କର୍ଣ୍ଣାଟକ : କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ କେନାଲ ଭିତରକୁ ବସ୍ ଖସି ପଡ଼ି ୨୫ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ଅାହୁରି ବଢିବାର ଅାଶଙ୍କା କରାଯାଉଛି। ବସଟି ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡିଥିଲା। ମୃତକଙ୍କ ମଧ୍ୟରେ ଅନେକ ସ୍କୁଲ ଛାତ୍ରଛାତ୍ରୀ ଅଛନ୍ତି। ବସ୍ ଭିତରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଜଣେ ମାତ୍ର ଜୀବିତ ଥିବା କୁହାଯାଉଛି। ସେ ଦୁର୍ଘଟଣା ବେଳେ ବାହାରକୁ ଡେଇଁ ପଡିଥିଲେ। ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
କରାଚି : ପାକିସ୍ତାନର କରାଚି ସହରରେ ସନ୍ଦିଗ୍ଧ ଅାତଙ୍କବାଦୀ ଅାକ୍ରମଣ। କରାଚି ସହରସ୍ଥିତ ଚୀନ୍ ଦୂତାବାସ ନିକଟରେ ହୋଇଥିବା ସନ୍ଦିଗ୍ଧଙ୍କ ଗୁଳିମାଡ଼ରେ ୨ ଜଣ ସୁରକ୍ଷାକର୍ମୀ ନିହତ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ତିନି ସନ୍ଦିଗ୍ଧ ନିହତ ହୋଇଥିବା କଥା ଏକ ଗଣମାଧ୍ୟମକୁ ଜଣାଇଛନ୍ତି କରାଚି ପୁଲିସ ମୁଖ୍ୟ। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅାଜି ସକାଳ ସାଢ଼େ ୯ଟା ବେଳେ ଅଚାନକ ଚୀନ୍ ଦୂତାବାସ ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ପରେ ଲୁଚି ରହିଥିବା […]
ନୂଆଦିଲ୍ଲୀ : ଅାସନ୍ତା ୨୮ ତାରିଖରେ ମିଜୋରାମ ବିଧାନସଭା ନିର୍ବାଚନ ଲାଗି ମତଦାନ। ମତଦାନକୁ ଅାଉ ୫ଦିନ ବାକି ରହିଥିବା ବେଳେ ରାଜ୍ୟରେ ଜାରି ରହିଛି ମାରାଥନ ପ୍ରଚାର ଅଭିଯାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅାଜି ମିଜୋରାମର ଲୁଙ୍ଗଲେଇ ଗସ୍ତ କରି ପ୍ରଚାର କରିଛନ୍ତି। ଏହି ଅବସରରେ ଅାୟୋଜିତ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ବିକାଶ ପାଇଁ ବିଜେପିକୁ ବାଛିବାକୁ ଅାହ୍ୱାନ ଦେଇଛନ୍ତି। ରାଜ୍ୟମାନଙ୍କର ବିକାଶ ହେଲେ ଦେଶ ବିକଶିତ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ […]
ଜମ୍ମୁ – କାଶ୍ମୀର : ସୁରକ୍ଷାକର୍ମୀଙ୍କୁ ଅାଉ ଏକ ବଡ଼ ସଫଳତା ମିଳିଛି। ଜମ୍ମୁ ଓ କାଶ୍ମୀର ଅନନ୍ତନାଗରେ ମୁହାଁମୁହିଁ ହୋଇଛନ୍ତି ଯବାନ ଏବଂ ଅାତଙ୍କବାଦୀ। ଅନନ୍ତନାଗର ସେକିପୁରା ଗାଁରେ ଲୁଚି ରହିଥିବା ୬ ଜଣ ଅାତଙ୍କୀଙ୍କୁ ଏନ୍କାଉଣ୍ଟର କରିଛନ୍ତି ଯବାନ। ସେକିପୁରା ଗାଁରେ ଅାତଙ୍କବାଦୀ ଲୁଚି ରହିଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିଥିଲା। ଏନେଇ ଅଞ୍ଚଳରେ କ୍ରଡନ୍ କରି ସର୍ଚ୍ଚ ଅପରେସନ୍ ଅାରମ୍ଭ କରିଥିଲେ ଯବାନ। ତେବେ ଏହି ସମୟରେ ହଠାତ୍ ଯବାନଙ୍କ ଉପରେ […]
ନୂଅାଦିଲ୍ଲୀ : ନୂଅାଦିଲ୍ଲୀର ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ତଥା ୱେବ୍ ପୋର୍ଟାଲ ଓଡ଼ିଆ ପୁଅ ପକ୍ଷରୁ ଷୋଡ଼ଶ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି। ଶତାଧିକ ଓଡ଼ିଆ ଏହି ଉତ୍ସବରେ ଯୋଗ ଦେଇ ବୋଇତ ବନ୍ଦାଣ କରିଥିଲେ। ସେମାନେ ମନେପକାଇଥିଲେ ପ୍ରାଚୀନ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ। ଓଡ଼ିଆ ପୁଅମାନେ ସାଧବ ବେଶରେ ସଜ୍ଜିତ ହୋଇଥିବା ବେଳେ ଝିଅମାନେ ସାଧବାଣୀ ବେଶ ହୋଇଥିଲେ । ସାଧବାଣୀମାନେ ବୋଇତ ବନ୍ଦାଣ କରିବା ପରେ ନୌଯାତ୍ରାରେ ବାଣିଜ୍ୟ ଅଭିଯାନ ଅାରମ୍ଭ କରିଥିଲେ […]