• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

srimandir
ଶ୍ରୀମନ୍ଦିର ସଂସ୍କାର ପରିଚାଳନା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ

ଭୁବନେଶ୍ୱର : ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶକୁ ନେଇ ସେବାୟତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକଙ୍କ ତୀବ୍ର ପ୍ରତିକ୍ରିୟା। ବିଶେଷ କରି ମନ୍ଦିର ଭିତରକୁ ଅଣ ହିନ୍ଦୁ ପ୍ରବେଶକୁ ନେଇ ସର୍ବୋଚ୍ଚ ଅଦାଲତ ଦେଇଥିବା ପରାମର୍ଶକୁ ସହଜରେ ଗ୍ରହଣ କରିପାରନାହାନ୍ତି ସେବାୟତ ଓ ଗବେଷକ। ଗତକାଲି ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ମନ୍ଦିରରେ ଅଣ ହିନ୍ଦୁଙ୍କ ପ୍ରବେଶ ପ୍ରସଙ୍ଗ ଉଠାଇଥିଲେ। ଧର୍ମ ନିର୍ବିଶେଷରେ ଯେ କୌଣସି ବ୍ୟକ୍ତି ଯେଭଳି ଶ୍ରୀମନ୍ଦିରକୁ ପ୍ରବେଶ […]

  • Monday, 19 July 2021
court
ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ବିଜେପି

ଭୁବନେଶ୍ୱର : ଶ୍ରୀମନ୍ଦିରର ବହୁଚର୍ଚ୍ଚିତ ରତ୍ନଭଣ୍ଡାର ଚାବି ହଜିବା ଘଟଣା ନେଇ ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ବିଜେପି। ସିବିଆଇକୁ ମାମଲାର ତଦନ୍ତଭାର ହସ୍ତାନ୍ତର କରିବାକୁ ନିବେଦନ କରି ଦଳର ଉପସଭାପତି ସମୀର ମହାନ୍ତି ହାଇକୋର୍ଟରେ ଏକ ପିଟିସନ୍ ଦାଖଲ କରିଛନ୍ତି। ଯେଉଁଥିରେ ମୁଖ୍ୟ ଶାସନ ସଚିବ, ଗୃହସଚିବ, ଡିଜିପି, କେନ୍ଦ୍ରାଞ୍ଚଳ ଆଇଜି, ସିବିଆଇ, ପୁରୀ ଏସ୍‌ପି ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଥିବା ସୂଚନା ଦେଇଛନ୍ତି ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ। ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ […]

  • Monday, 19 July 2021
onion
ଆସନ୍ତା ୧୦/୧୫ ଦିନ ଭିତରେ କମିବ ପିଆଜ ଦର

ଭୁବନେଶ୍ୱର : ଆସନ୍ତା ୧୦ରୁ୧୫ ଦିନ ଭିତରେ କମିବ ପିଆଜ ଦର। ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି। ସେହିଭଳି ଦର ନିୟନ୍ତ୍ରଣ ପାଇଁ ପିଆଜ ବିକ୍ରିରେ କଣ୍ଟ୍ରୋଲ ଅର୍ଡର ଲାଗୁ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କଟକରେ ୫୦୦ କ୍ୱିଣ୍ଟାଲରୁ ଅଧିକ ପିଆଜ ରଖି ପାରିବେନି ବ୍ୟବସାୟୀ। ଭୁବନେଶ୍ୱର, ପୁରୀ ଓ ସମ୍ବଲପୁର ବ୍ୟବସାୟୀ ସର୍ବାଧିକ ୩୫୦ କ୍ୱିଣ୍ଟାଲ ରଖିପାରିବେ। ରାଉରକେଲା, ବ୍ରହ୍ମପୁର ବ୍ୟବସାୟୀଙ୍କ ପାଇଁ ବି ୩୫୦ କ୍ୱିଣ୍ଚାଲ ଧାର୍ଯ୍ୟ […]

  • Monday, 19 July 2021
pak
'ପାକିସ୍ତାନ ନିଜେ ଆତ୍ମ ଧ୍ୱଂସକାରୀ ବାଟରେ'

ନୂଆଦିଲ୍ଲୀ : ପାକିସ୍ତାନକୁ ନିୟନ୍ତ୍ରଣ କରିବା ଦରକାର ନାହିଁ, ଏହି ଦେଶ ନିଜେ ଧ୍ୱଂସ ହେବା ରାସ୍ତାରେ ଆଗେଇ ଚାଲିଛି ବୋଲି ସେନାଧ୍ୟକ୍ଷ ବିପିନ ରାୱତ କହିଛନ୍ତି। ଜେନେରାଲ ରାୱତ କହିଛନ୍ତି, ପାକିସ୍ତାନ ନିଜେ ନିଜେ ଏବେ ନିୟନ୍ତ୍ରଣରୁ ବାହାରକୁ ଯିବା ଆରମ୍ଭ କରିଛି। ସେ ଆହୁରି ମଧ୍ୟ କହିଛନ୍ତି, “ପାକିସ୍ତାନ ନିଜେ ଧୀରେ ଧୀରେ ନିୟନ୍ତ୍ରଣ ହରାଇବା ଆରମ୍ଭ କରିଛି। ବୋଧହୁଏ ଆମକୁ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିବନି। ଏହା ଆତ୍ମଧ୍ୱଂସକାରୀ ମୋଡ୍‌ରେ ଅଛି।” ଧାରା […]

  • Monday, 19 July 2021
tito house
ଗ୍ୟାଙ୍ଗଷ୍ଟର ଟିଟୋ ଘରେ କ୍ରାଇମ୍‌ବ୍ରାଞ୍ଚର ଚଢ଼ାଉ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଗ୍ୟାଙ୍ଗଷ୍ଟର ଟିଟୋର ଦିଲାଓ୍ୱରପୁର ଗାଁରେ ଥିବା ଘରେ କ୍ରାଇମ୍‌ବ୍ରାଞ୍ଚ ଓ ଜିଲ୍ଲା ପୋଲିସ ମିଳିତ ଭାବେ ଚଢ଼ାଉ କରିଛନ୍ତି। ଚଢ଼ାଉ ବେଳେ ସୁରକ୍ଷା ଦୃଷ୍ଟିରୁ ୫ ପ୍ଲାଟୁନ  ଫୋର୍ସ ମୁତୟନ କରାଯାଇଛି। ଏହାସହ  ଟିଟୋର ଭାଇ ଓ ସହଯୋଗୀଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଛି। ଅଣ୍ଡରଓ୍ୱାର୍ଲ୍ଡା ଲିଙ୍କ୍‌ ଓ ଟେଣ୍ଡର ମାଫିଆ କାରବାର ଲିଙ୍କରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ […]

  • Monday, 19 July 2021
UP
ଟପିଗଲା ଅମାନୁଷିକତା; ଦିନ ଦ୍ୱିପ୍ରହରରେ ମହିଳାଙ୍କୁ ଏମିତି...

ଉନ୍ନାଓ: ଦିନକୁ ଦିନ ଟପିଯାଉଛି ଅମାନୁଷିକତା… ଆଉ ହଜି ଯାଉଛି ମାନବିକତା। ଦିନ ଦ୍ୱିପ୍ରହରରେ ମହିଳାଙ୍କ ସହ ଦୁର୍ବ୍ୟବହାର। ଖାଲି ଦୁର୍ବ୍ୟବହାର ନୁହେଁ ତା’ ସାଙ୍ଗକୁ ଟଣାଓଟରା, ଗାଳି ଗୁଳଜ ଏବଂ ଅକଥନୀୟ ଅତ୍ୟାଚାର। ଏଭଳି କିଛି ଘଟଣା ସମୟର ଭିଡିଓ ଏବେ ଭାଇରାଲ ହୋଇଛି। ସୂଚନା ଅନୁସାରେ, ଉତ୍ତରପ୍ରଦେଶ ଉନ୍ନାଓ ଅଞ୍ଚଳର ଏହି ଭିଡିଓକୁ ସ୍ଥାନୀୟ କିଛି ଯୁବକ ଉତ୍ତୋଳନ କରିଥିବା ଜଣାପଡ଼ିଛି। ଉନ୍ନାଓର ଗଙ୍ଗାଘାଟ ଗାଁର ଜଣେ ମହିଳାଙ୍କୁ କିଛି ଯୁବକ ତାଙ୍କୁ ଘରୁ […]

  • Monday, 19 July 2021
baripada
ବ୍ରେକ୍‌ ଫେଲ୍ ହୋଇ ପଥରରେ ପିଟି ହେଲା ବସ୍‌, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ରାଇରଙ୍ଗପୁର: ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବସ୍। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟି ନିକଟରେ ଏହି ଦୁର୍ଘଟଣା ଘଟିଛି। ବସ୍‌ଟି ବ୍ରେକ୍‌ ଫେଲ୍ ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଆଜି ସକାଳ ପ୍ରାୟ ୧୧ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ୪୦ରୁ ଅଧିକ ଯାତ୍ରୀ ବସ୍‌ରେ ରାଇରଙ୍ଗପୁରରୁ ବାରିପଦା ଅଭିମୁଖେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ବ୍ରେକ୍‌ ଫେଲ୍ ଯୋଗୁଁ ବସ୍‌ଟି ପଥରରେ ପିଟି ହୋଇ ରହି […]

  • Monday, 19 July 2021
attack on cm convoy
ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଟମାଟୋ ମାଡ଼

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଡି ଉପରକୁ ଟମାଟୋ ମାଡ଼। ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଯୋଗ ଦେବା ଲାଗି ମୁଖ୍ୟମନ୍ତ୍ରୀ ଆଜି ପୁରୀ ଯାଉଥିବା ସମୟରେ ତାଙ୍କ ଗାଡ଼ି ଉପରକୁ ଟମାଟୋ ମାଡ଼ ହୋଇଛି। ସୂଚନା ଅନୁସାରେ, ଚକ୍ରତୀର୍ଥ ରୋଡ୍ ଆରଟିଓ ଅଫିସ୍ ଆଗରେ ଟମାଟୋ ମାଡ଼ ହୋଇଥିବା ଜଣାପଡ଼ିଛି। ଏଥିସହ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା। ସୂଚନାଥାଉ କି, ପୂର୍ବରୁ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ମଧ୍ୟ ହୋଇଛି। ସେହିପରି […]

  • Monday, 19 July 2021
keonjhar..
ଶାଶୁକୁ ପନିକିରେ ହାଣିଲା ବୋହୂ

କେନ୍ଦୁଝର: ଶାଶୁକୁ ପନିକିରେ ହାଣିଲା ବୋହୂ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସିରିଗିଡ଼ା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ ଏଭଳି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି। ସୂଚନା ଅନୁସାରେ, ଶାଶୁ ଜେମାମଣୀ ମହାନ୍ତ ନିଜ ନାତିକୁ ଖୁଆଉ ଥିଲେ। ତଳେ ପଡିଥିବା ଖାଦ୍ୟ କାହିଁକି ଖୁଆଉଛ କହି ବୋହୂ ଶାଶୁଙ୍କୁ ବାରଣ କରିଥିଲେ। ଫଳରେ ଏହାକୁ ନେଇ ଝଗଡ଼ା ସୃଷ୍ଟି ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବୋହୂ ଶାଶୁଙ୍କ ଉପରକୁ ଆକ୍ରମଣ […]

  • Monday, 19 July 2021
jamia-1
ଜାମିଆ ହିଂସା ମାମଲାର ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ : ଜାମିଆ ହିଂସା ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ମାମଲାର ଶୁଣାଣି ପାଇଁ ହାଇକୋର୍ଟରେ ଆବେଦନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତିମାନେ ଏହି ପ୍ରସଙ୍ଗରେ ସଠିକ ବିଚାର କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଶୁଣାଣି ବେଳେ ସୋଲିସିଟର ଜେନେରାଲ ତୁସାର ମେହେଟ୍ଟା ଜାମିଆ ହିଂସା ପାଇଁ ଜଣେ ହେଲେ ବି ଛାତ୍ରଙ୍କୁ ଗିରଫ କରାଯାଇ ନଥିବା ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ । ନାଗରିକତା ସଂଶୋଧନ ଆଇନ୍ , […]

  • Monday, 19 July 2021
dhenkanal
ଗାଁ ସଭାପତିଙ୍କୁ ଗୁଳିମାଡ଼

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ରଞ୍ଜାଗୋଳ ଗାଁ ସଭାପତିଙ୍କୁ ଗୁଳିମାଡ଼ ଅଭିଯୋଗ। ଖଜୁରିଆକଟା ବଜାର ଛକରେ ଆଜି ସକାଳେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଗାଁ ସଭାପତି ଲିଙ୍ଗରାଜ ସାହୁ ସକାଳୁ ହାଟକୁ ଯାଇଥିବା ବେଳେ ତାଙ୍କୁ କିଛି ଦୁର୍ବୃତ୍ତ ଲୁହା ରଡ଼୍‌ରେ ପିଟିବା ସହ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ରେ ତାଙ୍କ ଦୁଇ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ […]

  • Monday, 19 July 2021
s a bobde
ନିର୍ଭୟା ଶୁଣାଣିରୁ ଓହରି ଗଲେ ସିଜେଆଇ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଏକ ଜବରଦସ୍ତ ଟ୍ୱିଷ୍ଟ ଆସିଛି। ଦୋଷୀ ସାବ୍ୟସ୍ତ ହୋଇଥିବା ଅକ୍ଷୟ କୁମାର ସିଂହ ଠାକୁର କରିଥିବା ରିଭ୍ୟୁ ପିଟିସନର ଶୁଣାଣିରୁ ହଠାତ୍‌ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସଏ ବୋବଡେ ଓହରି ଯାଇଛନ୍ତି। ଫଳରେ ଏବେ ଅକ୍ଷୟର ରିଭ୍ୟୁ ପିଟିସନର ଶୁଣାଣି ନୂଆ ଖଣ୍ଡପୀଠରେ ହେବ। ଆସନ୍ତାକାଲି ଏହି ଖଣ୍ଡପୀଠ ଗଠନ ହେବ ଏବଂ ଏହା ପରେ ଯାଇ ଶୁଣାଣି ହେବ ବୋଲି ଜଣାପଡ଼ିଛି। ଜଷ୍ଟିସ୍‌ ବୋବଡେଙ୍କ […]

  • Monday, 19 July 2021
koraput
ବିଷାକ୍ତ ଛତୁ ଖାଇ ୧୨ ଅସୁସ୍ଥ

ଜୟପୁର: ବିଷାକ୍ତ ଛତୁ ଖାଇ ୧୨ ଅସୁସ୍ଥ। କୋରାପୁଟ ଜିଲ୍ଲା ଜୟପୁରର କୁନ୍ଦାରିଗୁଡ଼ା ଓ ବାରିଣିପୁଟ୍‌ରେ ଏହି ଅଘଟଣ ଘଟିଛି। ବିଷାକ୍ତ ଛତୁ ଖାଇ କୁନ୍ଦାରିଗୁଡାରେ ୧୧ ଜଣ ଏବଂ ବାରିଣିପୁଟ୍‌ରେ ଜଣେ ଅସୁସ୍ଥ ହୋଇପଡିଛନ୍ତି। ସମସ୍ତଙ୍କୁ ଜୟପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଏଡିଏମ୍ଓ ଏବଂ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ହସ୍ପିଟାଲ ଯାଇ ଅସୁସ୍ଥଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ସୂଚନାଥାଉ କି, ଗତକାଲି ଚିଙ୍ଗୁଡ଼ି ତରକାରୀ ଖାଇ ଗୋଟିଏ ପରିବାରର ୮ ଜଣ […]

  • Monday, 19 July 2021
constable killed
କନଷ୍ଟେବଳଙ୍କୁ ଅପହରଣ କରି ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ପୁଣି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍। ଜାମ୍ମୁ-କାଶ୍ମୀରରର ସୋପିଆନ୍ ଜିଲ୍ଲାରେ ଆତଙ୍କବାଦୀ ମାନେ ଜଣେ କନଷ୍ଟେବଳଙ୍କୁ ଅପହରଣ କରି ହତ୍ୟା କରିଛନ୍ତି। ସୋପିଆନ୍‌ର ଦଙ୍ଗମରୁ ଆଜି ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। କନଷ୍ଟେବଳଙ୍କ ନାଁ ହେଉଛି ଜାଭେଦ୍ ଅହମ୍ମଦ ଦର୍‌। ଆତଙ୍କବାଦୀମାନେ ଗତକାଲି କଚ୍‌ଦୋରା ସ୍ଥିତ ଜାଭେଦ୍‌ଙ୍କ ଘର ଭିତରକୁ ବଳପୂର୍ବକ ଭାବେ ପଶି ତାଙ୍କୁ ଅପହରଣ କରିଥିଲେ। ଏହାପରେ କନଷ୍ଟେବଳଙ୍କ ପତ୍ତା ଲଗାଇବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସୂଚନାଥାଉ କି, ଗତ ଜୁନ୍‌ ମାସରେ […]

  • Monday, 19 July 2021