କର୍ଣ୍ଣାଟକ : କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ କେନାଲ ଭିତରକୁ ବସ୍ ଖସି ପଡ଼ି ୨୫ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ଅାହୁରି ବଢିବାର ଅାଶଙ୍କା କରାଯାଉଛି। ବସଟି ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡିଥିଲା। ମୃତକଙ୍କ ମଧ୍ୟରେ ଅନେକ ସ୍କୁଲ ଛାତ୍ରଛାତ୍ରୀ ଅଛନ୍ତି। ବସ୍ ଭିତରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଜଣେ ମାତ୍ର ଜୀବିତ ଥିବା କୁହାଯାଉଛି। ସେ ଦୁର୍ଘଟଣା ବେଳେ ବାହାରକୁ ଡେଇଁ ପଡିଥିଲେ। ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
କରାଚି : ପାକିସ୍ତାନର କରାଚି ସହରରେ ସନ୍ଦିଗ୍ଧ ଅାତଙ୍କବାଦୀ ଅାକ୍ରମଣ। କରାଚି ସହରସ୍ଥିତ ଚୀନ୍ ଦୂତାବାସ ନିକଟରେ ହୋଇଥିବା ସନ୍ଦିଗ୍ଧଙ୍କ ଗୁଳିମାଡ଼ରେ ୨ ଜଣ ସୁରକ୍ଷାକର୍ମୀ ନିହତ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ତିନି ସନ୍ଦିଗ୍ଧ ନିହତ ହୋଇଥିବା କଥା ଏକ ଗଣମାଧ୍ୟମକୁ ଜଣାଇଛନ୍ତି କରାଚି ପୁଲିସ ମୁଖ୍ୟ। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅାଜି ସକାଳ ସାଢ଼େ ୯ଟା ବେଳେ ଅଚାନକ ଚୀନ୍ ଦୂତାବାସ ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ପରେ ଲୁଚି ରହିଥିବା […]