ନୂଆଦିଲ୍ଲୀ : ଅଗ୍ନି ପରୀକ୍ଷାର ସମ୍ମୁଖୀନ ହୋଇ ଦ୍ୱିତୀୟ ଥର କ୍ଷମତାକୁ ଫେରିଛି ବିଜେପି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ରଖି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶବାସୀ ତାଙ୍କ ସରକାରଙ୍କ କାର୍ଯ୍ୟ ପ୍ରଣାଳୀକୁ ଗ୍ରହଣ କରିବା ସହ ଆଉ ଥରେ ବିଜେପିକୁ ୨୦୧୪ଠାରୁ ବି ଅଧିକ ସମର୍ଥନ ଦେଇଥିବା ମୋଦି କହିଛନ୍ତି। ୧୩୦ କୋଟି ଲୋକଙ୍କ ସେବା କରିବା ପାଇଁ ପୁଣି ଥରେ ସୁଯୋଗ ମିଳିବା ସୌଭାଗ୍ୟର କଥା ବୋଲି ମୋଦି […]
କେନ୍ଦ୍ରାପଡ଼ା : କେରଳରେ ଓଡ଼ିଆ ଠିକାଦାରଙ୍କୁ ହତ୍ୟା ଅଭିଯୋଗ। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ପରିବାର ଲୋକେ। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ପେଣ୍ଠ ଗାଁର ପ୍ରଭାକାର ଦାସ ୧୦ ବର୍ଷ ହେବ କେରଳର କନ୍ନୁର ଜିଲ୍ଲାରେ ପରିବାର ସହ ରହି ଆସୁଥିଲେ। ସେଠାରେ ସେ ଠିକାଦାର କାମ କରିବା ସହ ଗ୍ରୋସରୀ ଦୋକାନ ଦେଇଥିଲେ। ଅଭିଯୋଗ ଅନୁସାରେ ଗତ ଶନିବାର ପ୍ରଭାକର ଠିକାଦାରୀ କରୁଥିବା କଂପାନୀରୁ ପ୍ରାୟ ୫ ଲକ୍ଷ ଟଙ୍କା […]
ସମ୍ବଲପୁର : ସମ୍ବଲପୁରରେ ଚୋରା ବନ୍ଧୁକ କାରବାରର ପର୍ଦ୍ଦାଫାସ। ଜଳେଇପଡ଼ା ସ୍ଥିତ ଜଣଙ୍କ ଘରୁ ୫ଟି ଚୋରା ବନ୍ଧୁକ ସହ ୧୨ଟି ଜୀବନ୍ତ ଗୁଳି ଓ ୨ଟି ଖୋକା ଜବତ କରିଛି ପୋଲିସ। ଏହି ମାମଲାରେ ଚୋରା ବନ୍ଧୁକ ବେପାରୀ ମହମ୍ମଦ ଜାହିନ ଖାନକୁ ପୋଲିସ ଗିରଫ କରିଛିା ମହମ୍ମଦ ସହରରେ ଦୀର୍ଘ ଦିନ ହେବ ଚୋରା ବନ୍ଧୁକ କାରବାର ଚଳାଇ ଆସୁଥିଲା। ମହମ୍ମଦ ନାଁରେ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ ପକ୍ଷରୁ […]
ଭୁବନେଶ୍ୱର: ଆଜି ରାଜ୍ୟରେ କାଳବୈଶାଖୀ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ଅପରାହ୍ନ ସାଢ଼େ ୪ଟା ଯାଏଁ ୫ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଉଛି ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, କଳାହାଣ୍ଡି ଓ କନ୍ଧମାଳ। ଏହି ସମୟରେ ଘରୁ ନ ବାହାରିବା ପାଇଁ ଲୋକମାନଙ୍କୁ ସତର୍କ କରାଯାଇଛି।
ଭୁବନେଶ୍ୱର: ଓଡ଼ିଶାରେ ଠାବ ହେଲା ବ୍ଲାକ୍ ପାନ୍ଥର ବା କଳା ବାଘ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଜଙ୍ଗଲରେ ଏକ କଳା ବାଘକୁ ଠାବ କଲା ବନ ବିଭାଗ। କଲରାପତ୍ରିଆ ପ୍ରଜାତିର ଏହି ବାଘର ରଙ୍ଗ ସମ୍ପୂର୍ଣ୍ଣ କଳା ରହିଛି। ଦେଶର ଅନ୍ୟ ୮ଟି ରାଜ୍ୟରେ ମଧ୍ୟ କଳା ବାଘ ଅଛନ୍ତି। କଳାବାଘ ଓ ମେଲାନିଷ୍ଟିକ ଟାଇଗର ଥିବା ଏକମାତ୍ର ରାଜ୍ୟ ହେଉଛି ଓଡ଼ିଶା। ପିସିସିଏଫ୍ (ୱାଇଲ୍ଡ ଲାଇଫ୍) ସନ୍ଦୀପ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ୯୦ ଦଶକରେ […]
ଖୋର୍ଦ୍ଧା: NAC ମାନ୍ୟତା ଦାବିରେ ଖୋର୍ଦ୍ଧା ବେଗୁନିଆରେ ବନ୍ଦ ପାଳନ। ବେଗୁନିଆ ସଚେତନ ମଞ୍ଚ ପକ୍ଷରୁ ଆଜି ବେଗୁନିଆ ବନ୍ଦ ଡାକରା ଦିଆଯାଇଛି। ବେଗୁନିଆକୁ NAC ମାନ୍ୟତା ସହ ୩ ଦଫା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପାଳନ ଯୋଗୁଁ ବେଗୁନିଆ ସହରର ସମସ୍ତ ସରକାରୀ, ବେସରକାରୀ ଅଫିସ ସହ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଛି। ସହରରେ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିବା ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ସଚେତନ ମଞ୍ଚ […]
ପୁରୀ: ନନ୍ଦିଘୋଷ ରଥ ପରେ ଏବେ ପୁଣି ସାମ୍ନାକୁ ଆସିଛି ଦେବଦଳନ ରଥ ନିର୍ମାଣରେ ତ୍ରୁଟି। ଏହି ରଥ ଚକର ତୁମ୍ଭ ଏବଂ ପହିରେ ଫାଟ ଜଣାପଡ଼ିଥିବାରୁ ଏହାକୁ ଫେରାଇ ଦେଇଛନ୍ତି ରଥ ନିର୍ମାଣ କମିଟିର ପିଡବ୍ଲୁଡି ନିର୍ବାହୀ ଯନ୍ତ୍ରୀ ପି.କେ.ଦାସ। ରଥଖଳାକୁ ଆସି ସେ ତିନି ରଥର ମହାରଣା, ଭୋଇ ସର୍ଦ୍ଦାର ଏବଂ ରଥର ଅମିନଙ୍କ ଉପସ୍ଥିତିରେ ତନ୍ନ ତନ୍ନ କରି ଯାଞ୍ଚ କରିବା ପରେ ଏହାକୁ ଫେରାଇ ଦେଇଥିଲେ। ଏହି ସମୟରେ ଦେବଦଳନ ରଥ […]
ଭୁବନେଶ୍ୱର: ଆସନ୍ତା ୨୫ ତାରିଖ ଦିନ ବନ୍ଦ ରହିବ ରାଜ୍ୟର ସମସ୍ତ ଘରୋଇ ମେଡିକାଲ୍। ଭୁବନେଶ୍ୱରରେ ଆଇଏମଏ ଭବନରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନେଇଛି ଅଲ୍ ଓଡ଼ିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସ୍ମେଣ୍ଟ ଫୋରମ। ଫୋରମର ଅଭିଯୋଗ, ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସ୍ମେଣ୍ଟ ଆଇନ ଅନୁଯାୟୀ ନା ହୋଇପାରୁଛି ପଞ୍ଜିକରଣ ନା ନବୀକରଣ। ୨୦୧୪ ମସିହାରୁ ଏହି ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲେ ବି କୌଣସି ସମାଧାନ ବାହାରିନି। ଫଳରେ ଆସନ୍ତା ୨୫ ତାରିଖ ଦିନ […]
ଭୁବନେଶ୍ୱର: ଆଜି ନବୀନ ସରକାରଙ୍କ ଚତୁର୍ଥ ଇନିଂସ୍ର ଚତୁର୍ଥ ବର୍ଷ ଶେଷ ହେଉଛି। ଏନେଇ ଆଜି ବସୁଛି ବିଜେଡ଼ି ମନ୍ତ୍ରୀ ପରିଷଦ ବୈଠକ। ନିର୍ବାଚନ ବର୍ଷ ହୋଇଥିବାରୁ ଫୋକସ୍ରେ ରହିପାରେ ୨୦୧୪ରେ ବିଜେଡ଼ିର ନିର୍ବାଚନୀ ଇସ୍ତାହାର। ଭୋଟରଙ୍କ ପାଖକୁ ଯିବା ପୂର୍ବରୁ ଇସ୍ତାହାର ମୁତାବାକ କେତେ କାମ ହୋଇଛି ସେ ନେଇ ତର୍ଜମା କରିବେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନ ଓ ସମସ୍ତ ମହାବିଦ୍ୟାଳୟରେ କ୍ୟାରିୟର୍ କାଉନସିଲିଂ ସୁବିଧା ପାଇଁ ଇସ୍ତାହାରରେ କରାଯାଇଥିବା […]