• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

www.rajasthankhabre.com
ଡାକ୍ତରଖାନାରେ ରୋଗୀଙ୍କୁ ନିସ୍ତୁକ ପିଟିଲେ ଡ଼ାକ୍ତର

ଜୟପୁର : ଚିକିତ୍ସା ପାଇଁ ଆସିଥିଲେ, ହେଲେ ମିଳିଲା ମାଡ଼। ରୋଗୀଙ୍କୁ ପିଟିଛନ୍ତି ଖୋଦ୍ ଡାକ୍ତର। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନ ଜୟପୁରର ସବାଇ ମାନସିଂହ ହସ୍ପିଟାଲ୍‌ରେ। ଯେଉଁଠି ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ନିସ୍ତୁକ ପିଟିଛନ୍ତି ଡାକ୍ତର। ମେଡିକାଲ୍‌ରେ ଥିବା ରେସିଡେଣ୍ଟାଲ୍ ଡାକ୍ତର ରୋଗୀଙ୍କୁ ଚାପୁଡ଼ା, ଗୋଇଠା, ମୁଥ୍ ମାରି ଲହୁ ଲୁହାଣ କରିଛନ୍ତି। କୌଣସି କାରଣରୁ ଡାକ୍ତରଙ୍କୁ ଶୀଘ୍ର ଚିକିତ୍ସା କରିବାକୁ ପୀଡ଼ିତ ରୋଗୀ ଜଣକ ଗୁହାରି କରିଥିଲେ। ତେବେ ଏଥିରେ […]

  • Saturday, 17 July 2021
rajnath-1
ପ୍ରତିରକ୍ଷା ମନ୍ତ୍ରୀଙ୍କ ସିଆଚେନ୍‌ ଗସ୍ତ

ନୂଆଦିଲ୍ଲୀ : ମୋଦି-୨ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ରାଜନାଥ ସିଂହ ଆଜି ତାଙ୍କର ପ୍ରଥମ ଗସ୍ତରେ ଦୁନିଆର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ୍‌ରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ସେଠାରେ ସେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଯବାନଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସିଆଚେନ୍‌ ବେସ୍‌ କ୍ୟାମ୍ପରେ ଯବାନମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ସମୟରେ ଲେହରେ କାର୍ଯ୍ୟରତ ସୁରକ୍ଷାକର୍ମୀମାନେ ସ୍ଥିତି […]

  • Saturday, 17 July 2021
airforce
ବାୟୁ ସେନାର AN-32 ବିମାନ ନିଖୋଜ

ନୂଆଦିଲ୍ଲୀ : ଭାରତୀୟ ବାୟୁ ସେନାର AN-32 ବିମାନ ନିଖୋଜ। ଅରୁଣାଚଳ ପ୍ରଦେଶର ମେନ୍‌ଚୁକା ଏୟାର ଫିଲ୍‌ଡରୁ ଯାତ୍ରା ଆରମ୍ଭ କରିଥିଲା ବିମାନ। ତେବେ ଗତ ତିନି ଘଣ୍ଟାରୁ ଅଧିକ ସମୟ ଧରି ବିମାନ ସହ କୌଣସି ଯୋଗାଯୋଗ ହୋଇପାରିନି। ଶେଷ ଥର ପାଇଁ ଅପରାହ୍ନ ଗୋଟାଏ ବେଳେ ଆସାମ ଜୋରାହଟ୍ ଏୟାର ବେସ୍ ସହ ବିମାନରେ ଥିବା ପାଇଲଟ୍‌ଙ୍କ କଥାବାର୍ତ୍ତା ହୋଇଥିଲା। ବିମାନରେ ମୋଟ ୧୩ ଜଣ ଯାତ୍ରୀ ଥିଲେ। ଘଟଣା ପରେ ବାୟୁ ସେନା […]

  • Saturday, 17 July 2021
gold seized from airport
ଏୟାରପୋର୍ଟ ବାହାରୁ ମିଳିଲା ବିଦେଶୀ ସୁନା

ଭୁବନେଶ୍ୱର: ପୁଣି ଭୁବନେଶ୍ୱର ଏୟାରପୋର୍ଟ ବାହାରୁ ମିଳିଲା ବିଦେଶୀ ସୁନା। ୫ କିଲୋରୁ ଅଧିକ ସୁନା ଜବତ କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ। ଜବତ ସୁନାର ଆନୁମାନିକ ମୂଲ୍ୟ ୧ କୋଟି ୮୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ଗୁଇନ୍ଦା ଅଧିକାରୀ ୩ ଜଣଙ୍କୁ ଅଟକ ରଖିଛି। ଏମାନେ ସମସ୍ତେ ପ୍ରବାସୀ ଭାରତୀୟ ବୋଲି ଜଣାପଡ଼ିଛି କ୍ୱାଲାଲମ୍ପୁରରୁ ବିମାନରେ ଆସୁଥିବା ବେଳେ ସୁନାକୁ ଜବତ କରିବା ସହ ଏହି ୩ ଜଣଙ୍କୁ […]

sarat chandra misra
‘ଗ୍ଲୋରି ଅଫ ଇଣ୍ଡିଆ’ ଡାକ୍ତର ଶରତ ମିଶ୍ର

ଭୁବନେଶ୍ୱର: ବ୍ୟାଙ୍ଗ୍‌କକ୍‌ରେ ସମ୍ମାନିତ ହୋଇଛନ୍ତି ଓଡିଆ ଡାକ୍ତର ଶରତ ଚନ୍ଦ୍ର ମିଶ୍ର। ଇଣ୍ଡିଆ ଇଣ୍ଟରନ୍ୟାସନାଲ ଫ୍ରେଣ୍ଡସିପ୍‌ ସୋସାଇଟି ପକ୍ଷରୁ ମିଳିଛି ଗ୍ଲୋରି ଅଫ ଇଣ୍ଡିଆ ସମ୍ମାନ। ମେ ୪ ତାରିଖରେ ଥାଇଲାଣ୍ଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନ ମିଳିଛି।  ଡାକ୍ତର ମିଶ୍ର କ୍ୟାପିଟାଲ ହସ୍ପିଟାଲରେ ଦୀର୍ଘ ୧୩ ବର୍ଷ ଧରି ଅସ୍ଥି ଶଲ୍ୟ ବିଭାଗରେ ସ୍ପେଶାଲିଷ୍ଟ ଭାବରେ କାମ କରିଛନ୍ତି। ଏହାଛଡ଼ା ପିପିଲି ନିମାପଡା, ନୂଆହାଟ ଆଦି ସଦର ମହକୁମା ଚିକିତ୍ସାଳୟରେ ଆସିଷ୍ଟାଣ୍ଟ ସର୍ଜନ […]

ahsan iqbal
ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଗୁଳିମାଡ଼ରେ ଆହତ ପାକ୍‌ ଗୃହମନ୍ତ୍ରୀ

ଇସଲାମାବାଦ୍‌: ପାକିସ୍ତାନ ଗୃହମନ୍ତ୍ରୀ ଏହସାନ୍‌ ଇକ୍‌ବାଲ୍‌ଙ୍କୁ ଗୁଳିମାଡ଼। ପଞ୍ଜାବ ନରୋୱାଲ୍‌ ଅଞ୍ଚଳରେ ରାଲିକୁ ସମ୍ବୋଧନ କରୁଥିବା ବେଳେ ଅଜଣା ଆତତାୟୀ ଇକବାଲ୍‌ଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ତେବେ ଇକ୍‌ବାଲ୍‌ଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି। ‘ମୋ ବାପା ବର୍ତ୍ତମାନ ବିପଦମୁକ୍ତ’ ବୋଲି ଇକ୍‌ବାଲ୍‌ଙ୍କ ପୁଅ ଅହମଦ ଇକ୍‌ବାଲ୍‌ ସୂଚନା ଦେଇଛନ୍ତି। କିନ୍ତୁ ଏହସାନ୍‌ ଇକ୍‌ବାଲ୍‌ଙ୍କୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଆଇସିୟୁରେ ଅଭଜର୍‌ଭେସନ୍‌ରେ ରଖାଯିବ ବୋଲି ଅହମଦ କହିଛନ୍ତି। ଇକ୍‌ବାଲ୍‌ଙ୍କ ଡାହାଣ କାନ୍ଧରେ ଗୁଳି ବାଜିଥିବା ସୂଚନା ମିଳିଛି। […]

maoist
ଲାଲ୍‌ କ୍ୟାମ୍ପରେ ଜର୍ମାନୀ ହତିଆର

ଭୁବନେଶ୍ୱର: ମାଓବାଦୀଙ୍କ ବିଦେଶୀ ଲିଙ୍କ୍। ଲାଲବାହିନୀ କ୍ୟାମ୍ପରୁ ମିଳିଛି ଜର୍ମାନୀ ବନ୍ଧୁକ। ଛତିଶଗଡ଼ ସୁକ୍‌ମା ଅଞ୍ଚଳରେ ସକ୍ରିୟ ଥିବା ମାଓବାଦୀଙ୍କ ନିକଟରୁ ମିଳିଛି ଜି-ଥ୍ରୀ ବନ୍ଧୁକ। ଗତ ୧ ତାରିଖରେ ଛତିଶଗଡ଼ ଜିଲ୍ଲା କିସ୍ତାରାମ ଜଙ୍ଗଲରେ ହୋଇଥିବା ସୁରକ୍ଷାକର୍ମୀଙ୍କ ଅପରେସନ ସମୟରେ ମିଳିଛି ଏହି ବିଦେଶୀ ବନ୍ଧୁକ। ତେବେ ମାଓବାଦୀଙ୍କ ହାତକୁ ଏହି ବିଦେଶୀ ହତିଆର ଆସିଲା କେମିତି ? ମାଓବାଦୀଙ୍କ ସହ ଜର୍ମାନ ଲିଙ୍କ୍ ହେଲା କେମିତି ? ତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ପୋଲିସ […]

missing woman found
ଅନୁଗୁଳରୁ ନିଖୋଜ ମହିଳାଙ୍କ ମିଳିଲା ସନ୍ଧାନ

ଭୁବନେଶ୍ୱର: ସମ୍ବଲପୁର ମୋଦିପଡ଼ାରୁ ସ୍ୱାମୀଙ୍କ ସହ କାର୍‌ରେ ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ରାସ୍ତାରୁ ନିଖୋଜ ହୋଇଯାଇଥିବା ମହିଳାଙ୍କ ସନ୍ଧାନ ମିଳିଛି। ତାଙ୍କୁ ଜଗତ୍‌ସିଂହପୁର ଟାଉନ ଥାନା କୋର୍ଟ ଛକ ଅଞ୍ଚଳରେ ଥିବା ତାଙ୍କର ଜଣେ ଭଉଣୀଙ୍କ ଘରେ ଠାବ କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ନେଇ ସେ କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ଗତ ଗୁରୁବାର ରାତିରେ ସେ ସ୍ୱାମୀ ଓ ୬ ବର୍ଷର ଝିଅ ସହ ମୋଦିପଡ଼ାରୁ ଭୁବନେଶ୍ୱର ଆସୁଥିଲେ। ଅନୁଗୁଳ ନାକଚି ନିକଟରେ […]

girls students
ମାଟ୍ରିକ୍‌ ପରୀକ୍ଷାରେ ଝିଅଙ୍କ ବାଜିମାତ୍‌

କଟକ: ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳାଫଳ। ଏଥର ମୋଟ୍‌ ପାସ୍ ହାର ୭୬.୨୩ ପ୍ରତିଶତ। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଝିଅମାନେ ବାଜି ମାରି ନେଇଛନ୍ତି। ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍‌ ହାର ଅଧିକ ଅଛି। ଚଳିତ ବର୍ଷ ୬ ଲକ୍ଷ ୮ହଜାର ୬ଶହ ୫୯ ଜଣ ମାଟ୍ରିକ୍‌ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ଲକ୍ଷ ୨୨ ହଜାର ୪୩ ଜଣ ଝିଅ ପାସ୍‌ କରିଛନ୍ତି। ଅନ୍ୟପକ୍ଷରେ, ୨ଲକ୍ଷ ୧୬ ହଜାର ୩୦୫ଜଣ ପୁଅ […]

baripada
୬ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ବାରିପଦା: ଆଜି କୁଡୁମୀ ସେନା ପକ୍ଷରୁ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି। ୬ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦେଇଛି କୁଡୁମୀ ସେନା। କୁଡୁମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ଏନେଇ NH୧୮ ଓ ୪୯ରେ ଆନ୍ଦୋଳନକାରୀଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଛି। ଫଳରେ ବିଭିନ୍ନ ଅଞ୍ଚଳକୁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଆଜି ମୟୂରଭଞ୍ଜ ସହ ୮ଟି ଜିଲ୍ଲାରେ ବନ୍ଦ ଡାକରା ଦେଇଛି କୁଡୁମୀ […]

matric result
ଆଜି ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ। ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଆଜି ସକାଳ ୯ଟାରେ ଫଳାଫଳ ପ୍ରକାଶ ପାଇବ। ମଧ୍ୟାହ୍ନ ୧୨ଟାରୁ ଛାତ୍ରଛାତ୍ରୀ ବୋର୍ଡର ୱେବସାଇଟ୍ www.bseodisha.nic.inରେ ଲଗ୍ ଇନ୍ କରି ଫଳାଫଳ ଦେଖିପାରିବେ। ଏହାବ୍ୟତୀତ ବୋର୍ଡ ପକ୍ଷରୁ ଖୋଲା ଯାଇଥିବା ଟୋଲ୍ ଫ୍ରି ନମ୍ବର ୦୬୭୧-୨୪୧୨୦୬୦ ଏବଂ ୦୬୭୧-୨୪୧୨୦୫୯କୁ କଲ୍ କରି ଛାତ୍ରଛାତ୍ରୀ ରେଜଲ୍ଟ ଜାଣିପାରିବେ। ଯେ କୌଣସି […]

kalinga studio-
କ୍ରୀଡ଼ା ବିଭାଗର ପ୍ରସ୍ତାବ ବିରୋଧରେ ବର୍ଷିଲେ ବିରୋଧୀ ଓ କଳାକାର

ଭୁବନେଶ୍ୱର : ବିରୋଧ ଜୋର୍‌ଦାର। ଶାସକ ଦଳ ଭିତରୁ, ଦଳ ବାହାରୁ ବି। କଳିଙ୍ଗ ଷ୍ଟୁଡିଓ ଭିତରେ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ଲାଗି କ୍ରୀଡ଼ା ବିଭାଗର ଏ ପ୍ରସ୍ତାବକୁ ଗତକାଲି ଓଡିଶା ଫିଲ୍ମ ଡେଭଲମେଣ୍ଟ କର୍ପୋରେସନ୍‌ର ଅଧ୍ୟକ୍ଷ ତଥା ବିଜେଡି ନେତା ମୁନ୍ନା ଖାଁ ଦୃଢ଼ ବିରୋଧ କରିଥିଲେ। ଏହାପରେ ଆଜି ପ୍ରେସ୍‌ମିଟ୍ କରି ଦଳରେ ଥିବା ସିନେ କଳାକାରଙ୍କୁ ସାମ୍ନାକୁ ଆଣି କ୍ରୀଡ଼ା ବିଭାଗର ନିଷ୍ପତ୍ତି ଉପରେ ବର୍ଷିଛି ବିଜେପି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ […]

father
ମାଟ୍ରିକ ରେଜଲ୍ଟ ଖରାପ ହେବ କହିବାରୁ ଝିଅକୁ ପୋଡ଼ି ମାରିବାକୁ ବାପାର ଉଦ୍ୟମ

ବାଲେଶ୍ୱର : ମାଟ୍ରିକ୍ ରେଜଲ୍ଟ ଖରାପ ହୋଇପାରେ ବୋଲି ଆଶଙ୍କା କରି ବାପାଙ୍କୁ ସତ କଥା କହିବାରୁ ଜଣେ ନାବାଳିକାକୁ ବାପାର ଆକ୍ରୋଶର ଶିକାର ହେବାକୁ ପଡିଛି। ବାପା ବର୍ବରତାର ସୀମା ଟପି ନିଜ ଝିଅକୁ ପୋଡି ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ଆସିଛି। ଘଟଣାଟି ବାଲେଶ୍ୱର ଜିଲ୍ଲା ନୀଳଗିରି ଜାମ୍ବୁଡିହା ଗାଁର। ସୂଚନା ଅନୁଯାୟୀ ଏହି ଗାଁର ଶତ୍ରୁଜିତ ମହାନ୍ତି ନାମକ ଜଣେ ବ୍ୟକ୍ତି ମାଟ୍ରିକ ପରୀକ୍ଷା ଦେଇଥିବା ନିଜ ଝିଅ ମାନସୀଙ୍କୁ ପରୀକ୍ଷା ସମ୍ପର୍କରେ […]

  • Saturday, 17 July 2021
professor
ଅଧ୍ୟାପନାରୁ ଅାତଙ୍କବାଦ

ସୋପିଆନ୍ : ଅଧ୍ୟାପନାରୁ ଆତଙ୍କବାଦ। ଆଜି ଜାମ୍ମୁ ଓ କାଶ୍ମୀରର ସୋପିଆନ୍ ଜିଲ୍ଲାର ବାଡିଗାମରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ନିହତ ହେବା ପରେ ପଦାକୁ ଆସିଛି ଆତଙ୍କବାଦର ନୂଆ ଚେହେରା। କାଶ୍ମୀର ବିଶ୍ୱବିଦ୍ୟାଳୟରେ ଚୁକ୍ତିଭିତ୍ତିରେ କାର୍ଯ୍ୟ କରୁଥିବା ଏହି ଆସିଷ୍ଟାଣ୍ଟ ପ୍ରଫେସର ହେଲେ ମହମ୍ମଦ ରଫି ଭଟ୍ଟ। କିନ୍ତୁ କିଛି ଦିନ ହେଲା ସେ ଆତଙ୍କବାଦୀଙ୍କ ସହ ଯୋଗସୂତ୍ରରେ ଥିବା ପୋଲିସକୁ ସୂଚନା ମିଳିଥିଲା। ଏହାପରେ ତାଙ୍କ ଗତିବିଧି ଉପରେ ନଜର ରଖିଥିଲା ପୋଲିସ। […]