ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବଜେଟକୁ କଂଗ୍ରେସ ସମାଲୋଚନା କରିଛି। ନିର୍ବାଚନ ପୂର୍ବରୁ ସିଧାସଳଖ କୃଷକଙ୍କୁ ଲାଞ୍ଚ ଦେବା ଲାଗି ସରକାର ବ୍ୟବସ୍ଥା କରିଥିବା ପୂର୍ବତନ ଅର୍ଥ ମନ୍ତ୍ରୀ ପି. ଚିଦାମ୍ବରମ କହିଛନ୍ତି। ସେପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି ଯେ, ଦିନକୁ ୧୭ ଟଙ୍କା ଚାଷୀଙ୍କୁ ଦିଆଯିବା ହାସ୍ୟାସ୍ପଦ। ତା ଛଡ଼ା ଆଜିର ବଜେଟକୁ ସରକାର ଯେଉଁ ସର୍ଜିକାଲ ଷ୍ଟ୍ରାଇକ୍ ବୋଲି କହୁଛନ୍ତି। ଆଉ ଦୁଇ ମାସ ପରେ […]
ନୂଆଦିଲ୍ଲୀ : ନିର୍ବାଚନ ପୂର୍ବରୁ ସଂସଦରେ ଉପସ୍ଥାପିତ ହୋଇଥିବା ମୋଦି ସରକାରଙ୍କ ଶେଷ ତଥା ଅନ୍ତରୀଣ ବଜେଟରେ ଲୋକପ୍ରିୟତାର ଝଲକ ଦେଖିବାକୁ ମିଳିଛି। କରଦାତା ଓ କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି। ଆଗାମୀ ୫ ବର୍ଷରେ ୫ ଟ୍ରିଲିଅନ ଡଲାର ଅର୍ଥ ବ୍ୟବସ୍ଥା ରାଷ୍ଟ୍ରରେ ପରିଣତ ହେବାକୁ ଯାଉଥିବା ଭାରତରେ ସାମଗ୍ରିକ ବିକାଶକୁ ସରକାର ଗୁରୁତ୍ୱ ଦେଇଛନ୍ତି। ବଜେଟରେ କେନ୍ଦ୍ର ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି-ପିଏମ୍ କିଷାନ ନାଁରେ […]
ନୂଆଦିଲ୍ଲୀ: ହୋଲିକା ଦହନ ସହ ସାରା ଦେଶରେ ଗତକାଲିଠାରୁ ଆରମ୍ଭ ହୋଇଛି ରଙ୍ଗର ପାରମ୍ପରିକ ପର୍ବ ହୋଲି। ବିଭିନ୍ନ ସ୍ଥାନରେ ହୋଲିକାର ପୂଜା ସହ ପରଷ୍ପରକୁ ରଙ୍ଗ ବୋଳି ହୋଲି ଖେଳିଥିଲେ। ପଂଜାବ ଅମୃତସରରେ ବିଏସ୍ଏଫ୍ କ୍ୟାମ୍ପରେ ମଧ୍ୟ ଯବାନମାନେ ହୋଲିକା ଦହନ ପର୍ବ ପାଳନ କରିଥିଲେ। ରାତିରେ ଯବାନମାନେ ସ୍ୱତନ୍ତ୍ର ପୂଜା ପାଠ ସହ ନିଆଁ ଲଗାଇଥିଲେ। ଏହାପରେ ପରଷ୍ପରକୁ ରଙ୍ଗ ଲଗାଇ ନାଚି ଗାଇ ହୋଲି ଉତ୍ସବ ପାଳନ କରିଥିଲେ।
ନୂଆଦିଲ୍ଲୀ : ନୂଆ ଗାଡ଼ି କିଣିବାବେଳେ ଥାର୍ଡ ପାର୍ଟି ଇନସ୍ୟୁରାନ୍ସକୁ ଗୁରୁତ୍ୱ। କାର୍ ପାଇଁ ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ୩ ବର୍ଷ ଓ ବାଇକ୍ ପାଇଁ ୫ ବର୍ଷ କରିବା ବାଧ୍ୟତାମୂଳକ। ଗାଡ଼ି ରେଜିଷ୍ଟ୍ରେସନ କଲାବେଳେ ଏହି ଇନସ୍ୟୁରାନ୍ସ ପ୍ରିମିୟମ ଦେବା ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ଏହି ନିୟମ ଲାଗୁ କରିଛନ୍ତି । ଗତବର୍ଷ ଜୁଲାଇ ୨୦ ତାରିଖରେ ସୁପ୍ରିମ୍କୋର୍ଟ ଏହି ନିର୍ଦ୍ଦେଶ ଦେଇଥିବାବେଳେ, […]