• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

SUICIDE
୫ ଜଣ ବେକରେ ଦଉଡ଼ି ଲଗାଇ, ଜଣେ ଛାତରୁ ଡେଇଁ ଆତ୍ମହତ୍ୟା

ଝାଡ଼ଖଣ୍ଡ : ଦିଲ୍ଲୀ ବୁରାଡି ପରେ ଏବେ ଝାଡ଼ଖଣ୍ଡର ହଜାରିବାଗରେ ଘଟିଛି ଗଣଅାତ୍ମହତ୍ୟା। ଗୋଟିଏ ପରିବାରର ସମସ୍ତେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଋଣବୋଝ ସହିନପାରି ସମସ୍ତେ ଅାତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି। ପରିବାରର ୫ ଜଣ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବାବେଳେ ଜଣେ ଛାତରୁ ଡେଇଁ ଅାତ୍ମହତ୍ୟା କରିଥିବା ଜଣାପଡିଛି।  ଘଟଣାର ତଦନ୍ତ କରୁଛି ପୋଲିସ।  

  • Monday, 19 July 2021
atanu
ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସିଇଓ ହେଲେ ଜଣେ ଓଡ଼ିଆ

ଭୁବନେଶ୍ୱର :  ଓଡ଼ିଶାକୁ ଗର୍ବିତ କଲେ ଆଉ ଜଣେ ଓଡ଼ିଆ । ଅତନୁ କୁମାର ଦାସଙ୍କୁ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ନୂଆ ସିଇଓ ପଦରେ ନିଯୁକ୍ତ କଲେ କେନ୍ଦ୍ର ସରକାର। ଆଜି ଏକ ପ୍ରେସ୍‌ ରିଲିଜ୍‌ରେ ଏଇ ସୂଚନା ଦେଇଛନ୍ତି ଭାରତ ସରକାର। ଅତନୁ କୁମାର ଦାସ ଭୁବନେଶ୍ୱରର ୟୁନିଟ୍‌ ୧ ବାଳକ ଉଚ୍ଚ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ବିଜେବି କଲେଜରେ ପଢ଼ିଥିଲେ। ତାପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇକୋନୋମିକ୍ସରେ ଏମ୍‌ଏ କରିଛନ୍ତି।  ଶ୍ରୀଯୁକ୍ତ ଦାସ ୨ ଫେବ୍ରୁଆରୀ୨୦୧୭ […]

  • Monday, 19 July 2021
rain 6
ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଫଳରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଏହି ଲଘୁଚାପ ଅାସନ୍ତା ୨୪ ଘଣ୍ଟା ମଧ୍ୟରେ ୱେଲ୍‌ ମାର୍କ ରୂପ ନେଇପାରେ। ଫଳରେ ଅାଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ଅାହୁରି ଅଧିକ ବର୍ଷା ହେବ ବୋଲି ଅାଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା। ସେହିଭଳି ଅାସନ୍ତା ୭୨ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଅାଞ୍ଚଳିକ ପାଣିପାଗ ବିଭାଗ। […]

  • Monday, 19 July 2021
juel
ବିଜୟ ମାଲ୍ୟାଙ୍କୁ ସ୍ମାର୍ଟ କହି କ୍ଷମା ମାଗିଲେ ଜୁଏଲ ଓରାମ୍

ଭୁବନେଶ୍ୱର : ଅାଦିବାସୀ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା ଲାଗି ଅଭିଭାଷଣ ଦେବା ବେଳେ ବିଜୟ ମାଲ୍ୟାଙ୍କୁ  ସ୍ମାର୍ଟ ବୋଲି କହିଥିବାରୁ କ୍ଷମା ମାଗିଲେ କେନ୍ଦ୍ର ଅାଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ୍। ଜୁଏଲ ଗତକାଲି ଏ ସମ୍ପର୍କରେ ଗଣମାଧ୍ୟକୁ ସ୍ପଷ୍ଟୀକରଣ ଦେଇ ମାଲ୍ୟାଙ୍କ ନାଁ ଭୁଲ୍‌ କ୍ରମେ ଉଚ୍ଚାରଣ କରିଥିବା କହିଛନ୍ତି। ମାଲ୍ୟାଙ୍କ ବଦଳରେ ସେ ଟାଟା, କିମ୍ବା ବିର୍ଲାଙ୍କ ନାମ ନେବା କଥା, ହେଲେ ଭୁଲ୍‌ କ୍ରମେ ସେ ମାଲ୍ୟାଙ୍କ ନାଁ ନେଇଥିବାରୁ ଏଥିପାଇଁ ସେ […]

  • Monday, 19 July 2021
baripaDA RATHA
ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ହେବ ରଥ ଟଣା

ବାରିପଦା : ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ହେବ ରଥ ଟଣା। ଆଜି ଅପରାହ୍ନରେ ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ଟଣାଯିବ। ପରମ୍ପରା ଅନୁସାରେ ଆସନ୍ତାକାଲି ଟଣାଯିବ ମହାପ୍ରଭୁ ଜଗନ୍ନାଥଙ୍କ ରଥ।  ଏଠାରେ ସୁଭଦ୍ରାଙ୍କ ରଥ କେବଳ ମହିଳାମାନେ ହିଁ ଟାଣିବାର ପରମ୍ପରା ରହିଛି। ଗତକାଲି ଛେରାପହଁରା ଓ ଦିଅଁଙ୍କ ପହଣ୍ଡି ବିଜେ ହୋଇ ସାରିଛି । ତିନି ଠାକୁର ରଥାରୁଢ ହୋଇଛନ୍ତି। ରଥ ଉପରେ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରୁଛନ୍ତି। ଆଜି ରଥଟଣା ପାଇଁ ବାରିପଦାରେ […]

  • Monday, 19 July 2021
nadighosha
ବଳଗଣ୍ଡି ଛକରୁ ପୁଣି ଟଣାଯିବ ନନ୍ଦିଘୋଷ ରଥ

ପୁରୀ : ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ଶ୍ରୀଜୀଉ। ଭାଇ ଭଉଣୀଙ୍କୁ ଧରି ନବଦିନାତ୍ମକ ଘୋଷଯାତ୍ରାରେ ଆସିଥିବା କାଳିଆ ଠାକୁର ଏବେ ରଥ ଉପରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି।  ଗତକାଲି ନୀଳକନ୍ଦରରୁ ବାହାରି ଆସିଥିବା ଚତୁର୍ଦ୍ଧା ମୂରତିଙ୍କ ତିନି ରଥ ମଧ୍ୟରୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ସୁଭଦ୍ରାଙ୍କ ଦେବଦଳନ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ସାରିଛି। ତେବେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ କିନ୍ତୁ ବଳଗଣ୍ଡି ଛକରେ ଅଟକି ଯାଇଛି। ଜଗନ୍ନାଥଙ୍କ ରଥକୁ ଭକ୍ତମାନେ ଆଜି […]

  • Monday, 19 July 2021
Sharif, Maryam
ସରିଫ୍‌ ଓ ମରିୟମ୍‌ଙ୍କୁ ଜେଲ୍‌ରେ ଦିଆଗଲା ବି-କ୍ଲାସ୍ ସୁବିଧା

ରାଓ୍ୱଲପିଣ୍ଡି : ଆସନ୍ତା ସୋମବାର ଦିନ ଦଣ୍ଡାଦେଶ ବିରୋଧରେ କୋର୍ଟରେ ଆବେଦନ କରିବେ ନୱାଜ ସରିଫ୍। ଏନେଇ ସୂଚନା ଦେଇଛନ୍ତି ସରିଫଙ୍କ ଓକିଲ ଖାଓ୍ୱାଜା ହାରିସ୍‌। ଗତକାଲି ପାକିସ୍ତାନ ପହଞ୍ଚିବା ପରେ ତାଙ୍କୁ ଗିରଫ କରିଥିଲା ପାକିସ୍ତାନ ପୋଲିସ। ନୱାଜଙ୍କ ସହ ତାଙ୍କ ଝିଅ ମରିୟମଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ।  ଉଭୟଙ୍କୁ ରାଓ୍ୱଲପିଣ୍ଡି ଆଦିଆଲା ଜେଲ୍‌ରେ ବି- କ୍ଲାସ୍ ସୁବିଧା ସୁଯୋଗ ଦିଆଯାଇଛି।  ବି-କ୍ଲାସରେ ଏସି କୋଠରୀ ଓ ଟିଭି ଦେଖିପାରିବା ଭଳି ସୁବିଧା ସୁଯୋଗ […]

  • Monday, 19 July 2021
delhi
ଗ୍ୟାରେଣ୍ଟି କାର୍ଡ ଜାରି କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଆଗକୁ ବିଧାନସଭା ନିର୍ବାଚନ । ସେଥିପାଇଁ ମାହୋଲ ସରଗରମ୍‌ । ଭୋଟରକୁ ଆପଣେଇବା ପାଇଁ ନୂଆ ତରିକା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଜାରି କରିଛନ୍ତି ଗ୍ୟାରେଣ୍ଟି କାର୍ଡ। ରାଜ୍ୟରେ କ୍ଷମତାକୁ ଆସିଲେ ୧୦ଟି କାମ ନିଶ୍ଚିତ କରିବେ ବୋଲି କେଜରିଓ୍ୱାଲ ଗ୍ୟାରେଣ୍ଟି ଦେଇଛନ୍ତି। ଦିଲ୍ଲୀବାସୀଙ୍କୁ ମାଗଣା ବିଜୁଳି ଯୋଗାଣ, ୨୪ ଘଣ୍ଟାର ପାଣି ଯୋଗାଣ, ମାଗଣା ବସ୍ ଯାତ୍ରା ଓ ପ୍ରତ୍ୟେକ ଶିଶୁଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା ଯୋଗାଇଦେବାକୁ କେଜରିଓ୍ୱାଲ ଗ୍ୟାରେଣ୍ଟି ଦେଇଛନ୍ତି। […]

  • Monday, 19 July 2021
death
୧୩ ଦିନିଆ ବିଚାର ବିଭାଗୀୟ ହାଜତରେ ଅଭିଯୁକ୍ତ ପ୍ରଶିକ୍ଷକ

ତାମିଲନାଡୁ  : ତାମିଲନାଡୁ କୋଇମ୍ବାଟୁରର ମକ୍‌ଡ୍ରିଲ୍ ବେଳେ ଛାତ୍ରୀ ମୃତ୍ୟୁ ଘଟଣାରେ ଗିରଫ ପ୍ରଶିକ୍ଷକଙ୍କୁ ୧୩ଦିନିଆ ବିଚାର ବିଭାଗ ହାଜତକୁ ନିଆଯାଇଛି। ଗତକାଲି କୋଏମ୍ବାଟୁରର କଲାଇ ମଗଲ୍ କଲେଜ୍‌ରେ ମକ୍‌ଡ୍ରିଲ୍ ଚାଲିଥିବା ବେଳେ ଦ୍ୱିତୀୟ ମହଲା ସନ୍‌ସେଡ୍‌ରୁ ଖସି ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ମୃତଛାତ୍ରୀ ଜଣକ ହେଲେ ବିବିଏ ଦ୍ୱିତୀୟ ବର୍ଷର ଛାତ୍ରୀ ଲୋକେଶ୍ୱରୀ। କଲେଜ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ଲୋକେଶ୍ୱରୀ ଛାତରୁ ଡେଇଁବାକୁ ରାଜି ହେଉନଥିବାରୁ ପ୍ରଶିକ୍ଷକ ଜଣକ ତାଙ୍କୁ ତଳକୁ ଠେଲି ଦେବା […]

  • Monday, 19 July 2021
rain 1
୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଫଳରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅାରମ୍ଭ ହୋଇଛି ବର୍ଷା । ଆସନ୍ତା ୭୨ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ । ଏହାସହ ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ, ଅନୁଗୁଳ, ଦେଓଗଡ଼, କେନ୍ଦୁଝର, କନ୍ଧମାଳ, ଢେଙ୍କାନାଳ ଏବଂ କଳାହାଣ୍ଡିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା  ସମ୍ଭାବନା ରହିଛି । ତେବେ ଏହି ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ […]

  • Monday, 19 July 2021
rs-ok
ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଓ ନୃତ୍ୟାଙ୍ଗନା ସୋନାଲ୍ ମାନସିଂହ ରାଜ୍ୟସଭାକୁ ମନୋନୀତ

ନୂଆଦିଲ୍ଲୀ: ରାଜ୍ୟସଭାକୁ ଯିବେ ଓଡ଼ିଶାର ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର। ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ମନୋନୀତ କରିଛନ୍ତି। ଆଜି ରାଷ୍ଟ୍ରପତି ଭବନ ପକ୍ଷରୁ ଏ ସଂପର୍କରେ ଘୋଷଣା କରାଯାଇଛି। ରାଜ୍ୟସଭା ପାଇଁ ରାଷ୍ଟ୍ରପତି ୪ ଜଣ ବିଶିଷ୍ଟ ବ୍ୟକ୍ତିକୁ ମନୋନୀତ କରିଛନ୍ତି। ସେମାନେ ହେଲେ ରଘୁନାଥ ମହାପାତ୍ର, ବିଶିଷ୍ଟ ନୃତ୍ୟାଙ୍ଗନା ସୋନାଲ୍ ମାନସିଂହ, କୃଷକ ନେତା ରାମ୍‌ ସାକାଲ ଓ ସ୍ତମ୍ଭକାର ରାକେଶ ସିହ୍ନା। ପୁରୀ ଜିଲ୍ଲାରେ ଜନ୍ମିତ ପଦ୍ମବିଭୂଷଣ ରଘୁନାଥ […]

  • Monday, 19 July 2021
china image
ଜଳିଯାଇଥା’ନ୍ତା ପେଟ୍ରୋଲ ପମ୍ପ୍‌, ବୁଦ୍ଧି ପ୍ରୟୋଗ କରି ବଂଚାଇଦେଲେ କର୍ମଚାରୀ

ଜିଆଙ୍ଗଜି:  ଚୀନ୍‌ର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଭିଡିଓରେ ଏକ ଗ୍ୟାସ୍‌ ଷ୍ଟେସନ୍‌ରେ ଏକ ତିନି ଚକିଆ ଗାଡ଼ିରେ ନିଆଁ ଲାଗିଛି । ପେଟ୍ରୋଲ୍ ମେସିନ୍‌ର ଅଳ୍ପ ଦୂରରେ ଉକ୍ତ ଗାଡ଼ିଟି ଥିଲା । ଗାଡ଼ିରେ ନିଆଁ ଲାଗିବା ମାତ୍ରେ ଗାଡ଼ିରୁ ଡ୍ରାଇଭର ଓହ୍ଲାଇ ପ୍ରାଣ ବିକଳରେ ପଳାଇଯାଇଛି । ଅନ୍ୟମାନେ ମଧ୍ୟ ଭୟରେ ଉକ୍ତ ସ୍ଥାନରୁ ଦୂରେଇ ଯାଇଥିଲେ। କିନ୍ତୁ ଗ୍ୟାସ୍‌ ଷ୍ଟେସନ୍‌ର କର୍ମଚାରୀ ତୁରନ୍ତ ସାହସିକତା ପ୍ରଦର୍ଶନ […]

  • Monday, 19 July 2021
PM Modi
ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଆଜି ପବିତ୍ର ଶ୍ରୀଗୁଣ୍ଡିଚାଯାତ୍ରା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି।  ପ୍ରଧାନମନ୍ତ୍ରୀ ମୋଦି ରଥଯାତ୍ରା ଅବସରରରେ ଦେଶବାସୀଙ୍କ ସୁଖସମୃଦ୍ଧି କାମନା କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ମୋଦି ୧ ମିନିଟ୍ ୨୬ ସେକେଣ୍ଡର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଏଥିରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାତ୍ମ୍ୟ ସଂପର୍କରେ ମୋଦି କହିଛନ୍ତି। ଭିଡିଓରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଦୃଶ୍ୟ ମଧ୍ୟ ରହିଛି। ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]

  • Monday, 19 July 2021
pakistan-blast
ପାକିସ୍ତାନ ବଲୁଚିସ୍ତାନରେ ଦୁଇଟି ଅାତ୍ମଘାତୀ ହମ୍‌ଲା, ୧୩୩ ଜଣଙ୍କ ମୃତ୍ୟୁ

ବଲୁଚିସ୍ତାନ: ପାକିସ୍ତାନ ବଲୁଚିସ୍ତାନରେ ଦୁଇଟି ଅାତ୍ମଘାତୀ ହମ୍‌ଲାରେ ୧୩୩ ଜଣଙ୍କ ମୃତ୍ୟୁ। ଗତକାଲି ବଲୁଚିସ୍ତାନ ସ୍ଥିତ ମାସ୍ତୁଙ୍ଗ ସହରରେ ଏକ ନିର୍ବାଚନ ପ୍ରଚାର ରାଲି ଚାଲିଥିବା ବେଳେ ଅାତ୍ମଘାତୀ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ବଲୁଚିସ୍ତାନର ପ୍ରମୁଖ ରାଜନୈତିକ ଦଳ ବିଏପି ନେତା ସିରାଜ ରାଇସାନି ସମେତ ୮୦ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ପାଖାପାଖି ୨୦୦ରୁ ଅଧିକ ଲୋକ ଅାହତ ହୋଇଥିଲେ। ପରେ ପରେ ମୃତ୍ୟୁ ସଂଖ୍ୟା ବଢ଼ି ୧୨୮ରେ ପହଂଚିଛି। ରାଇସାନିଙ୍କ ପ୍ରଚାର ରାଲିକୁ […]

  • Monday, 19 July 2021
vlcsnap-error620
ଆଜି ପବିତ୍ର ଘୋଷଯାତ୍ରା: ଧିରେ ଧିରେ ଲୋକାରଣ୍ୟ ହେଉଛି ବଡ଼ଦାଣ୍ଡ

ପୁରୀ: ଆଜି ପବିତ୍ର ଘୋଷଯାତ୍ରା। ଧୀରେ ଧୀରେ ବଡ଼ଦାଣ୍ଡ ଲୋକାରଣ୍ୟ ହେବାରେ ଲାଗିଛି। ଆଜି ପୁରୀ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆଉ ମାତ୍ର ଘଣ୍ଟାକର ଅପେକ୍ଷା । ରତ୍ନସିଂହାସନରୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିବେ କାଳିଅା ଠାକୁର । ସେଥିପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତ ଉତ୍କଣ୍ଠାରେ ଚାହିଁ ରହିଛନ୍ତି। ଶ୍ରୀମନ୍ଦିରର ଦ୍ୱାଦଶ ଯାତ୍ରା ମଧ୍ୟରୁ ସର୍ବଶ୍ରେଷ୍ଠ ଯାତ୍ରା ହେଉଛି […]

  • Monday, 19 July 2021
Nawaz-Maryam arrested
ଗିରଫ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫ ଓ ଝିଅ ମରିୟମ୍‌

ଲାହୋର:  ଗିରଫ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫ ଓ ତାଙ୍କ ଝିଅ ମରିୟମ୍। ସେମାନେ ଆଜି ରାତିରେ ଲାହୋର ଏୟାରପୋର୍ଟରେ ପହଞ୍ଚିବା ପରେ ବାପ ଝିଅଙ୍କୁ ଗିରଫ କରାଯାଇଥିଲା।  ଏଥିପାଇଁ ପ୍ରାୟ ୧୦ହଜାର ପୋଲିସ ଅଧିକାରୀଙ୍କୁ ଲାହୋରରେ ମୁତୟନ କରାଯାଇଥିଲା। ଦିନ ୩ଟାରୁ ସହରରେ ମୋବାଇଲ୍ ଫୋନ ସେବା ବନ୍ଦ ରଖାଯାଇଥିଲା। ସୂଚନା ଅନୁସାରେ, ସରିଫ୍ ଓ ମରିୟମଙ୍କୁ ଲାହୋର ବିମାନବନ୍ଦରରୁ ଗିରଫ କରାଯିବା ପରେ ହେଲିକପଟରରେ ଇସଲାମାବାଦ ନିଅାଯିବ। ସେଠାରୁ ସେମାନଙ୍କୁ ରାଓଲପିଣ୍ଡିର ଅାଦିଅାଲା […]

  • Monday, 19 July 2021