ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଧମକପୂର୍ଣ୍ଣ ଟେଲିଫୋନ୍ କଲ୍ କରିଥିବା ଅଭିଯୁକ୍ତ ଜଣକ ଶେଷରେ ପୋଲିସ୍ ହାତରେ ଧରାପଡ଼ିଛି। ଆଉ ସନ୍ଦିଗ୍ଧ ଫୋନ୍ କଲ୍ର ଗୁମର ଫିଟିଛି। ଜାଣନ୍ତୁ ପୂରା ଘଟଣା କ’ଣ… ଗତକାଲି ଏୟାରପୋର୍ଟକୁ ଧମକପୂର୍ଣ୍ଣ ଟେଲିଫୋନ୍ କଲ୍ ମିଳିବା ପରେ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା। ଏହି ଘଟଣାରେ ଏୟାରଫିଲ୍ଡ ପୋଲିସ ନୟାଗଡ଼ର ବସନ୍ତ ପୃଷ୍ଟିକୁ ଗିରଫ କରିଛି। ଖୋଳତାଡ଼ ପରେ ଜଣାପଡ଼ିଥିଲା ଯେ, ବସନ୍ତ ମାନସିକ ଚିନ୍ତାଗ୍ରସ୍ତ ଥିଲେ। […]
ଭୁବନେଶ୍ୱର: ସାବଧାନ ! ବିମୁଦ୍ରୀକରଣ ପରେ ବି ଜାଲ୍ ନୋଟ୍ ଦଲାଲଙ୍କ କବଳରୁ ମୁକ୍ତି ନାହିଁ । ପୁଣି ମାର୍କେଟ୍କୁ ଆସିଛି ପୁଳା ପୁଳା ଜାଲ୍ ନାଟ୍ । ଆସିଛି ସେହି ଗୋଲାପି ଗୋଲାପି ଜାଲ୍ ନୋଟ୍ ଯାହା କେତେବେଳେ ବି ଆପଣଙ୍କ ପାଖକୁ ଆସିପାରେ। ଗୋଟିଏ ଆସିଗଲେ ପାଞ୍ଚଶହ ନ ହେଲେ ଦୁଇ ହଜାର ଟଙ୍କା ଘାଟା । ଟ୍ରେନ୍ରେ ଚାଲାଣ ବେଳେ ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଆଜି ବିପୁଳ ପରିମାଣର ଜାଲ୍ ନୋଟ୍ ଜବତ […]
ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ରେଜଲ୍ଟ। ଆଜି ୫ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ତଥା ମହାବିଦ୍ୟାଳୟରେ ବି ଫାର୍ମ, ଏମ୍ ଫାର୍ମ, ଏମ୍ବିଏ ଓ ଲାଟେରାଲ ଏଣ୍ଟ୍ରିରେ ବି ଟେକ୍, ବି ଫାର୍ମ ଓ ଏମ୍ସିଏ ପାଠ୍ୟକ୍ରମରେ ନାମଲେଖା ପାଇଁ ୪୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ଗତ […]
ଭୁବନେଶ୍ୱର: ଆଜି ରାଜ୍ୟବ୍ୟାପୀ ବନ୍ଦ ରହିଛି ଘରୋଇ ହସ୍ପିଟାଲ। ରାଜ୍ୟର ସବୁ ଘରୋଇ ହସ୍ପିଟାଲ, ପାଥୋଲ୍ୟାବ୍ ଓ ଡାଇଗ୍ନୋଷ୍ଟିକ ସେଣ୍ଟର ଆଜି ସକାଳ ୬ ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ଧରି ବନ୍ଦ ରହିବ। କ୍ଲିନିକାଲ ଏଷ୍ଟାବ୍ଲିସ୍ମେଣ୍ଟ ଆକ୍ଟକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦରେ ରାଜ୍ୟର ପ୍ରାୟ ୨ ହଜାରରୁ ଅଧିକ କ୍ଲିନିକ, ଲ୍ୟାବ୍ ସାମିଲ ହୋଇଛନ୍ତି। ଘରୋଇ ମେଡିକାଲର ଆଉଟ ଡୋର ବନ୍ଦ ରହିଛି ଏବଂ ନୂଆ […]
ଭୁବନେଶ୍ୱର : ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଏକ ହୋଟେଲ୍ରୁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏକ ରୁମ୍ରେ ଫ୍ୟାନ୍ରେ ଝୁଲନ୍ତା ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାଁ ଶୁଭଙ୍କର ମାଝୀ ଓ ଯୁବତୀଙ୍କ ନାଁ ଟୁମ୍ପାରାଣୀ ପଖିରା। ଉଭୟଙ୍କ ଘର ପଶ୍ଚିମବଙ୍ଗ ହାଓଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଗତ ୨୨ ତାରିଖରୁ ସେମାନେ ହୋଟେଲର ରହି ଆସୁଥିଲେ। କମିଶନରେଟ୍ ପୋଲିସ୍ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ମୃତ୍ୟୁର ପ୍ରକୃତ କାରଣ […]
ଭୁବନେଶ୍ୱର : କୁନ୍ଦୁଲି, ବାଣପୁର ଆଉ ଏବେ ସମ୍ବଲପୁରର ଶାସନ। କଳଙ୍କର ନୂଆ ନୂଆ ଠିକଣା। ଅସୁରକ୍ଷା, ଲଜ୍ଜା, ବ୍ୟବସ୍ଥା ଉପରେ ଅନାସ୍ଥାରୁ- ହାରିଯାଉଥିବା, ମରିଯାଉଥିବା ସଂଘର୍ଷର ନୂଆ ନୂଆ ନାଁ। କୁନ୍ଦୁଲି ଓ ବାଣପୁର ଝିଅ ଭଳି ନବମ ଶ୍ରେଣୀର ଏ ଝିଅ ବି ଗ୍ରାସି ଚାଲିଥିବା ନୂଆ ବ୍ୟାଧି ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଗତ ୨ ତାରିଖର ଏ ଘଟଣାକୁ ନେଇ ବି ହଇଚଇ ପରେ ପୋଲିସ୍ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଫାଷ୍ଟ […]
ଭୁବନେଶ୍ୱର: କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଥିବା ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ମିଳିଛି ଧମକ। କେହି ଜଣେ ଅଜଣା ବ୍ୟକ୍ତି ଏୟାରପୋର୍ଟକୁ ଟେଲିଫୋନ୍ରେ ଧମକ ଦେଇଥିବା ଖବର ମିଳିଛି। ଏ ସଂପର୍କରେ ଏୟାରପୋର୍ଟ ପକ୍ଷରୁ ଅଭିଯୋଗ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ ଏୟାରପୋର୍ଟର ଏକ ନମ୍ବର ଟର୍ମିନାଲକୁ କେହିଜଣେ ବ୍ୟକ୍ତି ଫୋନ୍ କରିଥିଲେ। ଫୋନ୍ ଆରପଟୁ ବ୍ୟକ୍ତି ଜଣକ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରୁଥିବା ଏୟାରପୋର୍ଟ ପକ୍ଷରୁ କୁହାଯାଇଛି। […]
ନୂଆଦିଲ୍ଲୀ: ଲଗାତର ୧୧ ଦିନ ପାଇଁ ବଢ଼ିଛି ତୈଳ ଦର। ମୁମ୍ବାଇରେ ଦେଶର ସବୁଠୁ ମହଙ୍ଗା ପେଟ୍ରୋଲ ଏବଂ ଡିଜେଲ ବିକ୍ରି ହେଉଛି। ଆଜି ମୁମ୍ବାଇରେ ବର୍ଦ୍ଧିତ ପେଟ୍ରୋଲ ଦର ୮୫ଟଙ୍କା ୨୯ ପଇସା ହୋଇଥିବାବେଳେ ଦିଲ୍ଲୀରେ ୭୭ଟଙ୍କା ୪୭ ପଇସା। ସେହିପରି ଡିଜେଲ ଦର ମୁମ୍ବାଇରେ ୭୨ଟଙ୍କା ୯୬ ପଇସା ହୋଇଥିବାବେଳେ ଦିଲ୍ଲୀରେ ୬୮ଟଙ୍କା ୫୩ ପଇସା। ବଢ଼ୁଥିବା ତୈଳ ଦରକୁ ନେଇ ଗ୍ରାହକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କ୍ରମାଗତ ତୈଳ […]