ମାଲକାନଗିରି: ବିଜାପୁର ନକ୍ସଲ ଆକ୍ରମଣ ପରେ ନିଖୋଜ ସିଆରପିଏଫ୍ କୋବ୍ରା ଯବାନଙ୍କୁ ଉଦ୍ଧାର ପାଇଁ ପତ୍ନୀଙ୍କ ଆକୁଳ ନିବେଦନ। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ନିବେଦନ କରିଛନ୍ତି ନିଖୋଜ ଯବାନ ରାକେଶ୍ୱର ସିଂ ମାନହାସଙ୍କ ପତ୍ନୀ ମିନୁ ମାନହାସ୍। ଶନିବାର ବିଜାପୁରରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨୨ ଯବାନ ସହିଦ୍ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ରାକେଶ୍ୱର ସିଂ ମାନହାସଙ୍କ କୌଣସି ପତ୍ତା […]
ଭୁବନେଶ୍ୱର: ରେକର୍ଡ ପରେ ରେକର୍ଡ କରୁଛି ଦୈନିକ ସଂକ୍ରମଣ। ୪୦୦ ମୁହାଁ ରାଜ୍ୟର କରୋନା ଗ୍ରାଫ୍। ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୯୪ ନୂଆ ପଜିଟିଭ୍। ଚଳିତ ବର୍ଷର ଏହା ହେଉଛି ସର୍ବାଧିକ ଦୈନିକ ସଂକ୍ରମଣ। ସବୁଠାରୁ ଅଧିକ ୭୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ। ସେଥିମଧ୍ୟରୁ କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ରହିଛନ୍ତି ୫୨ ଜଣ। ରମାଦେବୀ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପିକା କରୋନା ସଂକ୍ରମିତ ହେବା ପରେ ଆଜି କ୍ୟାମ୍ପସ୍ରେ […]
କୋଲକାତା: ନନ୍ଦିଗ୍ରାମ ରଣାଙ୍ଗନରେ ରଥି ମହାରଥୀଙ୍କ ଭିଡ଼। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରତିଦ୍ୱନ୍ଦ୍ୱୀ ଶୁଭେନ୍ଦୁ ଅଧିକାରୀଙ୍କ ଘମାଘୋଟ ପ୍ରଚାର। ଉଠୁଛି ପଡୁଛି ପ୍ରଚାର ମୈଦାନ। ବିରାଟ ଶୋଭାଯାତ୍ରାରେ ଶୁଭେନ୍ଦୁଙ୍କ ପାଇଁ ଭୋଟ୍ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା। କହିଛନ୍ତି, ପଶ୍ଚିମବଙ୍ଗରେ ପରିବର୍ତ୍ତନ ଆଣିବାର ସହଜ ଉପାୟ ହେଉଛି ନନ୍ଦିଗ୍ରାମରେ ମମତାଙ୍କ ପରାଜୟ। ରାଜ୍ୟର ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା, ମହିଳା ସୁରକ୍ଷା ଓ ଅନୁପ୍ରବେଶ ପ୍ରସଙ୍ଗ ଉଠାଇ ଦିଦିଙ୍କୁ ଘେରିଛନ୍ତି ଶାହା। ଅପରାହ୍ଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ […]
ଢାକା: ଭାରତ-ବାଂଲାଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ୫ଟି କ୍ଷେତ୍ରରେ ସହଯୋଗ ଓ ସହଭାଗିତା ଲାଗି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ବାଂଲାଦେଶ ଗସ୍ତର ଅନ୍ତିମ ଦିନରେ ବାଂଲା ପ୍ରତିପକ୍ଷ ଶେଖ୍ ହସିନାଙ୍କ ଉପସ୍ଥିତିରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି। ଏହାମଧ୍ୟରେ ରହିଛି ଯୋଗାଯୋଗ, ଶକ୍ତି, ବ୍ୟବସାୟ, ସ୍ୱାସ୍ଥ୍ୟ ଏବଂ ବିକାଶ ସହଯୋଗ। ଏହାସହ ପ୍ରଧାନମନ୍ତ୍ରୀ ମୋଦି ବାଂଲାବାସୀଙ୍କ ପାଇଁ ୧୦୯ ଆମ୍ବୁଲାନ୍ସ ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି। ବାଂଲାଦେଶର ୫୦ ବର୍ଷ ପୂର୍ତ୍ତି […]
ଢାକା: ବାଂଲାଦେଶ ସ୍ୱାଧୀନତା ସଂଗ୍ରାମରେ ଲଢିଥିବା ମୁକ୍ତିଯୋଦ୍ଧାଙ୍କ ରକ୍ତ ଏବଂ ଭାରତୀୟ ସୈନ୍ୟଙ୍କ ରକ୍ତ ଏକାଠି ବୋହିଛି। ଏହି ରକ୍ତ ଏଭଳି ଏକ ସମ୍ପର୍କ ତିଆରି କରିବ ଯାହା କି କୌଣସି ଚାପ ଆଗେ ନଇଁବନି କି କୂଟନୀତିର ଶିକାର ହେବନି। ଆଜି ଢାକାରେ ବାଂଲାଦେଶ ରାଷ୍ଟ୍ରୀୟ ଦିବସ ସମାରୋହରେ ଯୋଗ ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଆହୁରି ମଧ୍ୟ କହିଛନ୍ତି, ଭାରତ ଓ ବାଂଲାଦେଶ ପାଇଁ ଆସନ୍ତା ୨୫ ବର୍ଷ ବେଶ୍ […]
ନୂଆଦିଲ୍ଲୀ: ଆସନ୍ତା ୨୭ ତାରିଖରୁ ଏପ୍ରିଲ ୪ ମଧ୍ୟରେ ଦେଶର ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କଗୁଡ଼ିକ ପ୍ରାୟ ୭ ଦିନ କାଳ ବନ୍ଦ ରହିବ। ପ୍ରଥମେ ମାର୍ଚ୍ଚ ୨୭ରୁ ୨୯ ତାରିଖ ଯାଏ ଲଗାତର ୩ଦିନ ବ୍ୟାଙ୍କ ବନ୍ଦ ରହିବ। କାରଣ ୨୭ ତାରିଖ ହେଉଛି ୪ର୍ଥ ଶନିବାର। ସେହିପରି ଏହାର ପରଦିନ ରବିବାର। ତେଣୁ ବ୍ୟାଙ୍କ ବନ୍ଦ ରହିବ। ସୋମବାର ହୋଲି ଥିବାରୁ ବ୍ୟାଙ୍କ ଗୁଡ଼ିକର ବନ୍ଦ ରହିବ। ଆରବିଆଇର ବିଜ୍ଞପ୍ତି ଅନୁଯାୟୀ, ମାର୍ଚ୍ଚ […]
ଗୌହାଟୀ: ଆସାମ ନିର୍ବାଚନ ପାଇଁ ବିଜେପି ନିର୍ବାଚନୀ ଇସ୍ତାହାର ଜାରି କରିଛି। ଗୌହାଟୀରେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସଂକଳ୍ପ ପତ୍ର ଜାରି କରି ଆସାମବାସୀଙ୍କୁ ୧୦ଟି ପ୍ରତିଶ୍ରୁତି ଦେଇଛନ୍ତି। ଜଳ, ଜୀବିକା ଓ ଯୁବାବର୍ଗକୁ ଏଥର ସଙ୍କଳ୍ପ ପତ୍ରରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟରେ ୧୦ ଲକ୍ଷ ନିଯୁକ୍ତି ଦେବାକୁ ଘୋଷଣା କରାଯାଇଛି। ଆସାମକୁ ବନ୍ୟା ବିପର୍ଯ୍ୟୟରୁ ରକ୍ଷା କରିବାକୁ ଭିଜନ ବ୍ରହ୍ମପୁତ୍ର କାର୍ଯ୍ୟକାରୀ କରିବାକୁ ବିଜେପି ପ୍ରତିଶ୍ରୁତି ଦେଇଛି। ବ୍ରହ୍ମପୁତ୍ରର ବିଭିନ୍ନ ନଦୀ […]
ତେଲେଙ୍ଗାନା(ଯଶୋବନ୍ତ ପାଢୀ): ତେଲେଙ୍ଗାନାରେ ଗ୍ୟାଲେରୀ ଭୁଶୁଡ଼ି ୧୦୦ରୁ ଉର୍ଦ୍ଧ୍ୱ ଆହତ।ସୋମବାର ତେଲେଙ୍ଗାନାର ସୂର୍ଯ୍ୟପେଟରେ ୪୭ ତମ ଜାତୀୟ ଜୁନିଅର କବାଡି ଟୁର୍ଣ୍ଣାମେଣ୍ଟ ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ସେହି ସମୟରେ ଏକ ଗ୍ୟାଲେରୀ ଭୁଶୁଡ଼ି ଯାଇଥିଲା। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ଗୁରୁତର ଅବସ୍ଥାରେ ଥିବା ଦୁଇ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ହାଇଦ୍ରାବାଦ ପଠାଯାଇଛି। ଦୁର୍ଘଟଣା ଘଟିଥିବା ସ୍ଥାନରେ ପ୍ରାୟ ୧୫୦୦ ଦର୍ଶକ ଉପସ୍ଥିତ ଥିଲେ। ଏହି ସ୍ଥାନରେ ତିନୋଟି ଗ୍ୟାଲେରୀ […]
ମୁମ୍ବାଇ: ଅମ୍ବାନୀଙ୍କ ଘର ଆଣ୍ଟାଲିଆ ନିକଟରୁ ଜିଲେଟିନ୍ ରଖା ଯାଇଥିବା ଗାଡି ଠାବ ପରେ ମହାରାଷ୍ଟ୍ରରେ ଜାରି ରହିଛି ଘମାସାନ। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୁଦ୍ଧରେ ପୂର୍ବତନ ମୁମ୍ବାଇ ଟପ୍ କପ୍ ପରମବୀର ସିଂହଙ୍କ ସାଂଘାତିକ ଅଭିଯୋଗକୁ ନେଇ ମହାରାଷ୍ଟ୍ର ରାଜନୀତିରେ କଂପନ। ନିଜେ ଗୃହମନ୍ତ୍ରୀ, ଟଙ୍କା ଅସୁଲିକାରୀ ସାଜିଥିବା ଦର୍ଶାଇ ଜୋରଦାର ଢଙ୍ଗରେ ବିଜେପି ବର୍ଷିଛି। ଗୃହମନ୍ତ୍ରୀ ଅନିଲ ଦେଶମୁଖ୍ ତୁରନ୍ତ ଇସ୍ତଫା ଦିଅନ୍ତୁ ନଚେତ୍ ଉଦ୍ଧବ ତାଙ୍କୁ ମନ୍ତିମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି […]
କୋଲକାତା: ପଶ୍ଚିମବଙ୍ଗ ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ। ବିଜେପି ଫୋକସ୍ରେ ପଶ୍ଚିମବଙ୍ଗର ମହିଳା ଭୋଟର୍। ତେଣୁ ସଙ୍କଳ୍ପ ପତ୍ରରେ ମହିଳାଙ୍କୁ ଆକୃଷ୍ଟ କରିବାକୁ ଘୋଷଣା ହୋଇଛି ଏକାଧିକ ପ୍ରସ୍ତାବ। ରାଜ୍ୟରେ ସରକାରକୁ ଆସିଲେ ମହିଳାଙ୍କୁ ୩୩ ପ୍ରତିଶତ ସରକାରୀ ଚାକିରୀରେ ସରଂକ୍ଷଣ, କେଜିରୁ ପିଜି ମାଗଣାରେ ପାଠ ପଢ଼ିବା ବ୍ୟବସ୍ଥା କରିବା ନେଇ ଘୋଷଣା ହୋଇଛି। ତାସହ ଇସ୍ତାହାରରେ ମାଷ୍ଟର୍ ଷ୍ଟୋକ୍ ଖେଳିଛି ବିଜେପି। କ୍ଷମତାକୁ ଆସିଲେ ପ୍ରଥମ କ୍ୟାବିନେଟ୍ରେ ହିଁ […]
ରାୟପୁର: ଛତିଶଗଡ଼ରେ ସ୍କୁଲ୍, କଲେଜ ଓ ଅଙ୍ଗନବାଡ଼ି ବନ୍ଦ ପାଇଁ ନିଷ୍ପତ୍ତି। କରୋନା ସଂକ୍ରମଣ ବଢ଼ୁଥିବାରୁ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ଘୋଷଣା କରାଯାଇଛି। ଏନେଇ ଗଣମାଧ୍ୟମକୁ ମନ୍ତ୍ରୀ ରବୀନ୍ଦ୍ର ଚୌବେ ସୂଚନା ଦେଇଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖିବାକୁ ମିଳିଛି। ଏଥିପାଇଁ ବିଭିନ୍ନ ରାଜ୍ୟର ସରକାର ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ରାଜସ୍ଥାନ ସରକାର ୮ଟି ସହରରେ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି। ଆଜମେର, ଭିଲାଓ୍ୱାଡା, ଜୟପୁର, […]
ନୂଆଦିଲ୍ଲୀ: ଟ୍ରେନ୍ ଭିତରେ ଧୂମପାନ କଲେ ଧୂମପାନକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଧୂମପାନକାରୀ ଧରାପଡ଼ିଲେ ସରକାରୀ ସମ୍ପତ୍ତି ନଷ୍ଟ ଅଭିଯୋଗରେ ସେମାନେ ଗିରଫ ବି ହୋଇପାରନ୍ତି। ନିକଟରେ ଉତ୍ତରାଖଣ୍ଡରେ ଶତାବ୍ଦୀ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିବା ପରେ ଏଭଳି ନିଷ୍ପତ୍ତି ନେଇଛି ରେଳ ବିଭାଗ। ବିଡ଼ି କିମ୍ବା ସିଗାରେଟ୍ରୁ ଶତାବ୍ଦୀ ଏକ୍ସପ୍ରେସ୍ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିବା ପରେ ରେଳ ବିଭାଗ। ଏଭଳି ପଦକ୍ଷେପ ନେବାକୁ ଯାଉଥିବା କହିଛନ୍ତି, ବିଭାଗର ଜଣେ ବରିଷ୍ଠ ଅଧିକାରୀ। […]
ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋରକ ମିଳିବା ମାମଲାରେ ଗିରଫ ହୋଇଥିବା ମୁମ୍ବାଇ ପୋଲିସ୍ ଅଧିକାରୀ ସଚିନ୍ ୱାଜେ ନିଲମ୍ବିତ ହୋଇଛନ୍ତି। ଏନଆଇଏ ପକ୍ଷରୁ ମାରାଥନ ଜେରାପରେ ତାଙ୍କୁ ଗିରଫ କରାଯାଇଥିଲା। ଆଣ୍ଟାଲିଆ ନିକଟରୁ ବିସ୍ଫୋରକ ବୋଝେଇ ସ୍କର୍ପିଓକୁ କିଏ ଆଣିଥିଲା? ପୂର୍ବତନ ମୁମ୍ବାଇ ପୋଲିସ୍ ଅଧିକାରୀ ସଚିନ୍ ୱାଜେ ସେ ଦିନ କାର୍ ରଖିଥିଲେ କି ? ସିସିଟିଭିରେ କଏଦ ବ୍ୟକ୍ତି ଜଣକ କିଏ ? ତାକୁ ନେଇ ଏବେ ଜୋରସୋରରେ ତଦନ୍ତ […]
କୋଲକାତା: ପଶ୍ଚିମବଙ୍ଗରେ ୨ଶହରୁ ଅଧିକ ଆସନ ଜିତି ସରକାର ଗଢିବ ବିଜେପି। ଖଡଗପୁରରେ ବିଶାଳ ରୋଡ୍ ସୋ ଅବସରରେ ଏଭଳି ଦାବି କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଗୃହମନ୍ତ୍ରୀ କହିଛନ୍ତି, ବିଜେପି ସରକାର ବେଙ୍ଗଲରେ ପରିବର୍ତ୍ତନ ଆଣିବାରେ ସଫଳ ହେବ। ପୁଣିଥରେ ସୋନାର ବାଙ୍ଗଲା ଗଠନ ହେବ। ପଶ୍ଟିମବଙ୍ଗବାସୀ ମଧ୍ୟ ପରିବର୍ତ୍ତନ ଚାହୁଁଥିବା କହିଛନ୍ତି ଶାହା। ଆଜି ଖଡ଼ଗପୁରରେ ମେଗା ରୋଡ୍ ସୋ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଶାହାଙ୍କ ରୋଡ୍ ସୋରେ ଜନସମୁଦ୍ର ପାଲଟିଥିଲା। ବିଶାଳ […]
ନୂଆଦିଲ୍ଲୀ: କଡ଼ ଲେଉଟାଇ ପୁଣି ମାଡ଼ୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ପାଖାପାଖି ୨୫ ହଜାର ଆକ୍ରାନ୍ତ। ଏହାସହ ମହାମାରୀ ନେଇଛି ୧୪୦ ଜଣଙ୍କ ଜୀବନ। ସଂକ୍ରମଣ ବଢିବା ସହ ଆରୋଗ୍ୟ ହାର ୯୬.୮୨ ପ୍ରତିଶତକୁ ହ୍ରାସ ପାଇଛି। ମହାରାଷ୍ଟ୍ର, କେରଳ, ପଂଜାବ, କର୍ଣ୍ଣାଟକ, ଗୁଜରାଟ ଓ ତାମିଲନାଡ଼ୁ ଏହି ୫ ରାଜ୍ୟରେ ସ୍ଥିତି ବେକାବୁ ହେଲାଣି। ସଂକ୍ରମଣ ବଢୁଥିବା ବେଳେ ବିମାନ ଯାତ୍ରୀଙ୍କ ପାଇଁ କଠୋର ହୋଇଛନ୍ତି DGCA। ଏୟାରପୋର୍ଟରେ କି […]
କୋଲକାତା: ପଶ୍ଚିମବଙ୍ଗରେ ଏଥର ଷ୍ଟାର ଓ୍ୱାର୍। ବିଧାନସଭା ନିର୍ବାଚନର ମଇଦାନରେ ଅନେକ ସିନେ ଷ୍ଟାର ଓ ଟିଭି ସେଲିବ୍ରିଟି। ଏହି ତାଲିକାର ସଦ୍ୟତମ ସେଲିବ୍ରିଟି ବିଗତ ଦିନର ମ୍ୟାଟ୍ନି ଆଇଡଲ୍ ଡିସ୍କୋ ଡାନ୍ସର୍ ମିଥୁନ ଚକ୍ରବର୍ତ୍ତୀ ହୋଇପାରନ୍ତି। ଚର୍ଚ୍ଚା ହେଉଛି ଆସନ୍ତାକାଲି ହେବାକୁ ଥିବା ମୋଦିଙ୍କ ମେଗା ସମାବେଶରେ ସେ ଯୋଗଦାନ କରି ବିଧିବଦ୍ଧ ଭାବେ ପଦ୍ମ ଧରିବେ। ଏପରିକି ନିର୍ବାଚନ ବି ଲଢ଼ିପାରନ୍ତି ବୋଲି ଆକଳନ କରାଯାଉଛି। ତେବେ ବିଜେପି ପକ୍ଷରୁ ଏନେଇ କିଛି ସ୍ପଷ୍ଟ […]
ଦିଶପୁର: ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ପ୍ରଥମ ଦଫାରେ ୭୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱଲ ମଜୁଲି ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ହେଭିେଓ୍ୱଟ ହିମନ୍ତ ବିଶ୍ୱଶର୍ମା ଜାଲୁକବାରିରୁ ପ୍ରାର୍ଥୀ ହେବେ। କେନ୍ଦ୍ରୀୟ ନିର୍ବାଚନ ସମିତିର ବୈଠକ ପରେ ପ୍ରାର୍ଥୀ ଚୂଡ଼ାନ୍ତ କରାଯାଇଥିଲା। ଏଥର ଆସାମ ଗଣ ପରିଷଦ ଓ UPPL ସହିତ ମେଣ୍ଟ କରି ବିଜେପି ନିର୍ବାଚନ ଲଢୁଛି। ଆସାମ ଗଣ ପରିଷଦ ଭାଗରେ […]
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଥିବା ନାସାର ମହାକାଶଚାରୀ ଭିର ଗ୍ଲୋଭରଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ଫୋନ୍ରେ ଉଭୟଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ବେଶ୍ ରୋଚକ ଥିଲା। ଏସମ୍ପର୍କିତ ଏକ ଭିଡିଓକୁ ନାସା ସେୟାର ମଧ୍ୟ କରିଛି। ବଡ ସ୍ବପ୍ନ ଓ ଉଚ୍ଚ ଚିନ୍ତାଧାରା ଦ୍ୱାରା କଣ ସମ୍ଭବ ତାହା ଗ୍ଲୋଭର କରିଦେଖାଇଛନ୍ତି ବୋଲି କହିଛନ୍ତି ଆମେରିକାର ଉପରାଷ୍ଟ୍ରପତି ତଥା ଭାରତୀୟ ବଂଶଦ୍ଭୋବ କମଲା ହାରିସ। ଆମେରିକା ମାଟିରୁ ଅନ୍ତର୍ଜାତୀୟ […]
ନୂଆଦିଲ୍ଲୀ: ସିରମ ଇନ୍ଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍କୁ ଚୀନ ହ୍ୟାକର୍ଙ୍କ ଟାର୍ଗେଟ। କୋଭିଡ୍ ଭ୍ୟାକ୍ସିନ ପ୍ରସ୍ତୁତକାରୀ ଦୁଇ ସଂସ୍ଥାକୁ ଚୀନ ସରକାରଙ୍କ ଦ୍ୱାରା ପ୍ରୋତ୍ସାହିତ ହ୍ୟାକିଂ ଗ୍ରୁପ କିଛି ସପ୍ତାହ ହେଲା ଟାର୍ଗେଟ କରୁଥିବା ସୂଚନା ମିଳିଛି। ସଂସ୍ଥାର ଆଇଟି ସିଷ୍ଟମକୁ ସିଧା ଟାର୍ଗେଟ କରାଯାଉଛି ବୋଲି ସାଇବର ଇଣ୍ଟେଲିଜେନ୍ସ ଫାର୍ମ- ସାଇଫାର୍ମ ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥାକୁ ସୂଚନା ଦେଇଥିବା ଜଣାପଡ଼ିଛି। ଭାରତ ବିଶ୍ୱର ଅନେକ ଦେଶକୁ କୋଭିଡ୍ ଭ୍ୟାକ୍ସିନ ଯୋଗାଉଛି। ଚୀନ ମଧ୍ୟ ଏହି […]
ସୁରତ: ସ୍ୱାମୀର ନିର୍ଯାତନା କେତେ ବା ସହିବ ସ୍ତ୍ରୀ? ସୀମା ପାର ହେବାରୁ ସ୍ୱାମୀକୁ ପାନେ ଦେବ ବୋଲି ସ୍ତ୍ରୀ ଭାବିଲା। ଆଉ ଶେଷରେ ଦେଲା ପେଟେଣ୍ଟ ମେଡିସିନ୍। ସ୍ୱାମୀକୁ ଭ୍ୟାନ୍ରେ ବାନ୍ଧି ଘୋଷାରି ଘୋଷାରି ନେଇଛି ସ୍ତ୍ରୀ। ନିଜ ଭାଇ ସହାୟତାରେ ସ୍ତ୍ରୀ ଜଣକ ସ୍ୱାମୀକୁ ଏହି ଶାସ୍ତି ଦେଇଛି। ଗୁଜରାଟ ସୁରତ କୃଷ୍ଣନଗର ଅଞ୍ଚଳର ଏ ଘଟଣା। ପ୍ରାୟ ୬ଶହ ମିଟର ପର୍ଯ୍ୟନ୍ତ ସ୍ୱାମୀକୁ ଗାଡିରେ ଘୋଷାରି ନେବା ପରେ ସ୍ଥାନୀୟ ଲୋକେ ଦେଖିଥିଲେ। […]
ଭୁବନେଶ୍ୱର: ତାମିଲନାଡୁରେ କାର୍ଯ୍ୟରତ ବରିଷ୍ଠ ଓଡ଼ିଆ ଆଇପିଏସ୍ଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆସିଛି। ଏହି ଅଭିଯୋଗର ତଦନ୍ତ ଉଚ୍ଚସ୍ତରୀୟ କମିଟି କରିବ। ୬ ଜଣିଆ ଏହି କମିଟିର ତାମିଲନାଡୁର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜୟଶ୍ରୀ ରଘୁନନ୍ଦନ ନେତୃତ୍ୱ ନେବେ।ତାମିଲନାଡୁ ଆଇନ ଶୃଙ୍ଖଳା ବିଭାଗର ସ୍ପେଶାଲ ପୋଲିସ ଡିଜି ଥିବା ରାଜେଶ ଦାସଙ୍କ ବିରୋଧରେ ଜଣେ ମହିଳା ଆଇପିଏସ୍ ଅଧିକାରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ନିକଟରେ ମୁଖ୍ୟମନ୍ତ୍ରୀ ଇ. କେ. ପଲାନିସ୍ୱାମୀଙ୍କ ବିଭିନ୍ନ କେନ୍ଦ୍ରୀୟ […]
ଅମୃତସର: ଗୋଟିଏ ସୁଯୋଗ ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା । ଜଣେ ଗରିବ ପରିବାର ରାତାରାତି କୋଟିପତି ହୋଇଗଲେ। କଟାଟା ଶୁଣିବା ପରେ ଯେକେହି ବି ଚକିତ ହୋଇଯିବେ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେବି ସତ। ଜଣେ ଗୃହିଣୀ ମାତ୍ର ୧୦୦ ଟଙ୍କା ଖର୍ଚ୍ଚ କରି ରାତାରାତି ଧନର ପାହାଡ଼ ଉପରେ ଠିଆ ହୋଇଛନ୍ତି। ହଜାରେ କି ଲକ୍ଷେ ଟଙ୍କା ନୁହେଁ କୋଟିଏ ଟଙ୍କା ସେ ହାସଲ କରିଛନ୍ତି। ୧୦୦ ଟଙ୍କାର ଲଟେରୀ ଟିକେଟ୍ କାଟି ମହିଳା ୧ […]
ଲକ୍ଷ୍ନୌ: ୭ ଜଣଙ୍କୁ ହତ୍ୟା ମାମଲାର ଦୋଷୀ ଉତ୍ତର ପ୍ରଦେଶ ଆମରୋହର ସବନମ୍ ରାଜକ୍ଷମା ଆବେଦନ କରିଛନ୍ତି। ଉତ୍ତରପ୍ରଦେଶ ରାଜ୍ୟପାଳଙ୍କ ପାଖରେ ସବନମ୍ କ୍ଷମା ପ୍ରାର୍ଥନା କରିଛନ୍ତି। ରାଜ୍ୟପାଳ ଆନନ୍ଦୀବେନ୍ ପଟେଲଙ୍କ ପାଖରେ କ୍ଷମା ଆବେଦନ କରିଛନ୍ତି। ପୂର୍ବରୁ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ ଖାରଜ ହୋଇଛି। ସବନମ୍ଙ୍କ ଡେଥ୍ ୱାରେଣ୍ଟ ଜାରି ହୋଇଥିବା ବେଳେ ସେ ପୁଣି ଥରେ ଏହାକୁ ଘୁଞ୍ଚାଇବା ଆବେଦନ କରିଛନ୍ତି। ବହୁଚର୍ଚ୍ଚିତ ଅମ୍ରୋହା ହତ୍ୟାକାଣ୍ଡର ଦୋଷୀଙ୍କୁ ଚରମ ଶାସ୍ତି। ୧୦ ମାସର […]