• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

sabarimal
 ଘନଉଛି ସାବରିମାଳା ବିବାଦ : ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ତୀବ୍ର ହେଲାଣି ପ୍ରତିବାଦର ସ୍ୱର

ଥିରୁଭନନ୍ତପୁରମ୍‌ : ସେଭ୍ ସାବରିମାଲା କ୍ୟାମ୍ପେନ । କେରଳର ରାଜଧାନୀ ଥିରୁଭନନ୍ତପୁରମ୍‌ରେ ହଜାର ହଜାର ଲୋକଙ୍କ ସମାବେଶ । ବିଜେପି ନେତୃତ୍ୱରେ ହୋଇଛି ଏହି ବିଶାଳ ବିକ୍ଷୋଭ ଶୋଭାଯାତ୍ରା । ମହିଳାମାନେ ବି ଏଥିରେ ସାମିଲ ହୋଇଛନ୍ତି। ପରମ୍ପରାର ଦ୍ୱାହି ଦେଇ ସୁପ୍ରିମକୋର୍ଟଙ୍କ ରାୟ ମାନିବାକୁ ଏମାନେ ନାରାଜ। ସାବରିମାଳା ମନ୍ଦିରରେ ସବୁ ବର୍ଗର ମହିଳାଙ୍କ ପ୍ରବେଶ ନେଇ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି, ତାର ପ୍ରତିବାଦରେ ଏହି ବିଶାଳ ବିକ୍ଷୋଭ ଶୋଭାଯାତ୍ରା । ହଜାର ହଜାର […]

  • Friday, 16 July 2021
wine
ମହାରାଷ୍ଟ୍ରରେ ଅନ୍‌ଲାଇନ୍‌ରେ ମିଳିବ ମଦ !

ମହାରାଷ୍ଟ୍ର : ମଦ୍ୟପାନ କରି ଗାଡ଼ି ଚାଳନାକୁ ରୋକିବା ପାଇଁ ନିଅାରା ଷ୍ଟ୍ରାଟେଜି। ଏଣିକି ମହାରାଷ୍ଟ୍ରରେ ହୋମ୍‌ ଡିଲିଭରି ହେବ ମଦ । ଲୋକେ ନିଜ ମନ ପସନ୍ଦର ମଦକୁ ଅନ୍ ଲାଇନ୍ ଅର୍ଡର କରିପାରିବେ । ମହାରାଷ୍ଟ୍ର ଅବକାରୀ ବିଭାଗ ପକ୍ଷରୁ ଏନେଇ ପ୍ରସ୍ତୁତି ହେଉଥିବା ସୂଚନା ମିଳିଛି। ରାଜ୍ୟ ଅବକାରୀ ବିଭାଗକୁ ମିଳିଛି ଏନେଇ କିଛି ଅାବେଦନ। ଅନ୍‌ଲାଇନ୍‌ରେ ମଧ୍ୟ ବିକ୍ରି ଦ୍ୱାରା ବହୁ ମାତ୍ରାରେ ଅପରାଧ ବି କମିବା ନେଇ ଅାଶା କରାଯାଉଛି। […]

  • Friday, 16 July 2021
modi
ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ଶହେ ଟଙ୍କିଆ ମୁଦ୍ରାର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୪ତମ ଜନ୍ମ ବାର୍ଷିକୀ ପୂର୍ବରୁ ତାଙ୍କ ସ୍ମୃତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଶହେ ଟଙ୍କିଆ ମୁଦ୍ରାର ଉନ୍ମୋଚନ କରିଛନ୍ତି। ମୁଦ୍ରାର ଗୋଟିଏ ପାର୍ଶ୍ୱରେ ଅଶୋକ ସ୍ତମ୍ଭ ଥିବାବେଳେ ଆରପଟେ ବାଜପେୟୀଙ୍କ ଫଟୋ ରହିଛି। ଏହି ଅବସରରେ ମୋଦି କହିଛନ୍ତି, ଅଟଳ ବିହାରୀ ବାଜପେୟୀ ଯେ ଆଉ ଇହ ଜଗତରେ ନାହାନ୍ତି ସେ କଥା ବର୍ତ୍ତମାନ ଯାଏ ତାଙ୍କ ମନ ଭିତରକୁ ଆସୁନାହିଁ। ଦେଶର ପ୍ରତିଟି ବ୍ୟକ୍ତିଙ୍କ ହୃଦୟରେ […]

  • Friday, 16 July 2021
death
ବ୍ୟକ୍ତିଗତ ସୁରକ୍ଷାକର୍ମୀ ପାଲଟିଲେ ବେଇମାନ

ଗୁରୁଗ୍ରାମ : ଅଙ୍ଗ ରକ୍ଷକ ସାଜିଲେ ଶତ୍ରୁ। ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ଚଲାଇଲା ଗୁଳି। ଏପରି କିଛି ଘଟଣା ଏବେ ଚାଞ୍ଚଳ୍ୟ ଖେଳାଇ ଦେଇଛି ଗୁରୁଗ୍ରାମରେ। ହରିୟାଣା ଗୁରୁଗ୍ରାମର ସେକ୍ଟର ୪୯ ଅଞ୍ଚଳରେ ଅତିରିକ୍ତ ସେସନ୍ ଜଜ୍‌ଙ୍କ ପରିବାରକୁ ଗୁଳିମାଡ଼ ହୋଇଛି। ଜଜ୍‌ଙ୍କ ସ୍ତ୍ରୀ ଏବଂ ପୁଅଙ୍କୁ ବିଚ୍ ରାସ୍ତା ଉପରେ ଗୁଳି ମାରିଛନ୍ତି ତାଙ୍କର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ବିଚାରପତି ସ୍ତ୍ରୀଙ୍କ ଅବସ୍ଥା ବିପଦମୁକ୍ତ ଥିବା […]

  • Friday, 16 July 2021
guwahati
ଗୌହାଟି ସହରରେ ବିସ୍ଫୋରଣ,୪ ଅାହତ

ଅାସାମ : ଅାସାମର ଗୌହାଟି ସହରରେ ବିସ୍ଫୋରଣ। ଶୁକ୍ଲେଶ୍ୱର ଘାଟ ନିକଟରେ ହୋଇଛି ଏହି ବିସ୍ଫୋରଣ । ଫଳରେ ୪ ଜଣ ଅାହତ ହୋଇଛନ୍ତି । ସେଥିମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି । ସମସ୍ତଙ୍କୁ ନିକଟସ୍ଥ ମେଡିକାଲ୍‌ରେ ଚିକିତ୍ସା କରାଯାଉଛି । ଘଟଣାସ୍ଥଳରେ ବମ୍ ସ୍କ୍ୱାଡ ପହଞ୍ଚି ତଦନ୍ତ ଅାରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁତ୍ର ନଦୀ ନିକଟ ରାସ୍ତାରେ ଥିବା ଏକ କାନ୍ଥ ନିକଟରେ କିଛି ବିସ୍ଫୋରକ ଥିବା […]

  • Friday, 16 July 2021