିହାସରେ କ୍ଲୋଇ ଚାଓ ଦ୍ୱିତୀୟ ମହିଳାଭାବେ ଶ୍ରେଷ୍ଠ […]
ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ସମଗ୍ର ତରଳ ଅମ୍ଳଜାନ ଭଣ୍ଡାରକୁ କେବଳ ଚିକିତ୍ସା ଉଦ୍ଦେଶ୍ୟରେ ବ୍ୟବହାର କରାଯିବା ଉଚିତ ଵୋଲି କେନ୍ଦ୍ର କହିଥିବା ବେଳେ ଅନ୍ୟ କୌଣସି ଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି କହିଛି। ଏଥି ସହିତ, ଅମ୍ଳଜାନ ଉତ୍ପାଦନକାରୀ ୟୁନିଟ୍ର ସର୍ବାଧିକ ଉତ୍ପାଦନ ଏବଂ କେବଳ ଚିକିତ୍ସା କ୍ଷେତ୍ରରେ ତତ୍କାଳ ବ୍ୟବହାର ପାଇଁ ଅମ୍ଳଜାନ ଉପଲବ୍ଧ କରିବାକୁ କେନ୍ଦ୍ର କହିଛି। ଏହି ନିଷ୍ପତ୍ତି ଅନୁସାରେ ବିନା […]
ନୂଆଦିଲ୍ଲୀ: ସାରା ଦୁନିଆର ସିନେପ୍ରେମୀମାନେ ବର୍ତ୍ତମାନ ୨୦୨୧ ପୁରସ୍କାରର ଅପେକ୍ଷାରେ ଅଛନ୍ତି। ମାର୍ଚ୍ଚ ୧୫ରେ ୯୩ତମ ଏକାଡେମୀ ପୁରସ୍କାର ବା ଓସ୍କାର ନାମାଙ୍କନ ଘୋଷଣା ହୋଇଥିଲା। ଏହି ଘୋଷଣା ବଲିଉଡ୍-ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ପତି ନିକ ଜୋନସ କରିଥିଲେ। ବର୍ତ୍ତମାନ ଏହି ବିଶାଳ କାର୍ଯ୍ୟକ୍ରମର ଚର୍ଚ୍ଚା ଚାରିଆଡେ ହେବାରେ ଲାଗିଛି। ଓସ୍କାର-୨୦୨୧ ଏବେଠାରୁ ଇତିହାସ ରଚିବା ଆରମ୍ଭ କରିଦେଇଛି। ଚଳିତ ବର୍ଷ ସିନେ ନିର୍ମାତା କ୍ଲୋ ଜାଓଙ୍କୁ ତାଙ୍କ ସିନେମା “ନୋମେଡଲ୍ୟାଣ୍ଡ” ପାଇଁ […]
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ କାରଣରୁ ହାହାକାର ଖେଳିଯାଇଛି। ଏହି ସମୟରେ ନା ଯେ କେବଳ ଲଗାତର ୨୪ ହଜାର ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି ବରଂ ମୃତ୍ୟୁ ସଂଖ୍ୟା ମଧ୍ୟ ହୁ ହୁ ହୋଇ ବଢିଚାଲିଛି। ପରିସ୍ଥିତି ଏପରି ହୋଇଯାଇଛି ଯେ ଶବଦାହ ପାଇଁ ମଶାଣିରେ ଲମ୍ବା ଲାଇନ ଦେବାକୁ ପଡୁଛି। ଅନେକ ସ୍ଥାନରେ ପାର୍କରେ ଶବ ସତ୍କାର ହେଉଥିବା ଦେଖିବାକୁ ମିଳୁଛି। ଏଭଳି ମର୍ମସ୍ପର୍ଶି ଘଟଣା ଦିଲ୍ଲୀର ସରାଇ କାଲେ ଖାନ୍ସ୍ଥ […]
ନୂଆଦିଲ୍ଲୀ: ଦେଶବ୍ୟାପୀ ଆସନ୍ତାକାଲି ପାଳନ ହେବ ଇଦ୍। ଆଜି ଚାନ୍ଦ ଦେଖାଯିବାରୁ ଆସନ୍ତାକାଲି ଇଦ-ଉଲ୍-ଫିତର୍ ପାଳିବେ ମୁସଲିମ ଧର୍ମାବଲମ୍ବୀ। ଚାନ୍ଦ ଦର୍ଶନ ସହ ପବିତ୍ର ରମଜାନ ମାସ ଶେଷ ହୋଇଥାଏ। ମାସ ଯାକ ରୋଜା ପାଳିଥିବା ମୁସଲିମ ଭାଇ ଭଉଣୀମାନେ ପରସ୍ପରକୁ ଶୁଭେଚ୍ଛା ଜଣାଇଥାନ୍ତି। ଇଦ୍-ଉଲ୍-ଫିତରରେ ସମୂହ ନମାଜ ପାଠ କରାଯାଇଥାଏ। ତେବେ ଏଥର କରୋନା କଟକଣା ଯୋଗୁ ମସଜିଦ୍ ବନ୍ଦ ଥିବାରୁ ସମୂହ ନମାଜ ପାଠକୁ ଅନୁମତି ମିଳିନାହିଁ। ତେଣୁ ଇଦ୍ ବଦଳରେ ଘରେ ବସି […]
ବ୍ରିଟେନ୍ ମେଡିକାଲ୍ ରେଗୁଲେଟର୍ ମୁତାବକ ଆଷ୍ଟ୍ରାଜେନିକାର କୋଭିଡ୍ ଟିକାରେ ୧୬୮ ମୁଖ୍ୟ ବ୍ଲଡ୍ କ୍ଲଟ୍ସ ସମସ୍ୟା ଦେଖାଯାଉଛି। ବର୍ତ୍ତମାନ ୧୦ ଲକ୍ଷ ଡୋଜରେ ୭.୯ ବ୍ଲଡ୍ କ୍ଲଟ୍ ମାମଲା ସାମ୍ନାକୁ ଆସିଛି। ପୂର୍ବ ସପ୍ତାହ ତୁଳନାରେ ଚଳିତ ସପ୍ତାହ ବ୍ଲଡ୍ କ୍ଲଟ୍ ମାମଲା କ୍ଷିପ୍ର ଗତିରେ ବଢି ଚାଲିଛି। ପୂର୍ବ ସପ୍ତାହରେ ଏନେଇ ୧୦୦ କେସ୍ ଆସିଥିଲା, ଯେଉଁଠିକି ୧୦ ଲକ୍ଷ ଡୋଜ୍ ଉପରେ ୪.୯ ବ୍ଲଡ୍ କ୍ଲଟ୍ ମାମଲା ସାମ୍ନାକୁ ଆସିଥିଲା। ତେବେ କିଛି ସପ୍ତାହ […]