ନୂଆଦିଲ୍ଲୀ : ବିମୁଦ୍ରାକରଣ ନିଷ୍ପତ୍ତି ଦେଶବାସୀଙ୍କ ପାଇଁ ଝଟକା ନଥିଲା। ନୂଆବର୍ଷ ଅବସରରେ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି, ବିମୁଦ୍ରାକରଣର ବର୍ଷକ ପୂର୍ବରୁ କଳାଧନ ଗଚ୍ଛିତ ରଖିଥିବା ଲୋକଙ୍କୁ ସତର୍କ କରାଇ ଦିଆଯାଇଥିଲା। ଯେଉଁମାନେ କଳା ଟଙ୍କା ରଖିଛନ୍ତି, ଧାର୍ଯ୍ୟ ଜରିମାନା ଦେଇ ବ୍ୟାଙ୍କରେ ଜମା କରିବାକୁ କୁହାଯାଇଥିଲା। କିନ୍ତୁ ମୋଦିଙ୍କୁ ଲୋକେ ଅନ୍ୟ ସରକାର ଭଳି ଭାବିଲେ, ବହୁତ କମ୍ ଲୋକ ସ୍ୱେଚ୍ଛାକୃତ […]
ଶ୍ରୀନଗର: ଜମ୍ମୁ କାଶ୍ମୀର ବୁଡ୍ଗାମ୍ରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ବୁଡ୍ଗାମ୍ ଗୋପାଲପୋରାରେ ଆଜି ଭୋରୁ ଏହି ଏନ୍କାଉଣ୍ଟର ହୋଇଛି। ଆତଙ୍କବାଦୀଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏହାସହ ଦୁଇ ଆତଙ୍କବାଦୀଙ୍କ ମୃତଦେହ ମଧ୍ୟ ଉଦ୍ଧାର ହୋଇଛି। କିନ୍ତୁ ମୃତଦେହଗୁଡିକୁ ଚିହ୍ନଟ କରାଯାଇପାରିନାହିଁ। ଗତକାଲି ମଧ୍ୟ ପୁଲୱାମା ଜିଲ୍ଲାର ରତ୍ନିପୋରା ଅଞ୍ଚଳରେ କିଛି ଆତଙ୍କବାଦୀଙ୍କ ଲୁଚି ରହିଥିବା ଖବର ପାଇବା ପରେ ସେନାର ମିଳିତ ଟିମ୍ ସର୍ଚ୍ଚ ଅପରେସନ୍ କରିଥିଲା। ଅପରେସନ୍ରେ ଜଣେ […]
ନୂଆଦିଲ୍ଲୀ : ନୂଆବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଗଣମାଧ୍ୟମ ANIକୁ ସାକ୍ଷାତକାର ଦେଇଛନ୍ତି। ଏଥିରେ ଆଗାମୀ ସାଧାରଣ ନିର୍ବାଚନରେ ଜନତା ବନାମ ଗଠବନ୍ଧନ ମଧ୍ୟରେ ମୁକାବିଲା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନ୍ୟାୟିକ ପ୍ରକ୍ରିୟା ଶେଷ ହେବା ପରେ ରାମ ମନ୍ଦିର ସମ୍ପର୍କିତ ଅଧ୍ୟାଦେଶ ଉପରେ ବିଚାର କରାଯିବ ବୋଲି ସେ କହିଛନ୍ତି। ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଇସ୍ତଫା ପାଇଁ କୌଣସି ଚାପ ନଥିଲା। ସେ ଗତ ସାତ ଆଠ ମାସ ଧରି ଇସ୍ତଫା […]
ଅହମ୍ମଦାବାଦ : ଗୁଜରାଟର ଛାତ୍ରଛାତ୍ରୀମାନେ ଏଣିକି ଉପସ୍ଥାନ ବେଳେ ‘ଜୟ ହିନ୍ଦ୍’ କିମ୍ବା ‘ଜୟ ଭାରତ’ କହିବାକୁ ପଡିବ। ଏନେଇ ଗୁଜରାଟ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥାନ ବେଳେ ଜୟ ହିନ୍ଦ୍ କିମ୍ବା ଜୟ ଭାରତ କହିବା ବାଧ୍ୟତାମୂଳକ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଗତକାଲି ଗୁଜରାଟ ଶିକ୍ଷାମନ୍ତ୍ରୀ ଭୂପେନ୍ଦ୍ର […]
ଜମ୍ମୁ-କାଶ୍ମୀର : ଆବର୍ଷରେ ବି ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ। ଜମ୍ମୁ ଓ କାଶ୍ମୀରର ପୁଂଚ ଜିଲ୍ଲାରେ ଖାରୀ କରମରା ଅଂଚଳରେ ଅସ୍ତ୍ର ବିରତି ଉଲ୍ଲଂଘନ ହୋଇଛି। ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିଲା। ଭାରତୀୟ ସେନା ପକ୍ଷରୁ ଏହାର ଜବାବ ଦିଆଯାଇଛି। ସେପଟେ ସୀମାପାର ଅନୁପ୍ରବେଶ ଉଦ୍ୟମକୁ ନେଇ ଭାରତ ପକ୍ଷରୁ ପାକିସ୍ତାନ ହାଇକମିଶନରଙ୍କୁ ସମନ ଜାରି କରାଯାଇଛି। କିଛି ଦିନ ତଳେ ପୁଂଚ ସେରରେ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଅକ୍ଟୋବର ୨୧ରେ ସୁନ୍ଦରବାନି ସେକ୍ଟରରେ […]