• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

modi3
ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ : ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ମେଧାବୃଦ୍ଧି ଯୋଜନାରେ ପରିବର୍ତ୍ତନ କରାଯାଇଛି। ଏଣିକି ଛାତ୍ରମାନଙ୍କୁ ୨ହଜାର ଟଙ୍କା ବଦଳରେ ୨୫ଶହ ଟଙ୍କା ଏବଂ ଛାତ୍ରୀମାନଙ୍କୁ ୨୨୫୦ଟଙ୍କା ବଦଳରେ ତିନି ହଜାର ଟଙ୍କା ମେଧାବୃତ୍ତି ମିଳିବ। ପ୍ରଧାନମନ୍ତ୍ରୀ ମେଧାବୃତ୍ତି ଯୋଜନାରେ ଆତଙ୍କବାଦୀ କିମ୍ବା ନକ୍ସଲ ଆକ୍ରମଣରେ ସହିଦ୍‌ ହୋଇଥିବା ରାଜ୍ୟ ପୁଲିସର ଯବାନଙ୍କ ପିଲାମାନଙ୍କୁ ମଧ୍ୟ ସାମିଲ କରାଯାଇଛି। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଆଜି ମୋଦିଙ୍କ […]

  • Saturday, 17 July 2021
jharsuguda airport
ଝାରସୁଗୁଡ଼ାକୁ ମିଳିଲା ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ମାନ୍ୟତା

ଝାରସୁଗୁଡ଼ା: ଝାରସୁଗୁଡ଼ାକୁ ମିଳିଲା ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ମାନ୍ୟତା। ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ଭାବେ ଝାରସୁଗୁଡ଼ାକୁ ଡିଜିସିଏ ସ୍ୱୀକୃତି ଦେଇଥିବା ନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ। ଏଥିସହିତ ଖୁବ୍‌ଶୀଘ୍ର ରାଉରକେଲା, ଜୟପୁର ଓ ଉତ୍‌କେଲାକୁ ମଧ୍ୟ ଡ଼ିଜିସିଏ ଅନୁମତି ମିଳିବ ବୋଲି ସେ ସୂଚନା ଦେଇଛନ୍ତି। 2nd airport of Odisha gets license today. Happy to inform […]

storm
ପୁଣି ଘୂର୍ଣ୍ଣିଝଡ଼ ଆଶଙ୍କା, ସତର୍କ ସୂଚନା ଜାରି

ନୂଆଦିଲ୍ଲୀ: ପୁଣି ଆଉ ଏକ ଭୟଙ୍କର ଘୂର୍ଣ୍ଣିଝଡ଼ ହେବା ନେଇ ପୂର୍ବାନୁମାନ କରାଯାଇଛି। ଏନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତରାଖଣ୍ଡ, ଆସାମ, ମେଘାଳୟ, ନାଗାଲାଣ୍ଡ,ମଣିପୁର, ମିଜୋରାମ, ତ୍ରିପୁରା ଓ ସିକିମ୍‌ର ବିଭିନ୍ନ ସ୍ଥାନରେ ଆଜି ଘୂର୍ଣ୍ଣିଝଡ଼ ହେବାନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି ଘୂର୍ଣ୍ଣିଝଡ଼ର ଆଶଙ୍କା ନେଇ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତର ପ୍ରଦେଶକୁ ସତର୍କ ସୂଚନା ଜାରି କରାଯାଇଥିଲା। ଗତ ଦୁଇ ଦିନ ଧରି ଉତ୍ତର […]

  • Saturday, 17 July 2021
  • Storm
atm loot
୨ଟି ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ବାଲେଶ୍ୱର: ବାଲେଶ୍ୱରରେ ଚାଞ୍ଚଲ୍ୟ। ଗୋଟିଏ ରାତିରେ ଦୁଇ ଦୁଇଟି ଏଟିଏମ୍‌ରେ କଳାକନା ବୁଲାଇଲେ ଲୁଟେରା। ସହର ମଝିରେ ଥିବା ଦୁଇଟି SBI ଏଟିଏମ୍‌ରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ସୁନହଟ ଛକରେ ଥିବା ଏଟିଏମ୍‌ରୁ ୨୬ ଲକ୍ଷ ଏବଂ ଆଇଟିଆଇ ଛକ ନିକଟ ଏଟିଏମ୍‌ରୁ ୧୦ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ନେଇ ସୂଚନା ମିଳିଛି। ଦୁଇଟି ଏଟିଏମ୍‌କୁ ଗ୍ୟାସ୍‌ କଟରରେ କାଟି ଲୁଟେରା ଟଙ୍କା ଲୁଟି ନେଇଛନ୍ତି।  ଲୁଟ୍ ପରେ ସଂପୃକ୍ତ ଏଟିଏମ୍‌ରେ ନିଆଁ ଲାଗି ଯାଇଥିଲା।  […]

  • Saturday, 17 July 2021
police encounter
ପୋଲିସ୍‌ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ନୟାଗଡ଼: ନୟାଗଡ଼ରେ ପୋଲିସ ଏନ୍‌କାଉଣ୍ଟର। ରଣପୁର ଥାନା ଦର୍ପନାରାୟଣପୁର ବାପୁଜୀପାଲ୍ଲୀ ଜଙ୍ଗଲ ନିକଟରେ ଏହି ଏନ୍‌କାଉଣ୍ଟର ହୋଇଛି। ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ରବି ଦୋରା ଆହତ ହୋଇଛି। ଏକ ମାମଲାରେ ପୋଲିସ ଗତକାଲି ରାତିରେ ରବି ଦୋରାକୁ ଧରିବାକୁ ଯାଇଥିବା ବେଳେ ସେ ପୋଲିସ ଗାଡ଼ି ଉପରକୁ ଗୁଳି ଚଳାଇଥିଲା। ଏଥିରେ ରଣପୁର ଥାନା ଆଇଆଇସି ଆହତ ହୋଇଥିଲେ। ତେବେ ପୋଲିସ ପକ୍ଷରୁ ତୁରନ୍ତ ଏହାର ପାଲଟା ଜବାବ ଦିଆଯାଇଥିଲା। ଏଥିରେ ରବିର ଡାହାଣ ଗୋଡ଼ରେ ଗୁଳି […]

bomikhal
ଜେଲ୍‌ ଗଲେ ପଣ୍ଡା ଇନଫ୍ରା ପ୍ରୋଜେକ୍ଟସ୍ ମାଲିକ

ଭୁବନେଶ୍ୱର: ଜେଲ୍‌ ଗଲେ ପଣ୍ଡା ଇନଫ୍ରା ପ୍ରୋଜେକ୍ଟସ୍ କମ୍ପାନୀ ମାଲିକ ପ୍ରତାପ କିଶୋର ପଣ୍ଡା। ଗତକାଲି ବିଳମ୍ବିତ ରାତିରେ ପ୍ରତାପଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇଛି କମିଶନରେଟ୍ ପୋଲିସ୍‌। ବମିଖାଲ ଓଭର ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ଗତକାଲି କମିଶନରେଟ୍ ପୋଲିସ ପଣ୍ଡା ଇନଫ୍ରା କମ୍ପାନୀ ମାଲିକ ପ୍ରତାପ କିଶୋର ପଣ୍ଡାଙ୍କୁ ଗିରଫ କରିଥିଲା। ତେବେ ଗିରଫ ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ପ୍ରଥମେ ଭୁବନେଶ୍ୱର କ୍ୟାପିଟାଲ ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। […]

  • Saturday, 17 July 2021
protest
୪ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲା ରାଜସ୍ୱ ଅମଲା ସଙ୍ଘ

ଭୁବନେଶ୍ୱର: ଦାବି ହାସଲ ପାଇଁ ରାଜଧାନୀରେ ଗର୍ଜିଲେ ରାଜସ୍ୱ ଅମଲା ସଙ୍ଘ କର୍ମଚାରୀ। ୪ ଦଫା ଦାବିରେ ଆଜି ଲୋୟର ପିଏମ୍‌ଜିରେ ବିଶାଳ ରାଲିରେ ଏକାଠି ହୋଇଥିଲେ ହଜାର ହଜାର କର୍ମଚାରୀ। ଦାବୀ ପୂରଣ ନହେଲେ ଆସନ୍ତାକାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନ ଚାଲୁ ରଖିବାକୁ ନିଷ୍ପତ୍ତି ନେଇଛି ସଙ୍ଘ। ରାଜସ୍ୱ ଅମଲା କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟର ବିଭିନ୍ନ ତହସିଲ୍ ଓ ଆରଆଇ ଅଫିସ୍‌ରେ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ତେବେ ସେମାନଙ୍କ […]

  • Saturday, 17 July 2021
bus
ବୟାନ ବଦଳାଇଲେ ମନ୍ତ୍ରୀ: ବସ୍‌ ଦୁର୍ଘଟଣାରେ ୨୭ ଜଣଙ୍କ ମୃତ୍ୟୁ ଖବର ମିଛ  

ପାଟନା: ବିହାର ମୋତିହାର ସଡ଼କ ଦୁର୍ଘଟଣାରେ କୌଣସି ବି ବ୍ୟକ୍ତିଙ୍କ ମୃତ୍ୟୁ ହୋଇନାହିଁ। ଗତକାଲି ସଡ଼କ ଦୁର୍ଘଟଣାରେ ୨୭ ଜଣଙ୍କ ମୃତ୍ୟୁ ଖବର ମିଛ ବୋଲି କହିଛନ୍ତି ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ଦିନେଶ ଯାଦବ। ଯାତ୍ରୀଙ୍କ ମୃତ୍ୟୁ ଖବର କେବଳ ଅପପ୍ରଚାର ଥିଲା ବୋଲି ସେ କହିଛନ୍ତି। ଗତକାଲି ମୁଜଫରପୁରରୁ ଦିଲ୍ଳୀ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍ ମୋତିହାର ନିକଟରେ ଓଲଟି ପଡ଼ିଥିଲା। ଏହାପରେ ବସ୍‌ରେ ନିଆଁ ଲାଗି ଯାଇଥିଲା। ଏହି ଘଟଣା ପରେ […]

  • Saturday, 17 July 2021
Thunderstorm-1-copy
ମାଡ଼ି ଆସୁଛି ଘୂର୍ଣ୍ଣିଝଡ଼: ଓଡ଼ିଶା ସମେତ ୪ ରାଜ୍ୟକୁ ସତର୍କ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହୋଇପାରେ ଘୂର୍ଣ୍ଣିଝଡ଼। ଏଥିପାଇଁ ଦେଶର ୪ଟି ରାଜ୍ୟକୁ ସତର୍କ କରିଛନ୍ତି କେନ୍ଦ୍ର ସରକାର। ଘୂର୍ଣ୍ଣିଝଡ଼ ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଗୃହମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତର ପ୍ରଦେଶକୁ ସତର୍କ ରହିବାକୁ କେନ୍ଦ୍ର ସରକାର କହିଛନ୍ତି। ଏହିସବୁ ରାଜ୍ୟରେ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ହେବାର ଆଶଙ୍କା ରହିଛି ବୋଲି ସତର୍କ ଗୃହ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି। ବୁଧବାର ଘୂର୍ଣ୍ଣିଝଡ଼ରେ […]

  • Saturday, 17 July 2021
maneka
ଅସ୍ଥାୟୀ ବାଚସ୍ପତି ହେବେ ମାନେକା ଗାନ୍ଧି

ନୂଆଦିଲ୍ଲୀ : ମୋଦି-୨ ସରକାରରେ ମନ୍ତ୍ରୀ ପଦ ପାଇ ନଥିବା ମାନେକା ଗାନ୍ଧିଙ୍କୁ ନୂଆ ଦାୟିତ୍ୱ ମିଳିଛି। ସେ ୧୭ତମ ଲୋକସଭାରେ ଅସ୍ଥାୟୀ ବାଚସ୍ପତି ଭାବେ କାର୍ଯ୍ୟ କରିବେ। ୬୨ ବର୍ଷୀୟ ଶ୍ରୀମତି ଗାନ୍ଧି ବିଜେପିର ହେଭିୱେଟ୍‌ ନେତାଙ୍କ ମଧ୍ୟରୁ ଜଣେ। ସେ ଚଳିତ ନିର୍ବାଚନରେ ଉତ୍ତର ପ୍ରଦେଶର ସୁଲତାନପୁରରୁ ବିଜୟୀ ହୋଇଛନ୍ତି। ୨୦୧୪ ମୋଦି ସରକାରରେ ସେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରହିଥିଲେ। ଅସ୍ଥାୟୀ ବାଚସ୍ପତି ଭାବେ ଶ୍ରୀମତି ଗାନ୍ଧି ନୂଆ କରି […]

  • Saturday, 17 July 2021
bjp_manifesto
କର୍ଣ୍ଣାଟକ ପାଇଁ ବିଜେପିର ନିର୍ବାଚନୀ ଇସ୍ତାହାର: ମହିଳାଙ୍କୁ ସ୍ମାର୍ଟଫୋନ୍, ମଙ୍ଗଳସୂତ୍ର

ବେଙ୍ଗାଲୁରୁ: ଡିଜିଟାଲ୍ ଇଣ୍ଡିଆ ସ୍ୱପ୍ନ ସାକାର କରିବା ପାଇଁ ମୋଦି ଆଉ ପାଦେ ଆଗେଇଛନ୍ତି। କର୍ଣ୍ଣାଟକ ନିର୍ବାଚନ ପାଇଁ ବିଜେପି ଜାରି କରିଥିବା ଇସ୍ତାହାରରେ ମହିଳାଙ୍କୁ ସ୍ମାର୍ଟ ଫୋନ୍ ଦେବାକୁ ଘୋଷଣା କରିଛି। ତେବେ ଏହା ସବୁ ବର୍ଗର ମହିଳାଙ୍କୁ ମିଳିବ ନାହିଁ। କେବଳ ବିପିଏଲ୍‌ ବର୍ଗର ମହିଳାଙ୍କୁ ମିଳିବ। ସେମାନଙ୍କୁ କେବଳ ସ୍ମାର୍ଟଫୋନ୍‌ ନୁହେଁ ମାଗଣାରେ ମଙ୍ଗଳସୂତ୍ର ଦେବାକୁ ପ୍ରତିଶ୍ରୁତି ଦେଇଛି ବିଜେପି। ଭାଗ୍ୟଲକ୍ଷ୍ମୀ ଯୋଜନାରେ ମହିଳାଙ୍କ ପାଇଁ ମଡେଲ କ୍ଲାସ୍ ନିର୍ମାଣ ମଧ୍ୟ ହେବ। […]

  • Saturday, 17 July 2021
pt
ମୋଦିଙ୍କ ଟିମ୍‌ରେ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଲେ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ : କ୍ୟାବିନେଟ୍‌ ମନ୍ତ୍ରୀଙ୍କ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ। ଓଡ଼ିଶାରୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଶପଥ ନେଇଛନ୍ତି। ସେ ଓଡ଼ିଶାର ମୋଦି ଭାବେ ବେଶ ପରିଚିତ। ସେ ୫୪ତମ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେ ଶପଥ ପାଇଁ ଆସିବା ବେଳେ ସମସ୍ତେ କରତାଳି ଦେଇ ସ୍ୱାଗତ କରିଥିଲେ। ଏଥର ନିର୍ବାଚନରେ ପ୍ରତାପ ଷଡ଼ଙ୍ଗୀ ଛକା ମାରିଛନ୍ତି। ମଇଦାନରେ ଥିବା ଦୁଇ ଜଣ […]

  • Saturday, 17 July 2021
thunderstorm
କାଳବୈଶାଖୀ:  ଆଜି ପୁଣି ୭ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀର ତଣ୍ଡବ ଜାରି ରହିଛି। ଆଜି ପୁଣି ବର୍ଷା, ପବନ ଓ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ୭ଟି ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାବାସୀଙ୍କୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ସତର୍କ କରାଯାଛି। ପ୍ରବଳ ବର୍ଷା ସହ ୫୦ରୁ ୬୦ କିମି ବେଗରେ ପବନ ବହିପାରେ ବୋଲି ଅନୁମାନ […]

  • Saturday, 17 July 2021
bomikhali
ବମିଖାଲ ଓଭରବ୍ରିଜ ଦୁର୍ଘଟଣା ପ୍ରସଙ୍ଗ: ଇଞ୍ଜିନିୟରଙ୍କ ଅବହେଳା ଓ ପିସି କାରବାରରେ ଚାଲିଛି କାମ

ଭୁବନେଶ୍ୱର: ବମିଖାଲରେ ନିର୍ମାଣାଧିନ ଓଭରବ୍ରିଜ ଦୁର୍ଘଟଣାକୁ ନେଇ ସାଂଘାତିକ ଅଭିଯୋଗ ଆଣିଛି ରାଜ୍ୟ ଠିକାଦାର ସଂଘ। ସରକାରୀ ଇଞ୍ଜିନିୟରଙ୍କ ଅବହେଳା ସହ ପିସି କାରବାର ପାଇଁ ଏଭଳି ଦୁର୍ଘଟଣା ହେଲା ବୋଲି ଅଭିଯୋଗ ଉଠାଇଛନ୍ତି ସଂଘ ସଭାପତି ପ୍ରଭାତ ଦାସ। ଦୁର୍ଘଟଣା ପାଇଁ ଦାୟିତ୍ୱରେ ଥିବା ଇଞ୍ଜିନିୟରମାନଙ୍କୁ ସେ ମୁଖ୍ୟତଃ ଦାୟୀ କରିଛନ୍ତି। କାର୍ଯ୍ୟସ୍ଥଳକୁ ଇଞ୍ଜିନିୟରମାନେ ଆଦୌ ଆସୁ ନାହାନ୍ତି। କେବଳ ପିସି ନେବା ଜାଣିଛନ୍ତି ବୋଲି ସେ କହିଛନ୍ତି।  ପ୍ରତି ବିଲ୍‌ରେ ପିସି କାରବାର ହେଉଛି, […]

  • Saturday, 17 July 2021
matric exam
ମେ’ ୭ରେ ମାଟ୍ରିକ ପରୀକ୍ଷାଫଳ

କଟକ: ମେ’ ୭ ତାରିଖରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ। ଏହି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଜାହାନଆରା ବେଗମ୍। ୭ ତାରିଖ ସକାଳ ୯ଟାରେ ପରୀକ୍ଷାଫଳ ପ୍ରକାଶ ପାଇବ ଓ ସେହିଦିନ ଅପରାହ୍ନରେ ପରୀକ୍ଷା OMR ସିଟ୍ ମଧ୍ୟ ଦେଖି ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଦିନ ୧୨ଟାଠାରୁ ଛାତ୍ରଛାତ୍ରୀ ବୋର୍ଡର ୱେବସାଇଟ୍‌ ମାଧ୍ୟମରେ ପରୀକ୍ଷାଫଳ ଦେଖିପାରିବେ। ଏଥିପାଇଁ www.bseodisha.ac.in ଏବଂ www.bseodisha.nic.in ରେ ଲଗ୍‌ ଇନ୍‌ କରି ପରୀକ୍ଷାଫଳ ଦେଖି ହେବ। ଏସ୍‌ଏମ୍‌ଏସ୍‌ […]

  • Saturday, 17 July 2021
j
ପୂର୍ବତନ ବୈଦେଶିକ ସଚିବ ଜୟଶଙ୍କର ହେଲେ କ୍ୟାବିନେଟ୍‌ ମନ୍ତ୍ରୀ

ନୂଆଦିଲ୍ଲୀ : ସର୍ବଦା ସମସ୍ତଙ୍କୁ ଚକମା ଦେଉଥିବା ମୋଦି-ଶାହ ଯୋଡ଼ି ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମୋଦି ସରକାର-୧ରେ ବୈଦେଶିକ ସଚିବ ଥିବା ଏସ୍‌ ଜୟଙ୍କରଙ୍କୁ ମୋଦି-୨ ସରକାରରେ ମନ୍ତ୍ରୀ ପଦ ମିଳିବା ନେଇ ହୋଇଥିବା ଚର୍ଚ୍ଚା ଶେଷରେ ସତ ହୋଇଛି। ତାଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିଥିବାବେଳେ ତାଙ୍କ ଅନୁଭୂତି ଅନୁଯାୟୀ ସେ ସୁଷମା ସ୍ୱରାଜଙ୍କ ସ୍ଥାନ ନେବେ ଏବଂ ବୈଦେଶିକ ମନ୍ତ୍ରୀ ହେବେ ବୋଲି ଆଶା କରାଯାଉଛି। ୭ ଲୋକ କଲ୍ୟାଣ ମାର୍ଗରେ ଥିବା ହଠାତ […]

  • Saturday, 17 July 2021
Pranab-Balabantaray-
ଧଳସାମନ୍ତ ଲିଙ୍କ୍‌: ବିଜେଡି ବିଧାୟକଙ୍କୁ ସମନ

ଭୁବନେଶ୍ୱର: ଧଳ ସାମନ୍ତ ବ୍ରଦର୍ସ ଲିଙ୍କ୍ ନେଇ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଆସନ୍ତା ୭ତାରିଖ ଦିନ ସମସ୍ତ କାଗଜପତ୍ର ସହ ହାଜର ହେବାକୁ ପ୍ରଣବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୨୦୦୫ରୁ ୨୦୧୦ ଯାଏଁ ସବୁ ଅଡିଟ୍ ରିପୋର୍ଟ ଧରି ଆସିବାକୁ ଇଡି ପକ୍ଷରୁ ସମନ ଜାରି କରାଯାଇଛି। ପ୍ରଣବଙ୍କର ଟ୍ରାନ୍ସପୋର୍ଟ ଏଜେନ୍ସି ସହ ଡି-ଲିଙ୍କ୍ ନେଇ ଇଡି ପକ୍ଷରୁ ତନାଘନା ଚାଲିଛି।  

  • Saturday, 17 July 2021
jdu
ଜେଡିୟୁରୁ କେହି ହେଲେନି ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାରରେ ଜେଡିୟୁକୁ ମିଳିଥିବା ଗୋଟିଏ ମନ୍ତ୍ରୀ ପଦକୁ ଗ୍ରହଣ କରିନାହାନ୍ତି ଦଳର ସୁପ୍ରିମୋ ନୀତୀଶ କୁମାର। ଠିକ୍‌ ଶପଥ ଗ୍ରହଣ ପୂର୍ବରୁ ହିଁ ସେ ଏହି ବିଷୟରେ ଘୋଷଣା କରିଛନ୍ତି। କିନ୍ତୁ ସେ ଓ ତାଙ୍କ ଦଳ ଏନଡିଏ ସହିତ ରହିଛନ୍ତି ଏବଂ ସରକାରକୁ ସମର୍ଥନ କରି ଚାଲିବେ ବୋଲି ନୀତୀଶ କହିଛନ୍ତି। ରାଷ୍ଟ୍ରପତି ଭବନଠାରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପୂର୍ବରୁ ଗଣମାଧ୍ୟମକୁ ସୂଚନା […]

  • Saturday, 17 July 2021
lathikata road block
ବମିଖାଲ ଓଭରବ୍ରିଜ ଦୁର୍ଘଟଣା: ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ

ରାଉରକେଲା: ବମିଖାଲ ଓଭରବ୍ରିଜ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାଉରକେଲା ନିକଟ ଲାଠିକଟାରେ ରାସ୍ତାରୋକ କରିଛନ୍ତି ମୃତ ଶ୍ରମିକଙ୍କ ପରିବାର ଓ ଗାଁ ଲୋକେ। ବ୍ରିଜ ନିର୍ମାଣ କରୁଥିବା କମ୍ପାନୀ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି। ଗତକାଲି ରାତିରେ ବମିଖାଲ ଓଭରବ୍ରିଜରେ ୮ଜଣ ଶ୍ରମିକ ଲୁହା ରଡ଼ ବାନ୍ଧୁଥିବା ବେଳେ ତାହା ଓଲଟି ପଡ଼ିଥିଲା। ଫଳରେ ୨ ଜଣ ଶ୍ରମିକ ଲୁହା ରଡ ତଳେ ଚାପି ହୋଇ ରହିଯାଇଥିଲେ। […]

  • Saturday, 17 July 2021