ମୁମ୍ବାଇ : ପାକିସ୍ତାନ ଜେଲରେ ସଜା କାଟୁଥିବା ଭାରତୀୟ ବାସିନ୍ଦା ହମିଦ୍ ନେହାଲ ଅନସାରୀ ମୁକ୍ତ ହୋଇଛନ୍ତି। ଗୁପ୍ତଚର ବୃତ୍ତି କରୁଥିବା ଅଭିଯୋଗରେ ସେ ତିନିବର୍ଷ ହେଲା ପାକିସ୍ତାନ ଜେଲରେ ଥିଲେ। ୨୦୧୨ମସିହାରେ ପାକିସ୍ତାନକୁ ବେଆଇନ ଭାବେ ପ୍ରବେଶ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ପରେ ୨୦୧୫ରେ ହମିଦଙ୍କୁ ତିନିବର୍ଷ ଜେଲଦଣ୍ଡାଦେଶ ଦିଆଯାଇଥିଲା। ଏହି ଜେଲ ଅବଧି ଡିସେମ୍ବର ୧୫ରେ ଶେଷ ହୋଇଥିଲା। କିନ୍ତୁ ତାଙ୍କ ପାଖରେ ଆଇନଗତ କାଗଜପତ୍ର ନଥିବାରୁ ସେ ଭାରତ ଫେରି […]
ଗୁଜରାଟ : ସୁରତ ରାଜଓ୍ୱାଡି ଠାରେ ଆୟୋଜିତ ଓଡ଼ିଶା ମହୋତ୍ସବରେ ଯୋଗ ଦେଇ ପ୍ରବାସୀ ଓଡ଼ିଆଙ୍କ ପାଇଁ ବିଭିନ୍ନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାକାର ଓଡ଼ିଆ ପିଲାମାନଙ୍କୁ ଓଡ଼ିଆ ପାଠ୍ୟ ପୁସ୍ତକ ଯୋଗାଇବା ଏବଂ +୨ କଲେଜ ଖୋଲିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଓଡ଼ିଆ କଲଚରାଲ୍ ସେଣ୍ଟର ପ୍ରତିଷ୍ଠା ପାଇଁ ୧୦ କୋଟି ଘୋଷଣା କରି ଯାଗା ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ନବୀନ କହିଛନ୍ତି। ପ୍ରବାସୀ ଓଡ଼ିଆ ମାନଙ୍କୁ […]
ନୂଆଦିଲ୍ଲୀ: ବ୍ୟବସାୟୀ ତଥା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ରବର୍ଟ ଭଦ୍ରା ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ED ଆଗରେ ହାଜର ହୋଇପାରନ୍ତି। ଏକ ମନି ଲଣ୍ଡରିଂ ମାମଲାରେ ଭଦ୍ରାଙ୍କୁ ସମନ ଜାରି କରାଯାଇଥିଲା। ଯଦି ଆଜି ଭଦ୍ରା ହାଜର ହୁଅନ୍ତି ତାଙ୍କୁ ଏହି ଜମି କିଣା, ନେଣଦେଣ ସହ ଲଣ୍ଡନରେ ଥିବା ଏକ ଜମି ସମ୍ପକରେ ମଧ୍ୟ ED ଜେରା କରିପାରେ। ଭଦ୍ରାଙ୍କ ନାଁରେ ୨୦୧୨ ଜମି ଦୁର୍ନୀତି ମାମଲା ରହିଛି। ହରିଆଣାର ଗୁରୁଗ୍ରାମରେ […]
ନୋଇଡା: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପୁତ୍ତଳିକାକୁ ଗୁଳି କରିବା ମାମଲାରେ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶକୁନ ପାଣ୍ଡେ ଗିରଫ ହୋଇଛନ୍ତି। ନୋଇଡାରେ ପ୍ରବେଶ ସମୟରେ ଆଲିଗଡ ପୁଲିସ୍ ତାଙ୍କୁ ଗିରଫ କରିଛି। ଶକୁନଙ୍କ ସ୍ୱାମୀ ଅଶୋକ ପାଣ୍ଡେଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଛି। ଏହି ମାମଲାରେ ପୁଲିସ୍ ୧୩ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ପୁଲିସ୍ ଗିରଫ କରିସାରିଲାଣି। ଗତ ୩୦ ତାରିଖ ମହାତ୍ମା ଗାନ୍ଧିଙ୍କ ତିରୋଧାନ […]