Advertisment

NEET UG 2025: ଘୋଷଣା ହେଲା NEET-UG ତାରିଖ; ଓଡ଼ିଆରେ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଅନୁଯାୟୀ, ନିଟ୍-ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷା ମେ' ୪ରେ ଅନୁଷ୍ଠିତ ହେବ । ଫେବ୍ରୁଆରୀ ୭ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ କରିପାରିବେ ଛାତ୍ରଛାତ୍ରୀ। ପେମେଣ୍ଟ ଦାଖଲ ଶେଷ ତାରିଖ ମାର୍ଚ୍ଚ ୭ ରହିଛି।

author-image
Sonali Ojha
ଅଦ୍ୟତନ ହୋଇଛି
NEET UG

NEET UG

ଘୋଷଣା ହେଲା NEET-UG 2025 ତାରିଖ। ଆସନ୍ତା ମେ’ ୪ ତାରିଖରେ ହେବ ପ୍ରବେଶିକା ପରୀକ୍ଷା। ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହ ପରୀକ୍ଷା ସୂଚୀ ମଧ୍ୟ ପ୍ରଦାନ କରାଯାଇଛି।

Advertisment

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଅନୁଯାୟୀ, ନିଟ୍-ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷା ମେ’ ୪ରେ ଅନୁଷ୍ଠିତ ହେବ । ଫେବ୍ରୁଆରୀ ୭ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ କରିପାରିବେ ଛାତ୍ରଛାତ୍ରୀ। ପେମେଣ୍ଟ ଦାଖଲ ଶେଷ ତାରିଖ ମାର୍ଚ୍ଚ ୭ ରହିଛି। neet.nta.nic.in ୱେବସାଇଟକୁ ଯାଇ ଛାତ୍ରଛାତ୍ରୀ ଅନଲାଇନରେ ନାମ ପଞ୍ଜୀକରଣ କରିପାରିବେ । ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ପରୀକ୍ଷା କରାଯିବ।

ଛାତ୍ରଛାତ୍ରୀମାନେ ଅଫଲାଇନ୍‌ରେ ପରୀକ୍ଷା ଦେବେ। ୧୩ଟି ଭାଷାରେ ପରୀକ୍ଷା ଦେଇ ପାରିବେ ଛାତ୍ରଛାତ୍ରୀ। ଯେଉଁଥିରେ ଓଡ଼ିଆ ଭାଷାରେ ମଧ୍ୟ ପ୍ରଶ୍ନପତ୍ର ରହିବ। ପରୀକ୍ଷା କେନ୍ଦ୍ର ସହର ବିଷୟରେ ସବିଶେଷ ତଥ୍ୟ ଥିବା ଇଣ୍ଟିମେସନ୍ ସ୍ଲିପ୍ ଏପ୍ରିଲ୍ ୨୬ ସୁଦ୍ଧା ଜାରି କରାଯିବ । NEET-UG ପାଇଁ ଆଡମିଟ୍ କାର୍ଡ ମେ ୧ରୁ ଡାଉନଲୋଡ୍ କରିପାରିବେ ଛାତ୍ରଛାତ୍ରୀ।

Advertisment

NEET UG ଆବେଦନ ଶୁଳ୍କ

ପରୀକ୍ଷା ପାଇଁ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଫି’ ବାବଦକୁ ୧୭୦୦ ଟଙ୍କା ଦେବାକୁ ପଡିବ। ସେହିପରି EWS କିମ୍ବା OBC ବର୍ଗ ପାଇଁ ୧୬୦୦ ଟଙ୍କା, SC/ST/PWD ଓ ତୃତୀୟ ଲିଙ୍ଗୀ ଆବେଦନକାରୀଙ୍କ ପାଇଁ ୧୦୦୦ ଟଙ୍କା ରହିଛି। ଦେଶ ବାହାରେ ପରୀକ୍ଷା କେନ୍ଦ୍ର ଚୟନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଫି ୯,୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

NEET-UG 2025 NEET-UG 2025

ଆବେଦନ ୱିଣ୍ଡୋ ବନ୍ଦ ହେବା ପରେ ମାର୍ଚ୍ଚ ୯ରୁ ୧୧ ତାରିଖ ମଧ୍ୟରେ ଆଶାୟୀ ଛାତ୍ରଛାତ୍ରୀ ସେମାନଙ୍କ ଆବେଦନରେ ପରିବର୍ତ୍ତନ କରିପାରିବେ । ଚଳିତବର୍ଷ ଏହି ପରୀକ୍ଷା ପ୍ରାକ୍‌ କୋଭିଡ ଢ଼ାଞ୍ଚାକୁ ଫେରିବ । ସେକ୍ସନ-ବି’ରେ ଥିବା ଇଚ୍ଛାଧୀନ ପ୍ରଶ୍ନକୁ ଏନ୍‌ଟିଏ ହଟାଇ ଦେଇଥିଲା ବେଳେ ପରୀକ୍ଷାର୍ଥୀଙ୍କୁ ସମସ୍ତ ୧୮୦ ପ୍ରଶ୍ନର ଉତ୍ତର ଦେବାକୁ ପଡିବ । ଫିଜିକ୍ସ ଓ କେମେଷ୍ଟ୍ରିରେ ୪୫ ଲେଖାଏଁ ପ୍ରଶ୍ନ ଆସିବାକୁ ଥିବା ବେଳେ ବାୟୋଲୋଜିରେ ୯୦ଟି ପ୍ରଶ୍ନ ଆସିବ ।

NEET UG 2025 ପାଇଁ କେମିତି କରିବେ ଆବେଦନ ?

Step 1: ଅଫିସିଆଲ୍ ୱେବସାଇଟ୍: neet.nta.nic.in କୁ ଯାଆନ୍ତୁ

Step 2: ମୂଳପୃଷ୍ଠାରେ ଥିବା 'NEET (UG) -2025 ପଞ୍ଜୀକରଣ ଏବଂ ଅନଲାଇନ୍ ଆବେଦନ ଫର୍ମ ଲିଙ୍କରେ କ୍ଲିକ୍ କରନ୍ତୁ

Step 3: ଆପଣଙ୍କ ସ୍କ୍ରିନ୍‌ରେ ଏକ ନୂଆ ପୃଷ୍ଠା ଖୋଲିବ

Step 4: ନିଜକୁ ପଞ୍ଜୀକୃତ କରନ୍ତୁ ଏବଂ ସମସ୍ତ ଆବଶ୍ୟକୀୟ ବିବରଣୀ ସହିତ ଆବେଦନ ଫର୍ମ ପୂରଣ କରନ୍ତୁ

Step 5: ଉଦ୍ଦିଷ୍ଟ ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ ଏବଂ ସମ୍ମିଟ୍ ଉପରେ କ୍ଲିକ୍ କରନ୍ତୁ

Step 6: ଏହାପରେ ଆବେଦନ ପତ୍ରର ଏକ ପ୍ରିଣ୍ଟ କାଢିନିଅନ୍ତୁ...

NEET UG Exam
Advertisment
Advertisment