ନୂଆଦିଲ୍ଲୀ: ଦିଲ୍ଲୀରେ ଟ୍ରାକ୍ଟର ରାଲି ଆନ୍ଦୋଳନ ନାଁରେ ଉତ୍ପାତ ଓ ଅସଭ୍ୟ ଆଚରଣ ଦେଖାଇଲେ ଚାଷୀ। ପବିତ୍ର ସାଧାରଣତନ୍ତ୍ର ଦିବସରେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ଗରିମାର ସାଂଘାତିକ ଉଲଙ୍ଘନ କଲେ। ଯେଉଁ ଲାଲକିଲାରେ କେବଳ ଦେଶର ଅଖଣ୍ଡତାର ପରିଚୟର ପ୍ରତୀକ ତ୍ରିରଙ୍ଗା ଉଡ଼େ, ସେ ଐତିହାସିକ ସ୍ଥାନକୁ କବ୍ଜା କରି ଆଜି ଏମିତି ଢଙ୍ଗରେ ଆନ୍ଦୋଳନ ନାଁରେ ବିକ୍ଷୋଭକାରୀ ଉଡ଼ାଇଲେ। ସେଠି ନିଜ ଝଣ୍ଡା ଏମିତିକି ଦେଇଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପ୍ରତିଶ୍ରୁତିର ଧଜ୍ଜିଆ ଉଡ଼ାଇ ତଲଓ୍ୱାର, ଲାଠି […]
ନୂଆଦିଲ୍ଲୀ: ଦିଲ୍ଲୀରେ ବ୍ୟାପକ ହେବାରେ ଲାଗିଛି ଆନ୍ଦୋଳନ। ଶାନ୍ତିପୂର୍ଣ୍ଣ ଟ୍ରାକ୍ଟର ରାଲି ପାଇଁ ଅନୁମତି ମାଗିଥିଲେ, ଆଉ ଅନୁମତି ବି ମିଳିଲା। କିନ୍ତୁ ରାଲି ଆଳରେ ଆଇନ ଭାଙ୍ଗିଲେ ଚାଷୀ। ଟ୍ରାକ୍ଟର ଉପରେ ବସି ଲାଲକିଲା ଆଡ଼କୁ ମାଡ଼ିଆସିଲେ। ହଜାର ହଜାର ଚାଷୀଙ୍କ ହାତରେ ଥିଲା ଖଣ୍ଡା। ଖଣ୍ଡା ବୁଲାଇ ପୋଲିସ୍ ପାଖକୁ ମାଡ଼ିଆସିଲେ। ଜୋର ଜବରଦସ୍ତ ଲାଲକିଲ୍ଲା ଉପରକୁ ଚଢ଼ିଗଲେ ଆନ୍ଦୋଳନରତ ଚାଷୀ। ଲାଲକିଲ୍ଲାରେ ପ୍ରବେଶ କରି ଉଡାଇଲେ ନିଜ ପତାକା, ବୁଲାଇଲେ ଖଣ୍ଡା। ଟ୍ରାକ୍ଟର […]
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପୂର୍ବରୁ ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି କହିଛନ୍ତି , ପ୍ରତିକୂଳ ପ୍ରାକୃତିକ ପରିସ୍ଥିତି , ଅନେକ ସମସ୍ୟା ଏବଂ କୋଭିଡ ଭଳି ବିପଦ ସତ୍ତ୍ୱେ ଆମର ପରିଶ୍ରମୀ କୃଷକ ଦେଶର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିଛନ୍ତି। ସେନାର ବାହାଦୂର ଯବାନ କଠୋରତମ ପରିସ୍ଥିତିରେ ମଧ୍ୟ ଦେଶର ସୀମାକୁ ସୁରକ୍ଷା ଯୋଗାଇଛନ୍ତି। ସିଆଚେନ୍ ଏବଂ ଗଲୱାନ ଘାଟିରେ ସଜାଗ ଯବାନଙ୍କ ବୀରତ୍ୱ, ଦେଶପ୍ରେମ ଓ ବଳିଦାନ ପାଇଁ […]
ନୂଆଦିଲ୍ଲୀ: ୨୦୨୧ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏଥର ୭ ଜଣଙ୍କୁ ମିଳିବ ପଦ୍ମ ବିଭୂଷଣ ପୁରସ୍କାର ମିଳିବ। ସେହିପରି ୧୦ ଜଣଙ୍କୁ ପଦ୍ମ ଭୂଷଣ, ୧୦୨ ଜଣଙ୍କୁ ମଳିବ ପଦ୍ମଶ୍ରୀ ମିଳିବ। ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ପଦ୍ମ ବିଭୂଷଣ ପାଇବେ। ସାହିତ୍ୟ ଓ ଶିକ୍ଷା ଲାଗି ରଜତ କୁମାର କର ପଦ୍ମଶ୍ରୀ ପାଇବେ। ସାହିତ୍ୟ ଓ ଶିକ୍ଷା ଲାଗି ନନ୍ଦ ପୃଷ୍ଟି ପଦ୍ମଶ୍ରୀ ପୁରସ୍କାର ପାଇବେ। ସମାଜ ସେବା ଲାଗି […]
କାଠମାଣ୍ଡୁ: ନେପାଳରେ ଘନଉଛି ରାଜନୈତିକ ସଂକଟ। ନିଜ ଦଳରୁ ବହିଷ୍କୃତ ହେଲେ ନେପାଳର କାମଚଳା ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି। ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟି ବୈଠକରେ ଓଲିଙ୍କ ବହିଷ୍କାର ନେଇ ନିଷ୍ପତ୍ତି ହୋଇଛି। ଏଥିସହ ତାଙ୍କ ସଦସ୍ୟ ପଦ ମଧ୍ୟ ରଦ୍ଦ କରିଛି କେନ୍ଦ୍ରୀୟ କମିଟି। ଓଲିଙ୍କ ବିରୋଧୀ ତଥା ପୁଷ୍ପ କମଲ ଦହଲ ବା ପ୍ରଚଣ୍ଡଙ୍କ ନେତୃତ୍ୱାଧୀନ ଗୋଷ୍ଠୀ କେନ୍ଦ୍ରୀୟ କମିଟି ବୈଠକରେ ଏହି ନିଷ୍ପତ୍ତି ନେଇଥିବା ବେଳେ, ଏନେଇ ପ୍ରବକ୍ତା […]
ନାୟକ ଫିଲ୍ମର ରୋମାଞ୍ଚକର କାହାଣୀ, ସତ ହୋଇଛି ହରିଦ୍ୱାରର କଲେଜ ଛାତ୍ରୀ ସୃଷ୍ଟି ଗୋସ୍ୱାମୀଙ୍କ ଜୀବନରେ। ଆଜି ଦିନକ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ବନିଛନ୍ତି ୨୦ ବର୍ଷୀୟା ସୃଷ୍ଟି। ବିଧାନସଭାରେ ସମୀକ୍ଷା କରିଛନ୍ତି ବିଭିନ୍ନ ବିଭାଗର ବିକାଶମୂଳକ କାର୍ଯ୍ୟର। ରୁର୍କିରେ କୃଷିରେ ସ୍ନାତକ କରୁଥିବା ସ୍ରିଷ୍ଟିଙ୍କ ବାପା ଜଣେ ତେଜରାତି ଦୋକାନୀ, ମା ଗୃହିଣୀ ହେଲେ ଝିଅ ନିଜ ମେଧା, ପ୍ରତିଭା ଓ ଆତ୍ମବିଶ୍ୱାସ ବଳରେ ଏଭଳି ବିରଳ ସୁଯୋଗ ପାଇବା ପରେ, ସେମାନଙ୍କ ଛାତି କୁଣ୍ଢେମୋଟ। […]
କୋଲକାତା: ଆଜି ନେତାଜୀ ନୁହେଁ, ଭାରତର ଆତ୍ମଗୌରବ ଜନ୍ମ ନେଇଥିଲା। ନେତାଜୀଙ୍କ ବିଷୟରେ ବ୍ୟାଖ୍ୟା କଲେ ଶବ୍ଦର ଅଭାବ ପଡ଼ିଯିବ। ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନେତାଜୀଙ୍କ ୧୨୫ ଜୟନ୍ତୀ ସମାରୋହ ଅବସରରେ କୋଲକାତାର ଭିକ୍ଟୋରିଆଲ ମେମୋରିଆଲରେ ଯୋଗ ଦେଇ ମୋଦି କହିଛନ୍ତି ଯେ ଆଜି କୋଲକାତା ଆସିବା ମୋ ପାଇଁ ଭାବୁକ କଲା ଭଳି ସମୟ।ଛୋଟବେଳୁ ନେତାଜୀଙ୍କ ନାଁ ମୋତେ ନୂଆ ଶକ୍ତି ଦେଉଥିଲା। କଠିନ ପରିସ୍ଥିତିରେ ବି ଏତେ ସାହସ ଦେଖି ବିଶ୍ୱ […]
ୱାସିଂଟନ୍: ବାଇଡେନ୍-ହାରିସଙ୍କ ସୁରକ୍ଷାକୁ ନେଇ ବଢିଛି ଚିନ୍ତା। ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ଶୈଳୀରେ ବାଇଡେନଙ୍କ ଉପରେ ଅନ୍ତର୍ଘାତୀ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଗୁଇନ୍ଦା ସଂସ୍ଥା ଏଫ୍ଟିଆଇ ଓ ଆମେରିକା ପ୍ରତିରକ୍ଷା ବିଭାଗ ଅଭୂତପୂର୍ବ ସୁରକ୍ଷା ବନ୍ଦୋବସ୍ତ କରିଛନ୍ତି। ପୁରା ଓ୍ୱାଶିଂଟନ ଡିସିକୁ ନାକାବନ୍ଦୀ କରାଯାଇଛି। ୨୫ ହଜାର ସୈନ୍ୟ ସହରର ଗଳିକନ୍ଦିରେ ମୁତୟନ ରହିଛନ୍ତି। ଉତ୍ସବରେ ମାତ୍ର ଏକ ହଜାର ଅତିଥି ଉପସ୍ଥିତ ରହିବେ। ସେହିପରି […]
ଭୁବନେଶ୍ୱର: ଅତୀତର ଆତଙ୍କ ଆଜି ଆଖି ସାମନାରେ ନାଚିଯାଉଛି ଗଞ୍ଜାମ ଜିଲ୍ଲା ଅଙ୍ଗାର ଗାଁର ସୁଜାତା ସାହୁଙ୍କର। ତାଙ୍କ ମୁଣ୍ଡରୁ ସିନ୍ଦୂର ପୋଛିନେଇଥିବା ମହାମାରୀର ଭୟଙ୍କର ରୂପ ଆଜି ବି ଗୋଟି ଗୋଟି ହୋଇ ମନେପଡୁଛି। କେବଳ ସେ ଯେ ସ୍ୱାମୀହରା ହୋଇଛନ୍ତି ତାନୁହେଁ, ତାଙ୍କର ଯୌଥ ପରିବାରର ଚାରି ଚାରି ଜଣ ରୋଜଗାରିଆ ଭାଇ ଆଗପଛ ହୋଇଚାଲିଯିବା ପରେ ସାହୁ ପରିବାର ଏବେ ମୂରବୀ ଶୂନ୍ୟ। ଦିନେ ଏହି ପରିବାରରେ ଥିଲେ ୫ ଭାଇ। ୨ […]
ନୂଆଦିଲୀ: ରାସ୍ତାରୁ ହଟିବ ୧୫ ବର୍ଷରୁ ଊର୍ଦ୍ଧ୍ୱ କାର୍, ଟ୍ରକ୍ ଓ ବସ୍ ଆଦି ସମସ୍ତ ଗାଡ଼ି। କାରଣ ଖୁବଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ସ୍କ୍ରାପ ପଲିସି। କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏହି ସୂଚନା ଦେଇଛନ୍ତି। ତେବେ ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଚୂଡାନ୍ତ ନିଷ୍ପତ୍ତି ନେବ। ଏଥିପାଇଁ ପ୍ରସ୍ତାବ ପଠାସରିଛି ବୋଲି ସେ କହିଛନ୍ତି। ଏହି ନୀତିକୁ ଅନୁମୋଦନ ମିଳିଲେ ଭାରତ ଏକ ଅଟୋମୋବାଇଲ ହବରେ ପରିଣତ ହୋଇପାରିବ ଏବଂ […]
ନୂଆଦିଲ୍ଲୀ: ବାକ୍ୟରେ ଚେତାବନୀ। ବୀରତ୍ୱରେ ଚେତାବନୀ। ବାରୁଦରେ ବି ଚେତାବନୀ। ସ୍ଥଳସେନା ଦିବସ ପରେଡ୍ରେ ପ୍ରଥମ ଥର ପାଇଁ ପ୍ରଦର୍ଶିତ ହୋଇଛି ଲଢ଼ୁଆ ଡ୍ରୋନ୍ ପରାକ୍ରମ ନିର୍ଭୁଲ୍ ନିଶାନା, ଯୁଦ୍ଧାସ୍ତ୍ର ବହନ ଓ କ୍ଷେପଣ କ୍ଷମତା ଏବଂ ଶତ୍ରୁର ଦୃଷ୍ଟିରୁ ଲୁଚି ରହିବାର କୌଶଳ। ଏହି ଘାତକ ଡ୍ରୋନ୍ ସମୂହ ସ୍ୱୟଂଚାଳିତ ଭାବେ ସୀମାର ୫୦ କିଲୋମିଟର ଭିତରକୁ ଯାଇ ଶତ୍ରୁ ଶିବିରରେ ଆତଙ୍କ ଖେଳାଇପାରିବେ ଓ ଭୟଙ୍କର ତାଣ୍ଡବ ରଚିପାରିବେ। ଦିଲ୍ଲୀ କରିୟପ୍ପା ଗ୍ରାଉଣ୍ଡ୍ରେ ସେନା […]
କାନପୁର: ବଢ଼ିଲା ବାର୍ଡ ଫ୍ଲୁ ଭୟ। ଉତ୍ତର ପ୍ରଦେଶ କାନପୁର ପ୍ରାଣୀ ଉଦ୍ୟାନରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଚିଡ଼ିଆଖାନାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଜାନୁଆରୀ ୫ ତାରିଖରେ ଦୁଇ ଜଙ୍ଗଲୀ କୁକୁଡ଼ାଙ୍କ ମୃତ୍ୟୁ ପରେ ସାମ୍ପଲ ପରୀକ୍ଷା ପାଇଁ ଭୋପାଳ ପଠାଯାଇଥିଲା। ଦୁଇଟି ଯାକ ସାମ୍ପଲ ପଜିଟିଭ୍ ବାହାରିଛି। ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ପ୍ରାଣୀ ଉଦ୍ୟାନରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ଦେଶର ବିଭିନ୍ନ ରାଜ୍ୟରେ ବାର୍ଡ […]
ମୁମ୍ବାଇ: ପ୍ରଥମେ ଅପରାଧ, ପରେ ଫେରାର, ଆଉ ଶେଷରେ ଧର୍ମ ପରିବର୍ତ୍ତନ। ମହିଳାଙ୍କୁ ନିର୍ଯାତନା ଦେଇ ପଳାଇଥିଲେ। ଆଉ ଧରାପଡ଼ିବା ଭୟରେ ନାଁ ଓ ଧର୍ମ ପରିବର୍ତ୍ତନ କରିଥିଲେ ଜଣେ ଯୁବକ। ଆଉ ଶେଷରେ ପୋଲିସ୍କୁ ଖୋଜି ଖୋଜି ଅଭିଯୁକ୍ତକୁ ଧରିଛି। ଗତ ୧୦ ବର୍ଷ ତଳେ ଅର୍ଥାତ୍ ୨୦୧୦ ଡିସେମ୍ବରରେ କୁର୍ଲା ଠାରେ ଜଣେ ମହିଳାଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଜଣେ ନିର୍ମାଣ ଶ୍ରମିକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ନେହରୁ ନଗର ପୋଲିସ୍। କିନ୍ତୁ […]
ନୂଆଦିଲ୍ଲୀ: ମହାମାରୀ କରୋନା କାଳରେ ଦେଶବାସୀଙ୍କ ପାଇଁ ଖୁସି ଖବର। ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ପ୍ରସ୍ତୁତ ପୁନେ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଉତ୍ପାଦିତ କୋଭିସିଲ୍ଡ ଟିକାକୁ ମିଳିଲା ଅନୁମତି। ଜରୁରୀକାଳୀନ ବ୍ୟବହାର ନେଇ ଅନୁମତି ଦିଆଯାଇଛି। DCGIର ଗୁରୁତ୍ୱପୂର୍ଣ୍ଣ ବୈଠକରେ କୋଭିସିଲ୍ଡକୁ ଅନୁମତି ନେଇ ନିଷ୍ପତ୍ତି ନିଆଯାଇଛି। ସେରମ ଇନଷ୍ଟିଚ୍ୟୁଟ ୫ କୋଟି ଡୋଜ୍ ପ୍ରସ୍ତୁତ କରିସାରିଲାଣି। ଦେଶର ୩୦ କୋଟି ଲୋକଙ୍କୁ ଦିଆଯିବାର ଯୋଜନା କରାଯାଇଛି। ପ୍ରତ୍ୟେକଙ୍କୁ ୨ଟି ଡୋଜ୍ ଦିଆଯିବାର ଯୋଜନା କରାଯାଇଛି। ୟୁକେ, ଆର୍ଜେଣ୍ଟିନା […]
ନୂଆଦିଲ୍ଲୀ: ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଦିଲ୍ଲୀ ସମେତ ଉତ୍ତର ଭାରତରେ ପ୍ରବଳ ଶୀତ ଅନୁଭବ ହେବ। ଏହାଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆଶଙ୍କା କରିଛି। ପ୍ରବଳ ଶୀତ ହେବାକୁ ଥିବାରୁ ମଦ ନ ପିଇବା ଓ ଘରେ ରହିବାକୁ ପରାମର୍ଶ ଦେଇଛି ଆଇଏମ୍ଡି। ମଦ ପିଇବା ଦ୍ୱାରା ଶରୀରର ତାପମାତ୍ରା ହ୍ରାସ ପାଇବ ବୋଲି ଆଶଙ୍କା କରି ଉତ୍ତର ଭାରତୀୟଙ୍କ ପାଇଁ ଆଇଏମଡି ଏଭଳି ସତର୍କତା ଜାରି କରିଛି। ଏହାଛଡ଼ା […]
ନୂଆଦିଲ୍ଲୀ: କଂଗ୍ରେସରେ ଦେଖା ଦେଇଥିବା ବିଦ୍ରୋହକୁ ପ୍ରଶମିତ କରିବା ଲାଗି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପ୍ରୟାସ। ଦଳରେ ସାଂଗଠନିକ ସ୍ଥିତିରେ ପରିବର୍ତ୍ତନ ଆଣିବା ଲାଗି ଗତ ଅଗଷ୍ଟ ମାସରେ ଚିଠି ଲେଖିଥିବା ୨୩ ଜଣ ନେତାଙ୍କ ମଧ୍ୟରୁ କିଛି ନେତାଙ୍କୁ ସୋନିଆ ଶନିବାର ଦିନ ସାକ୍ଷାତ କରିବେ। ଉଭୟ ପକ୍ଷରୁ ଉଦ୍ୟମ ପରେ କାଲି ସେମାନଙ୍କୁ ଭେଟିବା ଲାଗି ସୋନିଆ ସ୍ଥିର କରିଛନ୍ତି। ରାଜ୍ୟସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ତଥା ବିରୋଧୀ ଦଳ ନେତା ଗୁଲାମନବୀ […]