କେନ୍ଦୁଝର: ଅଜଣା ପାର୍ସଲକୁ ନେଇ ଡାକ ଘରେ ଆତଙ୍କ। କେନ୍ଦୁଝର ଜିଲ୍ଲା ଘସିପୁରା ଡାକଘରରେ ଏକ ପାର୍ସଲକୁ ନେଇ ଆଜି ଆତଙ୍କ ଦେଖାଦେଇଥିଲା। ଏଠାକୁ ଆସିଥିବା ଏକ ପାର୍ସଲକୁ ରଖିଲା ବେଳେ ହଠାତ୍ ସେଥିରୁ ଧୂଆଁ ବାହାରିଥିଲା। ଫଳରେ ଡାକ କର୍ମଚାରୀମାନେ ଭୟଭୀତ ହୋଇପଡିଥିଲେ। ଖବର ପାଇ ପୋଲିସ ଓ ଦମକଳ ବାହିନୀ ଆସି ଅନୁଧ୍ୟାନ କରିଛନ୍ତି। ବର୍ତ୍ତମାନ ପାର୍ସଲଟିକୁ ଏକ ପରିତ୍ୟକ୍ତ ସ୍ଥାନରେ ରଖାଯାଇଛି। ତେବେ ପାର୍ସଲଟି କେଉଁଠୁ ଆସିଥିଲା, କେଉଁ ସ୍ଥାନକୁ ଏହାକୁ ପଠାଯାଇଥାନ୍ତା […]
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ମାଛଗାଁ ରାସ୍ତାର ସଦେଇପୁର ଛକ ନିକଟରେ ୧୦୮ ଆମ୍ବୁଲାନ୍ସକୁ କାର୍ ଧକ୍କା ଦେବା ଫଳରେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଓ ତାଙ୍କ ସାଙ୍ଗ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ବିଜୟଙ୍କୁ ପ୍ରଥମେ ଜଗତସିଂହପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି।
ଭଦ୍ରକ: ଭଦ୍ରକ ଜିଲ୍ଲା ଆରଡ଼ିରେ ୨ ସେବାୟତ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳକୁ କେନ୍ଦ୍ର କରି ଏସିଡ୍ ମାଡ଼ ହୋଇଛି। ଏହି ଘଟଣାରେ ୬ଜଣ ଆହତ ହୋଇଥିବାବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅାରଡ଼ି ଆଖଣ୍ଡଳମଣି ପୀଠରେ ୨ ସେବାୟତ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ଏହି ଏସିଡ୍ ମାଡ଼ ହୋଇଛି। ସୂଚନା ଅନୁସାରେ, ଭକ୍ତଙ୍କୁ ନେଇ ପ୍ରଥମେ ୨ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଟଣାଓଟରା ହୋଇଥିଲା। ପରେ ଏହି ଗଣ୍ଡଗୋଳ ଉଗ୍ର ରୂପ ନେଇଥିବା […]
ପୁରୀ: ଆଜି ହେଉଛି ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସ। ଏହି ଅବସରରେ ସାରା ବିଶ୍ୱରେ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଯୋଗକୁ ନେଇ ବାଲୁକାକଳା ମଧ୍ୟ ପ୍ରସ୍ତୁତ ହୋଇଛି । ଚଳିତ ବର୍ଷର ଥିମ୍ ରହିଛି ‘ଶାନ୍ତି ପାଇଁ ଯୋଗ’। ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଯୋଗ ଦିବସ ଅବସରରେ ପୁରୀ ବେଳାଭୂମିରେ ଏକ ବାଳୁକା କଳା କରିଛନ୍ତି। ଶାନ୍ତି ପାଇଁ ଯୋଗ ଆବଶ୍ୟକତା ବୋଲି ସେ ବାଲୁକା କଳା […]
ଭୁବନେଶ୍ୱର: ପାଗ ବଦଳିଲେ ବାଘ ଆସିବ। ପାଣିପାଗକୁ ଦେଖି ମଧ୍ୟପ୍ରଦେଶରୁ ଓଡ଼ିଶାକୁ ବାଘ ଅଣାଯିବ ବୋଲି ସୂଚନା ଦେଇଛନ୍ତି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ସନ୍ଦୀପ ତ୍ରିପାଠୀ। ଏଥିପାଇଁ ମଧ୍ୟପ୍ରଦେଶର କାହ୍ନା ଜାତୀୟ ବ୍ୟାଘ୍ର ଉଦ୍ୟାନରେ ବାଘ ଚିହ୍ନଟ ହୋଇଛି। ଖୁବ୍ ଶୀଘ୍ର ସାତକୋଶିଆ ଜଙ୍ଗଲରେ ମଧ୍ୟପ୍ରଦେଶର ବାଘ ବିଚରଣ କରିବ ବୋଲି ସେ ସୂଚନା ଦେଇଛନ୍ତି। ବାଘ ଆଣିବା ପାଇଁ ସ୍ୱତନ୍ତ୍ର ଗାଡ଼ିରେ ଫ୍ୟାନ୍ ଓ ପାଣି ସିଞ୍ଚନ ବ୍ୟବସ୍ଥା ମଧ୍ୟ କରାଯାଇଛି। ତିନିବର୍ଷରୁ କମ୍ […]
ଭୁବନେଶ୍ୱର: ଚାଷୀଙ୍କ ଲାଗି ଆରମ୍ଭ କରିଛନ୍ତି କୃଷକ ସଚେତନତା କାର୍ଯ୍ୟକ୍ରମ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ OUATରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉନ୍ନତ ପ୍ରଣାଳୀରେ ଚାଷ କରିବା ନେଇ ଚାଷୀଙ୍କୁ ସଚେତନ କରାଯିବ। କାର୍ଯ୍ୟକ୍ରମ ଅନୁଯାୟୀ ୩୧୪ଟି ବ୍ଲକର ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯିବାର ଯୋଜନା ରହିଛି। ଦୈନିକ ପ୍ରତି ପଞ୍ଚାୟତର ୨ ଜଣ ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ପ୍ରଶିକ୍ଷିତ ଚାଷୀ ପଞ୍ଚାୟତ ସ୍ତରର ଅନ୍ୟ ଚାଷୀଙ୍କୁ ପ୍ରଶିକ୍ଷଣ ଦେବେ। ଆଜି କାର୍ଯ୍ୟକ୍ରମର […]
ନୂଆପଡ଼ା: ମହାନଦୀ ପାଣି ବିବାଦ ତୁଟିନି, ଏବେ ଓଡ଼ିଶାର ଜମି ଉପରେ ଆଖି ପକେଇଲାଣି ଛତିଶଗଡ଼। ନୂଆପଡ଼ା ଜିଲ୍ଲାର ନୂଆମାଲପଡ଼ା ଗାଁର ୨୦ ଏକର ଜମିକୁ ଛତିଶଗଡ଼ ସରକାର ତାଙ୍କ ରାଜ୍ୟର ଲୋକଙ୍କ ନାଁରେ ପଟ୍ଟା କରି ଜବରଦଖଲ ପ୍ରୟାସ କରୁଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଛତିଶଗଡ଼ ସରକାର ଜମି ନ ଫେରାଇଲେ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକପ୍ରତିନିଧି ଓ ରାଜନେତା ଚେତାବନୀ ଦେଇଛନ୍ତି। ବର୍ଷ ବର୍ଷ […]
ଗଞ୍ଜାମ ଜିଲ୍ଲାରେ ନିର୍ମାଣାଧିନ ଜାନବିଲି ଆନିକଟ ପାନୀୟ ଜଳ ପ୍ରକଳ୍ପରେ ବଡ଼ଧରଣର ଘୋଟାଲା ହୋଇଥିବା ଅଭିଯୋଗ ଆସିଛି। ସବୁ ନୀତିନିୟମକୁ ଜଳାଞ୍ଜଳି ଦେଇ ତାମିଲନାଡୁର ଏକ କମ୍ପାନିକୁ ଅହେତୁକ ଅନୁକମ୍ପା ଦେଖାଇଛନ୍ତି ରାଜ୍ୟ ସରକାର । ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ୫୨୦ କୋଟି ଟଙ୍କାର ଟେଣ୍ଡର ଫିକ୍ସିଂ ହୋଇଥିବା ଅଭିଯୋଗ ହୋଇଛି। ଦେଶର ବଛା ବଛା ୮ଟି କମ୍ପାନି ଟେଣ୍ଡର ପକାଇଥିଲେ ବି, ସର୍ବନିମ୍ନ ରାଶିଠାରୁ ୨ ପ୍ରତିଶତ କମ୍ ବିଡ଼ିଂ କରିଥିବା ଏଲ୍ ଆଣ୍ଡ ଟି […]
ଭୁବନେଶ୍ୱର: ଓଡ଼ିଶା ପାଇଁ ମାଇକ୍ରୋ ମ୍ୟାନେଜମେଣ୍ଟ ପ୍ଲାନ କରୁଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହ। ରାଜ୍ୟର ସବୁ ପଞ୍ଚାୟତ ପ୍ରମୁଖଙ୍କୁ ଭେଟିବାକୁ ଗୁପ୍ତ ରଣନୀତି କରିଛନ୍ତି ବିଜେପି କମାଣ୍ଡର। ଏଥିପାଇଁ ଜୁଲାଇ ୧ତାରିଖରେ ଦିନିକିଆ ଓଡ଼ିଶାଗସ୍ତରେ ଆସୁଛନ୍ତି ଶାହ। କାରଣ ବିଜେପି ଫୋକସ୍ରେ ଏବେ ୩ ଲୋକସଭା ଅଧିନରେ ଯାଉଥିବା ୨୧ଟି ବିଧାନସଭା କ୍ଷେତ୍ରର ସବୁ ପଞ୍ଚାୟତ । ଶାହ ଏହି ପଞ୍ଚାୟତ ପ୍ରମୁଖଙ୍କୁ ଗୁରୁମନ୍ତ୍ର ଦେବା ସହ ପୂର୍ବରୁ ଦେଇଥିବା କାମର ହିସାବ ମଧ୍ୟ ମାଗିବେ। […]
ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ I ରାଜ୍ୟର ଆଠଟି ସହରରେ ପାରଦ 40 ଡିଗ୍ରୀ ଟପିଛି I ତାପମାତ୍ରା ସାମାନ୍ୟ କମିଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ତାପମାତ୍ରା 39 ଡିଗ୍ରୀ ପାଖାପାଖି ରହିଛି I ଅନୁଗୁଳରେ ସର୍ବାଧିକ ତାପମାତ୍ରା 41.9 ଡିଗ୍ରୀ ରେକର୍ଡ କରାଯାଇଛି I ଆଜି କେଉଁଠି ତାପମାତ୍ରା କେତେ ? ଅନୁଗୁଳ 41.9, ଟିଟିଲାଗଡ଼ 41,ବାରିପଦା 40.4,ଚାନ୍ଦବାଲି 40.2,ସମ୍ବଲପୁର 40.1,ବଲାଙ୍ଗୀର 40, ସୋନପୁର 40,ହୀରାକୁଦ 39.9, ଭୁବନେଶ୍ୱର 39.6,ଭବାନୀପାଟଣା 39.5,ଝାରସୁଗୁଡା 39.4, […]
ବେଙ୍ଗାଳୁରୁ: କର୍ଣ୍ଣାଟକର ପୁତରଠାରେ ସୋମବାର ଏକ ନିଅାରା ବାହାଘର ଦେଖିବାକୁ ମିଳିଛି ଯାହା ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚିତ ହୋଇଛି। ଏଠାରେ ଜଣେ ଜେସିବି ଡ୍ରାଇଭର ବାହା ହେଉଥିଲେ। ବିଚିତ୍ର କଥା ହେଉଛି ଜେସିବି ଡ୍ରାଇଭର ବର ତାଙ୍କ କନିଅା ଘରକୁ ଘୋଡା କିମ୍ବା କାର୍ ବଦଳରେ ନିଜ ଜେସିବିରେ ବର ହୋଇ ଯାଇଥିଲେ। ଆଉ ବିବାହ ପରେ ତାଙ୍କ ନବ ବିବାହିତା ପତ୍ନୀଙ୍କୁ ଜେସିବି ଆଗରେ ବସାଇ ଆଣିଥିଲେ I ଏମିତି ଘଟଣାକୁ ଚେତନଙ୍କ ଶଶୁର ଘର […]
ବ୍ରହ୍ମପୁର: ଗତକାଲି ଧୋବା ବନ୍ଧ ହୁଡ଼ା ବସ୍ତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୯ରୁ ଅଧିକ ଘର ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବିଭାଗର ୩ଟି ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲା। ହେଲେ ସେତେବେଳକୁ ସବୁକିଛି ପୋଡ଼ି ଛାରଖାର ହୋଇଯାଇଥିଲା। ତେବେ ନିଆଁ କେଉଁଠୁ ଓ କେମିତି ଲାଥିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ପ୍ରଶିକ୍ଷଣ ପ୍ରେକ୍ଷାଳୟରେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଜିଲ୍ଲା କୃଷକମାନଙ୍କ ସହ ସିଧାସଳଖ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କଥାବାର୍ତ୍ତାରେ ଚାଷୀଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା ନେଇ ସେ ଆଲୋଚନା କରିଛନ୍ତି। ଏହି ଅବସରରେ ଓଡ଼ିଶା ଅନୁଗୁଳ ଦୁର୍ଗାପୁର ଅଞ୍ଚଳର ଚାଷୀ ବେଣୁଧର ପ୍ରଧାନ ଓ ବିଣାପାଣୀ ରାଉତଙ୍କ ସହିତ ମଧ୍ୟ ସିଧାସଳଖ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। କେନ୍ଦ୍ର ସରକାରଙ୍କ ତରଫରୁ କାର୍ଯ୍ୟକାରୀ କରାଯାଇଥିବା […]
ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ମିଳିଛି। କିନ୍ତୁ ରାଜ୍ୟରେ ଅଂଶୁଘାତ ଯୋଗୁଁ ମୋଟ ୪୨ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏପରି ସ୍ଥଳେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପାଖରେ କେବଳ ୭ ଜଣଙ୍କ ମୃତ୍ୟୁ ଖବର ରହିଛି। ତେବେ ଅନ୍ୟ ୩୫ ଜଣଙ୍କ ମୃତ୍ୟୁ ନେଇ ତଦନ୍ତ ଚାଲିଥିବା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
ଭୁବନେଶ୍ୱର: ରାଜ୍ୟରେ ରେଳବାଇ ସୁରକ୍ଷା ନେଇ ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ ଅଫିସ୍ରେ ବସିଥିବା ବୈଠକ ଶେଷ ହୋଇଛି। ଏଥିରେ ଅଧ୍ୟକ୍ଷତା କରିଥିଲେ ପୋଲିସ ଡିଜି ଆର.ପି. ଶର୍ମା। ଏହି ବୈଠକରେ ଟ୍ରେନ ଏବଂ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱାରୋପ କରାଯାଇଛି। ବୈଠକରେ ଯାତ୍ରୀଙ୍କ ସୁରକ୍ଷା ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଏଣିକି ସବୁ ଷ୍ଟେସନ ସହ ସମସ୍ତ ଟ୍ରେନ୍ରେ ସିସିଟିଭି ଲାଗିବ। ଓ ମାଓପ୍ରବଣ ଅଞ୍ଚଳ ଦେଇ ଯାଉଥିବା ଟ୍ରେନ୍ଗୁଡ଼ିକର ଗତିବିଧି ଉପରେ ନଜର ରଖାଯିବ […]
ରାରଉରକେଲା: ରାଉରକେଲାରର ଲହୁଣୀପଡ଼ା ଥାନା ବାଉରକେଲା ନିକଟରେ ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ସୁନୀଲ ମୁଣ୍ଡାଙ୍କ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଓ ଦୁଇ ଜଣ ଗୁରୁତରଭାବେ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି। ବାଉରକେଲା ନିକଟରେ ୧୦ ରୁ ୧୫ ଜଣ ଅଜଣା ଆତତାୟୀ ଏକ ଡମ୍ପରକୁ ଅଟକାଇଥିଲେ। ଏହାପରେ ସେମାନେ ଡମ୍ପର ଉପରକୁ ଅଖିବୁଜା ଗୁଳିମାଡ଼ କରିଥିଲେ। ଘଟଣା ପଛରେ ମାଓବାଦୀ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି।
ଜାମ୍ମୁ : ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଜବାନ ଔରଙ୍ଗଜେବଙ୍କ ପରିବାରକୁ ଭେଟିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରତିରକ୍ଷାମନ୍ତ୍ରୀ ଜାମ୍ମୁ କାଶ୍ମୀରରେ ପହଞ୍ଚିବା ପରେ ପୁଂଚରେ ଥିବା ସହିଦଙ୍କ ଘରକୁ ଯାଇଥିଲେ। ସୀତାରମଣ ପରିବାରର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଔରଙ୍ଗଜେବଙ୍କ ପାଇଁ ସାରାଦେଶ ଗର୍ବିତ ବୋଲି ସେ କହିଥିଲେ। ଔରଙ୍ଗଜେବଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ ବୋଲି ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି। ଆତଙ୍କବାଦୀମାନେ ଔରଙ୍ଗଜେବଙ୍କୁ ପୁଲୱାମା ନିକଟରୁ ଅପହରଣ […]
ଜାମ୍ମୁ : ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗି ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ। ଗତକାଲି ମେଣ୍ଟ ସରକାରରୁ ବିଜେପି ଓହରିଯିବା ପରେ ଜାମ୍ମୁ ଓ କାଶ୍ମୀରରେ ରାଜନୈତିକ ଅଚଳାବସ୍ଥାର ଗୋଟିଏ ଦିନ ପରେ ଆଜି ରାଜ୍ୟପାଳ ଶାସନ ପାଇଁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଥିବା ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଫଳରେ ଆଜିଠୁ ରାଜ୍ୟରେ ରାଜ୍ୟପାଳ ଶାସନ ଜାରି ହୋଇଛି। ଗତକାଲି ଆଶ୍ଚର୍ଯ୍ୟଜନକ ଭାବେ ଜାମ୍ମୁ ଓ କାଶ୍ମୀରରେ ଗତ ତିନି ବର୍ଷ ଧରି […]
ବେଙ୍ଗାଲୁରୁ: କର୍ଣ୍ଣାଟକା କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏକ ମନିଲଣ୍ଡରିଂ ନିରୋଧ ଆଇନ ଅଧୀନରେ ତାଙ୍କୁ ଗିରଫ କରାଯାଇଛି। ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ତଥା ବର୍ତ୍ତମାନର କନକପୁରା ବିଧାୟକ ଆଜି ଚତୁର୍ଥ ଥର ପାଇଁ ପଚରାଉଚରା ପାଇଁ ଇଡି ନିକଟରେ ହାଜର ହୋଇଥିଲେ। ଏହି କଂଗ୍ରେସ ନେତାଙ୍କୁ ହେପାଜତକୁ ନିଆଯାଇ ପଚରାଉଚରା କରାଯିବାର ଅଛି, ତେଣୁ ତାଙ୍କୁ ଗିରଫ କରାଯାଇଛି। ବୁଧବାର ଇଡି ତାଙ୍କୁ କୋର୍ଟରେ ହାଜର କରି ହେପାଜତରେ […]