ନୂଆଦିଲ୍ଲୀ : ଆଧାର-ପାନ ଲିଙ୍କ ଅବଧିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ଆଧାର କାର୍ଡ ସହ ପାନ କାର୍ଡ ଲିଙ୍କ କରିବାର ଶେଷ ତାରିଖ ଆସନ୍ତାକାଲି ଅର୍ଥାତ ୨୦୧୯ ଡିସେମ୍ବର ୩୧ ତାରିଖ ରହିଥିଲା। ତେବେ ଏହାକୁ ଆଜି ସନ୍ଧ୍ୟାରେ ୨୦୨୦ ମାର୍ଚ୍ଚ ୩୧ ତାରିଖ ଯାଏ ବୃଦ୍ଧି କରାଯାଇଛି। ଏନେଇ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ(ସିବିଡିଟି) ପକ୍ଷରୁ ଆଜି ସୂଚନା ଦିଆଯାଇଛି। କେନ୍ଦ୍ର ସରକାର ଏହାକୁ ମିଶାଇ ତୃତୀୟ ଥର ପାଇଁ ଆଧାର କାର୍ଡ […]
ଭୁବନେଶ୍ୱର : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପାରିପାଶ୍ୱିର୍କ ବିକାଶ ତଥା ପୁରୀକୁ ହେରିଟେଜ୍ କରିଡର କରିବା ନିମନ୍ତେ ଚୂଡ଼ାନ୍ତ ଡିଜାଇନ୍ ( ସ୍ଥାପତ୍ୟ ଯୋଜନା) ସମ୍ପର୍କରେ ମତାମତ ଦେବାକୁ ରାଜ୍ୟ ସରକାର ସର୍ବସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀ ଜଗନ୍ନାଥ ହେରିଟେଜ୍ କରିଡର ଚିଠା ଆର୍କିଟେକଚରାଲ୍ ପ୍ଲାନକୁ ଲୋକାର୍ପିତ କରିଥିଲେ। ଏହି ଆର୍କିଟେକଚରାଲ ପ୍ଲାନ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଜାନୁୟାରୀ ୧୫ ତାରିଖ ସୁଦ୍ଧା ମତାମତ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆଜି […]
କାକଟପୁର: ଦୀର୍ଘ ୧୮ ମାସ ପରେ ଗତକାଲି କାକଟପୁର ମା’ ମଙ୍ଗଳା ମନ୍ଦିରର ହୁଣ୍ଡି ଖୋଲିଛି । ମନ୍ଦିର ଟ୍ରଷ୍ଟ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁ ଦୀର୍ଘଦିନ ହେଲା ବନ୍ଦ ହୋଇପଡିଥିଲା ହୁଣ୍ଡି। ଦେବୋତ୍ତର କମିଶନଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ହୁଣ୍ଡି ଖୋଲାଯାଇ ଟଙ୍କା ଗଣତି କରାଯାଇଛି । ଗୋଟିଏ ହୁଣ୍ଡିରୁ ୧୧ ଲକ୍ଷ ୭୦ ହଜାର ଟଙ୍କା ଦାନ ଅର୍ଥ ମିଳିଛି । ଏହି ଦାନ ଅର୍ଥ ମଧ୍ୟରୁ ୧୨ହଜାର ଟଙ୍କାର ଅଚଳ ନୋଟ୍ ମଧ୍ୟ […]
ବାରିପଦା: ସ୍କୁଲ୍ ଛାତ୍ରାବାସରେ ୨ ଜଣ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଘଟଣାଟି ଘଟିଛି ବାରିପଦା ସାରସକଣାରେ ଥିବା ଶିଶୁ ବିଦ୍ୟା ମନ୍ଦିରରେ। ଦୁଇ ଜଣ ଛାତ୍ରଙ୍କୁ ଆଜି ସକାଳେ କେହି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ଉଭୟ ଛାତ୍ରଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି। ଛାତ୍ର ଦୁଇଜଣ ହେଲେ ସନ୍ଦୀପ୍ ହାଂସଦା ଓ ମନୋଜ ମହାନ୍ତ। ସନ୍ଦୀପ ଷଷ୍ଠ ଶ୍ରେଣୀରେ ପଢୁଥିବାବେଳେ ମନୋଜ ନବମ ଶ୍ରେଣୀର ପଢ଼ନ୍ତି। ଅଭିଯୋଗ ଅନୁଯାୟୀ, ଭୋର୍ ୪ଟା ବେଳେ […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ବାସଭବନ ପରିସରରେ ଅଗ୍ନିକାଣ୍ଡ। ୯ ଲୋକ କଲ୍ୟାଣ ମାର୍ଗରେ ଥିବା SPG ରିସେପ୍ସନ ଅଞ୍ଚଳରେ ସଂଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଅଗ୍ନିକାଣ୍ଡ ଘଟିଛି। ନିଆଁଲିଭା କାର୍ଯ୍ୟରେ ୯ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲେ । ତେବେ ଏହା ଏକ ଛୋଟ ଧରଣର ଅଗ୍ନିକାଣ୍ଡ ଥିଲା ଏବଂ ବିଦ୍ୟୁତ୍ ସଟ୍ ସର୍କିଟ୍ରୁ ନିଆଁ ଲାଗିଥିଲା ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି । ଟ୍ୱିଟ୍ରେ ସ୍ପଷ୍ଟ କରାଯାଇଛି ଯେ, ପ୍ରଧାନମନ୍ତ୍ରୀଙ୍କ ବାସଭବନ […]
ନୂଆଦିଲ୍ଲୀ: ହାୱଡ଼ା ରାଜଧାନୀ (ନୂଆଦିଲ୍ଲୀ-ହାୱଡ଼ା) ଟ୍ରେନ୍ରେ ବୋମା ଥିବା ନେଇ ଫୋନ୍ କଲ୍। ଟ୍ରେନ୍ରେ ବୋମା ଥିବା ନେଇ ଫୋନ୍ କଲ୍ ମିଳିବା ପରେ ଗାଜିଆବାଦ ଷ୍ଟେସନରେ ଟ୍ରେନ୍ଟି କିଛି ଘଣ୍ଟା ପାଇଁ ଅଟକି ରହିଥିଲା। ତେବେ ଯାଞ୍ଚ କରାଯିବା ପରେ ଟ୍ରେନ୍ଟି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା। ସୂଚନା ଅନୁସାରେ, ହାୱଡ଼ା ରାଜଧାନୀ ଟ୍ରେନ୍ରେ ବୋମା ଥିବା ଖବର ପୋଲିସ୍ କଣ୍ଟ୍ରୋଲ ରୁମ୍କୁ ମିଳିବା ପରେ ତତ୍କ୍ଷଣାତ ଏନେଇ ଆଲର୍ଟ କରାଯାଇଥିଲା। ଟ୍ରେନ୍କୁ ଗାଜିଆବାଦ ଷ୍ଟେସନରେ […]
ବ୍ରହ୍ମପୁର: ବ୍ରହ୍ମପୁର ଲାଞ୍ଜିପଲ୍ଲୀରେ ଏକ କାର୍ ଉପରକୁ ବୋମାମାଡ଼ ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆହତମାନେ ହେଉଛନ୍ତି ସୁଶାନ୍ତ ବିଶୋୟୀ, ଗୋପି ପାତ୍ର ଓ ରାଜେଶ ବିଶୋୟୀ। ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ। ସୂଚନା ଅନୁସାରେ, ଲାଞ୍ଜିପଲ୍ଲୀ ଅଞ୍ଚଳର ୫ ଜଣ ଲୋକ ଏକ କାର୍ରେ ଥାନାକୁ ଯାଉଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କ କାର୍ ଉପରକୁ ବୋମାମାଡ କରିଥିଲେ। […]
ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଜେଏମ୍ଏମ୍ ନେତା ହେମନ୍ତ ସୋରେନ ଶପଥ ଗ୍ରହଣ କରିଛନ୍ତି । ରାଞ୍ଚିର ମୋରାବାଡ଼ି ମଇଦାନରେ ଆୟୋଜିତ ସମାରୋହରେ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହାସହ ଆଲମଗିରି ଆଲମ, ସତ୍ୟାନନ୍ଦ ଭୋଗତା ଓ ରାମେଶ୍ୱର ଓରାଁ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିଭାଗ ବଣ୍ଟନ ସଂପର୍କିତ ଚୂଡ଼ାନ୍ତ ତାଲିକା ରାଜଭବନ ପଠାଯିବା ପରେ ଅନ୍ୟ ମନ୍ତ୍ରୀମାନେ ଶପଥ ନେବେ । ତେବେ […]
ନୂଆଦିଲ୍ଲୀ: ବିଗ୍-ବିଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର। ଭାରତୀୟ ସିନେମାରେ ଜୀବନ ବ୍ୟାପି ସାଧନା ପାଇଁ ଅମିତାଭ ବଚ୍ଚନଙ୍କୁ ଆଜି ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଅମିତାଭଙ୍କୁ ୫୦ତମ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ପତ୍ନୀ ତଥା ସାଂସଦ ଜୟା ବଚ୍ଚନ, ପୁଅ ଅଭିଷେକ ବଚ୍ଚନ ଯୋଗ ଦେଇଥିଲେ । The legend Amitabh Bachchan who […]
ଭୁବନେଶ୍ୱର : ଆକାଶରେ ଚାଲିଲା ଛାଇ ଆଲୁଅ ଖେଳ । ତିନି ଘଣ୍ଟାରୁ ଅଧିକ ସମୟ ଧରି ଆକାଶରେ ଆଜି ଦେଖିବାକୁ ମିଳିଛି ବିରଳ ସୂର୍ଯ୍ୟୋପରାଗ । ନୂଆଦିଲ୍ଲୀ, ଜୟପୁର, ଅହମ୍ମଦାବାଦ୍, ମୁମ୍ବାଇ, ବେଙ୍ଗାଲୁରୁ, କୋଏମ୍ବାଟୁର୍, ଚେନ୍ନାଇ ସମେତ ଅନ୍ୟ ଅଞ୍ଚଳରେ ବି ଦେଖିବାକୁ ମିଳିଛି ଏହି ମହାଜାଗତିକ ଦୃଶ୍ୟ । ମୁଖ୍ୟତଃ କର୍ଣ୍ଣାଟକ, କେରଳ ଏବଂ ତାମିଲନାଡ଼ୁରେ ବଳୟ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିଛି । ସକାଳ ୧୦ଟା ୪୭ ମିନିଟ୍ରେ ବଳୟ ସୂର୍ଯ୍ୟୋପରାଗକୁ ଦେଖିଥିଲେ ଲୋକେ। […]
ନୂଆଦିଲ୍ଲୀ : ସ୍ୱନାମଧନ୍ୟ ସାହିତ୍ୟିକ ତଥା ଲେଖକ ଗଙ୍ଗା ପ୍ରସାଦ ବିମଳଙ୍କ ପରଲୋକ ହୋଇଛି। ଶ୍ରୀଲଙ୍କାରେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ପରିବାର ସହ ବୁଲିବା ପାଇଁ ଶ୍ରୀଲଙ୍କା ଯାଇଥିବା ବେଳେ ସେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏ ନେଇ ଗଙ୍ଗା ପ୍ରସାଦଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି। ବିଳମ୍ୱିତ ରାତିରେ ତାଙ୍କର ମର ଶରୀର ଭାରତ ପହଞ୍ଚିବାର ଥିଲା। ହେଲେ ଏଯାବତ ତାଙ୍କ ମର ଶରୀର ପହଞ୍ଚିଛି କି ନାହିଁ ସେ ନେଇ ସୂଚନା ମିଳିପାରିନାହିଁ। […]
ଇସ୍ଲାମାବାଦ୍: ସାରା ବିଶ୍ୱ ଖ୍ରୀଷ୍ଟମାସ ପାଳୁଥିବାବେଳେ ପାକିସ୍ତାନ ସେନା ଭାରତର ଅନ୍ତରୀଣ ମାମଲାରେ ମୁଣ୍ଡ ଖେଳାଇବାର ଅଭ୍ୟାସ ବନ୍ଦ କରିନି। ଏହି ଅବସରରେ ପାକିସ୍ତାନ ସେନାର ମୁଖପାତ୍ର ମେଜର ଜେନେରାଲ ଆସିଫ୍ ଗଫୁର ନିଜର ଖ୍ରୀଷ୍ଟମାସ ଶୁଭେଚ୍ଛାରେ ଓଡ଼ିଶାର ନାଁ ଉଲ୍ଲେଖ କରିଛନ୍ତି। ତେବେ ଏଭଳି ପବିତ୍ର ଅବସରରେ ହିନ୍ଦୁତ୍ୱ କଥା ଉଠାଇ ସେ ବିବାଦ ସୃଷ୍ଟି କରିବାର ଉଦ୍ୟମ କରିଛନ୍ତି। ସେ ନିଜ ବ୍ୟକ୍ତିଗତ ଆକାଉଣ୍ଟରୁ ଏକ ଟ୍ୱିଟ୍ କରି କହିଛନ୍ତି, “ପାକିସ୍ତାନ ଏବଂ ବିଶ୍ୱର […]
ନୂଆଦିଲ୍ଲୀ : NPR ବୁଝାଇବାକୁ ଯାଇ ଓଡ଼ିଶାର ଉଦାହରଣ ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିଭିନ୍ନ ରାଜ୍ୟରେ ଅନ୍ୟ ରାଜ୍ୟର ବହୁ ଲୋକ ବସବାସ କରୁଛନ୍ତି। ଗୁଜରାଟରେ ଓଡ଼ିଶା, ଦିଲ୍ଲୀ, ୟୁପିରୁ ଆସି ବହୁ ଲୋକ ରହୁଛନ୍ତି। ଗୁଜରାଟରେ କେତେ ଓଡ଼ିଆ ରହୁଛନ୍ତି ଜାଣିଲେ ତ କିଛି କରିହେବ । ଓଡ଼ିଆ ଲୋକଙ୍କ ସଂଖ୍ୟା ଜାଣିଲେ ସେମାନଙ୍କ ଭାଷା ପଢ଼ାଇହେବ ଏବଂ ସ୍କୁଲରେ ପଢ଼ାଇବା ବ୍ୟବସ୍ଥା କରିହେବ ବୋଲି ଅମିତ ଶାହା କହିଛନ୍ତି । […]
ବେଙ୍ଗାଲୁରୁ : ବେଙ୍ଗାଲୁରୁ ମାଡିବାଲା ଅଂଚଳରେ ଓଡ଼ିଆ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ। ଆତ୍ମହତ୍ୟା କରିଥିବା ମହିଳା ଜଣକ ହେଲେ ୩୦ ବର୍ଷୀୟା ବର୍ଷା ପ୍ରିୟଦର୍ଶିନୀ। ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ ସେ କାର୍ଯ୍ୟ କରୁଥିଲେ। ତେବେ ପାରିବାରିକ କଳହକୁ ମହିଳା ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ସାନ ଭଉଣୀଙ୍କୁ ଫୋନ ଯୋଗେ କଥାବାର୍ତ୍ତା ହୋଇଥିଲେ ବର୍ଷା ପ୍ରିୟଦର୍ଶିନୀ। କଳହ ପରେ ତାଙ୍କ ସ୍ୱାମୀ, ଶ୍ୱଶୁର ଓ ଶାଶୂ ମାଡ଼ […]
ରାଞ୍ଚି: ମହାରାଷ୍ଟ୍ର ପରେ ବିଜେପି ହାତରୁ ଗଲା ଝାଡ଼ଖଣ୍ଡ । ପୂର୍ବତନ ସହଯୋଗୀଙ୍କ ସହ ସଂପର୍କ ଛିନ୍ନ କରି ଏକାକୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେପିକୁ ଦେଖିବାକୁ ପଡ଼ିଛି ପରାଜୟର ମୁହଁ। ଏମିତିକି ମୁଖ୍ୟମନ୍ତ୍ରୀ ରଘୁବର ଦାସ ନିଜ ଆସନ ବଞ୍ଚାଇ ପାରିନାହାନ୍ତି। ଏପଟେ କଂପୁଛି ଜେଏମ୍ଏମ୍, କଂଗ୍ରେସ ଓ ଆର୍ଜେଡି ଶିବିର। ବାଜା, ବାଣ ଓ ମିଠା ବଣ୍ଟନ ଭିତରେ ବିଜୟ ଉତ୍ସବ ପାଳିଛନ୍ତି ଦଳୀୟ କର୍ମୀ। ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ନେତା ହେମନ୍ତ ସୋରେନ ହେବାକୁ […]