ବେଙ୍ଗାଲୁରୁ : କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅନନ୍ତ କୁମାରଙ୍କ ଶେଷକୃତ୍ୟ। ବେଙ୍ଗାଲୁରୁସ୍ଥିତ ଯମରାଜପେଟ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଉଛି। ଅାଜି ସକାଳେ ତାଙ୍କ ମର ଶରୀରକୁ ବେଙ୍ଗାଲୁରୁର ବାସବନାଗୁଡ଼ି ବାସଭବନରୁ ରାଜ୍ୟ ବିଜେପି କାର୍ଯ୍ୟାଳୟ ଜଗନ୍ନାଥ ଭବନ ନିଅାଯାଇଥିଲା। ସେଠାରୁ ନ୍ୟାସନାଲ ଲ କଲେଜ ଗ୍ରାଉଣ୍ଡକୁ ନେବା ପରେ ସାଧାରଣ ଲୋକେ ଶେଷ ଦର୍ଶନ କରିଥିଲେ। ଏହା ପରେ ଅନ୍ତିମ ଶୋଭାଯାତ୍ରା ବାହାରିଥିଲା। ତାଙ୍କ ଅନ୍ତ୍ୟଷ୍ଟିରେ ବହୁ ବିଶିଷ୍ଠ […]
ନୂଆଦିଲ୍ଲୀ : ରାଫେଲ ଯୁଦ୍ଧ ବିମାନ କିଣିବା ସମୟରେ ୨୦୧୩ର ପ୍ରକ୍ରିୟାକୁ ଗ୍ରହଣ କରାଯାଇଥିଲା। ଏଥିପାଇଁ ପ୍ରାୟ ଏକ ବର୍ଷ ଧରି ଅାଲୋଚନା ଚାଲିଥିଲା ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଛି। ଏଥିସହ ରାଫେଲ ଯୁଦ୍ଧ ବିମାନ କ୍ରୟ ସମ୍ପର୍କିତ ସମସ୍ତ ତଥ୍ୟ କେନ୍ଦ୍ର ସରକାର ଦାଖଲ କରିଛନ୍ତି। ରାଫେଲ ଦୁର୍ନୀତି ଅଭିଯୋଗର କୋର୍ଟଙ୍କ ନିର୍ଦ୍ଦେଶରେ ତଦନ୍ତ କରିବା ସୁପ୍ରିମକୋର୍ଟରେ ଅାବେଦନ ହୋଇଥିଲା। ଏହି ଅାବେଦନକାରୀମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୬ ପୃଷ୍ଠାର […]
ଛତିଶଗଡ଼ : ଛତିଶଗଡ଼ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ସକାଳ ୭ଟାରୁ ଅାରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ସୁରୁଖୁରୁରେ ଚାଲିଛି। ଦିନ ଗୋଟାଏ ଯାଏ ୨୫ ପ୍ରତିଶତ ଭୋଟିଂ ହୋଇଛି । ଦକ୍ଷିଣ ଛତିଶଗଡ଼ର ୧୮ଟି ଅାସନ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ଦୁଇ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାୟ ୧ ଲକ୍ଷ ସୁରକ୍ଷାକର୍ମୀ ମୁତୟନ ହୋଇଥିବା ବେଳେ, ପ୍ରଥମ ପର୍ଯ୍ୟାୟରେ କଡ଼ା […]
ଛତିଶଗଡ଼ : ଛତିଶଗଡ଼ ନିର୍ବାଚନରେ ଭୋଟ୍ ଦେଇଛନ୍ତି ଓଡ଼ିଆ ଭାଷାଭାଷୀ ଭୋଟର୍। କୋରାପୁଟକୁ ଲାଗି ରହିଥିବା ଛତିଶଗଡ଼ ବସ୍ତର ଜିଲ୍ଲା ଜଗଦଲପୁରର ବିଭିନ୍ନ ବୁଥ୍ରେ ବହୁ ସଂଖ୍ୟାରେ ଓଡ଼ିଆ ଭାଷାଭାଷୀ ଲୋକ ନିର୍ବାଚନରେ ଭାଗ ନେଇଛନ୍ତି। ସେମାନେ ବେଶ୍ ଉତ୍ସାହର ସହ ସକାଳୁ ବୁଥ୍କୁ ଅାସି ନିଜ ପସନ୍ଦିତ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି। ଜଗଦଲପୁର ବ୍ରାହ୍ମଣପଡ଼ା ବୁଥ୍ରେ ଭୋଟରମାନେ ମତଦାନ କରିବା ପରେ ବେଶ୍ ଖୁସି ପ୍ରକାଶ କରିଛନ୍ତି। ଏପରିକି ଛତିଶଗଡ଼ ସରକାରଙ୍କ ଅଧୀନରେ ବଡ଼ ପଦବୀରେ […]
ଛତିଶଗଡ଼ : ୧୮ଟି ବିଧାନସଭା ଅାସନ, ୧୯୦ ଜଣ ପ୍ରାର୍ଥୀ। ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଛତିଶଗଡ଼ ଭୋଟର। ଅାସନ୍ତାକାଲି ହେବ ଛତିଶଗଡ଼ ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ। ଏଥିପାଇଁ ସମସ୍ତ ବୁଥ୍ରେ ପହଞ୍ଚିଛନ୍ତି ପୋଲିଂ ଟିମ୍। ମାଓ ଅଞ୍ଚଳରେ ଭୋଟ ଗ୍ରହଣ ହେଉଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦକ୍ଷିଣ ଛତିଶଗଡ଼ର ସୁକମା, କାଙ୍କେର, ରାଜନନ୍ଦଗାଁଓ, ବସ୍ତର, ଦନ୍ତେୱାଡ଼ା, ବିଜାପୁର, କୋଣ୍ଡାଗାଁଓ ଏବଂ ନାରାୟଣପୁର ଜିଲ୍ଲାର ୧୮ଟି ବିଧାନସଭା ଅାସନରୁ ୧୨ଟି ଅାସନକୁ ରେଡ୍ […]