• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

representationl image
ନାବାଳିକା ଝିଅ ସହ ଦୁଷ୍କର୍ମ ଉଦ୍ୟମ ପରେ ଭିଡିଓ ଭାଇରାଲ

କେନ୍ଦ୍ରାପଡ଼ା: ଝିଅ ସବୁଠି ଅସୁରକ୍ଷିତ। ଏମିତିକି କେଉଁଠିକି ବୁଲି ଯିବା ବି ନିରାପଦ ନୁହେଁ। ପହିଲି ରଜ ଦିନ ଏକ ଝିଅ ତା ସାଙ୍ଗ ସହ ସମୁଦ୍ରକୂଳକୁ ବୁଲି ଯାଇଥିବାବେଳେ ଲମ୍ପଟମାନଙ୍କ କବଳରୁ ଖସି ପାରି ନାହିଁ । ଲମ୍ପଟ ଯୁବକମାନେ ତା ଇଜ୍ଜତ ମହତ ନେବା ସହ ଭିଡିଓ ଭାଇରାଲ କରି ଆଇନ କାନୁନକୁ ଆଖିଠାର ଦେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ଏମିତି ଏକ ଲଜ୍ଜାଜନକ ଘଟଣା ଘଟିଛି। ଏ ନେଇ ଝିଅଟିର […]

  • Monday, 19 July 2021
at home
ଅଗଷ୍ଟ କ୍ରାନ୍ତି ଅବସରରେ ଆଜି ରାଷ୍ଟ୍ରପତି ଭବନରେ କାର୍ଯ୍ୟକ୍ରମ ; ଭାଗ ନେବେ ୨ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ

ଦିଲ୍ଲୀ( ଶିବାନନ୍ଦ) : ଅଗଷ୍ଟ କ୍ରାନ୍ତି ଅବସରରେ ଆଜି ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବ ‘ଆଟ୍‌ ହୋମ’ କାର୍ଯ୍ୟକ୍ରମ। ଚଳିତ ବର୍ଷ ଏଥିରେ ଓଡ଼ିଶାର ୨ଜଣ ସ୍ୱାଧୀନତା ସଂଗ୍ରାମୀ ସାମିଲ ହୋଇଛନ୍ତି। ଏମାନେ ହେଉଛନ୍ତି ନୟାଗଡ଼ର ୯୬ ବର୍ଷୀୟ ସହଦେବ ବେହେରା ଏବଂ ଯାଜପୁରର ୯୦ ବର୍ଷୀୟ ନୀଳମଣି ସାମଲ। ଗତକାଲି ଏହି ଦୁଇ ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ନୂଆଦିଲ୍ଲୀରେ ପହଞ୍ଚିବା ପରେ ସେମାନଙ୍କୁ ଓଡ଼ିଶା ଭବନରେ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟ ଆବାସିକ କମିଶନର ତୁହିନ କାନ୍ତ […]

  • Monday, 19 July 2021
representational
ନାବଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା!

ବାରିପଦା: ବାରିପଦାରେ ଚାଞ୍ଚଲ୍ୟ। ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବାରିପଦା ବେତନଟୀର ଗରୁଡ଼ବସା ଗାଁ ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁସାରେ, ନାବାଳିକା ଜଣକ ରଜରେ ବୁଲିବାକୁ ଯାଇ ଗତକାଲିଠୁ ନିଖୋଜ ଥିଲେ। ସେହି ଗାଁର ଜଣେ ଯୁବକ ନାବାଳିକାଙ୍କୁ ବୁଲାଇ ନେଇ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ବେତନଟୀ ପୋଲିସ ଯୁବକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

  • Monday, 19 July 2021
jharsuguda airport
ଝାରସୁଗୁଡ଼ା ବିମାନବନ୍ଦରକୁ ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର: ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ ହେବ ଝାରସୁଗୁଡ଼ା ବିମାନବନ୍ଦର। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି। ଭୁବନେଶ୍ୱର ପରେ ରାଜ୍ୟର ଦ୍ୱିତୀୟ ବିମାନବନ୍ଦର ଭାବେ ଝାରସୁଗୁଡ଼ାରେ ଖୁବଶୀଘ୍ର ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଏହା ପଶ୍ଚିମ ଓଡ଼ିଶାବାସୀଙ୍କ ଅାବଶ୍ୟକତାକୁ ପୂରଣ କରିବ। ଏହି ବିମାନବନ୍ଦର ନାମକରଣ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ କରିବା ଲାଗି ସ୍ଥାନୀୟ ଅଞ୍ଚଳରେ […]

  • Monday, 19 July 2021
vlcsnap-2018-06-16-09h55m41s499
ଅାଜି ଶେଷ ରଜ: କେନ୍ଦ୍ରାପଡ଼ା ଜିଲ୍ଲାରେ ଉତ୍ସବର ମାହୋଲ

କେନ୍ଦ୍ରାପଡ଼ା/ଅାଳି/ ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜପର୍ବ ଅାନନ୍ଦ ଉଲ୍ଲାସର ସହ ପାଳିତ ହେଉଛି I ଦୂର ଦୂରାନ୍ତରେ ରହି ଚାକିରି ଓ ବ୍ୟବସାୟ କରୁଥିବା ଜିଲ୍ଲାର ଲୋକମାନେ ରଜଛୁଟି କଟାଇବାକୁ ଗାଁକୁ ଫେରି ଅାସିଛନ୍ତି I ଘରେ ଘରେ ପିଠାପଣା ସାଙ୍ଗକୁ ଦୋଳି ଖେଳ, ପୁଚି ଖେଳ ରଜର ମୁଖ୍ୟ ଅାକର୍ଷଣ ରହିଛି I କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ, ଅାଳି, ରାଜକନିକାର ବିଭିନ୍ନ ସ୍ଥାନରେ ସାମୂହିକ ଭାେବେ ରଜ ପାଳିତ ହୋଇଛି I ଅାଳି ଡାକବଂଗଳାରେ […]

  • Monday, 19 July 2021
pratap jena mother
ମନ୍ତ୍ରୀ ପ୍ରତାପ ଜେନାଙ୍କ ମାଆ ସରସ୍ୱତୀ ଜେନାଙ୍କ ପରଲୋକ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ମାତୃ ବିୟୋଗ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ମାଆ ସରସ୍ୱତୀ ଜେନାଙ୍କର ଆଜି ଭୋରରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ମନ୍ତ୍ରୀଙ୍କ ମାତୃ ବିୟୋଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି।

  • Monday, 19 July 2021
raja
ରଜ ଉତ୍ସବର ଆଜି ଶେଷ ଦିନ; ସବୁଠି ପିଠା, ମିଠା ଓ ପାନର ମହକ

ଭୁବନେଶ୍ୱର: ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ଦିନ। ସବୁଠି ପିଠା, ମିଠା ଓ ପାନର ମହକ। ରଜପାନ, ରଜ ପିଠା ସାଙ୍ଗକୁ ଦୋଳି, ପୁଚି ଖେଳି ଏବଂ ମେହେନ୍ଦୀ ଲଗାଇ ଉତ୍ସବ ମନାଉଛନ୍ତି ଝିଅମାନେ। ପୁଅମାନେ ମଧ୍ୟ ତାସ୍ ସାଙ୍ଗକୁ କବାଡି ଖେଳି ମଜା ନେଉଛନ୍ତି। ରାଜଧାନୀର ପାତ୍ରପଡା ଓ ଧଉଳିର ଗୋପୀନାଥପୁରରେ ରଜକୁ ବେଶ୍ ଧୁମ୍‌ଧାମ୍‌ରେ  ପାଳନ କରାଯାଇଛି। ପାତ୍ରପଡାର ମୁଖ୍ୟ ଆକର୍ଷଣ ହେଉଛି ୧୬୨ଟି ଦୋଳି।  ଏହା ସାଙ୍ଗକୁ ବିଭିନ୍ନ ଖେଳକୁଦ […]

  • Monday, 19 July 2021
soro
ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଧୋକାବାଜି

ସୋର: ଲଭ୍‌-ସେକ୍ସ ଆଉ ଶେଷରେ ଧୋକା। ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ଯୁବକ ଜଣଙ୍କ ୨ଥର ଗର୍ଭପାତ କରାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଯୁବତୀ ଜଣକ। ସବୁଠୁ ବଡ଼ କଥା ହେଉଛି ଜଣେ ଅଗ୍ନିଶମ କର୍ମଚାରୀଙ୍କ ନାଁରେ ଏଭଳି ଅଭିଯୋଗ ଆସିଛି। ସୂଚନା ଅନୁସାରେ, ବାଲେଶ୍ୱର ସୋର ଥାନା କମରପୁର ଅଞ୍ଚଳର ଜଣେ ଯୁବତୀଙ୍କର ୨୦୦୯ ମସିହାରୁ ମୟୂରଭଞ୍ଜ ରାସଗୋବିନ୍ଦପୁର ସାରୁଗୁଣା ଗ୍ରାମର ସଂଗ୍ରାମ ମୁର୍ମୁଙ୍କ ସହିତ […]

  • Monday, 19 July 2021
heat wave
ବର୍ଷା ଋତୁରେ ଅସହ୍ୟ ତାତି; ସପ୍ତାହେ ଯାଏ ମିଳିବନି ତ୍ରାହି

ଭୁବନେଶ୍ୱର: ମୌସୁମୀ ଆସିଲା, ହେଲେ ବର୍ଷାର ଦେଖା ନାହିଁ। ଏପଟେ ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଗତକାଲି ରାଜ୍ୟର ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ୪୨ ଡିଗ୍ରୀ ସହ ଟିଟିଲାଗଡ଼ ସର୍ବାଧିକ ଉତ୍ତପ୍ତ ସହର ଥିଲା। ସେହିପରି ୪୦ ଦଶମିକ ୨ ଡିଗ୍ରୀ ସେଲସିୟସ୍‌ରେ ରାଜଧାନୀବାସୀ ଶିଝିଥିଲେ। ସତେ ଯେମିତି ଅଗ୍ନି ବର୍ଷା ହୋଇଥିଲା ଭଳି ଅନୁଭୂତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ୩ରୁ ୪ ଡିଗ୍ରୀ […]

  • Monday, 19 July 2021
collector
ସମ୍ବଲପୁର ଜିଲ୍ଲାପାଳଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନାଁରେ ପୂର୍ବତନ ପତ୍ନୀ ଶୁଚି ସିଂହଙ୍କ ଗୁରୁତର ଅଭିଯୋଗ। ବର୍ମା ତାଙ୍କୁ ହଇରାଣ ହରକତ କରିବା ସହ ତାଙ୍କ କ୍ୟାରିୟର ବରବାଦ୍ କରିଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ପୂର୍ବତନ ପତ୍ନୀ ଶୁଚି ସିଂହ। ସେ ଏବେ ଆଲାଏଡ୍ ଅଫିସର ଭାବେ ରେଲେଓ୍ୱରେ କାର୍ଯ୍ୟରତ ଅଛନ୍ତି। ବେଆଇନ ଭାବେ ବର୍ମା ତାଙ୍କ ଅଫିସିଆଲ ରେକର୍ଡ ହାସଲ କରିବାକୁ ଉଦ୍ୟମ କରିବା ସହ ସିଭିଲ ସର୍ଭିସ ପରୀକ୍ଷା ଦେବାରେ ବାଧା […]

  • Monday, 19 July 2021
ratna bhandar
ଡୁପ୍ଲିକେଟ୍ ଚାବିକୁ ନେଇ ଅକଳରେ ଶ୍ରୀମନ୍ଦିର ପ୍ରଶାସନ

ଭୁବନେଶ୍ୱର : ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ଆସିଲା କେଉଁଠୁ ? ଟ୍ରେଜେରୀରେ ରହିବା ଚାବି ରେକର୍ଡ ରୁମକୁ ଗଲା କିପରି ? କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଉଙ୍କି ମାରୁଛି ଅନେକ ପ୍ରଶ୍ନ ଏଭଳି ସ୍ଥିତିରେ ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ନଥାଏ ବୋଲି ଗୁମର ଖୋଲିଛନ୍ତି ଶ୍ରୀମନ୍ଦିରର ପୂର୍ବତନ ସହ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର। ଶେଷ ଥର ପାଇଁ ୧୯୮୫ ମସିହାରେ ରତ୍ନଭଣ୍ଡାର ଖୋଲା ଯାଇଥିବାବେଳେ ନିଜେ ଉପସ୍ଥିତ ଥିଲେ ସେ ।ଏବେ ରେକର୍ଡ […]

  • Monday, 19 July 2021
kashmir
କଶ୍ମୀରରେ ୧୪୪ ଧାରା ଯୋଗୁଁ ଜୀବନଯାତ୍ରା ଅଚଳ ; ମୋବାଇଲ ଓ ଇଣ୍ଟରନେଟ୍ ସେବା ସଂପୂର୍ଣ୍ଣ ବନ୍ଦ

ଜମ୍ମୁ-କଶ୍ମୀର : କଶ୍ମୀରରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ସ୍ଥିତି। ପାଦେ ପାଦେ ସୁରକ୍ଷାକର୍ମୀ ସ୍ଥିତି ଉପରେ ନଜର ରଖିଥିବା ବେଳେ ମୋବାଇଲ ଓ ଇଣ୍ଟରନେଟ୍ ସେବା କିନ୍ତୁ ସଂପୂର୍ଣ୍ଣ ବନ୍ଦ ରହିଛି। କିଛି ସ୍ଥାନରେ ଦୋକାନ ବଜାର ଖୋଲିବା ସହ କାଁ ଭାଁ ଯାନବାହନ ଚଳାଚଳ କରୁଛି। ପ୍ରାୟ ସପ୍ତାହେ ଧରି ଅଚଳାବସ୍ଥା ରହିବା ପରେ ଆଜି ସ୍କୁଲ ଏବଂ କଲେଜ ଖୋଲିବ। ତେବେ ବର୍ତ୍ତମାନ ବି ୧୪୪ ଧାରା ବଳବତ୍ତର ରହିଛି। ପାସ୍ ଦେଖାଇ ଲୋକେ […]

  • Monday, 19 July 2021
rourkela
ଆଉ ୨ଟି ମୃତଦେହ ଉଦ୍ଧାର

ରାଉରକେଲା  : ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଟନେଲ-୯ରେ ୫ଜଣ ଫସିବା ଘଟଣାରେ ଆଜି ଆଉ ଦୁଇଟି ମୃତଦେହ ମିଳିଛି। ଉଦ୍ଧାରକାରୀ ଦଳ ବହୁ ଖୋଜାଖୋଜି କରିବା ପରେ ୨ଟି ମୃତଦେହ ଉଦ୍ଧାର କରିଛନ୍ତି। ପୂର୍ବରୁ ଗୋଟିଏ ମୃତଦେହ ଉଦ୍ଧାର କରାଯାଇଥିଲା। ବର୍ଜ୍ୟ ଲୁହା ସଂଗ୍ରହ କରିବାକୁ ଯାଇ ୪ ଜଣ ଫସିଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଜଣେ ଫସିଥିଲେ। ଏବେବି ଆହୁରି ୨ଟି ମୃତଦେହ ଉଦ୍ଧାର କରିବାକୁ ଲାଗିପଡିଛନ୍ତି ଉଦ୍ଧାରକାରୀ ଟିମ୍।  

  • Monday, 19 July 2021
sujaat
ସାମ୍ବାଦିକ ସୁଜାତ୍‌ ବୁଖାରୀଙ୍କ ଶେଷକୃତ୍ୟ

ଶ୍ରୀନଗର : ବିରାଟ ଶୋଭାଯାତ୍ରା। ଯେଉଁଥିରେ ସାମିଲ ହୋଇଛନ୍ତି ହଜାର ହଜାର ଲୋକ। ଏହା ହେଉଛି ସୁଜାତ ବୁଖାରୀଙ୍କ ମୃତଦେହର ଶୋଭାଯାତ୍ରା । ସୁଜାତ ବୁଖାରୀ, ଜାମ୍ମୁ କାଶ୍ମୀରର ଖବର କାଗଜ ରାଇଜିଂ କାଶ୍ମୀରର ମୁଖ୍ୟ ସଂପାଦକ। ଗତକାଲି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ। ସୁଜାତ ବୁଖାରୀଙ୍କ ଜନ୍ମସ୍ଥାନ ବାରମୁଳାର କ୍ରିଏରିରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇ ତାଙ୍କୁ କବର ଦିଆଯାଇଥିଲା। ବୁଖାରୀଙ୍କ ପରିବାରକୁ ସମବେଦନା ଜଣାଇବାକୁ ତାଙ୍କ […]

  • Monday, 19 July 2021
rupees
ବଢ଼ିବ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା!

ନୂଆଦିଲ୍ଲୀ: ଖୁବଶୀଘ୍ର କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ମୋଦି ସରକାର ବଡ଼ ଘୋଷଣା କରିବାକୁ ଯାଉଛନ୍ତି। ଦୀର୍ଘଦିନରୁ ଦରମା ବୃଦ୍ଧି ପାଇଁ କେନ୍ଦ୍ରୀୟ କର୍ମଚାରୀମାନେ ଯେଉଁ ଦାବି କରୁଥିଲେ, ତାହା ଚଳିତ ମାସରେ ପୂରଣ ହେବାର ସମ୍ଭାବନା ସୃଷ୍ଟି ହୋଇଛି। କେନ୍ଦ୍ରୀୟ କର୍ମଚାରୀମାନେ ସେମାନଙ୍କ ଡିଅରନେସ ଆଲାଉନ୍ସ (ଡିଏ) ବୃଦ୍ଧି ହେବ ବୋଲି ଆଶା ରଖିଛନ୍ତି। ଜାନୁଆରୀ ୨୦୧୯ରୁ କେନ୍ଦ୍ରୀୟ କର୍ମଚାରୀମାନେ ଡିଏ ବାବଦରେ ୧୨% ଅର୍ଥ ପାଉଛନ୍ତି। ଏବେ ବର୍ଷର ଦ୍ୱିତୀୟ ଭାଗରେ ସେମାନଙ୍କ ଡିଏ ଆଉ […]

  • Monday, 19 July 2021
modi
ଧାରା ୩୭୦ ଉଚ୍ଛେଦ ପରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀର ଓ ଲଦାଖରେ ନୂଆ ଯୁଗର ଆରମ୍ଭ ହୋଇଛି। ସର୍ଦ୍ଦାର ପଟେଲ, ଆମ୍ବେଦକର ଓ ବାଜପେୟୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇଛି। ଏବେ ସାରା ଦେଶବାସୀଙ୍କ ଦାୟିତ୍ୱ ଓ ଅଧିକାର ସମାନ ହୋଇଛି। ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଆଜି ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କହିଛନ୍ତି ପୂରା ଦେଶ ଏକ ଐତିହାସିକ ଫଇସଲା ନେଇଛି। ଲଦାଖ […]

  • Monday, 19 July 2021
train
ୱାଘାରୁ ଭାରତ ପହଞ୍ଚିଲା ‘ସମଝୌତା ଏକ୍ସପ୍ରେସ୍‌’

ନୂଆଦିଲ୍ଲୀ: ୱାଘା ବର୍ଡରରେ ପାକିସ୍ତାନ ଅଟକାଇ ରଖିଥିବା ‘ସମଝୌତା ଏକ୍ସପ୍ରେସ୍‌’ ଶେଷରେ ଭାରତ ପହଞ୍ଚି ପାରିଛି। ପୂର୍ବରୁ କୂଟନୈତିକ ସମ୍ପର୍କ କାଟିଥିବା ପାକିସ୍ତାନ ଏହି ‘ସମଝୌତା ଏକ୍ସପ୍ରେସ୍‌’ ଚଳାଚଳକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ଏକ୍ସପ୍ରେସ୍‌ ସୀମା ଅତିକ୍ରମ କରିବା ଆଗରୁ ୱାଘାଠାରେ ହିଁ ଅଟକାଇ ଦେଇଥିଲା ଏବଂ କହିଥିଲା ପାକିସ୍ତାନର ଡ୍ରାଇଭର ଏବଂ କ୍ରୁ ଭାରତ ଯିବେନାହିଁ। ତେଣୁ ଭାରତ ନିଜର ଡ୍ରାଇଭର ଏବଂ କ୍ରୁ ପଠାଇବାକୁ ପାକିସ୍ତାନ ପକ୍ଷରୁ କୁହାଯାଇଥିଲା। ଧାରା […]

  • Monday, 19 July 2021
pranav mukharji
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନ

ନୂଆଦିଲ୍ଲୀ :  ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ପ୍ରଦାନ କରାଯାଇଛି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ। ପ୍ରଣବଙ୍କ ସହ ଦିବଙ୍ଗତ ସଙ୍ଗୀତଜ୍ଞ ଭୂପେନ୍ ହଜାରିକା ଓ ସମାଜ ସଂସ୍କାରକ ନାନାଜୀ ଦେଶମୁଖଙ୍କୁ ବି ମରଣୋତ୍ତର ଭାବେ ମିଳିଛି ଏହି ସମ୍ମାନ। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସମ୍ମାନ ପ୍ରଦାନ କରିଛନ୍ତି। ପ୍ରଣବ ମୁଖାର୍ଜୀ ନିଜେ ରାଷ୍ଟ୍ରପତିଙ୍କ ହାତରୁ ଭାରତ ରତ୍ନ ଗ୍ରହଣ କରିଥିବା ବେଳେ ମରୋଣତ୍ତୋର ଭାବେ […]

  • Monday, 19 July 2021