ଆଫଗାନିସ୍ତାନ : ଆଫଗାନିସ୍ତାନରେ ଅଘଟଣ। ଗୋଲ୍ଡ ମାଇନ୍ସରେ ମାଟି ଅତଡ଼ା ଖସିବାରୁ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନର କୋହିସ୍ତାନ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ସୁନା ଅନୁସନ୍ଧାନ ପାଇଁ ଗ୍ରାମବାସୀମାନେ ୨୦୦ ଫୁଟ୍ ତଳକୁ ଖଣି ଖନନ କରୁଥିବା ବେଳେ ଅଚାନକ୍ ଧସିଯାଇଥିଲା। ଫଳରେ ଘଟଣାସ୍ଥଳରେ ବହୁ ଲୋକ ପ୍ରାଣ ହରାଇଥିଲେ। ଖଣି ଭିତରେ ଫସିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିପଡିଛି ଉଦ୍ଧାରକାରୀ ଟିମ୍। ବର୍ଷ […]
ନୂଆଦିଲ୍ଲୀ: ସାରା ଦେଶ ସହିଦଙ୍କୁ ଶେଷ ସମ୍ମାନ ଜଣାଇଛି। ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସମସ୍ତ ଯବାନଙ୍କୁ ସେମାନଙ୍କ ଜନ୍ମମାଟିରେ ଶେଷ ବିଦାୟ ଦିଆଯାଇଛି। ଶେଷ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସହିଦଙ୍କ ଗାଁରେ ଭିଡ଼ ଦେଖିବାକୁ ମିଳିଥିଲା। ଶୋକାକୂଳ ପରିବେଶ ଭିତରେ ବୀର ପୁଅକୁ ବିଦାୟ ଦିଆଯାଇଛି। ସହିଦଙ୍କ କଫିନ୍କୁ ଧରି ଲୋତକ ଭରା ଆଖିରେ ଛାତିକୁ ପଥର କରି ପରିବାର ଲୋକେ ଶେଷ ବିଦାୟ ଦେଇଛନ୍ତି। ସହିଦଙ୍କ ଅନ୍ତିମ ଯାତ୍ରାରେ ସାରାଦେଶରେ […]
ଶ୍ରୀନଗର: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ସାରା ଦେଶରେ ବିରୋଧ କରାଯାଇଛି। ଜମ୍ମୁ କଶ୍ମୀର କଠୁୱାରେ ଏବିଭିପି ତରଫରୁ ନାରାବାଜି ଦିଆଯାଇଛି। ଶତାଧିକ ଛାତ୍ରଛାତ୍ରୀ ଜାତୀୟ ରାଜପଥ ଅବରୋଧ କରିବା ସହ ଭାରତୀୟ ଜାତୀୟ ପତାକା ହାତରେ ଧରି ବନ୍ଦେ ମାତାରମ୍ ଧ୍ୱନି ଦେଇଥିଲେ। ଏହାସହ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ମଧ୍ୟ ଜଣାଇଥିଲେ। ସେହିପରି ଆକ୍ରୋଶର ସ୍ୱର ମୁମ୍ବାଇରେ ମଧ୍ୟ ଦେଖିବାକୁ ମଳିଛି। ଶିବସେନା ପକ୍ଷରୁ ପାକିସ୍ତାନ ବିରୋଧରେ ନାରାବାଜି ଦିଆଯିବା ସହ କୁଶପୁତ୍ତଳିକା ଦାହ […]
ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ଉତ୍ତରପ୍ରଦେଶର ବାରାଣସୀ ମଧ୍ୟରେ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ର ଚଳାଚଳ ଆରମ୍ଭ ହୋଇଛି। ନୂଆଦିଲ୍ଲୀ ଷ୍ଟେସନ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ କରିଛନ୍ତି। ୩୦ ବର୍ଷର ପୁରୁଣା ଶତାବ୍ଦୀ ଏକ୍ସପ୍ରେସ୍ ବଦଳରେ ଏହି ଦ୍ରୁତଗାମୀ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଚଳାଚଳ କରିବ। ସଂପୂର୍ଣ୍ଣ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ଏହି ଟ୍ରେନ୍ ପାଖାପାଖି ଘଣ୍ଟାପ୍ରତି ୧୬୦ କିଲୋମିଟର ବେଗରେ ଚାଲିବ। ପ୍ରଥମେ ଟ୍ରେନ୍ର ନାଁ ‘ଟ୍ରେନ୍ ୧୮’ ଥିବାବେଳେ […]
ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ସ୍ଥାନ ଭାବେ ପରିଚୟ ପାଇଥିବା ପାକିସ୍ତାନ ପୁଲୱାମା ଆକ୍ରମଣକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦିଛି। ବିଶ୍ୱରେ ଯେ କୌଣସି ସ୍ଥାନରେ ହେଉଥିବା ଆତଙ୍କବାଦୀ ଆକ୍ରମଣକୁ ସେମାନେ ନିନ୍ଦା କରୁଥିବା କଥା କହିଥିବା ବେଳେ ଭାରତୀୟ ଗଣମାଧ୍ୟମ ଏବଂ ସରକାର ଯେଉଁ ଦାବି କରୁଛନ୍ତି ତାହା ଭିତ୍ତିହୀନ ବୋଲି ପାକିସ୍ତାନ କହିଛି। ସରକାର ବିନା ପ୍ରମାଣ ଓ ଯାଞ୍ଚରେ ପାକିସ୍ତାନକୁ ଏହି ଆକ୍ରମଣ ପାଇଁ ଦୋଷାରୋପକୁ ପାକ୍ ବୈଦେଶିକ ମନ୍ତ୍ରାଳୟ ଖଣ୍ଡନ କରିଛି।ଗତକାଲି ପାକିସ୍ତାନ ଏକ […]