କଟକ: ଦିନ ଥିଲା ତାଙ୍କୁ ଦେଖା କରିବା ପାଇଁ ଲୋକଙ୍କ ସୁଅ ଛୁଟୁଥିଲା। ଆଉ ସେ ତତ୍କ୍ଷଣାତ୍ ଲୋକଙ୍କ ପାଖରେ ପହଞ୍ଚି ଯାଉଥିଲେ। ତାଙ୍କ ଚାରିପାଖରେ ଲୋକଙ୍କ ଭିଡ଼ ଲାଗି ରହୁଥିଲା। ମାତ୍ର ଏବେ ସମୟ ବଦଳି ଯାଇଛି। ଏମିତି ପରିସ୍ଥିତି ଘଟିଛି କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କ କ୍ଷେତ୍ରରେ। ଏବେ ଚିକିତ୍ସାଧୀନ ଥିବା ପ୍ରଭାତ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ କାନ୍ଦି ପକାଇଥିଲେ। ଚିକିତ୍ସା ପାଇଁ ଏସ୍ସିବି ଆସିଥିବାବେଳେ କ୍ୟାମେରା ସାମ୍ନାରେ କାନ୍ଦି ପକାଇଲେ ବିଧାୟକ […]
ନୂଆଦିଲ୍ଲୀ: ସମଗ୍ର ଉତ୍ତର ଭାରତରେ ଚାଲିଥିବା ୧୦ ଦିନିଆ କୃଷକ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, କୃଷି ଋଣ ଛାଡ଼ ଓ ବଢ଼ୁଥିବା ଚାଷୀ ଆତ୍ମହତ୍ୟା ରୋକିବା ସାଙ୍ଗକୁ ସ୍ୱାମୀନାଥନ୍ କମିଶନ୍ଙ୍କ ସୁପାରିଶକୁ ଲାଗୁ କରିବା ଆଦି ଦାବି ନେଇ କୃଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ରାଷ୍ଟ୍ରୀୟ କିଶାନ ମହାସଂଘ ନେତୃତ୍ୱରେ ଏହି ଆନ୍ଦୋଳନ ହେଉଛି। ଏଥିରେ ପ୍ରାୟ ୧୩୦ଟି ଚାଷୀ ସଂଗଠନ ସାମିଲ ହୋଇଛନ୍ତି। ଏମିତିକି ଆଗକୁ ପନିପରିବା, ଫଳ […]
କୋରାପୁଟ: କୋରାପୁଟ ଜିଲ୍ଲାର ନିର୍ମାଣାଧୀନ ତେଲେଙ୍ଗିରି ପ୍ରକଳ୍ପ ଅଞ୍ଚଳରେ ପାହାଡ଼ ଧସିବା ଘଟଣାକୁ ୩୬ଘଣ୍ଟା ବିତିଥିଲେ ମଧ୍ୟ ଏବେବି ପଥର ତଳେ ଫସିଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯାଇପାରିନାହିଁ। ଚାପି ରହିଥିବା ୨ଟି ଜେସିବି ମେସିନ୍କୁ ଗୋଟିଏ କଢ଼ାଯାଇଥିବା ବେଳେ ଅନ୍ୟଟି ଏବେବି ପଥର ତଳେ। ଗତକାଲି ବିଶାଳକାୟ ପଥରକୁ ଘୁଞ୍ଚାଇବାକୁ ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ୍ ଟିମ୍ ପକ୍ଷରୁ ଉଦ୍ୟମ କରାଯାଇଥଥିଲା। କିନ୍ତୁ ବିରାଟ ପଥର ଖଣ୍ଡକୁ ହଟାଇବାରେ ବିଫଳ ହୋଇଥିଲେ ଉଦ୍ଧାରକାରୀ ଦଳ। […]
ଭୁବନେଶ୍ୱର: କେରଳ ଛୁଇଁବା ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଧିରେ ଧିରେ ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହି ସବୁ ଜିଲ୍ଲା ଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ। ତା’ସହ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଭଦ୍ରକ ଆଦି ସ୍ଥାନରେ ମଧ୍ୟ କାଳବୈଶାଖୀ ଆଶଙ୍କା ରହିଛି। ତେବେ ୫ ତାରିଖ […]
ବରଗଡ଼: ବରଗଡ଼ ଜିଲ୍ଲା ଅମ୍ବାଭୋନା ଖଇରିପାଲ୍ଲୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ ଶୋଇଥିବା ବେଳେ ଜଣେ ଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ଅତି ନୃଶଂସ ଭାବେ ହତ୍ୟା କରାଯାଇଥିବା ବେଳେ ଆକ୍ରମଣରେ ତାଙ୍କ ନାବାଳିକା ଝିଅ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଆହତ ନାବାଳିକାଙ୍କୁ ବରଗଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମୃତ ବ୍ୟକ୍ତି ଜଣକ ଅତାବିରା ବ୍ଲକ୍ ସରଣ୍ଡାର ସାଧୁଚରଣ ପ୍ରଧାନ ଏବଂ ସେ ଖଇରିପାଲ୍ଲୀ ସ୍କୁଲରେ ଶିକ୍ଷକ ତଥା ସିଆରସି ଭାବେ କାର୍ଯ୍ୟ […]
ବାଲେଶ୍ୱର: ବାଲେଶ୍ୱର ଅରଡବଜାର ବାଲିବିଲରେ ନିଆଁ ଲାଗି ଜଣେ ଜୀବନ୍ତ ଦଗ୍ଧ। ମୃତକ ଜଣକ ହେଲେ କେନ୍ଦୁଝର ଅଞ୍ଚଳର ଭବାନୀ ଶଙ୍କର ଜେନା। ସେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଶୋଇଥିବା ବେଳେ ରାତି ପ୍ରାୟ ସାଢେ ୩ଟା ବେଳେ ଘରେ ନିଆଁ ଲାଗି ଯାଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଜଣାପଡି ନାହିଁ। ଏହି ଅଗ୍ନିକାଣ୍ଡରେ ଘର ଭିତରେ ଥିବା ବାଇକ୍ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଛି। ଅଣଓସାରିଆ ରାସ୍ତା […]
ବ୍ରହ୍ମପୁର: ବ୍ରହ୍ମପୁରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ସୁନା ଅଳଙ୍କାର ଲୁଟ୍ ପାଇଁ ଦିନ ଦ୍ୱି ପ୍ରହରରେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ବଡବଜାର ଥାନାର ଜେମାଦେଇପେଣ୍ଠ ସାହିର ଜମ୍ବୁବତୀ ସାହୁଙ୍କୁ କେହି ଦୁର୍ବୃତ୍ତ ଲୁଟ୍ ପାଇଁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବୃଦ୍ଧା ଜଣଙ୍କ ଘରେ ଏକାକୀ ଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି। ଦୁର୍ବୃତ୍ତମାନେ ଜମ୍ବୁବତୀ ପିନ୍ଧିଥିବା ୧୦ଭରି ଓଜନର ସୁନା ଅଳଙ୍କାର […]
ଭୁବନେଶ୍ୱର: ମହାନଦୀ ଜଳ ପ୍ରସଙ୍ଗରେ ରମଣ ସିଂହଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମହାନଦୀର ପାଣି ନେବା ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଦେଇଥିବା ମନ୍ତବ୍ୟ ନିନ୍ଦନୀୟ ବୋଲି ସେ କହିଛନ୍ତି। ଏଥିସହିତ ଛତିଶଗଡ଼ ଭୁଲ୍ କରିଛି, ହେଲେ ରାଜ୍ୟ ସରକାର ୧୮ ବର୍ଷ ମଧ୍ୟରେ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର। ନଈର ବାଲ୍ଟିଏ ପାଣି ବି ଅଟକାଇବାକୁ କିଛି ବ୍ୟବସ୍ଥା ହୋଇ ନ ଥିବା କହି ସେ ରାଜ୍ୟ ସରକାରଙ୍କୁ […]
ପୁରୀ: ହଜି ଯାଇଛି ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ଚାବିକାଠି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ବିବରଣୀରୁ ଏହା ସ୍ପଷ୍ଚ ହୋଇଛି। ଏପ୍ରିଲ ୪ ତାରିଖରରେ ବସିଥିବା ପରିଚାଳନା କମିଟି ବୈଠକ ବିବରଣୀର ନକଲରେ ପରିଚାଳନା କମିଟି ସଦସ୍ୟ, ଏପରିକି ନିଜେ ଗଜପତି ମହାରାଜ ମଧ୍ୟ ଚାବି ହଜିବା ବିଷୟ ଜାଣି ଆଶ୍ଚର୍ଯ୍ୟ ଚକିତ ହୋଇପଡ଼ିଥିବା ଉଲ୍ଲେଖ ରହିଛି। ରତ୍ନଭଣ୍ଡାର ସ୍ଥିତି ଯାଞ୍ଚବେଳେ ମନ୍ଦିର ପ୍ରଶାସନ ଦେଇଥିବା ଚାବି ଭୁଲ୍ ବୋଲି ଯାଞ୍ଚ ଟିମ୍ ସଦସ୍ୟ କହିବା […]
ମୁମ୍ବାଇ: ଆଇପିଏଲ୍ରେ ବେଟିଂ ଅଭିଯୋଗରେ ବଲିଉଡ ଅଭିନେତା ତଥା ପ୍ରଯୋଜକ ଅରବାଜ ଖାନଙ୍କୁ ମହାରାଷ୍ଟ୍ର ଥାନେ ପୋଲିସ ସମନ ଜାରି କରିଛି। ଆସନ୍ତାକାଲି ଥାନେ କ୍ରାଇମବ୍ରାଞ୍ଚରେ ହାଜର୍ ହେବାକୁ ଅରବାଜ ଖାନଙ୍କୁ ନୋଟିସ ହୋଇଛି। ଆସନ୍ତାକାଲି ଅରବାଜଙ୍କ ବୟାନ ରେକର୍ଡ ହେବ। ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସାନ ଭାଇ ହେଉଛନ୍ତି ଅରବାଜ ଖାନ। ନିକଟରେ ଶେଷ ହୋଇଥିବା ଆଇପିଏଲର ବିଭିନ୍ନ ମ୍ୟାଚରେ ଅରବାଜ ଖାନ୍ ବୁକିଙ୍କୁ ଅର୍ଥ ପ୍ରଦାନ କରିଥିବା ନେଇ ଅଭିଯୋଗ ହୋବା ପରେ […]
ଗାନ୍ଧିନଗର: ଗିରଫ ହୋଇଛି ମୋଷ୍ଟ ୱାଣ୍ଡେଡ ଆତଙ୍କବାଦୀ ଅହମ୍ମଦ ଲମ୍ବୁ। ୧୯୯୩ ମସିହାରେ ମୁମ୍ବାଇ ସିରିଏଲ ବିସ୍ଫୋରଣରେ ସମ୍ପୃକ୍ତ ଲମ୍ବୁକୁ ଗିରଫ କରିଛି ଗୁଜରାଟ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ୍। ସୂଚନା ମୁତାବକ ଗୁଜରାଟ ଏଟିଏସ୍ ନଭସାରି ଏବଂ ଭଲସାଦ ଉପକୂଳ ଅଞ୍ଚଳରୁ ଆତଙ୍କବାଦୀ ଅହମ୍ମଦ ଲମ୍ବୁକୁ ଗିରଫ କରାଯାଇଛି। ମୁମ୍ବାଇ ସିରିଏଲ୍ ବ୍ଲାଷ୍ଟ ପରେ ଫେରାର ଥିଲା ଅହମ୍ମଦ ଲମ୍ବୁ। ସିବିଆଇ ଏବଂ ଇଣ୍ଟରପୋଲ୍ ଲମ୍ବୁ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲେ। ଏହାସହ ଆତଙ୍କବାଦୀ […]
ଶ୍ରୀନଗର: ଜାମ୍ମୁକଶ୍ମୀରରେ ସୁରକ୍ଷାକର୍ମୀଙ୍କ ପାଇଁ ହାଇ ଆଲର୍ଟ ଜାରି ହୋଇଛି। ସୀମାଦେଇ ଦେଶ ଭିତରେ ୨୦ ଜଣ ଆତଙ୍କବାଦୀ ପ୍ରବେଶ କରିଥିବା ନେଇ ସତର୍କସୂଚନା ଜାରି କରିଛି ଗୁଇନ୍ଦା ବିଭାଗ। ଏହି ଆତଙ୍କବାଦୀମାନେ ପାକ ଅଧିକୃତ କାଶ୍ମୀର ଦେଇ ଭାରତକୁ ପ୍ରବେଶ କରିଥିବା ଜଣାପଡ଼ିଛି। ଏମାନେ ସମସ୍ତେ ପାକିସ୍ତାନରେ ଥିବା ଆତଙ୍କବାଦୀ ସଙ୍ଗଠନ ଜୈସ ଏ ମହମ୍ମଦର ସଦସ୍ୟ ଥିବା ସୂଚନା ମିଳିଛି। ଏହି ଆତଙ୍କବାଦୀମାନେ ମୁଖ୍ୟତଃ ଜାମ୍ମୁ କାଶ୍ମୀର ଦକ୍ଷିଣ ଜିଲ୍ଲା ସହ ଦେଶର ବିଭିନ୍ନ […]
ଶ୍ରୀନଗର: ପୁଣି ଥରେ ସେନା ଉପରକୁ ଆତଙ୍କବାଦୀ ଆକ୍ରମଣ। ଜାମ୍ମୁ ଓ କାଶ୍ମୀର ପୁଲୱାମାରେ CRPF ବାଟାଲିୟନ୍ର ଯବାନଙ୍କ ଉପରକୁ ଗ୍ରେନେଡ଼ ଓ ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ। ଯବାନ ମାନେ ଏକ ବଙ୍କର ଗାଡ଼ିରେ ସର୍ଚ୍ଚ ଅପରେସନ୍ରେ ଯାଉଥିବାବେଳେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଆକ୍ରମଣରେ ଦୁଇ ଯବାନ ଆହତ ହୋଇଥିବା ବେଳେ ଜଣେ ସାଧାଣ ଲୋକ ଆହତ ହୋଇଛନ୍ତି। ଘଟଣା ପରେ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି। ପୁଲୱାମାର ବିଭିନ୍ନ ପ୍ରବେଶ ପଥକୁ ସିଲ୍ କରି […]
ନୂଆଦିଲ୍ଲୀ: ଚୀନକୁ ପ୍ରତିହତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟପ୍ ଡିପ୍ଲୋମାସି। ଇଣ୍ଡୋନେସିଆ, ମାଲେସିଆ ଏବଂ ସିଙ୍ଗାପୁର ଏହି ୩ ରାଷ୍ଟ୍ର ସହ ସାମରିକ, ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଚନ୍ତି ମୋଦି। ତ୍ରି ରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିନ୍ ଲୁଙ୍ଗଙ୍କ ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସାମରିକ, ବାଣିଜ୍ୟିକ ଏବଂ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ। […]
ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି ବିରୋଧୀ ମହାମେଣ୍ଟର ମୂଳଦୁଆ ପଡ଼ିଛି। କଂଗ୍ରେସ ଏବଂ ଜେଡିଏସ୍ ମଧ୍ୟରେ ନିର୍ବାଚନ ଲଢ଼ିବା ନେଇ ଆଜି ସହମତି ହୋଇଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ଦଳ ମଧ୍ୟରେ ହୋଇଥିବା ମେଣ୍ଟ ନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ କଂଗ୍ରେସ ନେତା କେ. ସି ବେଣୁଗୋପାଳ। କର୍ଣ୍ଣାଟକରେ ମନ୍ତ୍ରିମଣ୍ଡଳ ଗଠନ ନେଇ ଆଜି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ସହ କଂଗ୍ରେସ ନେତାଙ୍କ ସହମତି ହୋଇଛି। ଜେଡିଏସକୁ ଅର୍ଥମନ୍ତ୍ରୀ ପଦ ଦେବା ନେଇ […]
ଲକ୍ଷ୍ନୌ: ବିଜେପି ନେତାଙ୍କ ରାମାୟଣ ଉପାଖ୍ୟାନ। ମାତା ସୀତାଙ୍କୁ ନେଇ ସେ ଏମିତି ଏକ କଥା କହିଛନ୍ତି ଯାହା ଶୁଣିଲେ ଆପଣ ଚକିତ ହେବେ । ରାମାୟଣରେ ମାତା ସୀତାଙ୍କୁ ଅଯୋନିସମ୍ଭୁତା ବୋଲି କଥିତ ଅଛି । ତାଙ୍କୁ ଧରିତ୍ରୀ ମାତାଙ୍କ ସନ୍ତାନ ବୋଲି କୁହାଯାଇଛି । ରାଜର୍ଷି ଜନକ ତାଙ୍କୁ ମାଟିରୁ ଉଦ୍ଧାର କରିଥିଲ ବୋଲି କୁହାଯାଏ । କିନ୍ତୁ ସୀତା ଟେଷ୍ଟ ଟ୍ୟୁବ୍ ବେବି ଥିଲେ ବୋଲି କହିଛନ୍ତି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା। […]
କୋରାପୁଟ: ନିକଟରେ ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇଥିବା କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। କେବଳ କୃଷ୍ଣ ନୁହଁନ୍ତି ତାଙ୍କ ସମେତ ଆଉ ୪ଜଣଙ୍କ ନାଁରେ ମଧ୍ୟ ଲକ୍ଷ୍ମୀପୁର ଥାନାରେ ମାମଲା ହୋଇଛି। ଗଙ୍ଗାଧର ନନ୍ଦ ନାମକ ଜଣେ ସମାଜସେବୀ ଏହି ମାମଲା ଏହି ମାମଲା ଦାୟର କରିଥିବା ଜଣାପଡ଼ିଛି। ଏକ ନିର୍ଦ୍ଦିଷ୍ଟ ଧର୍ମ ବିରୋଧରେ ବିଷୋଦ୍ଗାର କରିଥିବାରୁ ଗଙ୍ଗାଧର ଏମାନଙ୍କୁ ବିରୋଧରେ ମାମଲା ଦାୟର କରିଥିବା କୁହାଯାଇଛି। ମାମଲା ରୁଜୁ […]
ଇସଲାମାବାଦ: ପାକିସ୍ତାନର ପୂର୍ବତନ ସାମରିକ ଶାସକ ତଥା ପୂର୍ବତନ ରାଷ୍ଟ୍ରପତି ଜେନେରାଲ୍ ପରଭେଜ୍ ମୁଶାରଫ୍ଙ୍କ ଜାତୀୟ ପରିଚୟପତ୍ର ଓ ପାସପୋର୍ଟ ସସ୍ପେଣ୍ଡ କରିବାକୁ ବିଦେଶ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ନ୍ୟାସନାଲ ଡାଟାବେସ୍ ଓ ପଞ୍ଜୀକରଣ ପ୍ରାଧିକରଣ ଏବଂ ଇମିଗ୍ରେସନ ବିଭାଗକୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଥିବା ପାକିସ୍ତାନର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ମୁଶାରଫଙ୍କ ବିରୋଧରେ ଦେଶଦ୍ରୋହ ମାମଲାର ବିଚାର କରୁଥିବା ସ୍ୱତନ୍ତ୍ର କୋର୍ଟଙ୍କ ନିର୍ଦ୍ଦେଶ ବଳରେ ବିଦେଶ ମନ୍ତ୍ରାଳୟ ଏହି ପଦକ୍ଷେପ ନେଇଛି। ମୁଶାରଫଙ୍କ […]