ପାଟନା: ବିହାରର ବୈଶାଳୀ ଜିଲ୍ଲା ଶାହାଦାଇ ବୁଜୁର୍ଗରେ ସୀମାଞ୍ଚଳ ଏକ୍ସପ୍ରେସ୍ର ୧୧ଟି ବଗି ଲାଇନ୍ଚ୍ୟୁତ ହୋଇ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ବହୁ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି। ଟ୍ରେନ୍ର ୧୧ଟି ବଗି ଲାଇନ୍ଚ୍ୟୁତ୍ ହୋଇଯାଇଛି। ବିହାରର ଯୋଗବାଣୀରୁ ନୂଆଦିଲ୍ଲୀ ଆନନ୍ଦ ବିହାର ଟର୍ମିନାଲକୁ ଯାଉଥିବା ଏହି ସୁପରଫାଷ୍ଟ୍ ଏକ୍ସପ୍ରେସ୍ ରବିବାର ରାତି ପ୍ରାୟ ୩ଟା ୫୨ ମିନିଟ୍ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୋଟିଏ ଜେନେରାଲ କୋଚ୍, ଗୋଟିଏ ଏସି ବଗି B-3 ଏବଂ ସ୍ଲିପର […]
ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦରୁ ଉର୍ଜିତ ପଟେଲଙ୍କ ଇସ୍ତଫା ପ୍ରଦାନ। ବ୍ୟକ୍ତିଗତ କାରଣ ଦର୍ଶାଇ ପଟେଲ ପଦ ଛାଡ଼ିଛନ୍ତି। ଗତ କିଛିଦିନ ହେଲା ଆରବିଆଇ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। କେନ୍ଦ୍ର ସରକାର ଆରବିଆଇର କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ନେଇ ଡେପୁଟି ଗଭର୍ଣ୍ଣର ବିରଲ ଆଚାର୍ଯ୍ୟ ଅଭିଯୋଗ ଆଣିବା ପରେ ଏହି ବିବାଦ ତେଜିଥିଲା। ବିରୋଧୀ ଏହାକୁ ପ୍ରସଙ୍ଗ କରି କେନ୍ଦ୍ର ସରକାରଙ୍କୁ ଘେରିଥିଲେ। ଏପରିକି କେନ୍ଦ୍ର ସରକାର ଆରବିଆଇ […]
ନୂଆଦିଲ୍ଲୀ: ବଜେଟ୍ରେ ଆୟକର ଛାଡ଼ ନେଇ ମଧ୍ୟ ଏକ ବଡ଼ ଘୋଷଣା କରାଯାଇଛି। ମଧ୍ୟମବର୍ଗ ଆୟକର ଦାତାଙ୍କୁ ବଜେଟ୍ରେ ବଡ଼ ରିହାତି ମିଳିଛି। ଆୟକର ସୀମା ଛାଡ଼ ଅଢ଼େଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବଢ଼ିଛି। ଅର୍ଥାତ୍ ଯେଉଁ ଆୟକର ଦାତାଙ୍କ ବାର୍ଷିକ ଆୟ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ, ସେମାନଙ୍କ ଟିକସ ସମ୍ପୂର୍ଣ୍ଣ ଛାଡ଼ ହେବ। ଆପଣ ପ୍ରୋଭିଡେଣ୍ଟ ଫଣ୍ଡ (PF) ଓ ବୀମା କରିଥିଲେ, ସାଢ଼େ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡ଼ […]
ଲକ୍ଷ୍ନୌ : ୟୁପି ବୁଲନ୍ଦସହର ହିଂସା ମାମଲାରେ ଗିରଫ ସେନା ଯବାନ ଜିତେନ୍ଦ୍ର ମଲ୍ଲିକଙ୍କୁ ପଚରାଉଚରା କରୁଛି ପୁଲିସ। ବୁଲନ୍ଦସହର ସେୟାନ୍ ପୁଲିସ୍ ଷ୍ଟେସନରେ ତଦନ୍ତକାରୀ ଟିମ୍ ଘଟଣା ଦିନର ବିବରଣୀ ସମ୍ପର୍କରେ ଖୋଲତାଡ଼ କରୁଛି। ଜିତେନ୍ଦ୍ର ମଲ୍ଲିକଙ୍କୁ କୋର୍ଟରେ ହାଜର କରାଯାଇଛି। ଅଧିକ ପଚରାଉଚରା ଲାଗି ରିମାଣ୍ଡରେ ନେବାକୁ ପୁଲିସ ଆବେଦନ କରିଛି। ବୁଲନ୍ଦଶହର ହିଂସାକାଣ୍ଡରେ ସଂପୃକ୍ତ ଥିବା ଜିତେନ୍ଦ୍ରକୁ ଗତକାଲି ଗିରଫ କରିଥିଲା ସ୍ପେଶାଲ ଟାସ୍କ ଫୋର୍ସ। ଏହାସହ ତାଙ୍କ ନାଁରେ ଏଫଆଇଆର୍ ରୁଜୁ […]