ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ରେଜଲ୍ଟ। ଆଜି ୫ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ତଥା ମହାବିଦ୍ୟାଳୟରେ ବି ଫାର୍ମ, ଏମ୍ ଫାର୍ମ, ଏମ୍ବିଏ ଓ ଲାଟେରାଲ ଏଣ୍ଟ୍ରିରେ ବି ଟେକ୍, ବି ଫାର୍ମ ଓ ଏମ୍ସିଏ ପାଠ୍ୟକ୍ରମରେ ନାମଲେଖା ପାଇଁ ୪୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ଗତ […]
ଭୁବନେଶ୍ୱର: ଆଜି ରାଜ୍ୟବ୍ୟାପୀ ବନ୍ଦ ରହିଛି ଘରୋଇ ହସ୍ପିଟାଲ। ରାଜ୍ୟର ସବୁ ଘରୋଇ ହସ୍ପିଟାଲ, ପାଥୋଲ୍ୟାବ୍ ଓ ଡାଇଗ୍ନୋଷ୍ଟିକ ସେଣ୍ଟର ଆଜି ସକାଳ ୬ ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ଧରି ବନ୍ଦ ରହିବ। କ୍ଲିନିକାଲ ଏଷ୍ଟାବ୍ଲିସ୍ମେଣ୍ଟ ଆକ୍ଟକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦରେ ରାଜ୍ୟର ପ୍ରାୟ ୨ ହଜାରରୁ ଅଧିକ କ୍ଲିନିକ, ଲ୍ୟାବ୍ ସାମିଲ ହୋଇଛନ୍ତି। ଘରୋଇ ମେଡିକାଲର ଆଉଟ ଡୋର ବନ୍ଦ ରହିଛି ଏବଂ ନୂଆ […]
ଭୁବନେଶ୍ୱର : ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଏକ ହୋଟେଲ୍ରୁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏକ ରୁମ୍ରେ ଫ୍ୟାନ୍ରେ ଝୁଲନ୍ତା ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାଁ ଶୁଭଙ୍କର ମାଝୀ ଓ ଯୁବତୀଙ୍କ ନାଁ ଟୁମ୍ପାରାଣୀ ପଖିରା। ଉଭୟଙ୍କ ଘର ପଶ୍ଚିମବଙ୍ଗ ହାଓଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଗତ ୨୨ ତାରିଖରୁ ସେମାନେ ହୋଟେଲର ରହି ଆସୁଥିଲେ। କମିଶନରେଟ୍ ପୋଲିସ୍ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ମୃତ୍ୟୁର ପ୍ରକୃତ କାରଣ […]
ଭୁବନେଶ୍ୱର : କୁନ୍ଦୁଲି, ବାଣପୁର ଆଉ ଏବେ ସମ୍ବଲପୁରର ଶାସନ। କଳଙ୍କର ନୂଆ ନୂଆ ଠିକଣା। ଅସୁରକ୍ଷା, ଲଜ୍ଜା, ବ୍ୟବସ୍ଥା ଉପରେ ଅନାସ୍ଥାରୁ- ହାରିଯାଉଥିବା, ମରିଯାଉଥିବା ସଂଘର୍ଷର ନୂଆ ନୂଆ ନାଁ। କୁନ୍ଦୁଲି ଓ ବାଣପୁର ଝିଅ ଭଳି ନବମ ଶ୍ରେଣୀର ଏ ଝିଅ ବି ଗ୍ରାସି ଚାଲିଥିବା ନୂଆ ବ୍ୟାଧି ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଗତ ୨ ତାରିଖର ଏ ଘଟଣାକୁ ନେଇ ବି ହଇଚଇ ପରେ ପୋଲିସ୍ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଫାଷ୍ଟ […]
ଭୁବନେଶ୍ୱର: କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଥିବା ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ମିଳିଛି ଧମକ। କେହି ଜଣେ ଅଜଣା ବ୍ୟକ୍ତି ଏୟାରପୋର୍ଟକୁ ଟେଲିଫୋନ୍ରେ ଧମକ ଦେଇଥିବା ଖବର ମିଳିଛି। ଏ ସଂପର୍କରେ ଏୟାରପୋର୍ଟ ପକ୍ଷରୁ ଅଭିଯୋଗ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ ଏୟାରପୋର୍ଟର ଏକ ନମ୍ବର ଟର୍ମିନାଲକୁ କେହିଜଣେ ବ୍ୟକ୍ତି ଫୋନ୍ କରିଥିଲେ। ଫୋନ୍ ଆରପଟୁ ବ୍ୟକ୍ତି ଜଣକ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରୁଥିବା ଏୟାରପୋର୍ଟ ପକ୍ଷରୁ କୁହାଯାଇଛି। […]
ନୂଆଦିଲ୍ଲୀ: ଲଗାତର ୧୧ ଦିନ ପାଇଁ ବଢ଼ିଛି ତୈଳ ଦର। ମୁମ୍ବାଇରେ ଦେଶର ସବୁଠୁ ମହଙ୍ଗା ପେଟ୍ରୋଲ ଏବଂ ଡିଜେଲ ବିକ୍ରି ହେଉଛି। ଆଜି ମୁମ୍ବାଇରେ ବର୍ଦ୍ଧିତ ପେଟ୍ରୋଲ ଦର ୮୫ଟଙ୍କା ୨୯ ପଇସା ହୋଇଥିବାବେଳେ ଦିଲ୍ଲୀରେ ୭୭ଟଙ୍କା ୪୭ ପଇସା। ସେହିପରି ଡିଜେଲ ଦର ମୁମ୍ବାଇରେ ୭୨ଟଙ୍କା ୯୬ ପଇସା ହୋଇଥିବାବେଳେ ଦିଲ୍ଲୀରେ ୬୮ଟଙ୍କା ୫୩ ପଇସା। ବଢ଼ୁଥିବା ତୈଳ ଦରକୁ ନେଇ ଗ୍ରାହକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କ୍ରମାଗତ ତୈଳ […]
ଫୁଲବାଣୀ: କନ୍ଧମାଳ ଜିଲ୍ଲାର ସୁଡ୍ରୁକୁମ୍ପାରେ ପୋଲିସ ଏନ୍କାଉଣ୍ଟରରେ ୫ ମାଓବାଦୀଙ୍କ ମୃତ୍ୟୁର ପ୍ରତିବାଦରେ ଆଜି ବନ୍ଦ ଡାକରା ଦେଇଛନ୍ତି ସିପିଆଇ (ମାଓବାଦୀ)ର କେକେବିଏନ୍ ଡ଼ିଭିଜନ୍। କନ୍ଧମାଳ ସମେତ କଳାହାଣ୍ଡି, ବୌଦ୍ଧ ଏବଂ ନୟାଗଡ଼ରେ ମଧ୍ୟ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଏହି ମାଓ ସଂଗଠନ। ତେବେ ବର୍ତ୍ତମାନ ସୁଦ୍ଧା ଏହି ବନ୍ଦର କୌଣସି ପ୍ରଭାବ ଦେଖିବାକୁ ମିଳିନି। ଗତକାଲି କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ସୁଡ୍ରା ନିକଟରେ ଗଛ ପକାଇ ରାସ୍ତା ଅବରୋଧ କରାଯିବା ସହ ପୋଷ୍ଟର […]
ଭୁବନେଶ୍ୱର: ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ପୁଣି ମାଓହିଂସା। ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ଯବାନ ମାନେ ୨୦୬ କୋବ୍ରା ବାଟାଲିୟନରେ କାର୍ଯ୍ୟ କରୁଥିଲେ। ଆଜି ସକାଳେ ଛତିଶଗଡର ପୁଶ୍ୱାଡ଼ାରେ ସୁରକ୍ଷାକର୍ମୀ ମାନେ ପାଟ୍ରୋଲିଂରେ ଯାଉଥିବା ବେଳେ ମାଓବାଦୀ ମାନେ ସେମାନଙ୍କୁ ଟାର୍ଗେଟ କରି ଆଇଇଡି ବିସ୍ଫୋରଣ କରିଥିଲେ।
ବେଲ ଅର୍ଡର ପହଞ୍ଚିବାରେ ବିଳମ୍ବକୁ ନେଇ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମକୋର୍ଟ। ଇଣ୍ଟରନେଟ ଯୁଗରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଏବେ ବି ଆମକୁ ପୋଷ୍ଟାଲ ସର୍ଭିସ ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି କୋର୍ଟ
ଭୁବନେଶ୍ୱର: ରିଓ ଅଲିମ୍ପିକରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଓଡ଼ିଆ ଆଥଲେଟ୍ ଦୂତୀ ଚାନ୍ଦଙ୍କୁ ରାଜ୍ୟ ସରକାରଙ୍କ ଅବହେଳା। ଭୁବନେଶ୍ୱରରେ ଜମି କିମ୍ବା ଘର ଖଣ୍ଡିଏ ଦେବା ପାଇଁ ରାଜ୍ୟ ସରକାର ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଏହା ଭିତରେ ଦୁଇବର୍ଷ ବିତି ଯାଇଥିଲେ ବି ଦୂତିଙ୍କୁ ଘରଖଣ୍ଡିଏ ମିଳିନାହିଁ। ରିଓ ଅଲିମ୍ପିକରେ ଭାଗ ନେଇ ସାରା ଓଡିଶାକୁ ଗର୍ବିତ କରିଥିବା ଏହି ଆଥଲେଟ୍ ଏବେ ନିଜର କ୍ଷୋଭକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଜାଗା ଟିଏ […]
କୋଲକାତା: କୋଲକାତା ଅଭିମୁଖେ ଯାଉଥିବା ୧୨୨୭୮ ପୁରୀ-ହାୱଡ଼ା ଶତାବ୍ଦୀ ଏକ୍ପପ୍ରେସରେ ଜଳଖିଆ ଖାଇ ୩୩ଜଣ ଯାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ସୂଚନା ଅନୁସାରେ, ପ୍ରଥମେ ବେଲ୍ଦା ଷ୍ଟେସନ ନିକଟରେ ୨ଜଣ ଯାତ୍ରୀ ଅସୁସ୍ଥ ଅନୁଭବ କରିବା ସହ ବାନ୍ତି କରିଥିଲେ। କିଛି ସମୟ ଭିତରେ ଆଉ ୧୫ଜଣ ଯାତ୍ରୀ ଅସୁସ୍ଥ ଅନୁଭବ କରୁଥିବା ଅଭିଯୋଗ କରିଥିଲେ। ଟ୍ରେନ ଖଡଗପୁର ଷ୍ଟେସନରେ ପହଞ୍ଚିବା ପରେ ଅସୁସ୍ଥଥିବା ୧୫ଜଣ ଯାତ୍ରୀଙ୍କୁ ଚିକିତ୍ସା କରାଯାଇଥିଲା। ଏଥିପାଇଁ ଟ୍ରେନଟି ଖଡଗପୁର ଷ୍ଟେସନରେ ପ୍ରାୟ ଏକ […]