କେନ୍ଦ୍ରାପଡା : କେନ୍ଦ୍ରାପଡା ରାଜନଗରରେ କୂଳ ଲଂଘୁଛି ବ୍ରାହ୍ମଣୀ। ବାରମ୍ବାର ଅତଡା ଖାଇ ଗାଁକୁ ଛୁଇଁଲାଣି। ଗୋବର୍ଦ୍ଧନପୁର, ଜୁନଗଡି, କ୍ଷୀରକୋଟ ଓ ରାଜଗଡ ବ୍ରାହ୍ମଣୀର ସୁଅରେ ଲୀନ ହୋଇଯିବା ଆଶଙ୍କା। ବର୍ଷା ଆରମ୍ଭରୁ ଏଭଳି ସ୍ଥିତି ନଇ କୂଳିଆବାସୀଙ୍କୁ ଆତଙ୍କିତ କରିଛି। ସେପଟେ ପ୍ରତିବର୍ଷ ଭଳି ଏଥର ମଧ୍ୟ କୁମ୍ଭୀର ଭୟ। ପୂର୍ବରୁ ବନ୍ୟାରେ ଘରଡିହ ହରାଇଛନ୍ତି ଲୋକେ। ଆଡିବନ୍ଧ ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନକୁ ଗୁହାରି କରିଛନ୍ତି, ହେଲେ କିଛି ଉତ୍ତର ମିଳିନାହିଁ। କିନ୍ତୁ ଏଥର […]
ପୁରୀ : ଆଜି ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କର ଘଣାଲାଗି ଗୁପ୍ତ ସେବା କରାଯାଉଛି। ଏହି ବିଶେଷ ନୀତିରେ ସୁଦୁ ସୁଆରଙ୍କ ଘରେ ପ୍ରସ୍ତୁତ କରାଯାଇଥିବା ଖଳିପ୍ରସାଦ ଶ୍ରୀମନ୍ଦିରକୁ ବିଜେ କରିବା ପରେ ଦଇତାପତି ସେବାୟତମାନେ ଶ୍ରୀଜିଉଙ୍କ ଶରୀରରେ ଦିବ୍ୟଲେପନ କରିବେ। ଚନ୍ଦନ, କର୍ପୁର, କସ୍ତୁରୀ ମିଶ୍ରିତ ଖଳିକୁ ସୁଦୁସୁଆର ସେବାୟତଙ୍କ ଘରୁ ଶ୍ରୀମନ୍ଦିରକୁ ବିଜେ କରାଯିବାର ବିଧିବିଧାନ ରହିଛି। ଶ୍ରୀମନ୍ଦିରରୁ ଆସିଥିବା କାହାଳୀ ବାଜିବା ସହ ପାଟପଟୁଆରରେ ଏହି ପବିତ୍ର ଖଳିପ୍ରସାଦ ବିଜେ କରାଯାଇଥାଏ।
ତେହରିନ: ପାଗଳ ଟ୍ରମ୍ପ ଇରାନର ହିରୋ କାସିମ ସୁଲେମାନୀଙ୍କୁ ମାରି ଭାବନି ଯେ, ସବୁ କିଛି ଶେଷ ହୋଇଗଲା। ଏବେ ଠୁ ଆରମ୍ଭ ହେଲା ଆମେରିକାର କଳା ଦିନ। ଇରାନର ମେଜର ଜେନେରାଲ କାସିମ ସୁଲେମାନୀଙ୍କୁ ରବିବାର କବର ଦେବା ପରେ ଆଜି ଇରାନବାସୀ ଏକାଠି ଆମେରିକାକୁ ଏଭଳି ବାର୍ତ୍ତା ଦେଇଛନ୍ତି। ସୁଲେମାନୀଙ୍କ ଝିଅ ଜେଇନବ ସୁଲେମାନୀ ନିଜ ବାପାଙ୍କ ମୃତ୍ୟୁ ଅବସରରେ ଏକାଠି ହୋଇଥିବା ଇରାନବାସୀଙ୍କୁ ଉଦବୋଧନ ଦେବାକୁ ଯାଇ ଏହା କହିଛନ୍ତି। ଏହି ସମାରୋହରେ […]
ନୂଆଦିଲ୍ଲୀ : ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍ ରାଙ୍କିଂରେ ପୁଣି ତଳକୁ ଖସିଲା ଓଡ଼ିଶା। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଥିବା ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍ ତାଲିକାରେ ୨୦୧୭ ବର୍ଷ ପାଇଁ ଓଡ଼ିଶା ଚତୁର୍ଦ୍ଦଶ ସ୍ଥାନରେ ରହିଛି। ତାଲିକାର ପ୍ରଥମ ସ୍ଥାନରେ ଆନ୍ଧ୍ର ପ୍ରଦେଶ ଥିବା ବେଳେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ତେଲେଙ୍ଗାନା। ୨୦୧୫ ମସିହାରେ ଓଡ଼ିଶା ୫୨ ପ୍ରତିଶତ ସ୍କୋର୍ ସହ ସପ୍ତମ ସ୍ଥାନରେ ଥିବା ବେଳେ ୨୦୧୬ରେ […]
ଭୁବନେଶ୍ୱର : ଓଟିଭି ପ୍ରଭାବ। ଖୋର୍ଦ୍ଧା ଅବକାରୀ ବିଭାଗ କାର୍ଯ୍ୟାଳୟ ପରିସରରେ ବ୍ରାଉନସୁଗର ସେବନ ଓ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଦ୍ୱାରା ମାଫିଆଙ୍କ ସହିତ ମୂଲଚାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ। ବିଭାଗୀୟ କନ୍ଷ୍ଟେବଲ ବିଶ୍ୱମ୍ଭର ବିଶ୍ୱାଳଙ୍କୁ ନିଲମ୍ବିତ କରାଯାଇଛି। ଭୁବନେଶ୍ୱର ଏଡିଏମ୍ ମାନସ ରଂଜନ ସାମଲ ଓ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ଖୋର୍ଦ୍ଧାର ଅବକାରୀ କାର୍ଯ୍ୟାଳୟକୁ ଯାଇ ତଦନ୍ତ କରିଛନ୍ତି। ଅବକାରୀ ଅଫିସରେ ଡ୍ରଗ୍ସ ସେବନର ଖବର ଓଟିଭିରେ ପ୍ରସାରଣ ହେବା ପରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଆଉ […]
ମୁମ୍ବାଇ : ଲଗାଣ ବର୍ଷାରେ ବେହାଲ ମୁମ୍ବାଇ । ଲଗାତର ଚତୁର୍ଥ ଦିନ ପାଇଁ ବର୍ଷା ଜାରି ରହିଥିବାବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଚାରିଆଡେ ପାଣି ହିଁ ପାଣି। ରାସ୍ତା ଘାଟ, ଜାତୀୟ ରଜାପଥ, ଟ୍ରେନ ଲାଇନ୍ ସବୁଠି ସମାନ ଅବସ୍ଥା । କେଉଁଠି ପାଣି ଯୋଗୁଁ ବିଚ୍ ରାସ୍ତାରେ ଗାଡି ମଟର ଅଟକି ରହିଛି ତ କେଉଁଠି ଅଣ୍ଟେ ପାଣିରେ ଲୋକେ ପାର ହେଉଛନ୍ତି। ଲଗାତର ଚାରିଦିନର ଲଗାଣ ବର୍ଷା ପରେ ଦାଦର, […]
ବ୍ୟାଙ୍କକ୍ : ଥାଇଲାଣ୍ଡ ଗୁମ୍ଫାରେ ଫସି ରହିଥିବା ୧୨ କିଶୋର ଫୁଟବଲ ଖେଳାଳି ଏବଂ କୋଚ୍ ଉଦ୍ଧାର। ସମସ୍ତଙ୍କୁ ସଫଳତାର ସହ ଉଦ୍ଧାର କଲେ ଉଦ୍ଧାରକାରୀ ଟିମ୍। ସୂଚନା ଯେ, ଗତ ୨୩ ତାରିଖରେ ଉତ୍ତର ଥାଇଲାଣ୍ଡର ୧୨ ଜଣ ଫୁଟବଲ ଖେଳାଳି ସେମାନଙ୍କ କୋଚ୍ଙ୍କ ସହ ଉତ୍ସୁକତାର ସହ ଗୁମ୍ଫାରେ ପଶିଥିଲେ। ତେବେ ପ୍ରବଳ ବର୍ଷାରେ ଗୁମ୍ଫାରେ ପାଣି ପଶିଯିବାରୁ ଏହି ଖେଳାଳିମାନେ ବାଟ ଭୁଲି ତା ଭିତରେ ଫସି ଯାଇଥିଲେ। ପରେ ଏମାନଙ୍କୁ ବହୁ […]
ଭୁବନେଶ୍ୱର : ଲୋକାୟୁକ୍ତ ନିଯୁକ୍ତି ନେଇ ଓଡ଼ିଶାକୁ ୨ ମାସ ସମୟ ଦେଲେ ସୁପ୍ରିମକୋର୍ଟ । ଆଜି ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଓଡ଼ିଶା ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି । ଲୋକାୟୁକ୍ତ ନେଇ ଗେଜେଟ ନୋଟିଫିକେସନ ବିଷୟ ଜଣାଇଲେ। ତେବେ ସତ୍ୟପାଠ ଦାଖଲ ପରେ ଓଡ଼ିଶାକୁ ସମୟ ଦେଲେ କୋର୍ଟ । ୨ ମାସ ମଧ୍ୟରେ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କିଛି ଦିନ ତଳେ ସର୍ଚ୍ଚ କମିଟି ଗଠନ ନେଇ ଏକ […]
ଗୌହାଟୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ବର୍ଷା କାରଣରୁ ବାତିଲ ହୋଇଛି। ରବିବାର ଏଠାକାର ବର୍ଷାପଡ଼ା କ୍ରିକେଟ୍ ଷ୍ଟାଡିୟମରେ ଟସ୍ ପରେ ଗୋଟିଏ ବି ବଲ୍ ପଡ଼ିବା ପୂର୍ବରୁ ମ୍ୟାଚକୁ ବାତିଲ କରିଦିଆଯାଇଛି। ଟସ୍ ପରେ ଲଗାତର ବର୍ଷା କାରଣରୁ ମ୍ୟାଚ୍ ଆରମ୍ଭ ହୋଇପାରିନଥିଲା। ବର୍ଷା ବନ୍ଦ ହେବା ସତ୍ତ୍ୱେ ଆଉଟ୍ ଫିଲ୍ଡ ଓ ପିଚ୍ ଓଦା ରହିବା କାରଣରୁ ଅମ୍ପାୟାର ଶେଷରେ ମ୍ୟାଚକୁ ବାତିଲ କରିବାକୁ ନିଷ୍ପତ୍ତି […]
ନୂଆଦିଲ୍ଲୀ: ଆଜି ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ) ପରିସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏବଂ ବାମପନ୍ଥୀ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ଦେଖିବାକୁ ମିଳିଛି। ଉଭୟ ଗୋଷ୍ଠୀ ପରସ୍ପରକୁ ପ୍ରଥମେ ଆକ୍ରମଣ କରିଥିବା ଦୋଷ ଦେଇଛନ୍ତି। ଏହି ଘଟଣାରେ ଜେଏନ୍ୟୁଏସ୍ୟୁ ସଭାପତି ଆଇଶି ଘୋଷ ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ଉପରେ କରାଯାଇଥିବା ଆକ୍ରମଣ ପଛରେ ଏବିଭିପି ଅଛି ବୋଲି ବାମପନ୍ଥୀ ଛାତ୍ରଗୋଷ୍ଠୀଙ୍କ ପକ୍ଷରୁ ଅଭିଯୋଗ ଅଣାଯାଇଛି। ଘୋଷଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଛି। ଏହି […]
ଇସ୍ଲାମାବାଦ୍ : ପାକିସ୍ତାନରେ ଶିଖ୍ ଯୁବକଙ୍କୁ ହତ୍ୟା । ପାକିସ୍ତାନର ପେଶାଓ୍ୱରରେ ଶିଖ୍ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ପାକ୍ରେ ଗୁରୁଦ୍ୱାର ଉପରେ ଆକ୍ରମଣର ୨ ଦିନ ପରେ ଏଭଳି ବର୍ବରତା ଦେଖିବାକୁ ମିଳିଛି । ଗୁଳି କରି ହତ୍ୟା ପରେ ଅଜ୍ଞାତ ବ୍ୟକ୍ତି ଫେରାର ହୋଇଯାଇଛି । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ମୃତ ଯୁବକଙ୍କ ଭାଇ ପାକିସ୍ତାନର ଜଣେ ଜଣାଶୁଣା ସାମ୍ବାଦିକ ବୋଲି ଜଣାପଡିଛି । ସେପଟେ ଘଟଣାକୁ […]
ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ ଦ୍ୱିତୀୟ କଟ୍ଅଫ୍ ମାର୍କ ତାଲିକା। ବିଜ୍ଞାନରେ ରେଭେନ୍ସା ଜୁନିଅର କଲେଜ ସର୍ବାଧିକ ୮୭.୮୩ ପ୍ରତିଶତ କଟ୍ଅଫ୍ ମାର୍କ ରହିଛି। ସେହିପରି କଳାରେ ଶୈଳବାଳା ମହିଳା ଜୁନିଅର କଲେଜ ସର୍ବାଧିକ ୭୮.୬୭ ପ୍ରତିଶତ ଏବଂ ବାଣିଜ୍ୟରେ ଭୁବନ ମହିଳା ଜୁନିଅର କଲେଜ ସର୍ବାଧିକ ୮୦ପ୍ରତିଶତ କଟ୍ଅଫ୍ ମାର୍କ ରହିଛି। ମନୋନୀତ ଛାତ୍ରଛାତ୍ରୀ ଆସନ୍ତା ୧୧ ଏବଂ ୧୨ ତାରିଖରେ ଆଡ୍ମିଶନ୍ କରିପାରିବେ। ତେବେ ଜୁଲାଇ ୧୬ରେ ସ୍ପଟ୍ ମେରିଟ୍ ଲିଷ୍ଟ ବାହାରିବ। […]
ଭୁବନେଶ୍ୱର: ଶେଷରେ ସୁସ୍ଥ ହୋଇ ଘରକୁ ଫେରିଲେ ଅଭିନେତା ପପୁ ପମ୍ପମ୍। ଅସୁସ୍ଥତା ପାଇଁ ଦିଲ୍ଲୀ ଏମ୍ସରେ ସେ ଚିକିତ୍ସାଧୀନ ଥିଲେ। ଗତ କିଛିଦିନ ତଳେ ପପୁ ICUରୁ ଜେନେରାଲ ୱାର୍ଡ଼କୁ ସ୍ଥାନାନ୍ତର ହୋଇଥିଲେ। ୧୫ ଦିନ ଭିତରେ ପପୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ନେଇ ଡାକ୍ତର କହିଥିବା ପପୁଙ୍କ ସଂପର୍କୀୟ ପୂର୍ବରୁ ସୂଚନା ଦେଇଥିଲେ। ସୂଚନାଥାଉ କି, ପପୁ ଅସୁସ୍ଥ ହେବାପରେ ତାଙ୍କ ମୃତ୍ୟୁ ଖବରକୁ ନେଇ ସୋସିଆଲ ମିଡ଼ିଆରେ ଗୁଜବ ପ୍ରଚାର ହୋଇଥିଲା। ତେବେ […]
ସୋର: ଘର କବାଟ ଭାଙ୍ଗି ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଗତ ୮ ତାରିଖ ରାତିରେ ସୋର ଅଞ୍ଚଳରେ ଜଣେ ୧୩ ବର୍ଷର ନାବାଳିକା ତାଙ୍କ ଘରେ ଜେଜେମାଆଙ୍କ ପାଖରେ ଶୋଇଥିଲେ। ରାତିରେ ସେହି ଗାଁର ସୁବାସ ଦାସ ନାମକ ଜଣେ ଯୁବକ ନାବାଳିକା ଶୋଇଥିବା ଘର କବାଟ ଭାଙ୍ଗି ପଶିଥିଲେ। ଏମିତିକି ନାବାଳିକାର ପାଟିରେ କପଡା ବାନ୍ଧି […]
ପୁରୀ: ପୁଣି ଷ୍ଟେସନରେ ବଗିକୁ ଛାଡ଼ି ଚାଲିଗଲା ଇଞ୍ଜିନ୍। ଆଉ ୫ କିଲୋମିଟର ଗଡ଼ିଗଲା ଇଞ୍ଜିନ୍। ପୁରୀ ଷ୍ଟେସନ୍ରେ ପୁରୀ-କଟକ ପାସେଞ୍ଜର ଟ୍ରେନ ୩ଟି ବଗିକୁ ଛାଡ଼ି ପ୍ରାୟ ୫ କିଲୋମିଟର ଚାଲିଯାଇଥିଲା। ଏହା ଜଣାପଡ଼ିବା ପରେ ପୁଣି ପଛକୁ ଫେରିଥିଲା ଟ୍ରେନ୍। ଫଳରେ ଏକ ବଡ଼ଧରଣ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ସୂଚନାଥାଉ କି, ଗତ ଏପ୍ରିଲ ୭ ତାରିଖରେ ରାତି ପ୍ରାୟ ୧୦ଟା ୫ ମିନିଟ୍ରେ ଟିଟିଲାଗଡ଼ ଷ୍ଟେସନ୍ରେ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍ର ଇଞ୍ଜିନ […]