ନୂଆଦିଲ୍ଲୀ : ଦିଲ୍ଲୀରେ ବିଜେଡିର ବିକ୍ଷୋଭ କାର୍ଯ୍ୟକ୍ରମକୁ ବିରୋଧ। ପ୍ରବାସୀ ଓଡ଼ିଆ ନାଗରିକ ମଞ୍ଚ ପକ୍ଷରୁ ଏହି ବିରୋଧ ପ୍ରଦର୍ଶନ କରାଯାଇଛି। ପ୍ରବାସୀ ଓଡ଼ିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ କିଛି କରିନଥିବା ଅଭିଯୋଗ କରି ଏହି ପ୍ରତିବାଦ କରାଯାଇଛି। ଓଡ଼ିଶା ଭବନ ଘେରାଉ ଉଦ୍ୟମ ବେଳେ ପୁଲିସ ସହିତ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା। କିଛି ବିକ୍ଷୋଭକାରୀଙ୍କୁ ମନ୍ଦିର ମାର୍ଗ ଥାନାରେ ଅଟକ ରଖିଛି ପୁଲିସ। ଉଲ୍ଲେଖନୀୟ ଯେ,ଚାଷୀଙ୍କ ହକ୍ ପାଇଁ ଆଜି ଦିଲ୍ଲୀ ଦରବାରରେ ବିଜେଡି ନେତାଙ୍କ ଗର୍ଜନ […]
ନୂଆଦିଲ୍ଲୀ : ଆଜି ଲୋକସଭାରେ ଆଗତ ହୋଇଛି ସବର୍ଣ୍ଣଙ୍କ ସଂରକ୍ଷଣ ପାଇଁ ସମ୍ବିଧାନ ସଂଶୋଧନ ବିଲ୍। ଥାବର ଚନ୍ଦ୍ର ଗେହଲତ ଏହି ବିଲ୍ ଆଗତ କରିଛନ୍ତି। ଗୃହରେ ଉପସ୍ଥିତ ରହିବାକୁ ଏନଡିଏ ପକ୍ଷରୁ ହ୍ୱିପ ଜାରି କରାଯାଇଥିଲା। ସରକାରୀ ଚାକିରି ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଆର୍ଥିକ ଭାବେ ପଛୁଆ ସାଧାରଣ ବର୍ଗ ଲାଗି ୧୦ ପ୍ରତିଶତ ସଂରକ୍ଷଣ ପାଇଁ ଗତକାଲି ମୋଦି ସରକାର ନିଷ୍ପତ୍ତି ନେଇଥିଲେ। କେନ୍ଦ୍ର କ୍ୟାବିନେଟ୍ ଏହି ପ୍ରସ୍ତାବରେ ମୋହର ମାରିଥିଲା।
ନୂଆଦିଲ୍ଲୀ : ଚାଷୀ ସମସ୍ୟାକୁ ନେଇ ଦିଲ୍ଲୀରେ ବିଜେଡିର ଗର୍ଜନ। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଲକୋଟରା ଷ୍ଟାଡିୟମରେ ଅନୁଷ୍ଠିତ କୃଷକ ଅଧିକାର ସମାବେଶରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ବିଜେଡି ବହୁବାର ଦାବି କରିଛି। ବିଧାନସଭାର ଗୃହ କମିଟି ମୋଦିଙ୍କୁ ଭେଟିବାକୁ ଚେଷ୍ଟା କରିଥିଲା। କିନ୍ତୁ ଶୁଣିଲେନି ମୋଦି ସରକାର। ତେଣୁ ବାଧ୍ୟ ହୋଇ ଦିଲ୍ଲୀ ଆସିବାକୁ ପଡ଼ିଲା। ଭାରତୀୟ ଅର୍ଥନୀତିର ଆତ୍ମା ହେଉଛି […]
ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ଼ ଘୋଷଣା। ସରକାରୀ ଚାକିରି ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଆର୍ଥିକ ଭାବେ ପଛୁଆ ସାଧାରଣ ବର୍ଗ ଲାଗି ୧୦ ପ୍ରତିଶତ ସଂରକ୍ଷଣ ପାଇଁ ନିଷ୍ପତ୍ତି। ଆଜି କେନ୍ଦ୍ର କ୍ୟାବିନେଟ୍ ଏହି ପ୍ରସ୍ତାବରେ ମୋହର ମାରିଛି। ଏ ନେଇ ଆସନ୍ତାକାଲି ପାର୍ଲାମେଣ୍ଟରେ ସମ୍ବିଧାନ ସଂଶୋଧନ ବିଲ୍ ଉପସ୍ଥାପନ ହେବାର ସମ୍ଭାବନା ରହିଛି। ଯେଉଁମାନଙ୍କର ବାର୍ଷିକ ଆୟ ୮ ଲକ୍ଷ ଟଙ୍କାରୁ କମ୍ ଏବଂ ୫ ଏକରରୁ କମ୍ ଜମି […]
ନୂଆଦିଲ୍ଲୀ : ଉନ୍ମୋଚିତ ହୋଇଛି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ରଚିତ ପୁସ୍ତକ “ଲଟିଏନ୍ସ ମ୍ୟାଭରିକ୍”। ରୂପା ପବ୍ଲିକେସନ୍ ଦ୍ୱାରା ପ୍ରକାଶିତ ହୋଇଛି ଏହି ପୁସ୍ତକ। ଦିଲ୍ଲୀ ତିନ୍ ମୂର୍ତ୍ତି ଭବନ ସ୍ଥିତ ନେହରୁ ମେମୋରିଆଲ ମ୍ୟୁଜିୟମ ଓ ଲାଇବ୍ରେରୀଠାରେ ଆୟୋଜିତ ଉନ୍ମୋଚନ ଉତ୍ସବରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ଏନ୍ସିପି ନେତା ପ୍ରଫୁଲ୍ଲ ପଟେଲ, କଂଗ୍ରେସ ନେତା ମନୀଷ ତିୱାରୀ ଓ ଆପ୍ ବିଧାୟିକା ଅଲକା ଲାମ୍ବା ପ୍ରମୁଖ। ପୁସ୍ତକ ସଂପର୍କରେ ସମ୍ୟକ ସୂଚନା ଦେଇଥିଲେ […]
ଆଫଗାନିସ୍ତାନ : ଆଫଗାନିସ୍ତାନରେ ଅଘଟଣ। ଗୋଲ୍ଡ ମାଇନ୍ସରେ ମାଟି ଅତଡ଼ା ଖସିବାରୁ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନର କୋହିସ୍ତାନ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ସୁନା ଅନୁସନ୍ଧାନ ପାଇଁ ଗ୍ରାମବାସୀମାନେ ୨୦୦ ଫୁଟ୍ ତଳକୁ ଖଣି ଖନନ କରୁଥିବା ବେଳେ ଅଚାନକ୍ ଧସିଯାଇଥିଲା। ଫଳରେ ଘଟଣାସ୍ଥଳରେ ବହୁ ଲୋକ ପ୍ରାଣ ହରାଇଥିଲେ। ଖଣି ଭିତରେ ଫସିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିପଡିଛି ଉଦ୍ଧାରକାରୀ ଟିମ୍। ବର୍ଷ […]