• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

monsoon
ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ସମ୍ଭାବନା

ଭୁବନେଶ୍ୱର:  ଗତ କିଛି ଦିନ ତଳେ ସୃଷ୍ଟି ହୋଇଥିବା ଲଘୁଚାପ ଦେଶର ଉତ୍ତର-ପୂର୍ବାଞ୍ଚଳ ଆଡ଼କୁ ଯାଇଥିବାରୁ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ, ଉତ୍ତପ୍ତ ବାୟୁ ଓଡ଼ିଶା ଦେଇ ପ୍ରବାହିତ ହେଉଛି। ଫଳରେ ବଙ୍ଗୋପସାଗରର ଜଳୀୟ ବାଷ୍ପ ଓଡ଼ିଶାରେ ପ୍ରବେଶ କରିପାରୁନାହିଁ। ଏହି କାରଣରୁ ପ୍ରବଳ ଗରମ ହେଉଛି। ତେବେ ରାଜ୍ୟରେ ଆଜି କିଛି ସ୍ଥାନରେ ବର୍ଷା ଓ ବଜ୍ରପାତ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ୮ ଜିଲ୍ଲାକୁ […]

  • Monday, 19 July 2021
representational image
ଛାତ୍ରୀଙ୍କ ସହ ଦୁଷ୍କର୍ମ ଉଦ୍ୟମ ପରେ ଭିଡ଼ିଓ ଭାଇରାଲ ଘଟଣା: ୫ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ରାଜନଗର ଭିଡିଓ  ଘଟଣାରେ ୫ଜଣ ଅଭିଯୁକ୍ତଙ୍କୁ ପୋଲିସ୍‌  ଗିରଫ କରିଛି।  ତେବେ ମୁଖ୍ୟ ଅଭିଯୁକ୍ତ ଏଯାଏ ଧରା ପଡ଼ି ନାହିଁ।  ତାକୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି। ଗିରଫ ହୋଇଥିବା ୫ ଜଣ ଅଭିଯୁକ୍ତଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ। ସୂଚନାଥାଉ କି, ପହିଲି ରଜ ଦିନ ନାବାଳିକା ଛାତ୍ରୀ ଜଣକ ତାଙ୍କର ଜଣେ ପୁଅ ସାଙ୍ଗ ସହ ପେଣ୍ଠ ବୁଲିବାକୁ ଯାଇଥିବାବେଳେ ସେମାନଙ୍କୁ ଏକୁଟିଆ ଦେଖି କିଛି ଯୁବକ […]

  • Monday, 19 July 2021
Gopalpur Gang Rape
ଗୋପାଳପୁର ଗଣଦୁଷ୍କର୍ମ ମାମଲା: ସୁରଟରୁ ଅଭିଯୁକ୍ତ ଗିରଫ

ସୁରଟ/ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କ ସହ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ସୁରଟ ପୋଲିସ୍‌ ଗିରଫ କରିଛି। ଓଡ଼ିଶା ପୋଲିସ ସୂଚନା ଆଧାରରେ ସୁରଟ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।  ଅଭିଯୁକ୍ତ ଜଣକ ହେଲେ ପ୍ରମୋଦ ସାହୁ। ୨୦୧୭ ମସିହା ନଭେମ୍ବର ମାସରେ ଏହି ଗଣଦୁଷ୍କର୍ମ ଘଟଣା ଘଟିଥିଲା। ଦିବ୍ୟାଙ୍ଗ ମହିଳା ଶୌଚ ପାଇଁ ଯାଇଥିବା ବେଳେ ଏକାନ୍ତର ସୁଯୋଗ ନେଇ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ପ୍ରମୋଦ ସାହୁ। […]

  • Monday, 19 July 2021
monsoon
ସଅଳ ଆସି ବାଟ ହୁଡ଼ିଲା ମୌସୁମୀ!

ଭୁବନେଶ୍ୱର: ଆଜି ବି ରାଜ୍ୟବ୍ୟାପି ଜାରି ରହିଛି ଗ୍ରୀଷ୍ମପ୍ରବାହ। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଗରମ ପବନ ବହୁଛି । ଗତ ୨ ଦିନ ହେଲା ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିସାରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗତ କିଛି ଦିନ ତଳେ ସୃଷ୍ଟି ହୋଇଥିବା ଲଘୁଚାପ ଦେଶର ଉତ୍ତର-ପୂର୍ବାଞ୍ଚଳ ଆଡ଼କୁ ଯାଇଥିବାରୁ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ, ଉତ୍ତପ୍ତ ବାୟୁ ଓଡ଼ିଶା ଦେଇ ପ୍ରବାହିତ ହେଉଛି। […]

  • Monday, 19 July 2021
chilika
ଚିଲିକା ଡଙ୍ଗାବୁଡ଼ି ଘଟଣା: ଉଦ୍ଧାର କାର୍ଯ୍ୟ ଶେଷ, ୬ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଚିଲିକା ଡଙ୍ଗାବୁଡ଼ି ଘଟଣାରେ ସମସ୍ତ ନିଖୋଜଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣାରେ ମୋଟ ୬ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ୪ ଜଣ ଏବଂ ଗତକାଲି ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଉଦ୍ଧାର କାର୍ଯ୍ୟରେ ଦମକଳ ବାହିନୀ ସହ ନୌସେନା, ଓଡ୍ରାଫ୍ ଓ ସ୍ଥାନୀୟ ମତ୍ସ୍ୟଜୀବୀ ସାମିଲ ହୋଇଥିଲେ। ସମସ୍ତ ମୃତଦେହ ଉଦ୍ଧାର ପରେ ସର୍ଚ୍ଚ ଅପରେସନକୁ ବନ୍ଦ ରଖାଯାଇଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ […]

  • Monday, 19 July 2021
Sashthi Jatra
ଆଜି ଶିବ ବିବାହ: ଉତ୍ସବମୁଖର ସମ୍ବଲପୁର ସହର

ସମ୍ବଲପୁର: ଶୀତଳଷଷ୍ଠୀ ଲାଗି ଉତ୍ସବମୁଖର ସମ୍ବଲପୁର ସହର। ଆଜି ମହାପ୍ରଭୁ ଶିବ ଓ ଦେବୀ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଦେବ ଦମ୍ପତିଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଗତକାଲି ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସପ୍ତ ଋ଼ଷିଙ୍କ ସହ ମହାପ୍ରଭୁ ହନୁମାନ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହରରେ ଥିବା ସମସ୍ତ ମନ୍ଦିରକୁ ଯାଇ ଶିବ ପାର୍ବତୀଙ୍କ ବିବାହ ଉତ୍ସବରେ ଯୋଗ ଦେବା […]

  • Monday, 19 July 2021
kendrapara
ତହସିଲଦାରଙ୍କୁ ଅଫିସରେ ତାଲା

କେନ୍ଦ୍ରାପଡ଼ା: ଛୁଟି ଦିନରେ ଅଫିସ୍‌ରେ କାମ କରୁଥିବା ବେଳେ ତହସିଲଦାରଙ୍କୁ ଲୋକେ ତାଲା ପକାଇ ଦେଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ ଏହି ଘଟଣା ଘଟିଛି। ଅଭିଯୋଗ ଅନୁସାରେ, ଗତକାଲି ଛୁଟି ସତ୍ତ୍ୱେ ରାଜକନିକା ତହସିଲଦାର ଅଫିସ ଆସିଥିଲେ ଏବଂ ଅନ୍ୟ କର୍ମଚାରୀଙ୍କ ସହ ଅଫିସରେ କାର୍ଯ୍ୟ କରୁଥିଲେ।  ଏନେଇ ସ୍ଥାନୀୟ ଲୋକେ ଖବର ପାଇବା ପରେ ଉତ୍ତ୍ୟକ୍ତ ହୋଇ ତହସିଲ ଅଫିସରେ ତାଲା ପକାଇଥିଲେ। ରାଜକନିକା ପୋଲିସ ଆସି ଲୋକଙ୍କୁ ବୁଝାସୁଝା କରି ତାଲା ଖୋଲିଥିଲା। ତହସିଲଦଦାରଙ୍କ […]

  • Monday, 19 July 2021
chilika
ଚିଲିକା ଡଙ୍ଗାବୁଡ଼ି ଘଟଣା: ଆଉ ୩ ମୃତଦେହ ଉଦ୍ଧାର

ବାଲୁଙ୍ଗା: ଚିଲିକା ଡଙ୍ଗାବୁଡ଼ି ଘଟଣାରେ ଆଜି ଆଉ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।  ଗତକାଲି ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାକୁ ମିଶାଇ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି। ଜଣେ ନିଖୋଜଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ସମସ୍ତେ ନୟାଗଡ଼ ଏବଂ ଭୁବନେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ, ସର୍ଚ୍ଚ ଅପରେସନରେ ଦମକଳ ବାହିନୀ ସହ ନୌସେନା, ଓଡ୍ରାଫ୍ ଓ ସ୍ଥାନୀୟ ମତ୍ସ୍ୟଜୀବୀ ସାମିଲ ହୋଇଛନ୍ତି। ସୂଚନାଥାଉ କି, ଗତକାଲି ସଂଧ୍ୟାରେ […]

  • Monday, 19 July 2021
raja 1
ପାଳିତ ହେଲା ସଂହତି ଓ ସୌହାର୍ଦ୍ଦ୍ୟର ପର୍ବ ଇଦ୍, ଜମିଲା ଶେଷ ରଜର ମଉଜ

ଭୁବନେଶ୍ୱର: ଜମିଲା ଇଦ୍ ଓ ଶେଷ ରଜ। ସଂହତି ଓ ସୌହାର୍ଦ୍ଦ୍ୟର ପର୍ବ ଇଦ୍‌କୁ ଧୁମଧାମ୍‌ରେ ପାଳନ କରିଛନ୍ତି ମୁସଲିମ୍ ଶ୍ରଦ୍ଧାଳୁ। ସମୂହ ନମାଜ ପାଠ କରିବା ସହ ପରସ୍ପରକୁ ଜଣାଇଛନ୍ତି ଇଦ୍ ମୁବାରକ୍। ଏପଟେ ରଜର ଶେଷ ଦିନରେ ଖୁବ୍‌ ମଉଜ ମଜଲିସ୍‌ରେ ମାତିଥିଲେ ଝିଅ, ବୋହୂ, ପିଲାଠୁ ବୟସ୍କ। ରଜ ପାନ ଖାଇ ଦୋଳି ଖେଳି ବିଦାୟ ଦେଇଥିଲେ ରଜ ପର୍ବକୁ। ପବିତ୍ର ରମ୍‌ଜାନ ମାସର କଠୋର ଉପବାସ ଆଜି ଶେଷ ହେବା ପରେ […]

  • Monday, 19 July 2021
heat 1
ମୌସୁମୀ ଉଭାନ: ଡହ ଡହ ଖରାରେ ସିଝୁଛି ଓଡ଼ିଶା

ଭୁବନେଶ୍ୱର: ଚାରିଆଡ଼େ ଡହ ଡହ ଖରା। ଗୁଳୁଗୁଳି ସାଙ୍ଗକୁ ଝାଞ୍ଜି ପବନ। ଦିନ ହେଉ କି ରାତି ତାତି କିନ୍ତୁ କମିବାର ନାଁ ନେଉନି। ଓଡ଼ିଶାକୁ ମୌସୁମୀ ଛୁଇଁଥିଲେ ବି କେଉଁଠି ପାରଦ ୪୦ ଡିଗ୍ରୀ ତ ଆଉ କେଉଁଠି ତାପମାତ୍ରା ତା’ଠାରୁ ବି ବେଶୀ ରହିଛି। ରାଜ୍ୟର ୮ଟି ସହରରେ ଆଜି ୪୦ ଡିଗ୍ରୀ ଉପରେ ରହିଥିଲା ପାରା। କିଛି ଦିନ ହେଲାଣି ଏଭଳି ତାତି ଲାଗି ରହିଥିବାରୁ ସ୍କୁଲ ଛୁଟିକୁ ବି ୩ ଦିନ […]

  • Monday, 19 July 2021
chilika boat mishap
ମଝି ଚିଲିକାରେ ବୁଡ଼ିଗଲା ଡଙ୍ଗା: ଶିଶୁ ମୃତ ୮ ନିଖୋଜ

ବାଲୁଗାଁ: ମା’ କାଳୀଜାୟୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ମଝି ଚିଲିକାରେ ବୁଡ଼ିଗଲା ଡଙ୍ଗା। ଏଥିରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଡଙ୍ଗାରେ ଥିବା ଅନ୍ୟ ୮ ଜଣ ନିଖୋଜ ହୋଇଯାଇଛନ୍ତି, ଓ ୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ୭ ଜଣ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତନ୍ମଧ୍ୟରୁ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ମା’ କାଳୀଜାୟୀଙ୍କ ଦର୍ଶନ କରିବା ପରେ ଡଙ୍ଗାଟି ପର୍ଯ୍ୟଟକଙ୍କୁ ଧରି କାଳିଜାଈରୁ […]

  • Monday, 19 July 2021
cm
ନୀତି ଆୟୋଗ ବୈଠକରେ ଯୋଗ ଦେବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ଦିଲ୍ଲୀରେ ବସିବାକୁ ଥିବା ନୀତି ଆୟୋଗର ଗଭର୍ଣ୍ଣିଂ କାଉନ୍ସିଲ୍ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ନାହିଁ । ନିକଟରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ବିବାଦ ବଢ଼ିଥିବା ବେଳେ ନବୀନ ଯୋଗ ନ ଦେବାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ନବୀନଙ୍କ ଏଭଳି ଆଭିମୁଖ୍ୟକୁ ବିରୋଧୀ କଡ଼ା ସମାଲୋଚନା କରିଛନ୍ତି। ତେବେ ବୈଠକରେ ଆଲୋଚନା ହେବାକୁ ଥିବା ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ତାର ଆଭିମୁଖ୍ୟ ଲିଖିତ ଆକାରରେ ନୀତି ଆୟୋଗକୁ ଅବଗତ କରିଥିବା ଜଣାପଡ଼ିଛି। […]

  • Monday, 19 July 2021
bjp
ରତ୍ନଭଣ୍ଡାର ଚାବି ବିବାଦ: ସିଂହଦ୍ୱାର ସମ୍ମୁଖରେ ବିଜେପିର ଜନ ସତ୍ୟାଗ୍ରହ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଓ ମିଳିବା ପ୍ରସଙ୍ଗକୁ ନେଇ ଶନିବାର ସନ୍ଧ୍ୟାରେ ବିଜେପି ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ଜନ ସତ୍ୟାଗ୍ରହ ଆରମ୍ଭ କରାଯାଇଛି। ରତ୍ନଭଣ୍ଡାରର ଅସଲି ଚାବି ହଜିବା ଘଟଣାରେ ଏତଲା ନ ରଖାଯିବା, ନକଲି ଚାବି ମିଳିବା ଘଟଣାରେ ସରକାରଙ୍କ ଦାୟିତ୍ୱହୀନତାକୁ ଦାୟୀ କରିବା ସହ ଦୋଷୀ ଜିଲ୍ଲାପାଳଙ୍କୁ ଗିରଫ କରିବା ପାଇଁ ଦାବି କରିଛି ବିଜେପି।

  • Monday, 19 July 2021
ratna vandara chabi
ତୁଟୁନି ଚାବି ବିବାଦ: ନକଲି ଚାବିରେ ଭଣ୍ଡାର ଖୋଲିବାକୁ ସେବାୟତଙ୍କ ଦାବି, ନିରଞ୍ଜନ କହିଲେ ଅଡିଟ୍ ହେଉ

ପୁରୀ: ରତ୍ନଭଣ୍ଡାରର ନକଲି ଚାବିକୁ ନେଇ ବିବାଦ ବଢୁଥିବା ବେଳେ ସେଇ ଚାବିରେ ଭଣ୍ଡାର ଖୋଲିବାକୁ ଦାବି ଜୋର ଧରିଛି। ମିଳିଥିବା ଚାବିରେ ରତ୍ନଭଣ୍ଡାର ଖୋଲାଯାଉ ବୋଲି ଦଇତାପତି ନିଯୋଗ ଓ ମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ଆଜି ଦାବି କରିଛନ୍ତି। ଏଥିସହିତ ଅଳଙ୍କାର ସୁରକ୍ଷିତ ଅଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ସାର୍ବଜନୀନ ଭାବେ ଘୋଷଣା କରୁ ବୋଲି ସେମାନେ କହିଛନ୍ତି। ୧୯୭୮ରେ ପ୍ରସ୍ତୁତ ଅଳଙ୍କାର ତାଲିକା ସହ ବର୍ତ୍ତମାନର ଅଳଙ୍କାର ତାଲିକାକୁ ମେଳ କରିବା […]

  • Monday, 19 July 2021
rain in odisha
ଘଡ଼ଘଡ଼ି ସହ ପବନ ଓ ବର୍ଷା ହେବା ନେଇ ୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଆଜି ପ୍ରବଳ ପବନ ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ୱର, କେନ୍ଦୁଝର, ଯାଜପୁର, ଜଗତସିଂହପୁର, କଟକ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି। ଏହି ୮ ଜିଲ୍ଲାବାସୀଙ୍କୁ ରାତି ୭ଟା ୪୫ ମଧ୍ୟରେ ସତର୍କ ରହିବାକୁ ପରାମର୍ଶ  ଦେଇଛି ପାଣିପାଗ ବିଭାଗ। କାରଣ ଏହିସବୁ ଜିଲ୍ଲାରେ ଆଜି […]

  • Monday, 19 July 2021