• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

k
ଚର୍ଚ୍ଚାରେ ମହିଳା ପୋଲିଂ ଅଧିକାରୀ ; ସୋଶାଲ ମିଡିଆରେ ଫଟୋ ଭାଇରାଲ

ଲକ୍ଷ୍ନୌ : ବେଶ୍‌ ଜମୁଛି ନିର୍ବାଚନୀ ଋତୁ। ବୟାନବାଜି ଓ ବାକ୍‌ ଯୁଦ୍ଧକୁ ନେଇ ନିତିଦିନ ଚର୍ଚ୍ଚାରେ ଆସୁଛନ୍ତି ରାଜନେତା। ଏହି ନିର୍ବାଚନୀ ମାହୋଲରେ କେବଳ ନେତା ନୁହନ୍ତି, ନିର୍ବାଚନ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଥିବା ପୋଲିଂ ଅଧିକାରୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ଷ୍ଟାଇଲ ବି ଅଛି। ଆଉ ଗ୍ଲାମର ବି। ଅନ୍ଦାଜ କୌଣସି ଫିଲ୍ମି ହିରୋଇନଙ୍କ ଠାରୁ କମ୍‌ ନୁହେଁ। ତେବେ ହଳଦିଆ ଶାଢୀ ପିନ୍ଧିଥିବା ମହିଳା ଜଣଙ୍କ କିନ୍ତୁ ବାସ୍ତବରେ ଜଣେ […]

  • Saturday, 17 July 2021
moon
ସଂକୁଚିତ ହେଉଛି ଚନ୍ଦ୍ର ; ଉତ୍ପତ୍ତି କାଳରୁ ଏଯାଏଁ କମିଲାଣି ୫୦ ମିଟର

ୱାଶିଂଟନ : ଧୀରେ ଧୀରେ ସଂକୁଚିତ ହେଉଛି ଚନ୍ଦ୍ର। ଏଥିଯୋଗୁଁ ଏହାର ପୃଷ୍ଠ ଭାଗରେ ଭାଙ୍ଗ ପଡିବା ସହ ଫାଟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ପୃଥିବୀରେ ଭୂମିକମ୍ପ ପରି ଚନ୍ଦ୍ରରେ ମଧ୍ୟ କମ୍ପନ ଅନୁଭୂତ ହେଉଛି। ଏହି କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୫ରୁ ଅଧିକ ରେକର୍ଡ କରାଯାଇଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଏହି ଚାଞ୍ଚଲ୍ୟକର ତଥ୍ୟ ଉପସ୍ଥାପନ କରିଛି। ଚନ୍ଦ୍ରର ଆଭ୍ୟନ୍ତରୀଣ ଅଂଚଳ ଥଣ୍ଡା ହେଉଥିବାରୁ ଏହା ସଂକୁଚିତ ହେଉଛି ଓ […]

  • Saturday, 17 July 2021
vvpat
ମେ ୨୩ ପରିବର୍ତ୍ତେ ୨୪ ତାରିଖରେ ପ୍ରକାଶ ପାଇପାରେ ନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ: ମେ ୨୩ ପରିବର୍ତ୍ତେ ୨୪ ତାରିଖରେ ପ୍ରକାଶ ପାଇପାରେ ଚଳିତ ସାଧାରଣ ନିର୍ବାଚନର ସମ୍ପୂର୍ଣ୍ଣ ଫଳାଫଳ। ଇଭିଏମ ସହ ୫ଟି ଭିଭିପ୍ୟାଟର ଭୋଟକୁ ମିଳାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବାରୁ ଫଳାଫଳରେ ବିଳମ୍ୱ ହୋଇପାରେ ବୋଲି ସୂଚନା ରହିଛି। ବିରୋଧୀଙ୍କ ଅଭିଯୋଗ କ୍ରମେ ଏପ୍ରିଲ ୮ରେ ସୁପ୍ରିମକୋର୍ଟ ଇଭିଏମ ସହିତ ଗୋଟିଏ ଭିଭିପ୍ୟାଟ୍ ପରିବର୍ତ୍ତେ ୫ଟି ଭିଭିପ୍ୟାଟର ଭୋଟ୍ ମିଳାଇବାକୁ ନିର୍ବାଚନ କମିଶନଙ୍କୁ କହିଛନ୍ତି। ଏଥିପାଇଁ ଅଧିକ ୫ରୁ ୬ ଘଣ୍ଟା ସମୟ ଗଣତି ପାଇଁ […]

  • Saturday, 17 July 2021
modi slogan
କଂଗ୍ରେସ ରାଲିରେ ମୋଦି ସ୍ଲୋଗାନ୍

ଭୋପାଳ : କଂଗ୍ରେସ ରାଲିରେ ମୋଦି ସ୍ଲୋଗାନ୍। ଏପରି କିଛି ଘଟଣା ଏବେ ଭୋପାଳ ରାଜନୀତିକୁ ଅଧିକ ଉଷ୍ମ କରିଛି। ଆଜି ଭୋପାଳରୁ କଂଗ୍ରେସ ଲୋକସଭା ପ୍ରାର୍ଥୀ ଦିଗ୍‌ବିଜୟ ସିଂ ରାଲିର ଆୟୋଜନ କରିଥିଲେ। ହେଲେ ଏହି ସମୟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା କିଛି ବ୍ୟକ୍ତି ମୋଦି ସ୍ଲୋଗାନ୍ ଦେଇଥିଲେ। ଏପରିକି ଲମ୍ବା ସମୟ ଧରି ଏପରି ପରିସ୍ଥିତି ଲାଗି ରହିଥିଲା। ପୁଲିସ ଏବଂ ସୁରକ୍ଷାବଳଙ୍କ ଉପସ୍ଥିତିରେ ଏପରି ଘଟଣା ଏବେ ଖୁବ୍‌ ଚର୍ଚ୍ଚାକୁ ଆସିଛି। […]

  • Saturday, 17 July 2021
voting
ଆସନ୍ତା ୧୨ ତାରିଖରେ ୫୯ ସିଟ୍‌ରେ ହେବ ମତଦାନ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନର ୫ଟି ପର୍ଯ୍ୟାୟ ସରିଛି। ୩୨୫ଟି ଆସନ ପାଇଁ ଭୋଟ୍ ଗ୍ରହଣ ହୋଇସାରିଛି।  ଏବେ ବାକି ରହିଛି ମାତ୍ର ୧୧୮ଟି ଲୋକସଭା ଆସନ ପାଇଁ ମତଦାନ। ଆସନ୍ତା ୧୨ ତାରିଖ ଦିନ ହେବ ଷଷ୍ଠ ପର୍ଯ୍ୟାୟରେ ନିର୍ବାଚନ। ବାକିଥିବା ୧୧୮ରୁ ସିଟ୍‌ରୁ ୫୯ଟିରେ ହେବ ଭୋଟିଂ। ଯେଉଁଥିରେ ରହିଛି, ଉତ୍ତରପ୍ରଦେଶର ୧୪, ପଶ୍ଚିମବଙ୍ଗର ୮, ମହାରାଷ୍ଟ୍ରର ୮, ଦିଲ୍ଲୀର ସମସ୍ତ ୭ଟି ସିଟ୍, ହରିୟାଣାର ସମସ୍ତ ୧୦ଟି ଆସନ, ବିହାରର ୮ଟି ଏବଂ […]

  • Saturday, 17 July 2021
bjp
ଭାରତୀୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପି ଟିମ୍

ଦିଲ୍ଲୀ( ଶିବାନନ୍ଦ) :  ଭାରତୀୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପି ଟିମ୍। ପାଟକୁରା ନିର୍ବାଚନ ଓ କେନ୍ଦ୍ରାପଡ଼ାର ନୂତନ ଜିଲ୍ଲାପାଳଙ୍କ ବିଷୟରେ ନିର୍ବାଚନ କମିଶନଙ୍କୁ ଅବଗତ କରିଛି ବିଜେପି ପ୍ରତିନିଧି ଦଳ। ଦଳର ରାଷ୍ଟ୍ରୀୟ ମୁଖପାତ୍ର ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର ଓ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ପ୍ରମୁଖ ଭେଟି ଏହି ପ୍ରସଙ୍ଗ ଉପରେ ଜଣାଇଛନ୍ତି। ଯେହେତୁ ୨ ମାସ ପରେ ବର୍ଷା ଆସିଥିବ, ତା ପୂର୍ବରୁ ପାଟକୁରା ନିର୍ବାଚନ କରିବାକୁ କମିଶନଙ୍କୁ ଜଣାଯାଇଥିବା ସୂଚନା ଦେଇଛନ୍ତି […]

  • Saturday, 17 July 2021
df
ନିର୍ବାଚନ କମିଶନଙ୍କୁ ନିଜ ରକ୍ତରେ ଚିଠି ଲେଖିଲେ ଜଣେ ଯୁବକ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ରାଜୀବ ଗାନ୍ଧୀ ଦୁର୍ନୀତିରେ ନମ୍ବର ଓ୍ୱାନ’ ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ୟୁପିର ଆମେଠି ଲୋକସଭା ଆସନର ଜଣେ ଯୁବକ ମନୋଜ କଶ୍ୟପ। ଏଭଳି ଅପମାନସୂଚକ ମନ୍ତବ୍ୟ ରାଜୀବ ଗାନ୍ଧିଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ଆଗାମୀ ଦିନରେ ନ ଦିଅନ୍ତୁ ବୋଲି ଦର୍ଶାଇ ନିର୍ବାଚନ କମିଶନଙ୍କୁ ନିଜ ରକ୍ତରେ ଏକ ଚିଠି ଲେଖିଛନ୍ତି। ତେବେ ଏହି ଚିଠିରେ କୌଣସି ରାଜନୀତିକ ଉଦ୍ଦେଶ୍ୟ ନାହିଁ ,ଭାବପ୍ରବଣ ହୋଇ ଲେଖିଥିବା ମନୋଜ କଶ୍ୟପ ଦର୍ଶାଇଛନ୍ତି। ଯାହାକୁ […]

  • Saturday, 17 July 2021
jay panda
କିଏ ଅର୍ଜୁନ ଓ କିଏ ଦୁର୍ଯ୍ୟୋଧନ ତାହା ମେ ୨୩ରେ ସ୍ପଷ୍ଟ ହୋଇଯିବ : ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ : ଚଳିତ ନିର୍ବାଚନରେ ବିଜେପି ବହୁତ ଭଲ କରିବ। ନିଜର ପୂର୍ବ ଆସନ ସହ ବିଜେପି ଆଉ ଅଧିକ ଆସନ ପାଇବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସାରା ଦେଶରେ ମୋଦି ଲହର ଆଶ୍ଚର୍ଯ୍ୟଜନକ ବୋଲି ବିଶ୍ଳେଷକ କହୁଥିବାବେଳେ ୫ ବର୍ଷ ପରେ କୌଣସି ପ୍ରଧାନମନ୍ତ୍ରୀଙ୍କ ପ୍ରତି ୭୦% ଗ୍ରହଣୀୟତା ଆଶ୍ଚର୍ଯ୍ୟଜନକ ବୋଲି ବୈଜୟନ୍ତ କହିଛନ୍ତି। ତାସହ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବିଜେପି ବହୁ ଅଧିକ ଆସନ ପାଇବାକୁ ଥିବାବେଳେ ପଶ୍ଚିମବଙ୍ଗରେ […]

  • Saturday, 17 July 2021
puri
ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ପୁରୀ: ସ୍କୁଲରେ ୩ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ। ଏଭଳି ଏକ ଅଭିଯୋଗ ଆସିଛି ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ। ଏଠାକାର ଏକ ସ୍କୁଲର ପ୍ରଧାନଶିକ୍ଷକ ଗତକାଲି ୫ମ ଶ୍ରେଣୀର ଦୁଇ ଜଣ  ଓ ୪ର୍ଥ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀମାନେ ଘଟଣା ସମ୍ପର୍କରେ ନିଜ ଘରେ ଜଣାଇବେ ପରେ ଗାଁରେ ଉତ୍ତେଜନା ଦେଖା ଦେଇଛି। ଅଭିଭାବକମାନେ ଆଜି ସକାଳୁ ସ୍କୁଲରେ ତାଲା ପକାଇ ଦେବା ସହ ପ୍ରଧାନଶିକ୍ଷକଙ୍କୁ ଅଟକ ରଖିଛନ୍ତି।  […]

bomb blast
ଘର ଭିତରେ ଫୁଟିଲା ବୋମା

ଢ଼େଙ୍କାନାଳ: ଘର ଭିତରେ ବୋମା ଫୁଟି ଗୋଟିଏ ପରିବାରର ୪ ଆହତ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ଗନ୍ଦି‌ଆ ବ୍ଲକ ଝାରଦା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସମସ୍ତ ଆହତଙ୍କୁ ଢେଙ୍କାନାଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ହାତୀ ଘଉଡ଼ାଇବାକୁ ଘରେ ଏକ ବୋମା ରଖାଯାଇଥିଲା। ଶିଶୁଟି ଜାଣି ନ ପାରି ବୋମାଟିକୁ ଗଡ଼ାଇ ଦେଇଥିଲା। ଫଳରେ ବୋମାଟି ଫୁଟି ଯାଇଥିଲା। ବିସ୍ଫୋରଣରେ ଜଣେ ଶିଶୁ ସମେତ ଜଣେ ବୃଦ୍ଧ ଓ ପରିବାର ଅନ୍ୟ ଦୁଇ ସଦସ୍ୟ […]

wedding gift blast
ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ପର୍ଦ୍ଦାଫାଶ ଧୀରେ ଧରେ ହେବାରେ ଲାଗିଛି। ଏହି ଘଟଣାର ମାଷ୍ଟରମାଇଣ୍ଡ ଭଇଁଷା କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍ ମେହେରଙ୍କୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ପୋଲିସ୍ ତାଙ୍କୁ ଗିରଫ କରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। କ୍ରାଇମବ୍ରାଞ୍ଚକୁ ଗୁରୁତ୍ୱପୂର୍ଣ୍ଣ ସୁରାଗ ମିଳିଛି  ଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବବୋଲି ଗତକାଲି ଡିଜିପି କହିଥିଲେ। ରବିବାରଠାରୁ କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ୍‌ଙ୍କୁ ଘରୁ ଉଠାଇ ନେଇ ମାରାଥନ୍‌ ଜେରା […]

newborn baby girl
ରାସ୍ତାକଡ଼ରୁ ନବଜାତ ଶିଶୁନକ୍ୟା ଉଦ୍ଧାର

ଯାଜପୁର: ପୁଣି ଅଲୋଡ଼ା ଶିଶୁକନ୍ୟା। ଯାଜପୁର ଜିଲ୍ଲା କୁଆଖିଆଥାନା ଅନ୍ତର୍ଗତ ସୁଆଁସାହିରେ ଜାତୀୟ ରାଜପଥ କଡ଼ରୁ ଉଦ୍ଧାର ହୋଇଛି ନବଜାତ ଶିଶୁକନ୍ୟା। ଶିଶୁଟିକୁ କେହି ଏକ କପଡ଼ାରେ ଗୁଡାଇ ରାସ୍ତାକଡ଼ରେ ରଖି ଚାଲିଯାଇଥିଲା। ଗତକାଲି ଅପରାହ୍ନରେ ସ୍ଥାନୀୟ ଅଞ୍ଚଳରେ ଜଣେ ମହିଳା ଶିଶୁଟିକୁ ଦେଖି ଘରକୁ ନେଇ ଆସିଥିଲେ।  ଶିଶୁର ମୁହଁରେ କପଡ଼ା ଗୁଡ଼ାଇ ହୋଇଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବା ଜଣାପଡିଛି। ସୂଚନାଥାଉ କି, ମାର୍ଚ୍ଚ ୨୨ରେ ଅନୁଗୁଳ ପାଲଲହଡ଼ା ଶିଳିଆମୁଣ୍ଡା […]

bomb blast
ରାସ୍ତାକଡ଼ରେ ଅଜଣା ସାମଗ୍ରୀ ଦେଖିଲା ବେଳେ ବିସ୍ଫୋରଣ: ୩ ମୃତ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟର ମୁଣ୍ଡିବେଡ଼ା ବେନାସ ଗାଁ ନିକଟରେ ଘଟିଛି ବିସ୍ଫୋରଣ। ଏଥିରେ ୩ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକମାନଙ୍କ ଘର ରାଇଘର ଲାଲମାଟି ଗାଁରେ। ପ୍ରତିଦିନ ଏମାନେ ସମସ୍ତେ ଟ୍ରାକ୍ଟରରେ କାମ କରିବାକୁ ଯାଆନ୍ତି। କାଲି ବି ଏମାନେ କାମ କରିବା ପାଇଁ ଯାଇଥିଲେ। କାମ ସାରି ଟ୍ରାକ୍ଟରରେ ଘରକୁ ଫେରିବା ବେଳେ ରାସ୍ତାକଡ଼ରେ କିଛି ସାମଗ୍ରୀ ପଡ଼ିଥିବା ଦେଖିଥିଲେ। ସେମାନେ ଟ୍ରାକ୍ଟରରୁ ଓହ୍ଲାଇ କ’ଣ ପଡ଼ିଛି ବୋଲି ଦେଖିବା ବେଳେ ହଠାତ୍ […]

heat wave
ଆହୁରି ବଢ଼ିବ ଗ୍ରୀଷ୍ମର ପ୍ରକୋପ

ଭୁବନେଶ୍ୱର: ସାରା ରାଜ୍ୟରେ ମୁଣ୍ଡଫଟା ଖରା, ଅସହ୍ୟ ତାତି। ଗତକାଲି ରାଜ୍ୟର ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ଟିଟିଲାଗଡ଼ ଗତକାଲି ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଥିଲା। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଅସହ୍ୟ ଗରମ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୨୮ ତାରିଖ ପରେ କାଳ ବୈଶାଖୀ ହେବାର ସମ୍ଭାବନା ଥିବାରୁ ତାପମାତ୍ରା କମିବ। ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ ଆଦି ଜିଲ୍ଲାରେ […]