ଶ୍ରୀହରିକୋଟା : ଅାଜି ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରୁ PSLV-C 43 ରକେଟ୍ ଉତ୍କ୍ଷେପଣ ହେବ। ଭାରତୀୟ ଉପଗ୍ରହ HYSIS ସମେତ ଅନ୍ୟ ୩୦ଟି ଉପଗ୍ରହକୁ ନେଇ ମହାକାଶକୁ ଉତ୍କ୍ଷେପଣ ହେବ ଏହି ରକେଟ୍। ସ୍ପେସ୍ ସେଣ୍ଟର ଶ୍ରୀହରିକୋଟା ସ୍ଥିତ ସତିଶ୍ ଧବନ ଅନ୍ତରୀକ୍ଷ କେନ୍ଦ୍ରର ପ୍ରଥମ ପରୀକ୍ଷଣ ସ୍ଥଳରୁ PSLV-C 43 ଉତ୍କ୍ଷେପଣ ହେବ। ଇସ୍ରୋ ଦ୍ୱାରା ବିକଶିତ ହୋଇଥିବା ଭାରତୀୟ ଉପଗ୍ରହ HYSIS ପୃଥିବୀ ଉପରେ ନିରୀକ୍ଷଣ କରିବ। ଏହା PSLV-C 43ର ପ୍ରାଥମିକ ଉପଗ୍ରହ। […]