ନୂଆଦିଲ୍ଲୀ: ଗଠନ ହେବ ରେଳବାଇର ନୂଆ ଜୋନ୍। ଆନ୍ଧ୍ରପ୍ରଦେଶ ପୁର୍ନଗଠନ ଆଇନ ୨୦୧୪ ଅନୁସାରେ ଏହି ଜୋନ୍ ଗଠନ କରାଯିବା ସହ ଏହାକୁ ସାଉଥ୍ କୋଷ୍ଟ ରେଲେଓ୍ୱ ନାଁରେ ନାମିତ କରାଯାଇଛି। ସବୁ ପକ୍ଷଙ୍କ ସହ ବଚାରବିମର୍ଶ ପରେ ନୂଆ ଜୋନ୍ ଗଠନ ଲାଗି ନିଷ୍ପତ୍ତି ହୋଇଥିବା ରେଳମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି। ବିଶାଖାପାଟଣା ସାଉଥ୍ କୋଷ୍ଟ ରେଲୱେର ମୁଖ୍ୟାଳୟ ରହିବ ଗୁଣ୍ଟକଲ, ଗୁଣ୍ଟୁର୍ ଓ ବିଜୟଓ୍ୱାଡ଼ା ଡିଭିଜନ୍ କୁ ଏଥିରେ ସାମିଲ କରାଯାଇଛି। ସେହିପରି […]
ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ କର୍ଣ୍ଣାଟକ ମାମଲାର ଶୁଣାଣି ହେବ। ବିଧାୟକଙ୍କ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ବାଚସ୍ପତି ତୁରନ୍ତ ଇସ୍ତଫା ମଂଜୁର କରନ୍ତୁ ବୋଲି ଦାବି କରି ବିଦ୍ରୋହୀ ବିଧାୟକ ମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପଟେ ଗୁରୁବାର ହେବ କର୍ଣ୍ଣାଟକ ସରକାରଙ୍କ ଭାଗ୍ୟ ପରୀକ୍ଷା। କ୍ଷମତାଶୀନ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଫ୍ଲୋର୍ ଟେଷ୍ଟଦେବ। ଏ ନେଇ ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ପାଖରେ ସଂଖ୍ୟା ନଥିବା ଅଭିଯୋଗ କରି […]
କାଠମାଣ୍ଡୁ: ନେପାଳର ତେହରାଥୁମ୍ ଜିଲ୍ଲାରେ ଏକ ହେଲିକପ୍ଟର୍ ଦୁର୍ଘଟଣାଗ୍ରସ୍ତ ହେବାରୁ ନେପାଳ ପର୍ଯ୍ୟଟନ ମନ୍ତ୍ରୀ ରବିନ୍ଦ୍ର ଅଧିକାରୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ମନ୍ତ୍ରୀ ୫ ଜଣ ଅନ୍ୟ ସଦସ୍ୟଙ୍କ ସହିତ ପଶ୍ଚିମ ଭାଗରେ ଥିବା ଜିଲ୍ଲା ତାପ୍ଲେଜୁଙ୍ଗରୁ ତେହରାଥୁମ୍ ଯାଉଥିବା ବେଳେ ହଠାତ୍ ହେଲିକପ୍ଟର୍ ଟି ତଳକୁ ଖସିପଡ଼ିଥିଲା। ତେବେ କେଉଁ କାରଣରୁ ହେଲିକପ୍ଟର୍ଟି ତଳକୁ ଖସିପଡ଼ିଲା ତାହା ଜଣାପଡ଼ିନାହିଁ।
ନୂଆଦିଲ୍ଲୀ: ପାକିସ୍ତାନୀ ଜେଟ୍ର ଭାରତର ଏୟାର ସ୍ପେସ୍ ଉଲ୍ଲଂଘନ ଓ IAF ଦ୍ୱାରା F-16 ବିମାନକୁ ଖସାଇ ଦେବା ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଅନ୍ୟପଟେ ଭାରତର ବିମାନକୁ ମଧ୍ୟ ଖସାଇ ଦେଇଥିବା ପାକିସ୍ତାନ ଦାବି କରୁଛି। ଏହି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ସୁରକ୍ଷାକୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି। ଦେଶର ସାଂପ୍ରତିକ ସୁରକ୍ଷା ନେଇ ମୋଦିଙ୍କୁ ଅବଗତ କରାଇଛନ୍ତି। NSA ବିଜ୍ଞାନ […]
ଜମ୍ମୁ-କଶ୍ମୀର : ଭାରତୀୟ ବାୟୁସେନାର MIG ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ଆଜି ଜମ୍ମୁ ଓ କଶ୍ମୀରର ବଡ଼ଗାମ୍ ଅଂଚଳରେ ଉଡାଣ କରୁଥିବା ବେଳେ ସେଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହାପରେ ହେଲିକପ୍ଟରଟି ଖସି ପଡ଼ିଛି। ସେଥିରେ ନିଆଁ ଲାଗି ଯିବାରୁ ପୂରା ଜଳି ଯାଇଛି। ହେଲିକପ୍ଟରରେ ଥିବା ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚିଛି ଏବଂ ୨ଟି ମୃତଦେହ ପଡ଼ିଥିବା ସ୍ଥାନୀୟ ପୁଲିସ୍ କହିଛି।
ଜମ୍ମୁ-କଶ୍ମୀର : ଜମ୍ମୁ-କଶ୍ମୀର ସୋଫିଆନ୍ରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ। ଏଥିରେ ୨ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା କୁହାଯାଉଛି। ଭାରତର ଅପରେସନ ବାଲାକୋଟ୍ ପରେ ୩ଜଣ ଆତଙ୍କବାଦୀ ସୀମା ପାର୍ କରି ପଶିଆସିଥିଲେ। ଏନେଇ ସୁରକ୍ଷାକର୍ମୀ ସୂଚନା ପାଇବା ପରେ ଭୋର ପ୍ରାୟ ୪ଟାରୁ ସେନା ପକ୍ଷରୁ ଅପରେସନ୍ ଆରମ୍ଭ କରାଯାଇଥିଲା। ଏହି ସମୟରେ ଆତଙ୍କବାଦୀଙ୍କ ତରଫରୁ ଗୁଳିବିନିମୟ କରାଯାଇଥିଲା। ଯବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଗୁଳିବିନିମୟ କରାଯାଇଥିଲା। ଏବେବି ସୋଫିଆନ୍ର ମିମାନ୍ଦର ଅଂଚଳରେ ସର୍ଚ୍ଚଅପରେସନ୍ […]
ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମତଦାନ ହେଉଛି। ୭ଟି ରାଜ୍ୟର ୫୯ଟି ଲୋକସଭା ଆସନ ପାଇଁ ଭୋଟ ଚାଲିଛି। ଦିନ ୧୨ଟା ସୁଦ୍ଧା ମୋଟ୍ ୨୫.୧୩ ପ୍ରତିଶତ ଭୋଟିଂ ହୋଇଛି। ପଶ୍ଚିମବଙ୍ଗରେ ୩୮.୨୬ ପ୍ରତିଶତ, ଦିଲ୍ଲୀରେ ୧୯.୫୫ ପ୍ରତିଶତ, ହରିୟାଣାରେ ୨୩.୨୬ ପ୍ରତିଶତ, ଉତ୍ତର ପ୍ରଦେଶରେ ୨୧.୭୫ ପ୍ରତିଶତ, ବିହାର ୨୦.୭, ଝାଡ଼ଖଣ୍ଡ ୩୧.୨୭ ଓ ମଧ୍ୟ ପ୍ରଦେଶ ୨୮.୨୫ ପ୍ରତିଶତ ମତଦାନ ହୋଇଛି।
ଚୀନ୍ : ବାଲାକୋଟ୍ ଉପରେ ଏୟାର ଷ୍ଟ୍ରାଇକ୍ ପରେ ଏବେ କୂଟନୈତିକ ସ୍ତରରେ ବି ପାକିସ୍ତାନକୁ ଘେରିବାକୁ ଭାରତର ଉଦ୍ୟମ। ଚୀନ୍ର ଉଜେନ୍ରେ ଆଜିଠାରୁ ଆରମ୍ଭ ହୋଇଥିବା ଷୋଡ଼ଶ RIC ବା ରୁଷିଆ-ଇଣ୍ଡିଆ-ଚୀନ୍ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ଭାରତର କାର୍ଯ୍ୟାନୁଷ୍ଠାନ ନେଇ ଅବଗତ କରାଇଛନ୍ତି ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ। ସମ୍ମିଳନୀରେ ସୁଷମା ପୁଲଓ୍ୱାମା ଆକ୍ରମଣ ପ୍ରସଙ୍ଗ ଉଠାଇ ଭାରତ କାହିଁକି ଆତଙ୍କବାଦୀ ଶିବିର ଉପରେ ଏୟାର୍ ଷ୍ଟ୍ରାଇକ୍ କଲା ତାହା ଚୀନ୍ ଓ ରୁଷିଆର ବିଦେଶ […]