ଦିଶପୁର: ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ପ୍ରଥମ ଦଫାରେ ୭୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱଲ ମଜୁଲି ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ହେଭିେଓ୍ୱଟ ହିମନ୍ତ ବିଶ୍ୱଶର୍ମା ଜାଲୁକବାରିରୁ ପ୍ରାର୍ଥୀ ହେବେ। କେନ୍ଦ୍ରୀୟ ନିର୍ବାଚନ ସମିତିର ବୈଠକ ପରେ ପ୍ରାର୍ଥୀ ଚୂଡ଼ାନ୍ତ କରାଯାଇଥିଲା। ଏଥର ଆସାମ ଗଣ ପରିଷଦ ଓ UPPL ସହିତ ମେଣ୍ଟ କରି ବିଜେପି ନିର୍ବାଚନ ଲଢୁଛି। ଆସାମ ଗଣ ପରିଷଦ ଭାଗରେ […]
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଥିବା ନାସାର ମହାକାଶଚାରୀ ଭିର ଗ୍ଲୋଭରଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ଫୋନ୍ରେ ଉଭୟଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ବେଶ୍ ରୋଚକ ଥିଲା। ଏସମ୍ପର୍କିତ ଏକ ଭିଡିଓକୁ ନାସା ସେୟାର ମଧ୍ୟ କରିଛି। ବଡ ସ୍ବପ୍ନ ଓ ଉଚ୍ଚ ଚିନ୍ତାଧାରା ଦ୍ୱାରା କଣ ସମ୍ଭବ ତାହା ଗ୍ଲୋଭର କରିଦେଖାଇଛନ୍ତି ବୋଲି କହିଛନ୍ତି ଆମେରିକାର ଉପରାଷ୍ଟ୍ରପତି ତଥା ଭାରତୀୟ ବଂଶଦ୍ଭୋବ କମଲା ହାରିସ। ଆମେରିକା ମାଟିରୁ ଅନ୍ତର୍ଜାତୀୟ […]
ନୂଆଦିଲ୍ଲୀ: ସିରମ ଇନ୍ଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍କୁ ଚୀନ ହ୍ୟାକର୍ଙ୍କ ଟାର୍ଗେଟ। କୋଭିଡ୍ ଭ୍ୟାକ୍ସିନ ପ୍ରସ୍ତୁତକାରୀ ଦୁଇ ସଂସ୍ଥାକୁ ଚୀନ ସରକାରଙ୍କ ଦ୍ୱାରା ପ୍ରୋତ୍ସାହିତ ହ୍ୟାକିଂ ଗ୍ରୁପ କିଛି ସପ୍ତାହ ହେଲା ଟାର୍ଗେଟ କରୁଥିବା ସୂଚନା ମିଳିଛି। ସଂସ୍ଥାର ଆଇଟି ସିଷ୍ଟମକୁ ସିଧା ଟାର୍ଗେଟ କରାଯାଉଛି ବୋଲି ସାଇବର ଇଣ୍ଟେଲିଜେନ୍ସ ଫାର୍ମ- ସାଇଫାର୍ମ ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥାକୁ ସୂଚନା ଦେଇଥିବା ଜଣାପଡ଼ିଛି। ଭାରତ ବିଶ୍ୱର ଅନେକ ଦେଶକୁ କୋଭିଡ୍ ଭ୍ୟାକ୍ସିନ ଯୋଗାଉଛି। ଚୀନ ମଧ୍ୟ ଏହି […]
ସୁରତ: ସ୍ୱାମୀର ନିର୍ଯାତନା କେତେ ବା ସହିବ ସ୍ତ୍ରୀ? ସୀମା ପାର ହେବାରୁ ସ୍ୱାମୀକୁ ପାନେ ଦେବ ବୋଲି ସ୍ତ୍ରୀ ଭାବିଲା। ଆଉ ଶେଷରେ ଦେଲା ପେଟେଣ୍ଟ ମେଡିସିନ୍। ସ୍ୱାମୀକୁ ଭ୍ୟାନ୍ରେ ବାନ୍ଧି ଘୋଷାରି ଘୋଷାରି ନେଇଛି ସ୍ତ୍ରୀ। ନିଜ ଭାଇ ସହାୟତାରେ ସ୍ତ୍ରୀ ଜଣକ ସ୍ୱାମୀକୁ ଏହି ଶାସ୍ତି ଦେଇଛି। ଗୁଜରାଟ ସୁରତ କୃଷ୍ଣନଗର ଅଞ୍ଚଳର ଏ ଘଟଣା। ପ୍ରାୟ ୬ଶହ ମିଟର ପର୍ଯ୍ୟନ୍ତ ସ୍ୱାମୀକୁ ଗାଡିରେ ଘୋଷାରି ନେବା ପରେ ସ୍ଥାନୀୟ ଲୋକେ ଦେଖିଥିଲେ। […]
ଭୁବନେଶ୍ୱର: ତାମିଲନାଡୁରେ କାର୍ଯ୍ୟରତ ବରିଷ୍ଠ ଓଡ଼ିଆ ଆଇପିଏସ୍ଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆସିଛି। ଏହି ଅଭିଯୋଗର ତଦନ୍ତ ଉଚ୍ଚସ୍ତରୀୟ କମିଟି କରିବ। ୬ ଜଣିଆ ଏହି କମିଟିର ତାମିଲନାଡୁର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜୟଶ୍ରୀ ରଘୁନନ୍ଦନ ନେତୃତ୍ୱ ନେବେ।ତାମିଲନାଡୁ ଆଇନ ଶୃଙ୍ଖଳା ବିଭାଗର ସ୍ପେଶାଲ ପୋଲିସ ଡିଜି ଥିବା ରାଜେଶ ଦାସଙ୍କ ବିରୋଧରେ ଜଣେ ମହିଳା ଆଇପିଏସ୍ ଅଧିକାରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ନିକଟରେ ମୁଖ୍ୟମନ୍ତ୍ରୀ ଇ. କେ. ପଲାନିସ୍ୱାମୀଙ୍କ ବିଭିନ୍ନ କେନ୍ଦ୍ରୀୟ […]
ଅମୃତସର: ଗୋଟିଏ ସୁଯୋଗ ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା । ଜଣେ ଗରିବ ପରିବାର ରାତାରାତି କୋଟିପତି ହୋଇଗଲେ। କଟାଟା ଶୁଣିବା ପରେ ଯେକେହି ବି ଚକିତ ହୋଇଯିବେ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେବି ସତ। ଜଣେ ଗୃହିଣୀ ମାତ୍ର ୧୦୦ ଟଙ୍କା ଖର୍ଚ୍ଚ କରି ରାତାରାତି ଧନର ପାହାଡ଼ ଉପରେ ଠିଆ ହୋଇଛନ୍ତି। ହଜାରେ କି ଲକ୍ଷେ ଟଙ୍କା ନୁହେଁ କୋଟିଏ ଟଙ୍କା ସେ ହାସଲ କରିଛନ୍ତି। ୧୦୦ ଟଙ୍କାର ଲଟେରୀ ଟିକେଟ୍ କାଟି ମହିଳା ୧ […]
ଲକ୍ଷ୍ନୌ: ୭ ଜଣଙ୍କୁ ହତ୍ୟା ମାମଲାର ଦୋଷୀ ଉତ୍ତର ପ୍ରଦେଶ ଆମରୋହର ସବନମ୍ ରାଜକ୍ଷମା ଆବେଦନ କରିଛନ୍ତି। ଉତ୍ତରପ୍ରଦେଶ ରାଜ୍ୟପାଳଙ୍କ ପାଖରେ ସବନମ୍ କ୍ଷମା ପ୍ରାର୍ଥନା କରିଛନ୍ତି। ରାଜ୍ୟପାଳ ଆନନ୍ଦୀବେନ୍ ପଟେଲଙ୍କ ପାଖରେ କ୍ଷମା ଆବେଦନ କରିଛନ୍ତି। ପୂର୍ବରୁ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ ଖାରଜ ହୋଇଛି। ସବନମ୍ଙ୍କ ଡେଥ୍ ୱାରେଣ୍ଟ ଜାରି ହୋଇଥିବା ବେଳେ ସେ ପୁଣି ଥରେ ଏହାକୁ ଘୁଞ୍ଚାଇବା ଆବେଦନ କରିଛନ୍ତି। ବହୁଚର୍ଚ୍ଚିତ ଅମ୍ରୋହା ହତ୍ୟାକାଣ୍ଡର ଦୋଷୀଙ୍କୁ ଚରମ ଶାସ୍ତି। ୧୦ ମାସର […]
ଭୁବନେଶ୍ୱର: LACରୁ ଉଭୟ ଭାରତ ଓ ଚୀନ୍ ସେନା ପ୍ରତ୍ୟାହାର କରିଛନ୍ତି। ପୂର୍ବ ଲଦାଖରୁ ସେନା ଓ ଯୁଦ୍ଧ ଟ୍ୟାଙ୍କ୍ ପ୍ରତ୍ୟାହାର କରି ନେଇଛନ୍ତି ଉଭୟ ଦେଶ। ପ୍ୟାଙ୍ଗଗଙ୍ଗ୍ ହ୍ରଦ କୂଳରୁ ସମର ସଜ୍ଜା ପାଇଁ ପ୍ରସ୍ତୁତ ହେଉଥିବା ଉଭୟ ଦେଶର ସୈନିକ ଓ ଯୁଦ୍ଧ ଟ୍ୟାଙ୍କକୁ ଖାଲି କରିଛନ୍ତି ଦୁଇ ଦେଶର ସେନା ବାହିନୀ। ଏ ନେଇ ଆଜି ଭାରତୀୟ ସେନା ପକ୍ଷରୁ ପୂର୍ବ ଲଦାଖ ଅନ୍ତର୍ଗତ ଦକ୍ଷିଣ ପ୍ୟାଙ୍ଗଗଙ୍ଗର ନୂଆ ଫଟୋ ଓ ଭିଡିଓ […]
ନୂଆଦିଲ୍ଲୀ: ନିଷ୍ପତ୍ତିକୁ ପ୍ରାୟ ଦେଢ଼ମାସ ଗଡ଼ାଇବା ପରେ ଆସନ୍ତାକାଲି ମଧ୍ୟରାତ୍ରିରୁ ଫାସ୍ଟ୍ୟାଗ୍ ବାଧ୍ୟତାମୂଳକ ହେବ। ରାଜ୍ୟର ଟୋଲ୍ଗେଟ୍ ଗୁଡ଼ିକରେ ମଧ୍ୟରାତ୍ରିରୁ ଏହି ନିୟମକୁ କଡ଼ାକଡ଼ି କରାଯିବ। ଫାସଟ୍ୟାଗ୍ ନଥିଲେ ଗାଡ଼ି ଚାଳକ ପୂର୍ବ ନିଷ୍ପତ୍ତି ମୂତାବକ ଦୁଇ ଗୁଣା ଟୋଲ୍ ଫି ଗଣିବେ। କେନ୍ଦ୍ର ପରିବହନ ମନ୍ତ୍ରାଳୟ ଫକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଚଳିତ ବର୍ଷ ଆରମ୍ଭରୁ ଚାରି ଚକିଆ ସମେତ ଭାରିଯାନ ଗୁଡ଼ିକ ପାଇଁ ଫାସ୍ଟ୍ୟାଗ୍ ନିୟମ ଲାଗୁ କରିବାକୁ କେନ୍ଦ୍ର ସରକାର […]
ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସୁରକ୍ଷା ବଢିଲା। କାରଣ, ଡୋଭାଲ ଆତଙ୍କବାଦୀଙ୍କ ଟାର୍ଗେଟ୍ରେ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ, NSA ଅଜିତ ଡୋଭାଲଙ୍କ ଉପରେ ଆକ୍ରମଣ କରିବାକୁ ପାକିସ୍ତାନ ଯୋଜନା କରିଛି। ପାକିସ୍ତାନ ସୋପିଆନ୍ ବାସିନ୍ଦା ଜୈସ ଆତଙ୍କବାଦୀ ହିଦାୟତୁଲ୍ଲା ମଲ୍ଲିକଙ୍କୁ ସୁରକ୍ଷା କର୍ମୀ ଫେବ୍ରୁଆରୀ ୬ ତାରିଖରେ ଜମ୍ମୁର ଅନନ୍ତନାଗରୁ ଗିରଫ କରିଥିଲେ। ସୁରକ୍ଷାକର୍ମୀ ତାଠାରୁ ଡୋଭାଲଙ୍କ ଅଫିସ ସମ୍ପର୍କିତ ଏକ ଭିଡିଓ ପାଇଥିଲେ। ଏହି ଭିଡିଓରେ ଆତଙ୍କବାଦୀ, […]
ଚମୋଲି: ଉତ୍ତରାଖଣ୍ଡ ଚମୋଲିରେ ପ୍ରଳୟଙ୍କରୀ ହିମସ୍ଖଳନ ଶହ ଶହ ଲୋକଙ୍କ ଘର ଉଜାଡ଼ି ଦେଇଛି। ତପୋବନ ଜଳ ପ୍ରକଳ୍ପ ନିକଟ ଓ ଅବବାହିକାରେ ବସବାସ କରୁଥିବା ଲୋକେ ସର୍ବସ୍ୱ ହରାଇଛନ୍ତି। କିଛି ଲୋକଙ୍କ ପାଖରେ ଘର ଖଣ୍ଡିଏ ବଞ୍ଚି ଯାଇଛି। କିନ୍ତୁ ତାହା ବି ଏବେ ବିପଦଜନକ ଅବସ୍ଥାରେ। ପରିବାରର ସଦସ୍ୟ ନିଖୋଜ ହୋଇଛନ୍ତି, ଚାଷ ଜମି ନଷ୍ଟ ହୋଇଛି, ଗୃହପାଳିତ ପଶୁଙ୍କ ବି ପତ୍ତା ମିଳୁନି। ଗତ ରବିବାରଠୁ ଏବେ ଯାଏଁ ନା ଘରେ ରୋଷେଇ […]
ଚୀନ୍ ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା: ପାଙ୍ଗଙ୍ଗ ତଟରୁ ପ୍ରତ୍ୟାହାର ହେବେ ଭାରତ ଓ ଚୀନ୍ ସୈନ୍ୟ #India
ଚାମୋଲି: ଆଜି ପୂର୍ବାହ୍ଣ ପ୍ରାୟ ୧୦ଟା ବେଳେ ହିମନଦୀ ବା ଗ୍ଲେସିଅର୍ ଫାଟି ଚମୋଲି ଜିଲ୍ଲା ଯୋଶୀମଠ ଅଞ୍ଚଳ ଏକପ୍ରକାର ନିଶ୍ଚିହ୍ନ ହୋଇଯାଇଛି। ଋଷିଗଙ୍ଗା ଜଳ ବିଦ୍ୟୁତ ପ୍ରକଳ୍ପ BRO ନିର୍ମିତ ଯୋଶୀମଠ-ମଲାରୀ ପୋଲ ବି ଧୋଇଯାଇଛି। ସବୁଠୁ ଚିନ୍ତାଜନକ କଥା ହେଉଛି, ଜାତୀୟ ରାଜପଥ ଓ ଟନେଲ୍ ନିର୍ମାଣରେ ନିୟୋଜିତ ଶହେରୁ ଦେଢ଼ଶହ ଶ୍ରମିକ ନିଖୋଜ ଅଛନ୍ତି। ତେଣୁ ମୃତାହତ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଗ୍ଲେସିଅର୍ ଫାଟି ଚମୋଲିରେ ୨ଟି ନଦୀବନ୍ଧ କ୍ଷତିଗ୍ରସ୍ତ ହେବା […]
ନୂଆଦିଲ୍ଲୀ: ଭାରତ-ଭିଏତନାମ୍ ଘନିଷ୍ଠତା ବଢିବା ଦେଖି ବିବ୍ରତ କି ଚୀନ୍? ଭିଏତ୍ନାମ ସୀମା ନିକଟରେ ଚୀନ୍ ନିଜର ଏକ ସରଫେସ୍-ଟୁ-ଏୟାର୍ ମିଜାଇଲ୍ ବେସ୍ ସ୍ଥାପନ କରିଥିବା ଆଶଙ୍କା କରାଯାଉଛି। ଏହି କ୍ଷେପଣାସ୍ତ୍ର ଘାଟିର ସାଟେଲାଇଟ୍ ଇମେଜ୍ ସାଉଥ ଚାଇନା ସି ନିଉଜ୍ ନାମକ ଏକ ସଂସ୍ଥା ଟୁଇଟ୍ କରିବା ପରେ, ଚୀନ୍ର ଉଦ୍ଦେଶ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭିଏତନାମ ସୀମା ଠାରୁ ମାତ୍ର ୨୦ କିଲୋମିଟର ଦୂର ଗୁଆନ୍ଟି ପ୍ରଦେଶରେ ଏହି ମିଜାଇଲ୍ ବେସ୍ ତିଆରି […]
ନୂଆଦିଲ୍ଲୀ: ସରକାରଙ୍କୁ ଚ୍ୟାଲେଞ୍ଜ ଦେବାକୁ ପୁଣି ଚାଷୀଙ୍କ ସଜବାଜ ଆରମ୍ଭ ହୋଇଯାଇଛି। ୬ ତାରିଖରେ ଦେଶବ୍ୟାପୀ ରାଜପଥ ଅବରୋଧ ଲାଗି ବଡ଼ ଧରଣର ଆୟୋଜନ ହେଉଛି। ଆଉ ଏଣେ ସେମାନଙ୍କ ବାଟ ଓଗାଳିବାକୁ ବି ଦିଲ୍ଲୀ ପୋଲିସ ନିଜକୁ ପ୍ରସ୍ତୁତ କରୁଛି। ଗତ ୨୯ରେ ୟୁପିର ମୁଜାଫରନଗର ପରେ ଗତକାଲି ହରିୟାଣାର ଜିନ୍ଦରେ ଅନୁଷ୍ଠିତ ହୋଇଥିଲା ଚାଷୀ ମହାପଞ୍ଚାୟତ। ଚାଷୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ଭାରତୀୟ କିଷାନ ୟୁନିୟନ ନେତା ରାକେଶ ସିଂହ ଟିକାୟତ ଏଥିରେ ସାମିଲ […]
ଚେନ୍ନାଇ: ବାହାଘର ଭଳି ଜୀବନର ବଡ଼ ପର୍ବକୁ ସ୍ମରଣୀୟ କରିବା ଲାଗି କାହିଁ କେତେ ଆୟୋଜନ ହୋଇଥାଏ। ତାମିଲନାଡୁ ଚେନ୍ନାଇର ସଫ୍ଟେଓ୍ୱର ଇଞ୍ଜିନିଅର ଭି. ଚିନ୍ନାଦୁରାଇ ଏବଂ ଏସ୍. ଶ୍ୱେତା ନିଜ ଜୀବନର ଏହି ବଡ଼ ପର୍ବକୁ ନିଆରା ଢଙ୍ଗରେ ପାଳିଛନ୍ତି। ଦୁହେଁ ପାଣି ଭିତରେ ବିବାହ କରିଛନ୍ତି। ଚେନ୍ନାଇଠାରୁ ଅଳ୍ପ ଦୂର ନିଲାନକରାଇର ବଙ୍ଗୋପସାଗରରେ ପାରମ୍ପରିକ ହିନ୍ଦୁ ରୀତିନୀତିରେ ବିବାହ ସଂପନ୍ନ ହୋଇଛି। ଫେବ୍ରୁଆରି ୧ ତାରିଖ ସକାଳେ ଶୁଭ ମୁହୂର୍ତ୍ତ ଦେଖି ଚିନ୍ନାଦୁରାଇ ଓ […]
ନୂଆଦିଲ୍ଲୀ: ଆସନ୍ତା ୬ରେ ଦେଶବ୍ୟାପୀ ଚକାଜାମ୍ କରିବ ବୋଲି କୃଷକ ସଂଗଠନ ଚେତାବନୀ ଦେଇଛି। କୌଣସି ଅଘଟଣକୁ ଲକ୍ଷ୍ୟ ରଖି ଦିଲ୍ଲୀ ଗାଜିପୁର ସୀମାରେ ପୋଲିସର କଡ଼ା ପହରା ଦେଉଛି। କଂକ୍ରିଟ ବ୍ୟାରିକେଡ୍ ଓ୍ୱାଲ ବିଚ୍ ରାସ୍ତାରେ ପକାଯାଇଛି। କଣ୍ଟା ଲାଗିଥିବା ପ୍ଲେଟ କଣ୍ଟା ତାର ବି ପୋଲିସ୍ ବିଛାଇଛି। ଦିଲ୍ଲୀ ଭିତରକୁ ଚାଷୀଙ୍କ ପ୍ରବେଶ ରୋକିବା ଲାଗି ପୋଲିସ କଡା ସୁରକ୍ଷା ବ୍ୟବସ୍ଥା କରିଛି। ଉତ୍ତରପ୍ରଦେଶ ପୋଲିସ ସୀମାକୁ ସିଲ କରିଛି। ସେହିପରି ଦିଲ୍ଲୀ-ହରିଆଣା ସିଙ୍ଘୁ […]
ନୂଆଦିଲ୍ଲୀ: CBSE ବୋର୍ଡ ପରୀକ୍ଷା ନେଇ କେନ୍ଦ୍ର ସରକାର ସୂଚୀ ପ୍ରକାଶ କରିଛନ୍ତି। CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସୂଚୀ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲଙ୍କ ଟ୍ୱିଟ୍ କରିଛନ୍ତି। ପ୍ରକାଶିତ ସୂଚୀ ଅନୁସାରେ ମେ ୪ରୁ ଉଭୟ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହେବ।ମେ ୪ରେ ଓଡ଼ିଆ ବିଷୟରୁ ଦଶମ ବୋର୍ଡ ପରୀକ୍ଷା ଆରମ୍ଭ ହେବ। ମେ ୪ରେ ଇଂଲିଶରୁ ଦ୍ୱାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହେବ। […]
ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଜାଲରୁ କରୋନା ଯୋଦ୍ଧା ବି ବର୍ତ୍ତିପାରିନାହିନ୍ତି। ଯିଏ ନିଜ ଜୀବନ ବାଜି ଲଗାଇ କୋଟି କୋଟି ଲୋକଙ୍କ ସେବା କରୁଥିଲେ, ସେମାନଙ୍କ ମଧ୍ୟରୁ ଅନେକଙ୍କ ଜୀବନ ଚାଲିଯାଇଛି। ଦେଶରେ କରୋନା ସଂକ୍ରମିତ ହୋଇ ୧୬୨ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଜାନୁଆରୀ ୨୨ ସୁଦ୍ଧା ୧୦୭ ନର୍ସ, ୪୪ ଆଶାକର୍ମୀଙ୍କ ମୃତ୍ୟୁ ହୋଇଛି। ଏନେଇ ସଂସଦରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଲିଖିତ ଭାବେ ଉତ୍ତର ରଖିଛନ୍ତି। କରୋନା ମୁକାବିଲା ପାଇଁ […]
ନୂଆଦିଲ୍ଲୀ: ଦେଶରେ ଚାଷୀଙ୍କ ଆନ୍ଦୋଳନ ଜୋର ଧରୁଛି। ଆସନ୍ତା ୬ତାରିଖରୁ ଦେଶବ୍ୟାପୀ ଚାଷୀ ଆନ୍ଦୋଳନ କରିବେ। ଏହି ୬ ତାରିଖରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ସମସ୍ତ ଜାତୀୟ ରାଜପଥ ସହ ରାଜ୍ୟ ରାଜପଥ ଅବରୋଧ କରିବେ ବୋଲି ଭାରତୀୟ କିଶାନ ସଂଘ ଚେତାନବୀ ଦେଇଛି। ଚାଷୀ ନେତା ବଲବୀର ସିଂ ରାଜେୱାଲା ଏବଂ ଯୋଗେନ୍ଦ୍ର ଯାଦବ ଏନେଇ ସୂଚନା ଦେଇଛନ୍ତି। ଏପଟେ ଗାଜିପୁର ସୀମାରେ ପହଞ୍ଚି ଦିଲ୍ଲୀ ପୋଲିସ କମିଶନର ଏସ.ଏନ ଶ୍ରୀବାସ୍ତବ ସୁରକ୍ଷା […]
ନୂଆଦିଲ୍ଲୀ: କରୋନା ମାଡ଼ରେ ଦୋହଲି ଯାଇଥିବା ଦେଶର ଅର୍ଥବ୍ୟବସ୍ଥାକୁ ଟ୍ରାକ୍କୁ ଫେରାଇବାର ଚ୍ୟାଲେଞ୍ଜ ଭିତରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ଷ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସଂସଦରେ ଉପସ୍ଥାପିତ କରିଛନ୍ତି ଆୟବ୍ୟୟ ଅଟକଳ। ଯେଉଁଥିରେ ଛଅଟି ପିଲାର୍ ଉପରେ ସବୁଠୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଯାହା ମଧ୍ୟରେ ସର୍ବେଗ୍ରେ ରହିଛି ସ୍ୱାସ୍ଥ୍ୟ, କୃଷି ଓ ଭିତ୍ତିଭୂମି କ୍ଷେତ୍ର ନିର୍ମଳାଙ୍କ ବଜେଟ୍ ପେଡ଼ିରୁ ସବୁଠୁ ବଡ଼ ଘୋଷଣାକ୍ରମେ ଦେଶରେ ମିଶନ ପୋଷଣ ୨.୦ର ଶୁଭାରମ୍ଭର ସୂଚନା ମିଳିଛି। […]